ବଡ଼ବାପାଙ୍କ ଶୁଦ୍ଧିକ୍ରିୟାରେ ଅଘଟଣ: ମଝିଆ ଭଉଣୀଙ୍କୁ ଛୁରି ଭୂଷି ହତ୍ୟା କଲେ ଭଉଣୀଭାଇ

କୁଚିଣ୍ଡା,୧୮ା୫(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ମଝାପଡା ଗୁଣ୍ଡିଚାମନ୍ଦିର ସମ୍ମୁଖରେ ବଡ଼ ବାପାଙ୍କ ଶୁଦ୍ଧିକ୍ରିୟା ଚାଲିଥିବା ସମୟରେ ଜମିବାଡି ବିବାଦକୁ ନେଇ ବଡ଼ ଭଉଣୀ ଓ ସାନ ଭାଇ ମିଶି ମଝିଆଁ ଭଉଣୀଙ୍କୁ ଛୁରି ଭୂସି ହତ୍ୟା କରିଛନ୍ତି। ମୃତା ମଝିଆ ଭଉଣୀ ହେଲେ ମହୁଲପାଲି ଥାନା ସୋଲବଗାରେ ବିବାହ କରିଥିବା ଲୀନା ସାହୁ (୪୦)। ଅଭିଯୁକ୍ତ ବଡ଼ ଭଉଣୀ ପୁଷ୍ପାଞ୍ଜଳି ସାହୁ( ୪୫) ଏବଂ ସାନ ଭାଇ ଗୋଲକ ସାହୁ(୩୦)ଙ୍କୁ ପୋଲିସ ଗିରଫ କରି କୁଚିଣ୍ଡା ଏସଡିଜେମ୍‌ କୋର୍ଟକୁ ଚାଲାଣ କରିଛି।

ଘଟଣାସ୍ଥଳରେ ଗୋବିନ୍ଦପୁର ଆଇଆଇସି ରାଜେନ୍ଦ୍ର ବେହେରା, କୁଚିଣ୍ଡା ଏସ୍‌ଡିପିଓ ପ୍ରଦୀପ କୁମାର ଦାସ ଓ ସମ୍ବଲପୁରର ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରୁଛନ୍ତି। ମୃତକଙ୍କ ବଡ଼ବାପା ପୁଅ ପ୍ରଭୁଦତ୍ତ ସାହୁ ଓରଫ ଅରକ୍ଷିତଙ୍କ ରିପୋର୍ଟ କ୍ରମେ ପୋଲିସ ଗୋବିନ୍ଦପୁର ଥାନାରେ ଦଫା ୧୦୩(୧)/୩(୫)ବିଏନଏସ (ନଂ.୬୭/୨୫)ମାମଲା ରୁଜୁ କରି ମୃତଦେହ ଜବତ କରି ଗୋବିନ୍ଦପୁର ମେଡିକାଲରେ ବ୍ୟବଚ୍ଛେଦ କରାଇଛି।

ସୂଚନା ଅନୁଯାୟୀ, ବାମରା ଗୋବିନ୍ଦପୁରର ବିନୋଦ ସାହୁଙ୍କ ୨ ଝିଅ ଏବଂ ଗୋଟିଏ ପୁଅ। ବଡ଼ ଝିଅ ଓ ପୁଅ ଅବିବାହିତ ଥିବା ବେଳେ ମୃତା ମଝିଆ ଝିଅ ଲୀନା କେଶାଇବାହାଲ ନିକଟସ୍ଥ ସୋଲବଗାରେ ବିବାହ କରିଛନ୍ତି। ହେଲେ କୌଣସି କାରଣରୁ ଲୀନା ବାପଘରେ ରହୁଥିଲେ। ସେ ସମ୍ବଲପୁରର ଏକ ଜୁଏଲେରି ଦୋକାନରେ ଚାକିରି କରି ସେଠାରେ ରହୁଥିଲେ।

ପରେ ବାପାଙ୍କ ଜମିବାଡି ସମ୍ପତ୍ତିରୁ ଭାଗ ସେ ମାଗିଥିଲେ। ବଡ଼ ଭଉଣୀ ପୁଷ୍ପାଞ୍ଜଳି ଓ ସାନପୁଅ ଗୋଲକ ଅବିବାହିତ ଥିବାରୁ ଭାଗବଣ୍ଟା ନେଇ ଭାଇ ଭଉଣୀଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଏନେଇ ଲୀନା କୁଚିଣ୍ଡା କୋର୍ଟରେ ସମ୍ପତ୍ତି ଭାଗ ପାଇଁ କେସ୍‌ କରିଛନ୍ତି ଏବଂ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏହାକୁ ନେଇ ଲୀନା ସହ ହତ୍ୟାକାରୀ ଭଉଣୀ ଓ ଭାଇଙ୍କ ମଧ୍ୟରେ ଶତ୍ରୁତା ବଢିଚାଲିଥିଲା। ଅରକ୍ଷିତଙ୍କ ବାପାଙ୍କ ରବିବାର ଶୁଦ୍ଧିକ୍ରିୟା ଚାଲିଥିଲା। ଲୀନା ବଡବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସିଥିଲେ। ତାଙ୍କୁ ଦେଖି ପୂର୍ବାହ୍ନ ପ୍ରାୟ ୧୧ଟା ୧୦ରେ ଗୋଲକ ଓ ପୁଷ୍ପାଞ୍ଜଳୀ ତାଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ କରିଥିଲେ। ଲୀନା ସଂଜ୍ଞାହୀନ ହୋଇ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ। ଶୁଦ୍ଧିକ୍ରିୟାରେ ଉପସ୍ଥିତ ବନ୍ଧୁ ବାନ୍ଧବ ଏହାଦେଖି ତୁରନ୍ତ ଗୋବିନ୍ଦପୁର ମେଡିକାଲକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?