ଲକ୍ଷ୍ମଣ ରେଖା ଟପିଲେ ସ୍ଥିତି ହେବ ଭୟଙ୍କର, ପାକିସ୍ତାନ-ତାଲିବାନକୁ ଇରାନର ଚେତାବନୀ…

ତେହରାନ,୬।୯: ପଞ୍ଜଶିରରେ ପାକିସ୍ତାନ ସହାୟତାରେ ତାଲିବାନ ପକ୍ଷରୁ ନରସଂହାର ଜାରି ରହିଛି। ଏହାକୁ ନେଇ ଇରାନ ମୁହଁ ଖୋଲିଛି। ଇରାନ କହିଛି ଲକ୍ଷ୍ମଣ ରେଖା ଟପିଲେ ସ୍ଥିତି ଭୟଙ୍କର ହେବ। ଇରାନ କହିଛି ଯେ ପଞ୍ଜଶିରରେ ପାକିସ୍ତାନର ହସ୍ତକ୍ଷେପ ସମ୍ପର୍କରେ ଯାଞ୍ଚ କରାଯାଉଛିି। ରବିବାର ରାତିରେ ପାକିସ୍ତାନ ବାୟୁସେନା ପକ୍ଷରୁ ହୋଇଥିବା ଆକ୍ରମଣକୁ କଡ଼ା ଶବ୍ଦରେ ଇରାନ ନିନ୍ଦା କରିଛି।

ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ସୟଦ ଖତିବ ଜାଦେହ କହିଛନ୍ତି ଆଫଗାନିସ୍ତାନର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ପାକିସ୍ତାନର ହସ୍ତକ୍ଷେପ ଉଚିତ ନୁହେଁ। ଆଫଗାନିସ୍ତାନ ସମସ୍ୟାର ଏକମାତ୍ର ସମାଧାନ ହେଉଛି ଆଭ୍ୟନ୍ତରୀଣ ବୁଝାମଣା। ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ଦାୟିତ୍ୱବୋଧକୁ ପାକିସ୍ତାନ ସମେତ ଅନ୍ୟ ଦେଶ ବିଚାର କରାଯିବା ଆବଶ୍ୟକ ବୋଲିି ସେ କହିଛନ୍ତି।

ପଞ୍ଜଶିର ବିଦ୍ରୋହୀମାନେ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନୀ ସୈନ୍ୟମାନେ ତାଲିବାନକୁ ବିଜୟରେ ସହାୟତା ଯୋଗାଇ ଦେଇଛନ୍ତି। କେବଳ ଏତିକି ନୁହେଁ ତାଲିବାନ ପାକିସ୍ତାନ ସହାୟତାରେ ନରସଂହାର ଘଟାଇଥିବା ଅଭିଯୋଗ ମଧ୍ୟ ହୋଇଛି।

ତାଲିବାନ-ପାକିସ୍ତାନୀ ଆକ୍ରମଣ ଯୋଗୁ ବିଦ୍ରୋହୀ ନେତା ଅହମ୍ମଦ ମାସୁଦଙ୍କ ପାଇଁ ଅସୁୂବିଧା ସୃଷ୍ଟି ହୋଇଛି। ତାଙ୍କ ପ୍ରବକ୍ତା ଫହିମ ଦସ୍ତି ଏବଂ ବରିଷ୍ଠ କମାଣ୍ଡର ଜେନେରାଲ ସାହିବ ଅବଦୁଲ ୱଦୁଦ ଝୋରଙ୍କୁ ହତ୍ୟା କରାଯାଇଛି। ମାସୁଦ ଏକ ସୁରକ୍ଷିତ ସ୍ଥାନକୁ ଯିବା ପରେ ତାଲିବାନ ସୋମବାର ସକାଳେ ଦାବି କରିଛି ଯେ ସେମାନେ ପଞ୍ଜଶିରଙ୍କୁ ସମ୍ପୂର୍ଣ୍ଣ ଭାବେ କାବୁ କରିଛନ୍ତି।

ମାସୁଦଙ୍କ ଟୁଇଟର ହ୍ୟାଣ୍ଡେଲରୁ ଏକ ଟୁଇଟରେ ପାକିସ୍ତାନ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ମାସୁଦ କହିଛନ୍ତି ଯେ ତାଲିବାନ ଆମ ସହ ଯୁଦ୍ଧ କରୁନାହିଁ କିନ୍ତୁ ପାକିସ୍ତାନୀ ସେନା ଏବଂ ଆଇଏସଆଇ ହିଁ ସେମାନଙ୍କୁ ଆଗେଇ ନେଉଛି। ତାଲିବାନ ଆମ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯଥେଷ୍ଟ ଶକ୍ତିଶାଳୀ ନୁହେଁ କିନ୍ତୁ ପାକିସ୍ତାନୀ ସେନା ସେମାନଙ୍କୁ ସହଯୋଗ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଇଓ୍ବାନ୍‌କୁ ସୁରକ୍ଷା ଦେବ ଆମେରିକା ସେନା

ଓ୍ବାଶିଂଟନ୍‌/ବେଜିଂ,୨୦।୯: ତାଇଓ୍ବାନ୍‌ ପ୍ରସଙ୍ଗରେ ଆମେରିକା-ଚାଇନା ସମ୍ପର୍କ ବିଗିଡ଼ିବାରେ ଲାଗିଛି। ଓ୍ବାନ୍‌ ଚାଇନା ପଲିସିକୁ ମାନୁଥିବା ଆମେରିକା ଚାଇନା-ତାଇଓ୍ବାନ ପ୍ରସଙ୍ଗରେ ଆଭିମୁଖ୍ୟ ବଦଳାଉଥିବା ଦେଖିବାକୁ ମିଳୁଛି। ଗତ...

ଓସ୍କାରରେ ଭାରତର ପ୍ରତିନିଧିତ୍ୱ କରିବ ‘କୁଝାଙ୍ଗଲ’

ନୂଆଦିଲ୍ଲୀ,୨୩।୧୦: ୨୦୨୨ ଏକାଡେମୀ ପୁରସ୍କାରରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ପାଇଁ ତାମିଲ ଫିଲ୍ମ ‘କୁଝାଙ୍ଗଲ’କୁ ବଛାଯାଇଛି। ଏ ନେଇ ଫିଲ୍ମର ନିର୍ମାତା ଟୁଇଟ୍‌ କରି...

କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ଡବ୍ଳୁଏଚ୍‌ଓ ମୁଖ୍ୟ, ଟୁଇଟ୍‌ କରି ଦେଲେ ସ୍ବାସ୍ଥ୍ୟ ସୂଚନା

ଜେନିଭା,୨।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଳୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ ଆଧାନୋମ ଗ୍ରେବେସିୟସ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ଏବେ କ୍ୱାରାଣ୍ଟାଇନରେ ଥିବା ଟୁଇଟ୍‌...

ବିଦେଶ ଯିବାକୁ ଶରିଫଙ୍କୁ ମିଳିଲା ଅନୁମତି

ଲାହୋର,୧୭।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଚିକିତ୍ସା ଲାଗି ବିଦେଶ ଯିବାକୁ ଲାହୋର ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟ ତାଙ୍କୁ ୪ ସପ୍ତାହ...

ପାକିସ୍ତାନକୁ ଚେତାବନୀ ଦେଲେ ତାଲିବାନ ନେତା

କାବୁଲ,୩।୧:ତାଲିବାନ ନେତା ଅହମ୍ମଦ ୟାସିର ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧର ଏକ ଫଟୋ ଶେୟାର କରି ପାକିସ୍ତାନକୁ ଚିନ୍ତାରେ ପକାଇଛନ୍ତି।...

ପାକିସ୍ତାନ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ:ମୁଶରଫଙ୍କ ମୃତଦେହ ଆଣି ୩ ଦିନ ଝୁଲାଅ

ଇସ୍‌ଲାମାବାଦ, ୨୦।୧୨:ପାକିସ୍ତାନର ପୂର୍ବତନ ସାମରିକ ଶାସକ ପର୍‌ଭେଜ ମୁଶରଫଙ୍କୁ ଦେଶଦ୍ରୋହ ମାମଲାରେ ସ୍ବତନ୍ତ୍ର ଅଦାଲତ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ଫାଶୀ ପାଇବା ପୂର୍ବରୁ ଯଦି ତାଙ୍କର ମୃତ୍ୟୁ ଘଟେ...

ୟୁକ୍ରେନ୍‌ ସଙ୍କଟ: କ୍ୱିଭ୍‌ରୁ ଉଠିଲା କର୍ଫ୍ୟୁ

କ୍ୱିଭ୍‌,୨୮।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ୟୁକ୍ରେନ ସରକାର ରାଜଧାନୀ କ୍ୱିଭ୍‌ରୁ ସପ୍ତାହାନ୍ତ କର୍ଫ୍ୟୁ...

ଆଫ୍ରିକୀୟ ୟୁନିଅନ ଇସ୍ରାଏଲର ପର୍ଯ୍ୟବେକ୍ଷକ ମାନ୍ୟତାକୁ ରଦ୍ଦ କଲା…

ଆଦିସ ଆବା,୨୦।୨ : ଆଫ୍ରିକୀୟ ୟୁନିଅନ ଇସ୍ରାଏଲର ପର୍ଯ୍ୟବେକ୍ଷକ ମାନ୍ୟତା ରଦ୍ଦ କରିଛି। ଯାହା ପରେ ଇସ୍ରାଏଲକୁ ଆଫ୍ରିକୀୟ ୟୁନିଅନ ବୈଠକକୁ ନିମନ୍ତ୍ରଣ କରାଯାଇ ନାହିଁ।...

Advertisement
Archives

Model This Week