୬ ବର୍ଷ ବିତିଲା ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହେଲାନି

ଆଳି,୨୭ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକର ଦଶିପୁର ଓ ଏକମାଣିଆ ପଞ୍ଚାୟତ ଗଠନ ହେବାର ୬ ବର୍ଷ ବିତିଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାଳୟ ନିର୍ମାଣ ହୋଇପାରୁନି। ଏହି ୨ଟି ପଞ୍ଚାୟତ ଗଠନ ହେବାର କିଛିଦିନ ମଧ୍ୟରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ୧୫ ଲକ୍ଷ ଲେଖାଏ ଟଙ୍କା ଆସିଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ଆଜି ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ମାଟି ମୁଠେ ମଧ୍ୟ ପଡିନାହିଁ। ବହୁ ବିଡିଓ ଏବଂ ତହସିଲଦାରଙ୍କ ବଦଳି ହେଉଥିବା ବେଳେ ୨ଟି ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କାଗଜକଲମରେ ଅଟକି ରହିଛି। ତହସିଲ ଜାଗା ନିରୂପଣ କଲେ କାର୍ଯ୍ୟାଳୟ ହେବ ବୋଲି ବିଡିଓ କହୁଥିବା ବେଳେ ତହସିଲ ପକ୍ଷରୁ ସ୍ଥାନ ନିରୂପଣ ହେବାରେ ତହସିଲଦାରଙ୍କ ଟାଳଟୁଳ ନୀତି ଯୋଗୁ ଏହି କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ୩୨ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନଃଗଠନ ଯୋଜନାରେ ଦଶିପୁର ଓ ଏକମାଣିଆକୁ ୨ଟି ନୂତନ ପଞ୍ଚାୟତ ଭାବେ ଘୋଷଣା କରାଯାଇଥିଲା। ଏହି ୨ଟି ପଞ୍ଚାୟତ ଗଠନ ହେବା ପୂର୍ବରୁ ଅନ୍ୟ ୨ଟି ପଞ୍ଚାୟତରେ ସଂଯୋଗ ଥିଲା। ନୂତନ ପଞ୍ଚାୟତ ହୋଇଥିବା ଦଶିପୁର ପଞ୍ଚାୟତର ଦଶିପୁର ଓ ଖରିଅଣ୍ଟା ଗ୍ରାମ ପୂର୍ବରୁ ଦେମାଳ ପଞ୍ଚାୟତରେ ସାମିଲ ଥିଲା। ଏହି ୨ଟି ଗ୍ରାମ ବିଭିନ୍ନ କାର୍ଯ୍ୟ ନିମନ୍ତେ ଦେମାଳ ପଞ୍ଚାୟତକୁ ଆସିବାକୁ ହେଲେ ଖରସ୍ରୋତା ନଦୀ ପାର ହୋଇ ଆସିବାକୁ ପଡୁଥିଲା। ଯାହାକୁ ଲକ୍ଷ୍ୟ କରି ଏହାକୁ ନୂତନ ପଞ୍ଚାୟତ ଭାବେ ଘୋଷଣା କରାଯାଇଥିଲା। ସେହିପରି ଏକମାଣିଆ, ଦକ୍ଷିଣଡ଼ିହା ଓ ନଳପାହି ଗ୍ରାମ କୋଳିଡ଼ିହ ପଞ୍ଚାୟତରେ ସଂଯୋଗ ଥିବାବେଳେ ଏହି ଗ୍ରାମକୁ ଚତୁଃପାର୍ଶ୍ୱରୁ ଖରସ୍ରୋତା ଓ ବ୍ରାହ୍ମଣୀ ନଦୀ ଘେରି ରହିଛି। ଫଳରେ ଗ୍ରାମବାସୀ ନଦୀ ପାର ହୋଇ ଭତ୍ତା ନେବାଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ନିମନ୍ତେ ହଇଣାଣ ହେବାକୁ ପଡୁଥିଲା। ଫଳରେ ଏକମାଣିଆ, ଦକ୍ଷିଣଡ଼ିହା ଓ ନଳପାହି ଗ୍ରାମକୁ ଏକମାଣିଆ ପଞ୍ଚାୟତ ଭାବେ ଘୋଷଣା କରାଗଲା। ଦଶିପୁର ପଞ୍ଚାୟତର ନିଜସ୍ବ କାର୍ଯ୍ୟାଳୟ ନ ଥିବାରୁ ପ୍ରଥମେ ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ା ନେଇ କାମ କରୁଥିବା ବେଳେ କିଛିଦିନ ହେବ ଦଶିପୁର ହାଇସ୍କୁଲ ନିକଟରେ ଏକ ଅସ୍ଥାୟୀ ଗୃହକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କାର୍ଯ୍ୟାଳୟ ଚାଲୁ ରହିଛି। ଏକମାଣିଆ ପଞ୍ଚାୟତ କାର୍ଯ୍ୟାଳୟ ବାତ୍ୟା ଆଶ୍ରୟସ୍ଥଳ ପରିସରରେ ଚାଲିଛି। ଏ ନେଇ ବିଡିଓ ଦ୍ୱିବେନ୍ଦୁ ଦାସଙ୍କୁ ପଚାରିବାରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଅର୍ଥ ଆସିଛି। କିନ୍ତୁ ତହସିଲ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ବିଳମ୍ବ ହେବାରୁ କାର୍ଯ୍ୟାଳୟ ନିମଁାଣରେ ବିଳମ୍ବ ଘଟୁଛି ବୋଲି ସେ କହିଛନ୍ତି। ଏ ନେଇ ଆଳି ତହସିଲଦାର ଦେବୀ ପ୍ରସାଦ ଆଚାର୍ଯ୍ୟଙ୍କୁ ପଚାରିବାରେ ଉଭୟ ପଞ୍ଚାୟତର କାର୍ଯ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ଥିବା ସ୍ଥାନର ଫାଇଲ ପ୍ରୋସେସିଂ ହୋଇ ଉପ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। ସେଠାରୁ ନିର୍ଦ୍ଦେଶ ଆସିବା ପରେ ଯାହା କିଛି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?