ଏମ୍‌ଆଇବି,ଆମାଜନ ମଧ୍ୟରେ ସହଭାଗିତା

ନୂଆଦିଲ୍ଲୀ(ପିଆଇବି),୬।୪:ଦେଶର ମିଡିଆ, ଏଣ୍ଟରଟେନ୍‌ମେଣ୍ଟ ଏବଂ ଜନସଚେତନତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲକ୍ଷ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଏମ୍‌ଆଇବି) ଏବଂ ଆମାଜନ ଇଣ୍ଡିଆ ମଧ୍ୟରେ ସହଭାଗିତା ହୋଇଥିବା ଜଣାପଡ଼ିଛି। ଏପରିକି ବିଭାଗୀୟ ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଏହି ସହଭାଗିତା ସମ୍ପର୍କରେ ଘୋଷଣା କରିଛନ୍ତି।
ଏ ସମ୍ପର୍କରେ ଠାକୁର କହିଛନ୍ତି, ଭାରତ ଏକ ପ୍ରାଚୀନ ସଭ୍ୟତା ହୋଇଥିବାରୁ ଏଥିରେ ଲକ୍ଷ ଲକ୍ଷ କାହାଣୀର ସମାହାର ରହିଛି। ଯାହା ବର୍ତ୍ତମାନ ପ୍ରକାଶ କରିବାକୁ ରହିଛି, କାହାଣୀର ପରିସର ଅତ୍ୟନ୍ତ ବ୍ୟାପକ ଏବଂ ଏଥିରେ ଆଧ୍ୟାତ୍ମିକତାଠାରୁ ସଫ୍ଟୱେର୍‌, ପରମ୍ପରା, ଟ୍ରେଣ୍ଡ, ଲୋକନୃତ୍ୟ ଏବଂ ପର୍ବପର୍ବାଣି ଏବଂ ଗ୍ରାମାଞ୍ଚଳ ଭାରତରୁ ଉଦୀୟମାନ ଭାରତ ପର୍ଯ୍ୟନ୍ତ ବିସ୍ତୃତ ଦିଗ ରହିଛି। ସେହିଭଳି ଆମାଜନ ସହ ସହଭାଗିତା ବିଷୟରେ ବିସ୍ତୃତ ସୂଚନା ଦେଇ ଠାକୁର କହିଛନ୍ତି, ଆମାଜନ ଇଣ୍ଡିଆ ସହ ସହଭାଗିତା ଅନେକ କ୍ଷେତ୍ରରେ ଅନନ୍ୟ ଏବଂ ସୃଜନଶୀଳ ଶିଳ୍ପର ବିଭିନ୍ନ ଦିଗରେ ରହିଛି ଏବଂ ଏହି ଲେଟର ଅଫ୍‌ ଏନ୍‌ଗେଜମେଣ୍ଟ ଏ ସବୁକୁ ବିସ୍ତାର ହୋଇଛି। ବିଶେଷକରି ଏହି ସହଭାଗିତା ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଏବଂ ସତ୍ୟଜିତ ରାଇ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ଛାତ୍ରମାନଙ୍କ ପାଇଁ ଛାତ୍ରବୃତ୍ତି, ଇଣ୍ଟର୍ନଶିପ୍‌,ମାଷ୍ଟରକ୍ଲାସ୍‌ ଏବଂ ଅନ୍ୟାନ୍ୟ ସୁଯୋଗ ପାଇଁ ଶିଳ୍ପ-ଶିକ୍ଷା ସଂଯୋଗକୁ ମଜଭୁତ କରିବାରେ ସାହାଯ୍ୟ କରିବ। ସେହିଭଳି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସେକ୍ରେଟାରି ଅପୂର୍ବ ଚନ୍ଦ୍ରା କହିଛନ୍ତି, ଏମ୍‌ଆଇବି ଏବଂ ଆମାଜନ ମଧ୍ୟରେ ସହଭାଗିତା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ପ୍ରତିଭାଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ। ଭାଇସ୍‌ ପ୍ରେସିଡେଣ୍ଟ ଏସିଆ ପାସିଫିକ୍‌, ଆମାଜନ ପ୍ରାଇମ ଭିଡିଓ ଗୌରବ ଗାନ୍ଧୀ କହିଛନ୍ତି, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହିତ ଆମର ସମ୍ପୂର୍ଣ୍ଣ ସହଯୋଗ ପ୍ରତ୍ୟେକ ଜୀବନର ପର୍ଯ୍ୟାୟ ଏବଂ ଶିଳ୍ପର ଅଭିବୃଦ୍ଧିକୁ ଉତ୍ସାହିତ କରିବା ସହିତ ଏହା ସମଗ୍ରିକ ଉନ୍ନତିରେ ସହାୟକ ବୋଲି ଆମେ ଆଶା କରୁଛୁ ଓ ଏହା ନୂତନ ପ୍ରତିଭାମାନଙ୍କୁ ନିଶ୍ଚିତ ଭାବରେ ସୁଯୋଗ ଦେବାରେ ସହାୟକ ହେବ। ଏହି ପରିପ୍ରେକ୍ଷୀରେ ଚେତନ କୃଷ୍ଣସ୍ବାମୀ, ଭାଇସ୍‌ ପ୍ରେସିଡେଣ୍ଟ, ପବ୍ଲିକ୍‌ ପଲିସି, ଆମାଜନ ଇଣ୍ଡିଆ, ବିକ୍ରମ ସହାୟ, ଜଏଣ୍ଟ ସେକ୍ରେଟାରି, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri