ଗଞ୍ଜେଇ ଚାଲାଣରେ ସ୍ଲିପର ସେଲ୍‌

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ଅନ୍ତର୍ଜାତୀୟ ଡ୍ରଗ୍ସ ର଼୍ୟାକେଟ ସକ୍ରିୟ ରହିଛି। ପୋଲିସ ଯେତେ ନୂଆ ରଣନୀତି ଆପଣାଇଲେ ମଧ୍ୟ ଚୋରା ଚାଲାଣକୁ ବନ୍ଦ କରିପାରୁନି। ବ୍ରାଉନସୁଗାର ପରେ ଗଞ୍ଜେଇ ଚାଲାଣ ରୋକିବା ପାଇଁ କିଛିଦିନ ହେବ କମିଶନରେଟ୍‌ ପୋଲିସ, କ୍ରାଇମବ୍ରାଞ୍ଚ ଓ ଆର୍‌ପିଏଫ୍‌ ତତ୍ପରତା ପ୍ରକାଶ କରିଛି। କଡ଼ା ନଜର ରଖିବା ସହ ଯାଞ୍ଚ ଓ ଚଢ଼ାଉକୁ କଡ଼ାକଡ଼ି କରିଛି। ହେଲେ ସ୍ଲିପର ସେଲ୍‌ରେ ର଼୍ୟାକେଟ ଚାଲୁଥିବାରୁ ନିଶା ମାଫିଆଙ୍କ ପାଖରେ ପହଞ୍ଚତ୍ପାରୁନି। ମାଷ୍ଟରମାଇଣ୍ଡ୍‌ ସୁରକ୍ଷିତ ସ୍ଥାନରେ ରହି ଆତଙ୍କବାଦୀ ଓ ଅଣ୍ଡରଓ୍ବାଲର୍‌ଡ ଡନ୍‌ଙ୍କ ଭଳି ପୂରା ର଼୍ୟାକେଟକୁ କଣ୍ଟ୍ରୋଲ କରୁଥିବାରୁ ଓଡ଼ିଶା ପ୍ରତି ଡ୍ରଗ୍ସ ବିପଦ ମାଡ଼ି ଆସୁଥିବା ଆଶଙ୍କା କରାଯାଉଛି।

ସ୍ଲିପର ସେଲ୍‌ ହେଉଛି ର଼୍ୟାକେଟର ଏକ ଗୋଷ୍ଠୀ, ଯେଉଁମାନେ କେବଳ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କରନ୍ତି। ଏମାନଙ୍କୁ ସାଧାରଣତଃ ଏଜେଣ୍ଟ ବା ବାହକ ବୋଲି କୁହାଯାଇଥାଏ। ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣରେ ପୁରୁଷମାନେ ସମ୍ପୃକ୍ତ ରହୁଥିବାବେଳେ ଏବେ ଅଧିକାଂଶ ମହିଳା ଓ ନାବାଳକ ଧରାପଡୁଛନ୍ତି। ଏମାନଙ୍କୁ ଜଣା ନ ଥାଏ କିଏ ତାଙ୍କ ମାଲିକ, କାହାପାଇଁ ସେମାନେ କାମ କରୁଛନ୍ତି। କେବଳ ଟଙ୍କା ବଦଳରେ ସେମାନେ ମାଲ୍‌ ଗୋଟିଏ ସ୍ଥାନରୁ ନେଇ ଠିକଣା ସ୍ଥାନରେ ପହଞ୍ଚାଇଥାନ୍ତି। ଅଜଣା ବ୍ୟକ୍ତି କିମ୍ବା ଫୋନ୍‌ ମାଧ୍ୟମରେ ଏସବୁ କିଛି ଡିଲ୍‌ ହୋଇଥାଏ। ଇତିମଧ୍ୟରେ ଚାଲାଣବେଳେ ଧରାପଡି ବହୁ ଏଜେଣ୍ଟ ବା ବାହକ ଗିରଫ ହୋଇଛନ୍ତି। ଭୁବନେଶ୍ୱର ରେଳ ଷ୍ଟେଶନରେ ମାସକ ମଧ୍ୟରେ ୭ ଚୋରା ଚାଲାଣକୁ ରୋକିଛି ଆର୍‌ପିଏଫ୍‌ ଓ ଜିଆର୍‌ପି। ଷ୍ଟେଶନର ଅଲ୍‌ଟ୍ରା ସୋନିକ୍‌ ବ୍ୟାଗେଜ୍‌ ସ୍କାନର ୭୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ୫୫୦ କେଜି ଗଞ୍ଜେଇ ଧରିଛି। ମହିଳା ଓ ନାବାଳକଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ଗିରଫ ହୋଇଛନ୍ତି। ତେବେ ପଚରାଉଚରାବେଳେ ଜଣେ ଅଭିଯୁକ୍ତ କହିଥିଲେ, ମାଲ୍‌ ପହଞ୍ଚାଇବା ପାଇଁ ୫୦ ହଜାର ଟଙ୍କାର ଡିଲ୍‌ ହୋଇଥିଲା। କିଛି ଅଗ୍ରିମ ଦିଆଯାଇଥିଲା। ତେବେ ତାଙ୍କ ସହ ଏହି ଡିଲ୍‌ କରିଥିବା ବ୍ୟକ୍ତି ଓ ଗଞ୍ଜେଇ ଧରାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସେ କିଛି ଜାଣି ନ ଥିବା କହିଥିଲେ। ସେହିପରି ଅନ୍ୟଜଣେ ଅଭିଯୁକ୍ତ କହିଥିଲେ, କେଜି ପିଛା ୧ ହଜାର ଟଙ୍କାରେ ଠିକଣା ସ୍ଥାନରେ ଗଞ୍ଜେଇ ପହଞ୍ଚାଇଥାନ୍ତି। ହେଲେ ର଼୍ୟାକେଟର ମାଷ୍ଟରମାଇଣ୍ଡ୍‌ ଓ ଅନ୍ୟମାନଙ୍କ ସମ୍ପର୍କରେ ସେ କିଛି ଜାଣିନାହାନ୍ତି।

ଚୋରା ଚାଲାଣର ରଣକୌଶଳ
ଗଞ୍ଜେଇ ର଼୍ୟାକେଟର ତଦନ୍ତ କରୁଥିବା ଜଣେ ଅଧିକାରୀଙ୍କ କହିବା ମୁତାବକ, ମାଫିଆମାନେ ଏମିତି ପ୍ୟାକ୍‌ କରୁଛନ୍ତି ଯେ ବେଳେବେଳେ ସ୍କାନିଂ ସମୟରେ ଡ୍ରଗ୍ସ ଧରାପଡୁନି। ଅନେକେ ମଧ୍ୟ ଅଜାଣାରେ ଖସି ଯାଉଛନ୍ତି। ବସ୍ତା କିମ୍ବା ବ୍ୟାଗ୍‌ରେ ଗଞ୍ଜେଇ ରଖି ଅଭିନବ ଉପାୟରେ ଟ୍ରେନ୍‌ରେ ପାର୍ସଲ କରାଯାଉଛି। ଚାଲାଣକାରୀମାନେ ଦାମୀ ପୋଷାକ ପିନ୍ଧି ହାତରେ ଟ୍ରଲି ବ୍ୟାଗ୍‌ରେ ଗଞ୍ଜେଇ ନେଉଥିବାବେଳେ ଧରାପଡ଼ିଛନ୍ତି। ପର୍ଯ୍ୟଟକ ପରିଚୟରେ ଯାତ୍ରା କରୁଥିବା ଲୋକଙ୍କ ବ୍ୟାଗ୍‌ରୁ ଗଞ୍ଜେଇ ମିଳିଛି। ଅଧିକାଂଶ ଗଞ୍ଜେଇ କୋରାପୁଟ୍‌ରୁ ହିଁ ଆସୁଛି। ବସ୍‌ ଯୋଗେ ଏଜେଣ୍ଟ ଭୁବନେଶ୍ୱରରେ ପହଞ୍ଚୁଛନ୍ତି। ପୂର୍ବରୁ ବୁକ୍‌ ହୋଇଥିବା ହୋଟେଲ୍‌ରେ ରହି ଏଠାରୁ ଟ୍ରେନ୍‌ ଓ ବସ୍‌ରେ ବାହାର ରାଜ୍ୟକୁ ଗଞ୍ଜେଇ ନେଇଯାଉଛନ୍ତି। ପୋଲିସ ଟାର୍ଗେଟ କଲେ ମାଫିଆମାନେ ସେମାନଙ୍କ ରଣକୌଶଳ ବଦଳାଉଛନ୍ତି। କୋରିଅରରେ ମଧ୍ୟ କାଜୁ ବା ଅନ୍ୟ ଖାଦ୍ୟ ସାମଗ୍ରୀ ନାଁରେ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି।

ଓଁକାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର: ପୁରୁଷବନ୍ଧୁ ସାଥିରେ ଆଣି…

ଭୁବନେଶ୍ୱର,୨୧।୧୨(ତ୍ରିନାଥ ମହାନ୍ତି): ଧଉଳିରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଶହୀଦନଗର ଥାନା ଅଞ୍ଚଳରେ ଆଉ ଜଣେ ୧୭ ବର୍ଷର ନାବାଳିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri