ଇଞ୍ଜିନିୟରିଂ ଛାତ୍ର ସମେତ ୬ ଅଭିଯୁକ୍ତ ଗିରଫ

ରାୟଗଡ଼ା(ସ୍ବ.ପ୍ର./ରାୟଗଡ଼ା ଅଫିସ),୧୧ା୨: ରାୟଗଡ଼ା ସହରରେ ଚୋରି, ଲୁଟ୍‌, ଡକାୟତି ବଢ଼ୁଥିବାବେଳେ ପୋଲିସ ପାଇଁ ଚାଲେଞ୍ଜ ହୋଇଛି। ଟାଉନ ଥାନା ପୋଲିସ ଏହାର ତଦନ୍ତ କରି ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କଲ୍ୟାଣସିଂହପୁର ଥାନା ଅଡାବାଡି ଗ୍ରାମର ଯୁଧିଷ୍ଟିର କୌଶଲ୍ୟା, କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ମଣ୍ଡଳଗୁଡ଼ା ଗ୍ରାମର ସୁଦର୍ଶନ କନ୍ଧପାଣି ଓ କାଶୀପୁରର ଶଙ୍କର ନାଏକ। ସୁଦର୍ଶନ ଜଣେ ଇଞ୍ଜିନିୟରିଂ ଛାତ୍ର ବୋଲି ସୂଚନା ମିଳିଛି। ସେହିଭଳି ସୁନା କିଣିଥିବା ୩ ବ୍ୟକ୍ତି ହେଲେ କୋରାପୁଟ ସହର ଟିକରା ସାହିର ମଧୁ ଖରା, ରାୟଗଡ଼ା ସହର ପାଇକ ସାହିର ବାନ୍ଧି ଶଙ୍କର ରାଓ ଏବଂ ଆନ୍ଧ୍ର ପ୍ରଦେଶ ରାଜ୍ୟ ମକୁଭା ଗ୍ରାମର ପି. ସୁର୍ଯ୍ୟ ନାରାୟଣ। ସେମାନଙ୍କ ନିକଟରୁ ୪୯ ଗ୍ରାମ ସୁନା, ୪୮, ୫୦୦ ଟଙ୍କା, ଦୁଇ ବାଇକ୍‌, ୫ମୋବାଇଲ ଫୋନ୍‌ ଜବତ କରାଯାଇଛି। ଗିରଫଙ୍କ ମଧ୍ୟରେ ଲୁଟେରା ଏବଂ ଚୋରି ସୁନା, ରୁପା କିଣିଥିବା ବ୍ୟକ୍ତି ରହିଛନ୍ତି। ଅଭିଯୁକ୍ତମାନେ ବିଭିନ୍ନ ଲୁଟ୍‌ ମାମଲାରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି।
ଫେବୃୟାରୀ ୧ରେ ସ୍ଥାନୀୟ ଟ୍ରେଜେରୀ ରୋଡ୍‌ରେ ସଞ୍ଜୁକ୍ତା ବକ୍ସିପାତ୍ର ମାମ୍ନୀ ମହିଳାଙ୍କୁ ଆକ୍ରମଣ କରି ତାଙ୍କ ବେକରୁ ୩୭ ଗ୍ରାମ ଓଜନର ସୁନାଚେନ୍‌ ଲୁଟି ନେଇଥିଲେ। ସୋମବାର ସ୍ଥାନୀୟ ଇନ୍ଦିରା ନଗରରେ ଜଣେ ମହିଳା ତାଙ୍ଗୁଡୁ ରମାମଣି ନିଜ ଭଉଣୀଙକ ଦୋକାନରେ ବସିଥିବା ସମୟରେ ତାଙ୍କୁ ଆକ୍ରମଣ କରି ପ୍ରାୟ ୭୦ ଗ୍ରାମ ଓଜନର ସୁନାଚେନ୍‌ ଲୁଟି ନେଇଥିଲେ। ସେହିଭଳି ୨୦୨୨ ଜୁଲାଇ ୧୬ରେ ପି. ଗୌରୀ ନାମ୍ନୀ ମହିଳାଙ୍କୁ ଆକ୍ରମଣ କରି ପ୍ରାୟ ୩୦ ଗ୍ରାମ୍‌ ଓଜନର ସୁନାଚେନ୍‌ ଲୁଟ କରିଥିଲେ। ଏହି ୩ ଘଟଣାରେ ଯୁଧିଷ୍ଟିର, ସୁଦର୍ଶନ ଓ ଶଙ୍କରଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଥିଲା। ଦୁର୍ବୃତ୍ତମାନେ ସୁନାଚେନ୍‌ ଲୁଟ୍‌ କରି ଆନ୍ଧ୍ର ପ୍ରଦେଶରେ ବିକ୍ରି କରୁଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିବା ସୂଚନା ମିଳିଛି। ୩ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ହେଲେ ସଫଳତା ପାଇ ନ ଥିଲା। ଗୁରୁବାର ରାତିରେ ୩ ପୋଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସମସ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ଗିରଫଙ୍କ ସୂଚନାକୁ ଭିତ୍ତିକରି ପୋଲିସ ସୁନା କିଣିଥିବା ବ୍ୟକ୍ତିଙ୍କୁ ଧରିବା ସହ ଚୋରି ସୁନା ଜବତ କରିଥିଲା। ଜବତ ହୋଇଥିବା ସୁନା ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ହସ୍ତାନ୍ତର କରାଯାଇଛି। ଏସ୍‌ଆଇ ବିକାଶ ପଟେଲ, ସଞ୍ଜୟ କୁମାର ଛତର ଓ କ୍ଷୀରସିନ୍ଧୁ ସାହୁଙ୍କ ନେତୃତ୍ୱରେ ଗଠିତ ୩ଟିମ୍‌ ଲୁଟେରାଙ୍କୁ ଧରିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ଆଣି ପୋଲିସ ଅଧିକ ତଦନ୍ତ କରିବ ବୋଲି ଆଇଆଇସି ରଶ୍ମିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଉକ୍ତ ଘଟଣାକୁ ନେଇ ପୋଲିସ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନିରେ ଡିଏସ୍‌ପି ସୁଦାମ ମଲ୍ଲିକ ଓ ଆଇଆଇସି ରଶ୍ମିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ତେବେ ଅନ୍ୟ ଲୁଟ୍‌ ଘଟଣାରେ ପୋଲିସକୁ ଏ ପର୍ଯ୍ୟନ୍ତ ସଫଳତା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri