ଆସୁନି ନିଦ

ସୁସ୍ଥ ରହିବା ଅନ୍ତରାଳରେ ସୁଖନିଦ୍ରାର ଭୂମିକା ବି ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ ଦୈନିକ ପର୍ଯ୍ୟାପ୍ତ ନିଦ୍ରାର ଅଭାବ ସୃଷ୍ଟି କରିଥାଏ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା। ତେବେ ବର୍ତ୍ତମାନ ଅନେକ ଯୁବତୀଯୁବକ ଏହାର ଶିକାର ହେଉଥିବାର ଦେଖିବାକୁ ମିଳୁଛି, ଯେଉଁଥିପାଇଁ ମୁଖ୍ୟତଃ ସେମାନଙ୍କ ଅବ୍ୟବସ୍ଥିତ ଜୀବନଶୈଳୀ
ସାଙ୍ଗକୁ କେତେକ ବଦଭ୍ୟାସ ଦାୟୀ…

ନିଦ୍ରାହୀନତାର କାରଣ: ଶରୀରକୁ ସୁସ୍ଥ ରଖିବାରେ ପର୍ଯ୍ୟାପ୍ତ ନିଦ୍ରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହେଲେ ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କ କ୍ଷେତ୍ରରେ ଠିକ୍‌ ଭାବେ ନିଦ ନ ଆସିବା ବା ନିଦ୍ରାହୀନତାର ଅଭିଯୋଗ ଦେଖିବାକୁ ମିଳୁଛି, ତେବେ ଏଥିପାଇଁ ମୁଖ୍ୟତଃ କେଉଁସବୁ କାରଣ ଦାୟୀ…
ଅବ୍ୟବସ୍ଥିତ ଜୀବନଶୈଳୀ: ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କଠାରେ ଅବ୍ୟବସ୍ଥିତ ଜୀବନଶୈଳୀ ନିଦ୍ରାହୀନତାର ଏକ ମୁଖ୍ୟ କାରଣ। ରାତିରେ ଅଧିକ ରାତି ପର୍ଯ୍ୟନ୍ତ କାମ କରିବା, ଟିଭି ଦେଖିବା, ମୋବାଇଲ୍‌ ବ୍ୟବହାର କରିବା ଆଦି ବଦଭ୍ୟାସ କେତେକଙ୍କଠାରେ ନିଦ ଠିକ୍‌ ଭାବେ ନ ହେବାର ମୂଳ କାରଣ।
ଅସନ୍ତୁଳିତ ଖାଦ୍ୟାଭ୍ୟାସ: ଏବର ଯୁବପିଢ଼ି ଘରୋଇ ସନ୍ତୁଳିତ ଖାଦ୍ୟ ବଦଳରେ ତେଲ ମସଲାଯୁକ୍ତ ଖାଦ୍ୟ ଏବଂ ଜଙ୍କ୍‌ ଫୁଡ୍‌, ଫାଷ୍ଟ ଫୁଡ୍‌ ଆଦି ଅଧିକ ଖାଉଛନ୍ତି। ଏହାଦ୍ୱାରା ଗ୍ୟାସ୍‌, ବଦହଜମିଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ୟା ଉପୁଜାଉଛି, ଯାହାକି ନିଦ୍ରାହୀନତାର ଅନ୍ୟତମ କାରଣ।
ନିଶାସେବନ: ଆଜିକାଲି ଅନେକ ଯୁବତୀଯୁବକ ମଦ ପିଇବା, ସିଗାରେଟ୍‌ ଟାଣିବା ଭଳି ବିଭିନ୍ନ ନିଶାଦ୍ରବ୍ୟ ସେବନ କରିବାକୁ ଏକ ଫ୍ୟାଶନ୍‌ କିମ୍ବା ଷ୍ଟାଟସ୍‌ ସିମ୍ବଲ ଭାବେ ଗ୍ରହଣ କରିନେଲେଣି। ହେଲେ ଏହା ଶରୀର ଲାଗି ଆଦୌ ହିତକର ନୁହେଁ ା ଏହା ବିଭିନ୍ନ ରୋଗ ସୃଷ୍ଟି କରିବା ସହତ ନିଦ୍ରାହୀନତାର ମଧ୍ୟ ମୁଖ୍ୟ କାରଣ।
ମାନସିକ ଚାପ: ପାଠପଢ଼ା, ଜବ୍‌, ପାରିବାରିକ, ଆର୍ଥିକ କିମ୍ବା ପ୍ରେମରେ ବିଫଳ ହେବା ଭଳି କେତେକ କାରଣ ଯୋଗୁ ମାନସିକ ଚାପ ଥିଲେ ରାତ୍ରି ନିଦ୍ରା ବ୍ୟାହତ ହୋଇଥାଏ।
ଏହାଦ୍ୱାରା ସୃଷ୍ଟ ସ୍ବାସ୍ଥ୍ୟ ସମସ୍ୟା:
ରାତିରେ ଠିକ୍‌ ଭାବେ ନିଦ ନ ହେଲେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ଏହାଦ୍ୱାରା ମସ୍ତିଷ୍କକୁ ବିଶ୍ରାମ ନ ମିଳୁଥିବାରୁ ଏକାଗ୍ରତା ନଷ୍ଟ ହେବା, ସ୍ମରଣ ଶକ୍ତି ହ୍ରାସ ହେବା, ବିରକ୍ତି ବା କ୍ରୋଧ ସୃଷ୍ଟି ହେବା, ଡିପ୍ରେସନ୍‌ ଭଳି ସମସ୍ୟା ଦେଖାଦିଏ।
– ଏହାଦ୍ୱାରା ଖାଦ୍ୟ ହଜମ ବାଧାପ୍ରାପ୍ତ ହୋଇ ଗ୍ୟାସ୍‌, ଏସିଡିଟି, ମେଦବହୁଳତା ଆଦି ସମସ୍ୟା ଉପୁଜେ।
– ନିଦ୍ରାହୀନତା ଯୋଗୁ ଯୁବାବସ୍ଥାରେ କୋଲେଷ୍ଟରଲ୍‌ ବୃଦ୍ଧି, ବ୍ଲଡ୍‌ପ୍ରେସର୍‌, ଡାଇବେଟିସ୍‌ ଭଳି ସମସ୍ୟା ମଧ୍ୟ ଦେଖାଦିଏ। ଦୀର୍ଘ ସମୟ ଏପରି ହେବା ଦ୍ୱାରା ହୃଦ୍‌ ସମସ୍ୟାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ।
– ରାତିରେ ପର୍ଯ୍ୟାପ୍ତ ନିଦ ନ ହେଲେ ଆଖି ତଳ କଳା ପଡିବା, ମୁହଁରେ ବ୍ରଣଏ ରିଙ୍କଲ୍‌ ମାର୍କ ଆଦି ସହିତ କେଶ ଝଡିବା ଭଳି ସମସ୍ୟା ବି ଦେଖା ଦେଇଥାଏ।

କେମିତି କରିବେ
ସମାଧାନ:
– ଶରୀରକୁ ଫିଟ୍‌ ରଖିବାକୁ ହେଲେ ଜୀବନଶୈଳୀକୁ ବ୍ୟବସ୍ଥିତ କରନ୍ତୁ। ସମସ୍ତ କାର୍ଯ୍ୟ ବାଦ୍‌ ପ୍ରତିଦିନ ଶୋଇବା ଲାଗି ଅତିକମ୍‌ରେ ୬ ରୁ ୭ ଘଣ୍ଟାର ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରନ୍ତୁ।
– ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ ଉଷୁମ କ୍ଷୀର ପିଇଲେ ଆପଣଙ୍କ ସମସ୍ୟାରୁ ଉପଶମ ମିଳିପାରିବ।
– ପ୍ରତିଦିନ କିଛି ସମୟ ଯୋଗ, ଆସନ, ପ୍ରାଣାୟାମ, ବ୍ୟାୟାମ ଆଦିର ଅଭ୍ୟାସ ରଖନ୍ତୁ। ଏହା ଶରୀରକୁ ଫିଟ୍‌ ରଖିବା ସହ ସୁଖନିଦ୍ରା କରିବାରେ ସାହାଯ୍ୟ କରିବ।
– ନିଶାସେବନ ନିଦ୍ରାହୀନତାର ଏକ ମୁଖ୍ୟ କାରଣ। ସୁଖନିଦ୍ରା ପାଇଁ ଏହି ବଦଭ୍ୟାସଠାରୁ ନିଜକୁ ଦୂରେଇ ରଖନ୍ତୁ।
– ମୋବାଇଲ୍‌, କମ୍ପ୍ୟୁଟର ଆଦି ବିଶେଷକରି ସୋସିଆଲ୍‌ ସାଇଟ୍‌ ଅଧିକ ରାତିଯାଏ ବ୍ୟବହାର କରନ୍ତୁ ନାହିଁ। ଏସବୁ କାର୍ଯ୍ୟ ଲାଗି ଏକ ସମୟ ନିର୍ଦ୍ଧାରଣ କରନ୍ତୁ ଏବଂ ଭଲ ଭାବେ ଶୁଅନ୍ତୁ।
– ସ୍ଲୋ ମ୍ୟୁଜିକ୍‌ ମନକୁ ଚାପମୁକ୍ତ କରିବା ସହ ଶାନ୍ତ ଓ ସ୍ଥିର ରଖିବାରେ ସାହାଯ୍ୟ କରେ। ଆଉ କିଛି ସମୟ ଏହାକୁ ଶୁଣିଲେ ଭଲ ନିଦ ମଧ୍ୟ ଆସିଥାଏ।
– ବିଶେଷକରି ଖାଦ୍ୟ ତାଲିକାରେ ଭିଟାମିନ୍‌ ବି-୧୨ ଯୁକ୍ତ ଖାଦ୍ୟକୁ ସାମିଲ କଲେ ମେଲାଟୋନିନ୍‌ ହର୍‌ମୋନ୍‌ର କ୍ଷରଣକୁ ବୃଦ୍ଧି ହେବା ସହ ନିଦ୍ରାହୀନତା ଦୂର ହେବ।

 

ସୁନନ୍ଦ ଦାସ (ଛାତ୍ର, ବାଲେଶ୍ୱର)- ନିଦ ନ ଲାଗିବା ମୋ ପାଇଁ ନିତିଦିନିଆ କଥା ହୋଇଯାଇଥିଲା। ପଢିବା ପାଇଁ ମୁଁ ଡେରି ରାତି ଯାଏଁ ଅନିଦ୍ରା ରହୁଥିଲି। ମଝିରେ ମଝିରେ ନିଦ ଲାଗିଲେ ଚା କରି ପିଉଥିଲି। ଆଉ ପରୀକ୍ଷା ନ ଥିଲେ ରାତିଯାକ ବସି ଫିଲ୍ମ ଦେଖୁଥିଲି। ଅଧିକାଂଶ ସମୟରେ ସେଥିପାଇଁ ମୋତେ ଦିନଯାକ ନିଦ ଲାଗିବା ସହ ଫୁର୍ତ୍ତି ଲାଗୁ ନ ଥିଲା। ଦିନଯାକ ହାଲିଆ ମଧ୍ୟ ଲାଗୁଥିଲା। ଏମିତିକି କାହା ସହ କଥା ହେବା ବେଳେ ଚିଡିଚିଡି ଲାଗୁଥିଲା। ଏସବୁର କାରଣ କେବଳ ନିଦ୍ରାହୀନତା ବୋଲି ଜାଣିବା ପରେ ଏବେ ଶୀଘ୍ର ଶୋଇବାକୁ ଚେଷ୍ଟା କରୁଛି। ଜଲଦି ଖାଇସାରି ଶୋଇବା ପୂର୍ବରୁ ଗୋଡ ହାତ ଧୋଉଛି। ସବୁ ଇଲୋକ୍ଟ୍ରନିକ୍‌ ଗ୍ୟାଜେଟ୍‌କୁ ସୁଇଚ୍‌ ଅଫ୍‌ କରିବା ସହ ନିଦ ଆସିବା ପାଇଁ ସ୍ଲୋ ମ୍ୟୁଜିକ୍‌ ଶୁଣୁଛି।
ସୋନାଲିନ୍‌ ସେନାପତି(କର୍ମଜୀବୀ, ଫୁଲନଖରା, କଟକ)- ଖାଦ୍ୟପେୟ ଭଳି ଆବଶ୍ୟକ ନିଦ ବି ମଣିଷ ପାଇଁ ନିହାତି ଜରୁରୀ। ଏହା ଆମକୁ ଶାରୀରିକ ଓ ମାନସିକ ଉଭୟ ଦିଗରୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ତା’ଛଡା ଏହାଦ୍ୱାରା ଆଖିତଳ କଳାପଡିବା ଭଳି ସୌନ୍ଦର୍ଯ୍ୟ ସମସ୍ୟା ବି ଦୂର ହୁଏ। ତେଣୁ ଯେତେ କାମ ଥାଉ ନା କାହିଁକି ଶୀଘ୍ର ସାରି ରାତିରେ ଠିକ୍‌ ସମୟରେ ଶୋଇବାକୁ ଚେଷ୍ଟା କରେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ୍‌ କିମ୍ବା ଟିଭି ଦେଖିବା ଭଳି ବଦଭ୍ୟାସ ମୋର ନାହିଁ। ରାତିରେ ଠିକ୍‌ ଭାବେ ନିଦ ହେଲେ ଦିନରେ ଫୁର୍ତ୍ତି ଲାଗିଥାଏ ଏବଂ କାମ କରିବାକୁ ଆଗ୍ରହ ସୃଷ୍ଟି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ମାର୍ଗୀ ଚଳନ: ୨୦୨୭ ପୂର୍ବରୁ ୪ ରାଶିଙ୍କ ଘରକୁ ଆସିବ ଧନର ସୁଅ! ଚାକିରି-ବ୍ୟବସାୟରେ…

ଶନିଦେବଙ୍କୁ ନ୍ୟାୟ ଓ କର୍ମଫଳର ଦେବତା ବୋଲି ମାନାଯାଏ। ବ୍ୟକ୍ତିଙ୍କ କର୍ମ ଅନୁସାରେ ଶନିଦେବ ତାଙ୍କୁ ଫଳ ପ୍ରଦାନ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଦେବ ଯେତେବେଳେ…

ଅନୁରାଧା ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ୫ ରାଶିର ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଧନଲାଭ ସହ ଚାକିରିରେ ବଡ଼ ପ୍ରମୋଶନ

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ ଯୋଗୁ ମେଷ, ମିଥୁନ, କନ୍ୟା, ଧନୁ ଓ ମୀନ ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ସାଥ୍‌ ମିଳିବ। ଏହି ୫ଟି ରାଶିର ଲୋକଙ୍କ ପାଇଁ…

ଏକାସାଙ୍ଗେ ଶନି, ରାହୁ-କେତୁଙ୍କ ବକ୍ରୀ ଚଳନ: ଏହି ୪ ରାଶିଙ୍କ ଜୀବନରେ ଲାଗିବ ଗ୍ରହଣ! ପାଖରୁ ପଳାଇବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ବର୍ତ୍ତମାନ ଶନି ବକ୍ରୀ ଚଳନ କରୁଥିବା ବେଳେ ଆସନ୍ତା ଡିସେମ୍ବର ୧୧ ତାରିଖରେ…

ଶନିଦେବଙ୍କ ସିଧା ଚଳନ: ୩ ରାଶିଙ୍କ ଫାଇଦା ହିିଁ ଫାଇଦା, ଶେଷ ହେବ ଖରାପ ସମୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬ର ଶେଷ ମାସ ଡିସେମ୍ବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ମାସରେ ଶନିଦେବ ମାର୍ଗୀ ହେବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ କର୍ମଫଳଦାତା…

ଆଜି ବିଛା ରାଶିକୁ ଚଳନ କରିବେ ସୂର୍ଯ୍ୟ: ଡିସେମ୍ବର ୧୬ ପୂର୍ବରୁ କୋଟିପତି ହେବେ ଏହି ୬ ରାଶି! ଚାକିରିରେ ବଡ଼ ପ୍ରମୋଶନ

ଆଜି ସନ୍ଧ୍ୟା ୭ଟା ୪୮ ମିନିଟରେ ସୂର୍ଯ୍ୟ ବିଛା ରାଶିକୁ ଚଳନ କରିବେ। ଏହାପରେ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ଏହି ରାଶିରେ ଅବସ୍ଥାନ କରିବେ।…

ଶୁକ୍ରଙ୍କ ମାର୍ଗୀ ଚଳନରେ ଜବରଦସ୍ତ ଫାଇଦା: ୨୨ ନଭେମ୍ବର ପୂର୍ବରୁ ମାଲାମାଲ ହେବେ ଏହି ୩ ରାଶି! ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶୁକ୍ର ଗ୍ରହ ୧୪ ନଭେମ୍ବର ୨୦୨୬ରେ କନ୍ୟା ରାଶିରେ ମାର୍ଗୀ ହୋଇଛନ୍ତି। ଏହାପରେ ୨୨ ନଭେମ୍ବରରେ ଶୁକ୍ର ତୁଳା ରାଶିକୁ ଚଳନ କରିବେ।…

ଆମର ଏହି ବସୁନ୍ଧରା

ଦିନକର କଥା। ସୂର୍ଯ୍ୟଠାରୁ ସେଦିନ ଖଣ୍ଡେ ବାହାରି ଆସିଲା। ସେହି ସୂଯର୍ର୍‌ୟାଂଶ ହିଁ ହେଲା ଆମ ପୃଥିବୀ। ତାକୁ ସୂର୍ଯ୍ୟ ଖଣ୍ଡ ନ କହି ସୂର୍ଯ୍ୟକନ୍ୟା କହିବାଟା…

କିଡ୍‌ନୀ ଖରାପ ହେଲେ ଶରୀରରେ ଦେଖାଦିଏ ଏସବୁ ସମସ୍ୟା, କରନ୍ତୁ ନାହିଁ ଅଣଦେଖା

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଜଣାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?