ଗ୍ଲୋବାଲ ଏନ୍‌ସିଏପି ପରୀକ୍ଷଣରେ ସ୍କୋଡାର ସଫଳତା

ନୂଆଦିଲ୍ଲୀ,୬।୪: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆକୁ ନିକଟରେ ଏକ ଅନ୍ତଃରାଷ୍ଟ୍ରୀୟ ସ୍ବୀକୃତି ଓ ସଫଳତା ପ୍ରଦାନ କରାଯାଇଛି। ଏପରିକି ଭାରତ ବଜାରରେ ବ୍ରାଣ୍ଡ୍‌ ନିରାପତ୍ତା ଏବଂ କ୍ରାସ୍‌ ଯୋଗ୍ୟ ପ୍ରବୃତ୍ତି ସ୍ଥିତିରେ ବିକାଶ ଧାରା ଜାରି ରଖିଛି। ବିଶେଷକରି ସ୍କୋଡା ସ୍ଲାଭିଆ ସେଡାନ ଗ୍ଲୋବାଲ ନ୍ୟୁ କାର୍‌ ଆସେସ୍‌ମେଣ୍ଟ ପ୍ରୋଗ୍ରାମ (ଗ୍ଲୋବାଲ ଏନ୍‌ସିଏପି) କ୍ରାସ୍‌ ଟେଷ୍ଟରେ ୫ରୁ ୫ ରେଟିଂ ହାସଲ କରିଛି। ବିଶ୍ୱସ୍ତରୀୟ ଏନ୍‌ସିଏପି ଦ୍ୱାରା ପରୀକ୍ଷିତ ହୋଇ ସ୍ଲାଭିଆ ସୁରକ୍ଷିତ କାର୍‌ରେ ପରିଣତ ହୋଇଛି। ସେହିଭଳି ଭାରତ ବଜାର ପାଇଁ କାର୍‌ଗୁଡ଼ିକର ନିରାପଦ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସ୍କୋଡା ଭାରତର ଏକମାତ୍ର କ୍ରାସ୍‌ ପରୀକ୍ଷିତ କାର୍‌ରେ ପରିପୂର୍ଣ୍ଣ ହୋଇଛି। ଯେଉଁଥିରେ ଉଭୟ ବୟସ୍କଙ୍କ ପାଇଁ ମଧ୍ୟ ୫ତାରକା ଏବଂ ଶିଶୁଙ୍କ ପାଇଁ ଅକ୍ୟୁପାଣ୍ଟ ହୋଇପାରିଛି। ଏ ସମ୍ପର୍କରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ୍‌ ନିର୍ଦ୍ଦେଶକ ପିଟର ସୋଲ୍‌କ କହିଛନ୍ତି, ବ୍ରାଣ୍ଡ୍‌ ରଣନୀତିର ଏକ ଅଂଶ ଭାବେ ଆମେ ଆମର ଗ୍ରାହକଙ୍କ ସୁରକ୍ଷା ଉପରେ କୌଣସି ଆପୋସ ବୁଝାମଣା କରି ନ ଥାଉ। ଏପରିକି ଆମର ଦ୍ୱିତୀୟ ଇଣ୍ଡିଆ ୨.୦ କାର୍‌ ସ୍ଲାଭିଆ ଗ୍ଲୋବାଲ ଏନ୍‌ସିଏପି ସୁରକ୍ଷା ପରୀକ୍ଷଣରେ ୫ ଷ୍ଟାର ରେଟିଂ ହାସଲ କରିଛି। ବିଶେଷକରି ଆମେ ଆମର ଗ୍ରାହକମାନଙ୍କୁ ଆନ୍ତରିକତାର ସହ ପ୍ରଶଂସା କରୁଛୁ, ଯେଉଁମାନେ ସ୍କୋଡାର ଉତ୍ପାଦ କିଣିବାକୁ ସ୍ଥିର କରିଛନ୍ତି ଏବଂ ଆମେ ସେମାନଙ୍କୁ ବଜାରରେ ସୁରକ୍ଷିତ କାର୍‌ ପ୍ରଦାନ କରିପାରିଥିବାରୁ ଅତ୍ୟନ୍ତ ଆନନ୍ଦିତ। ଏପରିକି ନିରାପତ୍ତା ପାଇଁ ଏକ ବିସ୍ତୃତ ଆଭିମୁଖ୍ୟ ସହିତ ଆମର ୫-ତାରକା ସୁରକ୍ଷିତ କାର୍‌ଗୁଡିକର ସମ୍ପୂର୍ଣ୍ଣ ପରୀକ୍ଷିତ ପରିସର ରହିଛି। ସେହିଭଳି ଆମର କାର୍‌ଗୁଡ଼ିକର ଗୁଣବତ୍ତା, ସ୍ଥାୟିତ୍ୱ ଏବଂ ନିରାପତ୍ତା ଉପରେ ମଧ୍ୟ ଆମେ ସର୍ବଦା ଧ୍ୟାନ ଦେଉଛୁ। ସେହିପରି ସୁରକ୍ଷା ଆମର ରଣନୀତିର ମୂଳମନ୍ତ୍ର ଏବଂ ଆମେ ଏହି ଦର୍ଶନ ସହିତ କାର ନିର୍ମାଣ ଜାରି ରଖିବୁ ବୋଲି ସେ ମତପ୍ରକାଶ କରିଛନ୍ତି।
ଅପରପକ୍ଷରେ ସ୍କୋଡାର ଗତିଶୀଳ ଡ୍ରାଇଭିଂ ଗୁଣ ଏବଂ ନିରାପତ୍ତା ଉପରେ ଶୂନ୍ୟ ଆପୋସ ବୁଝାମଣା ବଜାୟ ରଖିବାବେଳେ ସ୍ଲାଭିଆ ଲୋକାଲାଇଜେଶନ,ମାଲିକାନା ଏବଂ ରକ୍ଷଣାବେକ୍ଷଣର କମ୍‌ ଖର୍ଚ୍ଚ ଉପରେ ଅଧିକ ଧ୍ୟାନଦେଇ ଡିଜାଇନ କରାଯାଇଛି। ଏପରିକି ବିଭିନ୍ନ ପ୍ରଭାବ ପାଇଁ ଏହା ଉପରେ ଆଭ୍ୟନ୍ତରୀଣ ଭାବେ ପରୀକ୍ଷା କରାଯାଇଥିଲା। ବିଶେଷକରି ସୁରକ୍ଷାକୁ ଧ୍ୟାନରେ ରଖି ସ୍ଲାଭିଆକୁ ଡିଜାଇନ କରାଯାଇଥିଲା। ଏହାର ଗଠନ ଲେଜର ୱେଲ୍‌ଡେଡ୍‌ରେ ହୋଇଛି। ଏହି ସଂରଚନାରେ ଉଚ୍ଚ ଶକ୍ତି ବିଶିଷ୍ଟ ଇସ୍ପାତ ଗଠିତ ଏବଂ ଭିତର କ୍ୟାବିନ ଅପେକ୍ଷା କାରର ବାହ୍ୟ ଶେଲ୍‌ରେ ଦୁର୍ଘଟଣାର ପ୍ରଭାବକୁ ହ୍ରାସ ଏବଂ ଗ୍ରହଣ କରିବା ପାଇଁ ନିର୍ମାଣ କରାଯାଇଛି। ଏହାର କଠିନ ଏବଂ ପ୍ରଭାବ-ଶୋଷକ ଗଠନ ସକ୍ରିୟ ଏବଂ ନିଷ୍କ୍ରିୟ ନିରାପତ୍ତା ପ୍ରଯୁକ୍ତିବିଦ୍ୟାକୁ ସ୍ଲାଭିଆକୁ ଭିତରରୁ ଏକ ସମ୍ପୂର୍ଣ୍ଣ ସୁରକ୍ଷିତ କାର୍‌ରେ ପରିଣତ କରିଛି। ସ୍ଲାଭିଆରେ ୬ଟି ଏୟାରବ୍ୟାଗ୍‌, ଇଲେକ୍ଟ୍ରୋନିକ ସ୍ଥିରତା ନିୟନ୍ତ୍ରଣ, ମଲ୍ଟି-ଧକ୍କା ବ୍ରେକିଂ, ଟ୍ରାକ୍ସନ କଣ୍ଟ୍ରୋଲ, ଆଣ୍ଟି-ଲକ୍‌ ବ୍ରେକ୍‌, ଶିଶୁ ସିଟ୍‌ ପାଇଁ ଆଇଏସ୍‌ଓ ଏଫ୍‌ଆଇଏକ୍ସ ମାଉଣ୍ଟ, ଟପ୍‌ ଟେଥର୍‌ ଆଙ୍କର ପଏଣ୍ଟ, ବର୍ଷା ସେନ୍ସିଂ ୱିପର, ସ୍ବୟଂଚାଳିତ ହେଡ୍‌ଲାଇଟ ଏବଂ ଟାୟାର-ପ୍ରେସର ମନିଟରିଂ ରହିଛି। ସର୍ବାଧିକ ୩୪ ପଏଣ୍ଟ ମଧ୍ୟରୁ ସ୍ଲାଭିଆ ବୟସ୍କମାନଙ୍କ ପାଇଁ ୨୯.୭୧ସ୍କୋର କରି ୫ ତାରକା ଅର୍ଜନ କରିଥିଲା। ଶିଶୁ ଅକ୍ୟୁପାଣ୍ଟଙ୍କ କ୍ଷେତ୍ରରେ ଶିଶୁ ସୁରକ୍ଷା କ୍ଷେତ୍ରରେ ୫ ତାରକା ପାଇବା ପାଇଁ ସେଡାନ ୪୯ ପଏଣ୍ଟରୁ ୪୨ସ୍କୋର କରିଥିଲା। ଏହା ନୂତନ, କଠୋର ପରୀକ୍ଷଣ ପ୍ରୋଟୋକଲ ଅନୁଯାୟୀ ଗ୍ଲୋବାଲ ଏନ୍‌ସିଏପି ଦ୍ୱାରା ପରୀକ୍ଷିତ ସ୍ଲାଭିଆକୁ ସବୁଠାରୁ ସୁରକ୍ଷିତ କାର୍‌ କରିଥିଲା


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri