ଗ୍ଲୋବାଲ ଏନ୍‌ସିଏପି ପରୀକ୍ଷଣରେ ସ୍କୋଡାର ସଫଳତା

ନୂଆଦିଲ୍ଲୀ,୬।୪: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆକୁ ନିକଟରେ ଏକ ଅନ୍ତଃରାଷ୍ଟ୍ରୀୟ ସ୍ବୀକୃତି ଓ ସଫଳତା ପ୍ରଦାନ କରାଯାଇଛି। ଏପରିକି ଭାରତ ବଜାରରେ ବ୍ରାଣ୍ଡ୍‌ ନିରାପତ୍ତା ଏବଂ କ୍ରାସ୍‌ ଯୋଗ୍ୟ ପ୍ରବୃତ୍ତି ସ୍ଥିତିରେ ବିକାଶ ଧାରା ଜାରି ରଖିଛି। ବିଶେଷକରି ସ୍କୋଡା ସ୍ଲାଭିଆ ସେଡାନ ଗ୍ଲୋବାଲ ନ୍ୟୁ କାର୍‌ ଆସେସ୍‌ମେଣ୍ଟ ପ୍ରୋଗ୍ରାମ (ଗ୍ଲୋବାଲ ଏନ୍‌ସିଏପି) କ୍ରାସ୍‌ ଟେଷ୍ଟରେ ୫ରୁ ୫ ରେଟିଂ ହାସଲ କରିଛି। ବିଶ୍ୱସ୍ତରୀୟ ଏନ୍‌ସିଏପି ଦ୍ୱାରା ପରୀକ୍ଷିତ ହୋଇ ସ୍ଲାଭିଆ ସୁରକ୍ଷିତ କାର୍‌ରେ ପରିଣତ ହୋଇଛି। ସେହିଭଳି ଭାରତ ବଜାର ପାଇଁ କାର୍‌ଗୁଡ଼ିକର ନିରାପଦ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସ୍କୋଡା ଭାରତର ଏକମାତ୍ର କ୍ରାସ୍‌ ପରୀକ୍ଷିତ କାର୍‌ରେ ପରିପୂର୍ଣ୍ଣ ହୋଇଛି। ଯେଉଁଥିରେ ଉଭୟ ବୟସ୍କଙ୍କ ପାଇଁ ମଧ୍ୟ ୫ତାରକା ଏବଂ ଶିଶୁଙ୍କ ପାଇଁ ଅକ୍ୟୁପାଣ୍ଟ ହୋଇପାରିଛି। ଏ ସମ୍ପର୍କରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ୍‌ ନିର୍ଦ୍ଦେଶକ ପିଟର ସୋଲ୍‌କ କହିଛନ୍ତି, ବ୍ରାଣ୍ଡ୍‌ ରଣନୀତିର ଏକ ଅଂଶ ଭାବେ ଆମେ ଆମର ଗ୍ରାହକଙ୍କ ସୁରକ୍ଷା ଉପରେ କୌଣସି ଆପୋସ ବୁଝାମଣା କରି ନ ଥାଉ। ଏପରିକି ଆମର ଦ୍ୱିତୀୟ ଇଣ୍ଡିଆ ୨.୦ କାର୍‌ ସ୍ଲାଭିଆ ଗ୍ଲୋବାଲ ଏନ୍‌ସିଏପି ସୁରକ୍ଷା ପରୀକ୍ଷଣରେ ୫ ଷ୍ଟାର ରେଟିଂ ହାସଲ କରିଛି। ବିଶେଷକରି ଆମେ ଆମର ଗ୍ରାହକମାନଙ୍କୁ ଆନ୍ତରିକତାର ସହ ପ୍ରଶଂସା କରୁଛୁ, ଯେଉଁମାନେ ସ୍କୋଡାର ଉତ୍ପାଦ କିଣିବାକୁ ସ୍ଥିର କରିଛନ୍ତି ଏବଂ ଆମେ ସେମାନଙ୍କୁ ବଜାରରେ ସୁରକ୍ଷିତ କାର୍‌ ପ୍ରଦାନ କରିପାରିଥିବାରୁ ଅତ୍ୟନ୍ତ ଆନନ୍ଦିତ। ଏପରିକି ନିରାପତ୍ତା ପାଇଁ ଏକ ବିସ୍ତୃତ ଆଭିମୁଖ୍ୟ ସହିତ ଆମର ୫-ତାରକା ସୁରକ୍ଷିତ କାର୍‌ଗୁଡିକର ସମ୍ପୂର୍ଣ୍ଣ ପରୀକ୍ଷିତ ପରିସର ରହିଛି। ସେହିଭଳି ଆମର କାର୍‌ଗୁଡ଼ିକର ଗୁଣବତ୍ତା, ସ୍ଥାୟିତ୍ୱ ଏବଂ ନିରାପତ୍ତା ଉପରେ ମଧ୍ୟ ଆମେ ସର୍ବଦା ଧ୍ୟାନ ଦେଉଛୁ। ସେହିପରି ସୁରକ୍ଷା ଆମର ରଣନୀତିର ମୂଳମନ୍ତ୍ର ଏବଂ ଆମେ ଏହି ଦର୍ଶନ ସହିତ କାର ନିର୍ମାଣ ଜାରି ରଖିବୁ ବୋଲି ସେ ମତପ୍ରକାଶ କରିଛନ୍ତି।
ଅପରପକ୍ଷରେ ସ୍କୋଡାର ଗତିଶୀଳ ଡ୍ରାଇଭିଂ ଗୁଣ ଏବଂ ନିରାପତ୍ତା ଉପରେ ଶୂନ୍ୟ ଆପୋସ ବୁଝାମଣା ବଜାୟ ରଖିବାବେଳେ ସ୍ଲାଭିଆ ଲୋକାଲାଇଜେଶନ,ମାଲିକାନା ଏବଂ ରକ୍ଷଣାବେକ୍ଷଣର କମ୍‌ ଖର୍ଚ୍ଚ ଉପରେ ଅଧିକ ଧ୍ୟାନଦେଇ ଡିଜାଇନ କରାଯାଇଛି। ଏପରିକି ବିଭିନ୍ନ ପ୍ରଭାବ ପାଇଁ ଏହା ଉପରେ ଆଭ୍ୟନ୍ତରୀଣ ଭାବେ ପରୀକ୍ଷା କରାଯାଇଥିଲା। ବିଶେଷକରି ସୁରକ୍ଷାକୁ ଧ୍ୟାନରେ ରଖି ସ୍ଲାଭିଆକୁ ଡିଜାଇନ କରାଯାଇଥିଲା। ଏହାର ଗଠନ ଲେଜର ୱେଲ୍‌ଡେଡ୍‌ରେ ହୋଇଛି। ଏହି ସଂରଚନାରେ ଉଚ୍ଚ ଶକ୍ତି ବିଶିଷ୍ଟ ଇସ୍ପାତ ଗଠିତ ଏବଂ ଭିତର କ୍ୟାବିନ ଅପେକ୍ଷା କାରର ବାହ୍ୟ ଶେଲ୍‌ରେ ଦୁର୍ଘଟଣାର ପ୍ରଭାବକୁ ହ୍ରାସ ଏବଂ ଗ୍ରହଣ କରିବା ପାଇଁ ନିର୍ମାଣ କରାଯାଇଛି। ଏହାର କଠିନ ଏବଂ ପ୍ରଭାବ-ଶୋଷକ ଗଠନ ସକ୍ରିୟ ଏବଂ ନିଷ୍କ୍ରିୟ ନିରାପତ୍ତା ପ୍ରଯୁକ୍ତିବିଦ୍ୟାକୁ ସ୍ଲାଭିଆକୁ ଭିତରରୁ ଏକ ସମ୍ପୂର୍ଣ୍ଣ ସୁରକ୍ଷିତ କାର୍‌ରେ ପରିଣତ କରିଛି। ସ୍ଲାଭିଆରେ ୬ଟି ଏୟାରବ୍ୟାଗ୍‌, ଇଲେକ୍ଟ୍ରୋନିକ ସ୍ଥିରତା ନିୟନ୍ତ୍ରଣ, ମଲ୍ଟି-ଧକ୍କା ବ୍ରେକିଂ, ଟ୍ରାକ୍ସନ କଣ୍ଟ୍ରୋଲ, ଆଣ୍ଟି-ଲକ୍‌ ବ୍ରେକ୍‌, ଶିଶୁ ସିଟ୍‌ ପାଇଁ ଆଇଏସ୍‌ଓ ଏଫ୍‌ଆଇଏକ୍ସ ମାଉଣ୍ଟ, ଟପ୍‌ ଟେଥର୍‌ ଆଙ୍କର ପଏଣ୍ଟ, ବର୍ଷା ସେନ୍ସିଂ ୱିପର, ସ୍ବୟଂଚାଳିତ ହେଡ୍‌ଲାଇଟ ଏବଂ ଟାୟାର-ପ୍ରେସର ମନିଟରିଂ ରହିଛି। ସର୍ବାଧିକ ୩୪ ପଏଣ୍ଟ ମଧ୍ୟରୁ ସ୍ଲାଭିଆ ବୟସ୍କମାନଙ୍କ ପାଇଁ ୨୯.୭୧ସ୍କୋର କରି ୫ ତାରକା ଅର୍ଜନ କରିଥିଲା। ଶିଶୁ ଅକ୍ୟୁପାଣ୍ଟଙ୍କ କ୍ଷେତ୍ରରେ ଶିଶୁ ସୁରକ୍ଷା କ୍ଷେତ୍ରରେ ୫ ତାରକା ପାଇବା ପାଇଁ ସେଡାନ ୪୯ ପଏଣ୍ଟରୁ ୪୨ସ୍କୋର କରିଥିଲା। ଏହା ନୂତନ, କଠୋର ପରୀକ୍ଷଣ ପ୍ରୋଟୋକଲ ଅନୁଯାୟୀ ଗ୍ଲୋବାଲ ଏନ୍‌ସିଏପି ଦ୍ୱାରା ପରୀକ୍ଷିତ ସ୍ଲାଭିଆକୁ ସବୁଠାରୁ ସୁରକ୍ଷିତ କାର୍‌ କରିଥିଲା


Enter your email to get our daily news in your inbox.

All Right Reserved By Dharitri.Com

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri