ଷଷ୍ଠଶ୍ରେଣୀ ଛାତ୍ରୀ ପ୍ରତିଭାଙ୍କ କମାଲ: କଣ୍ଟେନ୍‌ମେଣ୍ଟ ଜୋନ୍‌ ପାଇଁ ପ୍ରସ୍ତୁତ କଲେ ଆପ୍‌

ଗଞ୍ଜାମ,୨୩।୫(ଡି.ଏନ୍‌.ଏ.): ମହାମାରୀ କରୋନା ଯୋଗୁ ଚିନ୍ତାରେ ସାରା ବିଶ୍ୱ। ଏହାକୁ ରୋକିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ଚେଷ୍ଟା ଜାରି ରହିଛି । ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ସଂକ୍ରମଣ ବ୍ୟାପୁଥିବା ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଚି଼ହ୍ନଟ ଲାଗି ଏକ ଆପ୍‌ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ଷଷ୍ଠ ଶ୍ରେଣୀ ଛାତ୍ରୀ ପ୍ରତିଭା ପଲାଇ । ସେ ପୁଇଁତୋଳା ଗ୍ରାମର ପୂର୍ବତନ ଗଞ୍ଜାମ ଏନ୍‌ଏସି ଅଧ୍ୟକ୍ଷ ସ୍ବର୍ଗତ ବୃନ୍ଦାବନ ପଲାଇଙ୍କ ନାତୁଣୀ ତଥା ଭାରତୀୟ ସେନା ଓ ସାଇବର ସୁରକ୍ଷା ବିଶେଷଜ୍ଞ ଭୂପେଶ କୁମାର ପଲାଇଙ୍କ ଝିଅ । ବୈଷୟିକ ଜ୍ଞାନ କୌଶଳରେ ଏକ ନୂତନ ଆପ୍ଲିକେଶନ ପ୍ରସ୍ତୁତ କରି ନିଜ ସହର ଓ ଗାଁ ପାଇଁ ଗୌରବ ଆଣିଦେଇଛନ୍ତି। କରୋନା ଭାଇରସ୍‌ ହ୍ୟୁମାନ ଡିଟେକ୍ଟର ସିଷ୍ଟମ ନାମରେ ଆପ୍‌ ଆଧାରିତ ଡିଭାଇସ୍‌ର ପ୍ରୋଟୋଟାଇପି ଦ୍ୱାରା ଲୋକଙ୍କୁ କଣ୍ଟେନ୍‌ମେଣ୍ଟ ଜୋନ ଚି଼ହ୍ନଟ କରିବାରେ ସହାୟକ ହେବା ସହ ସଂକ୍ରମଣକୁ ରୋକା ଯାଇପାରିବ।  ଯଦି କୌଣସି ବ୍ୟକ୍ତି କୌଣସି ଜୋନରେ ପ୍ରବେଶ କରନ୍ତି, ତେବେ ଏକ ଶବ୍ଦ ସହ ଡିଭାଇସ୍‌ରେ ଥିବା ନାଲିରଙ୍ଗର ଆଲୋକ ଚମକିବ । ପ୍ରତିଭା ଏବେ ଭୁବନେଶ୍ୱରସ୍ଥିତ ବିକାଶ ଗ୍ଲୋବାଲ ସ୍କୁଲରେ ପଢୁଛନ୍ତି । ଆଗାମୀ ଦିନରେ ହସ୍ପିଟାଲ ପ୍ରତିଷ୍ଠା କରିବେ ଏବଂ ରୋବଟ ମାଧ୍ୟମରେ ତାହା ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରକାଶଯୋଗ୍ୟ, ପ୍ରତିଭା ଅଲମ୍ପିକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ୧୫ଟି ସ୍ବର୍ଣ୍ଣ ପଦକ ଓ ଦୁଇଟି ରୌପ୍ୟ ହାସଲ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri