ଓଟ ପିଠିରେ ବସି ପ୍ରଚାର

ବାରିପଦା ଅଫିସ,୧୨ା୨: କରୋନା କଟକଣାକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକାଧିକ ଲୋକଙ୍କୁ ନେଇ ସଭାସମିତି ଓ ରାଲିକୁ ବାରଣ କରାଯାଇଛି। ଫଳରେ ପ୍ରାର୍ଥୀମାନେ ନିର୍ବାଚନୀ ପ୍ରଚାର ପାଇଁ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି। ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଧୀନ କେଉଟୁଣୀମାରୀ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଜୁନ ହାଁସଦା ନିଜ ନିର୍ବାଚନୀ ଚିହ୍ନ ଲଙ୍ଗଳକୁ କାନ୍ଧେଇ ଓଟ ପିଠିରେ ବସି ଗଁାକୁ ଗଁା ବୁଲି ପ୍ରଚାର କରୁଛନ୍ତି। ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ଓଟ ଉପରେ ଦେଖିବା ପାଇଁ ଭିଡ଼ ଜମାଉଛନ୍ତି। ୧୮ଟି ରାଜସ୍ବ ଗ୍ରାମର ୧୩ ୱାର୍ଡକୁ ନେଇ ଗଠିତ କେଉଟୁଣୀମାରୀ ପଞ୍ଚାୟତର ମୋଟ ଭୋଟରଙ୍କ ସଂଖ୍ୟା ୬ହଜାର ୪୧୦। ଏଥର ଏଠାରୁ ୧୬ଜଣ ସରପଞ୍ଚ ଓ ୪ଜଣ ସମିତିସଭ୍ୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପଞ୍ଚାୟତର ଭୋଟରମାନେ ଉପଯୁକ୍ତ ପ୍ରାର୍ଥୀ ଖୋଜୁଥିବା ବେଳେ ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳକୁ ନେଇ ବିଭିନ୍ନ ଦାବି ଉପସ୍ଥାପନ କରୁଛନ୍ତି। ପ୍ରାର୍ଥୀମାନେ ସମସ୍ତ ସମସ୍ୟାର ସମାଧାନ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଉଛନ୍ତି। ତେବେ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ସମାଜସେବାରେ ଦୀର୍ଘ ୧୫ବର୍ଷ ଧରି ନିୟୋଜିତ ଥିବା ବାଜୁନଙ୍କୁ ଭୋଟରମାନେ ନିଶ୍ଚୟ ଚୟନ କରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ପୋଲ: ୨ ଥର ଶିଳାନ୍ୟାସ

ଲଙ୍ଗଳେଶ୍ୱର,୫।୧୨(କମଳାକାନ୍ତ ଦାସ): ଗୋଟିଏ ପୋଲକୁ ଦୁଇଥର ଶିଳାନ୍ୟାସ। ସକାଳେ ବିଧାୟକ ଏବଂ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହି ଗୋଟିଏ ଜାଗାରେ ଫଳକ ଶିଳାନ୍ୟାସ କରିଥିବା ବେଳେ...

ଜାଲ୍‌ ତଥ୍ୟ ଦେଇ ଆବାସ ହାତେଇଥିଲେ ନାଏବ ସରପଞ୍ଚ

ରସୁଲପୁର,୫ା୧୨(ରଞ୍ଜତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତର ନାଏବ ସରପଞ୍ଚ ତିଳୋତ୍ତମା ନାୟକ...

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ...

ବସ୍‌ରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୫।୧୨(ସୂର୍ଯ୍ୟକାନ୍ତ ବେହେରା):ବସ୍‌ରେ ଆସି ଭୁବନେଶ୍ୱରର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ ଚୋରି କରି ଚମ୍ପଟ ମାରୁଥିବା ଏକ ୩ଜଣିଆ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୋଲିସ ଧରିଛି।...

ବିନା ବ୍ରେକ୍‌ରେ ୪୮ଘଣ୍ଟା ନାଟକ ପ୍ରଦର୍ଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ):ବିନା ବ୍ରେକ୍‌ରେ ଲଗାତର ୪୮ ଘଣ୍ଟାରୁ ଅଧିକ ସମୟ ନାଟକ ପରିବେଷଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ନାଟ୍ୟ ସଂସ୍ଥା ମିରର ଥିଏଟର।...

ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ

ଭୁବନେଶ୍ୱର,୫।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆସିବ ୨-ଡି ଓଡ଼ିଆ ଆନିମେଶନ ସିରିଜ। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ ବିଶେଷ...

ବ୍ୟାଙ୍କିଙ୍ଗ୍‌ ଠକେଇ ରୋକିବ ‘ରାପିଡ୍‌ ଆଲର୍ଟ ସିଷ୍ଟମ’

ଭୁବନେଶ୍ୱର,୫।୧୨(ଅନୁରାଧା ମହାରଣା):ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବୃଦ୍ଧି ସହିତ ବ୍ୟାଙ୍କିଙ୍ଗ ଠକେଇ ଘଟଣା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେବେ ଏପରି ଠକେଇ ମାମଲାକୁ ନିୟନ୍ତ୍ରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri