ସ୍ଲୁଇସ୍‌ଗେଟ୍‌ ଆବଶ୍ୟକ: ଚାଲିଛି ସଫେଇ କାର୍ଯ୍ୟ

ନାଉଗାଁ ,୮ା୫(ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଓଷକଣା ପଞ୍ଚାୟତର ଅଙ୍ଗେଶ୍ୱରପଡ଼ାରୁ ଗୋଳାନଦୀ ବାହାରିଛି। ଏହା ଗାରୋଇସ୍ଥିତ ଦେବୀନଦୀରେ ମିଶିଛି। ଚଳିତ ବର୍ଷ ଜଳସେଚନ ବିଭାଗ ତରଫରୁ ଗୋଳାନଦୀର ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ୨୦୨୧ରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ନାଉଗାଁ ବ୍ଲକ ଗସ୍ତରେ ଆସିଥିବା ସମୟରେ ଉକ୍ତ ନଦୀରେ ଏକ ସ୍ଲ୍ଳୁଇସ୍‌ଗେଟ ନିର୍ମାଣ ପାଇଁ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ ପ୍ରସ୍ତବା ରଖିଥିଲେ। କିନ୍ତୁ ସ୍ଲୁଇସ୍‌୍‌ଗେଟ ପରିବର୍ତ୍ତେ ବିଭାଗ ପକ୍ଷରୁ ସଫେଇ କାର୍ଯ୍ୟ କରାଯାଉଛି। ବିଭାଗର ନିୟମାନୁସାରେ ନଦୀ ସଫେଇରେ ଶତକଡ଼ା ୬୦ ଭାଗ ମାଟି କାର୍ଯ୍ୟ ରହିଥିବା ବେଳେ ଶତକଡା ୪୦ ଭାଗ ଷ୍ଟ୍ରକ୍‌ଚର କାର୍ଯ୍ୟ ରହିବା କଥା। କିନ୍ତୁ ଉକ୍ତ ନଦୀରେ ସଫେଇ ବ୍ୟତୀତ ଅନ୍ୟ କିଛି ନିର୍ମାଣ କାର୍ଯ୍ୟ ହେଉନାହିଁ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଅଙ୍ଗେଶ୍ୱରପଡାଠାରୁ ଗାରୋଇ ପର୍ଯ୍ୟନ୍ତ ଉକ୍ତ ନଦୀର ଦୈର୍ଘ୍ୟ ୩ରୁ ୪ କି.ମି. ମଧ୍ୟରେ ହେବ। କିନ୍ତୁ ବିଭାଗ ପକ୍ଷରୁ ଏହା ୬ କି.ମି. ଦୈର୍ଘ ବୋଲି ଦର୍ଶାଯାଇଛି। ଉକ୍ତ ନଦୀର ତଳ ଭାଗରେ ଦେବୀନଦୀ ରହିଛି। ସେଥିରେ ଆବଶ୍ୟକ ସମୟରେ ଜଳ ରହୁ ନ ଥିବା ବେଳେ ଏହା ଦେବୀନଦୀକୁ ନିଷ୍କାସିତ ହୋଇଥାଏ। ସ୍ଲୁଇସ୍‌ଗେଟ ନିର୍ମାଣ ଫଳରେ ଏହି ନଦୀରେ ଜଳ ସଂରକ୍ଷିତ ରହିବା ସହ ଆବଶ୍ୟକ ସମୟରେ ଚାଷୀମାନେ ଏହି ଜଳକୁ ଚାଷ କାର୍ଯ୍ୟରେ ଲଗାଇ ପାରିବେ। କିନ୍ତୁ ସଫେଇ କରାଯିବା ଫଳରେ ନଦୀରେ ଜଳ ରହିବ ନାହିଁ କି ଆବଶ୍ୟକ ସମୟରେ ଚାଷୀଙ୍କ କାର୍ଯ୍ୟରେ ଲାଗିବ ନାହିଁ ବୋଲି ଓଷକଣା ପଞ୍ଚାୟତର କ୍ଷେତ୍ରମୋହନ ବିଶ୍ୱାଳ, ନଟବର ପରିଡ଼ା, ପରେଶ ସ୍ବାଇଁ ପ୍ରମୁଖ ମତବ୍ୟକ୍ତ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନଦୀ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ଏଠାରେ କୌଣସି ସୂଚନା ଫଳକ ଲଗାଯାଇ ନାହିଁ। ଠିକାଦାର ମନମୁଖି ଭାବେ ସଫେଇ କାର୍ଯ୍ୟ କରୁଥିବା ଜଣାଯାଇଛି। ବର୍ତ୍ତମାନ ସଫେଇ କାର୍ଯ୍ୟ ଚାଲୁ ରହିଥିବାବେଳେ ନଦୀରେ ପାଣି ରହିଛି। ନିଯୁକ୍ତ ଠିକାଦାର ନଦୀର ଉଭୟ ପାର୍ଶ୍ୱରୁ ପଙ୍କ ଉଠାଇ ଏହା ନିକଟରେ ପକାଉଛି। ଅସରାଏ ବର୍ଷା ହେଲେ ପୁନର୍ବାର ଉକ୍ତ ପଙ୍କ ନଦୀରେ ପଶିବାର ଆଶଙ୍କା ରହିଛି। ଏହି ନଦୀ ଦେଇ ଓଷକଣା, ଅଙ୍ଗେଶ୍ୱରପଡା, ଭଟଣା, ନୟାସିଙ୍ଗଡା ପ୍ରମୁଖ ଚାଷୀଙ୍କ ଜମିରେ ଜଳ ନିଷ୍କାସନ ହୋଇଥାଏ। ଖରାଦିନେ ପ୍ରାୟତଃ ନଦୀରେ ବେଶି ଜଳ ରହି ନ ଥାଏ। ସଫେଇ ଅପେକ୍ଷା ଉକ୍ତ ନଦୀରେ ସ୍ଲୁଇସ୍‌୍‌ଗେଟ ନିର୍ମାଣ କରାଗଲେ ଆବଶ୍ୟକ ପରିମାଣରେ ଜଳ ସଂରକ୍ଷିତ ହୋଇ ରହିପାରିବ ବୋଲି ସ୍ଥାନୀୟ ଚାଷୀ ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଜଳ ନିକାସ ବିଭାଗର ସହକାରୀ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ଦୀକ୍ଷିତ କହିଛନ୍ତି, ବର୍ତ୍ତମାନ ଉକ୍ତ ନଦୀର ସଫେଇ କାର୍ଯ୍ୟ ଜାରି ରହିଛି। ଏଥିପାଇଁ ୧ କୋଟି ୮୮ ଲକ୍ଷ ୮୨ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। କାର୍ଯ୍ୟ କରୁଥିବା ଠିକାଦାର ଅଳ୍ପ ଦିନ ହେବ କାର୍ଯ୍ୟ ଆରମ୍ଭ କରିଛି। ସେଠାରେ ସୂଚନା ଫଳକ ଲଗାଇବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

କିଏ ଥିଲେ ଖାଲେଦା ଜିଆଙ୍କ ସ୍ବାମୀ ଜିଆ ଉର ରେହମାନ? ପାକିସ୍ତାନୀ ସେନା ବିରୋଧରେ ବିଦ୍ରୋହ, ପରେ ବିଏନପି ଗଠନ, ଶେଷରେ…

ଡାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ ହୋଇଛି। ସେ ଅନେକ ରୋଗ ସହିତ ଲଢୁଥିଲେ। ଉଲ୍ଲେଖନୀୟ ଯେ ତାଙ୍କ ମୃତ୍ୟୁର କିଛି ଦିନ...

ଖୁବ ଷ୍ଟାଇଲିସ ଥିଲେ ଖାଲେଦା ଜିଆ, ହାଲ୍‌କା ଶାଢିକୁ ବଡ଼ ବଡ଼ ସନ୍‌ଗ୍ଲାସ, ପୂରା ସାଉଥ ଏସିଆର ଚର୍ଚ୍ଚିତ ଷ୍ଟାଇଲ ଥିଲା…

ଢାକା,୩୦।୧୨: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏବଂ ବିଏନପି ମୁଖ୍ୟ ଖାଲେଦା ଜିଆଙ୍କୁ ପ୍ରାୟତଃ ରାଜନୀତି, ସଂଘର୍ଷ ଏବଂ ଶକ୍ତିର ପ୍ରତୀକ ଭାବରେ ଦେଖାଯାଏ। ତଥାପି, ତାଙ୍କର...

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଭୁବନେଶ୍ବର,୩୦।୧୨: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ  କରିଛି । ବେଆଇନ ସମ୍ପତ୍ତି...

Khaleda Zia Death: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ଭାରତ ସହ ଥିଲା କ’ଣ କନ୍ସେନ? ଜାଣନ୍ତୁ…

ଢାକା,୩୦।୧୨: ବାଂଲାଦେଶ ରାଜନୀତିର ଜଣେ ପ୍ରବୀଣ ବ୍ୟକ୍ତିତ୍ୱ ଏବଂ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ମଙ୍ଗଳବାର (ଡିସେମ୍ବର ୩୦, ୨୦୨୫)ରେ ୮୦ ବର୍ଷ...

ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି: ହଇରାଣ ହେଉଛନ୍ତି ହିତାଧିକାରୀ

ନୂଆପଡ଼ା,୩୦।୧୨(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶ୍ରମକାର୍ଡ ଧାରୀଙ୍କ ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଅବହେଳା ଯୋଗୁ ଯୋଜନାଗୁଡିକ ଗରିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri