ସ୍ଥିତି ଅଣାୟତ୍ତ, ୯୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୬।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବା ସହ ବିପଦ ପୁଣି ଘନେଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୯୦ ହଜାର ୯୨୮ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏପରି ଧାରା ଜାରି ରହିଲେ ଗୋଟିଏ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ଦେଢ଼ଲକ୍ଷରେ ପହଞ୍ଚିବାର ଆଶଙ୍କା ସୃଷ୍ଟି ହୋଇଛି।

ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୩୨୫ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ୧୯ ହଜାର ୨୦୬ ଜଣ ସୁସ୍ଥ ହୋଇଛନ୍ତି।

ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର କମି ୯୭.୮୧ ପ୍ରତିଶତରେ ପହଞ୍ଚିଛି। ଅପରପକ୍ଷରେ ସକ୍ରିୟ ମାମଲା ୨ ଲକ୍ଷ ୮୫ ହଜାର ୪୦୧ ରେ ରହିଛି। ସାପ୍ତାହିକ ପଜିଟିଭ୍‌ ହାର ୨.୦୫ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୬.୪୩ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୮୨ ହଜାର ୮୭୬ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୮ ପ୍ରତିଶତ ରହିଛି।

ବର୍ତ୍ତମାନ ସୁଦ୍ଧା ୧୪୮ କୋଟି ୬୭ ଲକ୍ଷରୁ ଅଧିକ ଜଣଙ୍କୁ ଟିକାଦାନ ସରିଛି। ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୩ ଲକ୍ଷ ୪୧ ହଜାର ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମୃତ୍ୟୁ ସଂଖ୍ୟା ପୁଣି ବଢୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ଛାଡିଲେ ସରକାରୀ ସୁରକ୍ଷା, ୧୬ ସୁରକ୍ଷାକର୍ମୀ, ୩ଟି ଗାଡ଼ି ଫେରାଇ ଦେଲେ

ରାଞ୍ଚି,୩।୭: ଅର୍ଥମନ୍ତ୍ରୀ ରାଧା କୃଷ୍ଣ କିଶୋର ତାଙ୍କ ଆବଶ୍ୟକତାକୁ ଅଣଦେଖା କରିବା ପାଇଁ ପୋଲିସ ମୁଖ୍ୟାଳୟ ଉପରେ ଅସନ୍ତୁଷ୍ଟ। ଯଦିଓ ସେ ସ୍ପଷ୍ଟ ଭାବରେ ତାଙ୍କର ଅଭିଯୋଗ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

ପିଲାଦିନର ବନ୍ଧୁଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ବାଚସ୍ପତି: ପରିବାର ଲୋକଙ୍କୁ ଭେଟି କହିଲେ…

ନୂଆଦିଲ୍ଲୀ,୩।୭: କୋଟା-ବୁନ୍ଦିର ଏମ୍‌ପି ତଥା ଲୋକ ସଭା ବାଚସ୍ପତି ଓମ ବିର୍ଲା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ…

ପ୍ରଧାନମନ୍ତ୍ରୀ ମୋଦି ଅମରନାଥ ଯାତ୍ରୀଙ୍କୁ ଲେଖିଲେ ଚିଠି, ୫ ପ୍ରତିଜ୍ଞା ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ,୩।୭: ଶୁକ୍ରବାର ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ଦଳରେ ଶହ ଶହ ତୀର୍ଥଯାତ୍ରୀ ‘ବାବା ବର୍ଫାନୀ’ଙ୍କ ଆଶୀର୍ବାଦ ନେବାକୁ ବାହାରିଛନ୍ତି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ମୋଦି…

EPF ଖାତାଧାରୀଙ୍କ ପାଇଁ ବଡ଼ ଖବର! ୧୮୦୦ରୁ ଅଧିକ ଜମା ଆଉ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ,୩।୭: ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ନୂତନ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଯୋଜନା-୨୦୨୬ ଅଧୀନରେ ୧୫,୦୦୦ ମାସିକ ମଜୁରୀ ସୀମା ଅତିକ୍ରମ କରିବାକୁ ସ୍ୱେଚ୍ଛାକୃତ କରିଛି।…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ ଘାଇକୁ ଖସିଲା ବସ୍, ୪୦ମୃତ

ଇସଲାମବାଦ୍,୩ା୭: ଶୁକ୍ରବାର ସକାଳେ ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଭାଗରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri