୧୬ ଟୁଇଟ୍‌ରେ ସୀତାରାମନଙ୍କ ଉତ୍ତର

ନୂଆଦିଲ୍ଲୀ: କୋଭିଡ୍‌-୧୯ ଭାକ୍ସିନ ଏବଂ ଏଥି ସଂକ୍ରାନ୍ତ ବିଭିନ୍ନ ଔଷଧ ଉପରେ ଲାଗୁଥିବା ଟିକସକୁ ନେଇ ଗତ କିଛିଦିନ ହେବ ବେଶ୍‌ ଆଲୋଚନା ଜାରି ରହିଛି। କରୋନା ସଙ୍କଟ ସମୟରେ ଭାକ୍ସିନ ଉପରେ ଟିକସ ହ୍ରାସ ହେଉ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। ଏହି ପ୍ରସଙ୍ଗ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ସ୍ପଷ୍ଟୀକରଣ ଦେଇଛନ୍ତି। ମମତା ବାନାର୍ଜୀଙ୍କ ପ୍ରଶ୍ନର ଉତ୍ତରକୁ ସୀତାରାମନ ୧୬ ଟୁଇଟ ଜରିଆରେ ଦେଇଛନ୍ତି। ସେ ସ୍ପଷ୍ଟଭାବେ କହିଛନ୍ତି, କୋଭିଡ ଭାକ୍ସିନ ଉପରେ ନୂ୍ୟନତମ ୫% ଏବଂ ଅକ୍ସିଜେନ କନ୍‌ସେନଟ୍ରେଟର ଏବଂ ଔଷଧ ଉପରେ ୧୨% ଟିକସ ଜରୁରୀ। ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ଏହି ସାମଗ୍ରୀଗୁଡ଼ିକର ଦାମ କମ୍‌ ରଖିବାରେ ସହାୟକ ହେଉଛି।
ସୀତାରାମନ ପୁଣି କହିଛନ୍ତି, ଭାକ୍ସିନ ଏବଂ ଔଷଧ ଉପରେ ସାମାନ୍ୟ ଟିକସ ଯୋଗୁ କମ୍ପାନୀଗୁଡ଼ିକୁ ଇନ୍‌ପୁଟ ଟାକ୍ସ କ୍ରେଡିଟ ମିଳୁଛି। ଏହା ଦ୍ୱାରା ଦାମ୍‌ କମ୍‌ ରଖିବାରେ ସହାୟକ ହେଉଛି। ଏଭଳି ମେଡିସିନ ଏବଂ ଜୀବନରକ୍ଷାକାରୀ ଉପକରଣ ଉପରେ ସରକାର ଯଦି ସମ୍ପୂର୍ଣ୍ଣ ଟିକସ ଉଠାଇ ଦିଅନ୍ତି କମ୍ପାନୀଗୁଡ଼ିକ ସେମାନଙ୍କ ପ୍ରଡକ୍ଟ ପ୍ରସ୍ତୁତି ଲାଗି ବ୍ୟବହାର ହେଉଥିବା କଞ୍ଚାମାଲ ଏବଂ ଅନ୍ୟ ସାମଗ୍ରୀ ଉପରେ ପ୍ରଦାନ କରୁଥିବା ଜିଏସ୍‌ଟିରେ ଇନ୍‌ପୁଟ ଟାକ୍ସ କ୍ରେଡିଟ ଲାଭ ଉଠାଇପାରିବେ ନାହିଁ। କମ୍ପାନୀଗୁଡ଼ିକ କଞ୍ଚାମାଲ ଉପରେ ଦେଉଥିବା ଟିକସ ବୋଝ ଲୋକଙ୍କ ଉପରେ ସିଧାସଳଖ ଲଦିଦେବେ। ଫଳରେ ମେଡିସିନ ଦାମ୍‌ ମହଙ୍ଗା ହୋଇଯିବ ବୋଲି ସୀତାରାମନ ମତ ପ୍ରକାଶ କରିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି ଯେ, କୋଭିଡ୍‌-୧୯ ମେଡିସିନ ଆମଦାନୀ ଉପରେ ପୂର୍ବରୁ ଟିକସ ହ୍ରାସ କରାଯାଇଛି। ଏ ସଂକ୍ରାନ୍ତ ଔଷଧୀୟ ସଂକ୍ରାନ୍ତ ସାମଗ୍ରୀ ଉପରେ ଲାଗୁଥିବା ସମନ୍ବିତ ସାମଗ୍ରୀ ଓ ସେବା ଟିକସ(ଆଇଜିଏସ୍‌ଟି)ର ପ୍ରାୟ ୭୦% ରାଜ୍ୟଗୁଡିକୁ ମିଳୁଛି। ମମତା ବାନାର୍ଜୀ ଟିକସ କମାଇବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବେଳେ ଏହି ସମୟରେ ଅର୍ଥମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟା ଆସିଛି। କରୋନା ମେଡିସିନ ଏବଂ ଉପକରଣ ଆମଦାନୀ ଉପରେ ଟିକସ କମାଇବା ଉପରେ ଚିଠିରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri