୬ ବର୍ଷ ବିତିଲା ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହେଲାନି

ଆଳି,୨୭ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକର ଦଶିପୁର ଓ ଏକମାଣିଆ ପଞ୍ଚାୟତ ଗଠନ ହେବାର ୬ ବର୍ଷ ବିତିଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାଳୟ ନିର୍ମାଣ ହୋଇପାରୁନି। ଏହି ୨ଟି ପଞ୍ଚାୟତ ଗଠନ ହେବାର କିଛିଦିନ ମଧ୍ୟରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ୧୫ ଲକ୍ଷ ଲେଖାଏ ଟଙ୍କା ଆସିଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ଆଜି ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ମାଟି ମୁଠେ ମଧ୍ୟ ପଡିନାହିଁ। ବହୁ ବିଡିଓ ଏବଂ ତହସିଲଦାରଙ୍କ ବଦଳି ହେଉଥିବା ବେଳେ ୨ଟି ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କାଗଜକଲମରେ ଅଟକି ରହିଛି। ତହସିଲ ଜାଗା ନିରୂପଣ କଲେ କାର୍ଯ୍ୟାଳୟ ହେବ ବୋଲି ବିଡିଓ କହୁଥିବା ବେଳେ ତହସିଲ ପକ୍ଷରୁ ସ୍ଥାନ ନିରୂପଣ ହେବାରେ ତହସିଲଦାରଙ୍କ ଟାଳଟୁଳ ନୀତି ଯୋଗୁ ଏହି କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ୩୨ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନଃଗଠନ ଯୋଜନାରେ ଦଶିପୁର ଓ ଏକମାଣିଆକୁ ୨ଟି ନୂତନ ପଞ୍ଚାୟତ ଭାବେ ଘୋଷଣା କରାଯାଇଥିଲା। ଏହି ୨ଟି ପଞ୍ଚାୟତ ଗଠନ ହେବା ପୂର୍ବରୁ ଅନ୍ୟ ୨ଟି ପଞ୍ଚାୟତରେ ସଂଯୋଗ ଥିଲା। ନୂତନ ପଞ୍ଚାୟତ ହୋଇଥିବା ଦଶିପୁର ପଞ୍ଚାୟତର ଦଶିପୁର ଓ ଖରିଅଣ୍ଟା ଗ୍ରାମ ପୂର୍ବରୁ ଦେମାଳ ପଞ୍ଚାୟତରେ ସାମିଲ ଥିଲା। ଏହି ୨ଟି ଗ୍ରାମ ବିଭିନ୍ନ କାର୍ଯ୍ୟ ନିମନ୍ତେ ଦେମାଳ ପଞ୍ଚାୟତକୁ ଆସିବାକୁ ହେଲେ ଖରସ୍ରୋତା ନଦୀ ପାର ହୋଇ ଆସିବାକୁ ପଡୁଥିଲା। ଯାହାକୁ ଲକ୍ଷ୍ୟ କରି ଏହାକୁ ନୂତନ ପଞ୍ଚାୟତ ଭାବେ ଘୋଷଣା କରାଯାଇଥିଲା। ସେହିପରି ଏକମାଣିଆ, ଦକ୍ଷିଣଡ଼ିହା ଓ ନଳପାହି ଗ୍ରାମ କୋଳିଡ଼ିହ ପଞ୍ଚାୟତରେ ସଂଯୋଗ ଥିବାବେଳେ ଏହି ଗ୍ରାମକୁ ଚତୁଃପାର୍ଶ୍ୱରୁ ଖରସ୍ରୋତା ଓ ବ୍ରାହ୍ମଣୀ ନଦୀ ଘେରି ରହିଛି। ଫଳରେ ଗ୍ରାମବାସୀ ନଦୀ ପାର ହୋଇ ଭତ୍ତା ନେବାଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ନିମନ୍ତେ ହଇଣାଣ ହେବାକୁ ପଡୁଥିଲା। ଫଳରେ ଏକମାଣିଆ, ଦକ୍ଷିଣଡ଼ିହା ଓ ନଳପାହି ଗ୍ରାମକୁ ଏକମାଣିଆ ପଞ୍ଚାୟତ ଭାବେ ଘୋଷଣା କରାଗଲା। ଦଶିପୁର ପଞ୍ଚାୟତର ନିଜସ୍ବ କାର୍ଯ୍ୟାଳୟ ନ ଥିବାରୁ ପ୍ରଥମେ ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ା ନେଇ କାମ କରୁଥିବା ବେଳେ କିଛିଦିନ ହେବ ଦଶିପୁର ହାଇସ୍କୁଲ ନିକଟରେ ଏକ ଅସ୍ଥାୟୀ ଗୃହକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କାର୍ଯ୍ୟାଳୟ ଚାଲୁ ରହିଛି। ଏକମାଣିଆ ପଞ୍ଚାୟତ କାର୍ଯ୍ୟାଳୟ ବାତ୍ୟା ଆଶ୍ରୟସ୍ଥଳ ପରିସରରେ ଚାଲିଛି। ଏ ନେଇ ବିଡିଓ ଦ୍ୱିବେନ୍ଦୁ ଦାସଙ୍କୁ ପଚାରିବାରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଅର୍ଥ ଆସିଛି। କିନ୍ତୁ ତହସିଲ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ବିଳମ୍ବ ହେବାରୁ କାର୍ଯ୍ୟାଳୟ ନିମଁାଣରେ ବିଳମ୍ବ ଘଟୁଛି ବୋଲି ସେ କହିଛନ୍ତି। ଏ ନେଇ ଆଳି ତହସିଲଦାର ଦେବୀ ପ୍ରସାଦ ଆଚାର୍ଯ୍ୟଙ୍କୁ ପଚାରିବାରେ ଉଭୟ ପଞ୍ଚାୟତର କାର୍ଯ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ଥିବା ସ୍ଥାନର ଫାଇଲ ପ୍ରୋସେସିଂ ହୋଇ ଉପ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। ସେଠାରୁ ନିର୍ଦ୍ଦେଶ ଆସିବା ପରେ ଯାହା କିଛି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

୧୩୭ ଅଭିଯୋଗ ଶୁଣିଲେ ଅଧିକାରୀ: ଖୁବଶୀଘ୍ର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସଭାଗୃହ ପରିସରରେ ସୋମବାର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri