Posted inଜାତୀୟ

ଷଷ୍ଠ ପର୍ଯ୍ୟାୟ ବୈଠକ ବାତିଲ

ନୂଆଦିଲ୍ଲୀ,୯ା୧୨:କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ନେତାଙ୍କୁ ମଙ୍ଗଳବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଆଲୋଚନା ପାଇଁ ଡାକିଥିଲେ। ଷଷ୍ଠ ପର୍ଯ୍ୟାୟ ବୈଠକ ପୂର୍ବରୁ ଶାହାଙ୍କ ନିମନ୍ତ୍ରଣକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉ ଥିବାବେଳେ ଏଥିରୁ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ବିବାଦୀୟ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା। ଦାବି ସହ କୌଣସି ସାଲିସ କରାଯିବ ନାହିଁ। ସରକାର ଉକ୍ତ ଆଇନକୁ ହଟାଇବେ କି ନାହିଁ, ଶାହାଙ୍କଠାରୁ ହଁ ନାରେ ଚାଷୀ ନେତା ଉତ୍ତର ମାଗିଥିଲେ।
କୃଷି ଆଇନ ହଟାଇବା ଦାବିରେ ଚାଷୀ ଆନ୍ଦୋଳନ ମଙ୍ଗଳବାର ତ୍ରୟୋଦଶ ଦିନରେ ପହଞ୍ଚତ୍ଥିବାବେଳେ ସରକାର ଅଚଳାବସ୍ଥା ଦୂର ପାଇଁ ମଧ୍ୟମପନ୍ଥା ବାହାର କରିବାକୁ ଉଦ୍ୟମ କରିଥିଲେ। ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ୧୩ କୃଷକ ପ୍ରତିନିଧିଙ୍କୁ ଫୋନ୍‌ କରି ବୈଠକକୁ ଡାକିଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ପଞ୍ଜାବର ଓ ଅନ୍ୟ ୫ ଜଣ ଦେଶର ବିଭିନ୍ନ ଭାଗର। ଉକ୍ତ ବୈଠକରେ ଅଲ୍‌ ଇଣ୍ଡିଆ କିଷାନ ସଭାର ହନ୍ନନ ମୋଲ୍ଲାହ ଓ ଭାରତୀୟ କିଷାନ ୟୁନିୟନର ରାକେଶ ଟିକାଏତ୍‌ ସାମିଲ ଥିଲେ। ପ୍ରଥମେ ଶାହାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ରାତି ୭ଟାରେ ବୈଠକ ପାଇଁ ଆୟୋଜନ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପୁସା ଏରିଆରେ ୮ଟାରେ ବୈଠକ ବସିଥିଲା। ଏହି ଆଇନର କେତେକ ଧାରାରେ ସଂଶୋଧନ ପାଇଁ ସରକାର ରାଜି ଥିବା ଶାହା କହିଥିଲେ, ଯାହାକୁ ପ୍ରତିନିଧି ଦଳ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଚାଷୀ ନେତା ହନ୍ନନ କହିଛନ୍ତି ଯେ, ସରକାର ଏହି ଆଇନ ପ୍ରତ୍ୟାହାର ପାଇଁ ପ୍ରସ୍ତୁତ ନୁହନ୍ତି। ସଂଶୋଧନ ନେଇ ଲିଖିତ ଭାବେ ପ୍ରସ୍ତାବ ଦେବେ। ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା କୃଷକମାନଙ୍କ ସହ ବୁଧବାର ମଧ୍ୟାହ୍ନ ୧୨ଟାରେ ଆଭ୍ୟନ୍ତରୀଣ ବୈଠକରେ ଆଲୋଚନା ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ତେଣୁ ବୁଧବାର କେନ୍ଦ୍ର ସହିତ ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡକୋଦଣ୍ଡାରେ ବ୍ୟାପୁଛି ଜଣ୍ଡିସ: ସ୍ଥିତି ଅନୁଧ୍ୟାନ କଲେ ବିଡିଓ-ତହସିଲଦାର

ଭଞ୍ଜନଗର,୮/୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବଡକୋଦଣ୍ଡାରେ ବିଗତ କିଛି ବର୍ଷ ହେବ ଲଗାତାର ଗ୍ରାମର ଲୋକଙ୍କୁ ଜଣ୍ଡିସ ହେଉଛି। ଏହାଦ୍ୱାରା ଗ୍ରାମର ଶିଶୁଠାରୁ ଆରମ୍ଭ…

୧୦ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ମହିଳାଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୮।୬: ରାଜ୍ୟ କ୍ୟାବିନେଟ୍‌ରେ ସୋମବାର ୧୦ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ୫ ବିଭାଗର ୧୦ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ଲୋକସେବା ଭବନର…

ଫେରାର୍‌ ହେବାକୁ ଚେଷ୍ଟା କରୁଥିବାବେଳେ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ, ଜବତ ହେଲା…

ଆନନ୍ଦପୁର/ହାଟଡିହୀ,୮l୬(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସ ବିଦେଶୀ ମଦ ରଖିବା ଏବଂ ବିକ୍ରି କରିବା ଅଭିଯୋଗରେ ସୋମବାର ପୁରୁଣାଘାଟି ଗ୍ରାମର ସନାତନ ହୋଙ୍କ…

ଇରାନ-ଇସ୍ରାଏଲ ମହାଯୁଦ୍ଧ ଆରମ୍ଭ! ବାଜିଲା ସାଇରନ, ୨୪ ଘଣ୍ଟାରେ ବଦଳିଗଲା ମଧ୍ୟପ୍ରାଚ୍ୟର ଚିତ୍ର

ତେହରାନ, ୮।୬: ପଶ୍ଚିମ ଇରାନରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସମସ୍ତ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି। ସମସ୍ତ ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ସମ୍ଭବ ଯେକୌଣସି ଉପାୟରେ ଇରାନ ଛାଡ଼ିବାକୁ…

ପ୍ରକଳ୍ପ ନାହିଁ ତ ଜମି ନାହିଁ, କମ୍ପାନୀ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ

ଛତ୍ରପୁର,୮।୬(ଦିଲୀପ ସାମଲ): ମହେନ୍ଦ୍ରମେଳାରେ ଯୋଗଦେଇ ଛତ୍ରପୁର ସର୍କିଟ ହାଉସ ଆସିଥିବାବେଳେ କିଛି କମ୍ପାନୀମାନେ ପ୍ରକଳ୍ପ ପାଇଁ ଜମି ନେଇଥିବା ବେଳେ ତାହା କୌଣସି କାର୍ଯ୍ୟକାରୀ କରୁ ନ…

ଜଣକ ପରେ ଜଣେ ୨୦ ଏମ୍‌ପି ଛାଡ଼ିଲେ ସାଥ୍‌, ତଥାପି ‘ଦିଦି’ଙ୍କ ସହ ପାହାଡ଼ ଭଳି ଛିଡ଼ା ହେଲେ ଏହି ୨ ବିହାରୀ ବାବୁ! ଜାଣନ୍ତୁ ସେମାନେ କିଏ…

କୋଲକାତା, ୮।୬: ପଶ୍ଚିମବଙ୍ଗ ରାଜନୀତିରେ ଏହି ସମୟରେ ମମତା ବାନାର୍ଜୀ ଏବଂ ଟିଏମସି (TMC) ଉପରେ ଏକ ବଡ଼ ପ୍ରକମ୍ପନ ସୃଷ୍ଟି ହୋଇଛି। ଏହି ପ୍ରକମ୍ପନ ତୃଣମୂଳ…

ଚୋରାଚାଲାଣ କରୁଥିଲେ ଗଞ୍ଜେଇ, ପୋଲିସକୁ ଦେଖି ଭୟରେ ବାଇକ ସହ ଗଞ୍ଜେଇ ଛାଡି ଫେରାର୍‌ ମାରିଲେ ୨ ମାଫିଆ

ଡୁଙ୍ଗୁରିପାଲି, ୮।୬ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ସୋମବାର ସକାଳେ ପାଟ୍ରୋଲିଂ କରୁଥିବାବେଳେ ଶୁଖା-କର୍ଲାଯୁରୀ ରାସ୍ତାର ମହୁଲପାଲି ଛକରେ ଏକ ବାଇକ…

ଭବାନୀପାଟଣାରେ ଯୁବକଙ୍କୁ ଛୁରାମାଡ଼: ଗୁରୁତର ଅବସ୍ଥାରେ ବୁର୍ଲାରେ ଭର୍ତ୍ତିି

ଭବାନୀପାଟଣା,୮।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଶବରପଡ଼ାରେ ରବିବାର ରାତିରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଯୁବକଙ୍କ ନାମ ଶିବ ପ୍ରସାଦ ନାଏକ (୨୫)ବୋଲି ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri