Posted inଖେଳ

ସିରାଜ-ଈଶାନ୍ତଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା : ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ୫ରୁ

ନୂଆଦିଲ୍ଲୀ, ୩।୨(ପି.ଟି.)-ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଚଳିତ ମାସ ୫ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚେପକ୍‌ ପିଚ୍‌ ସାଧାରଣତଃ ସ୍ପିନରଙ୍କୁ ସହାୟତା କରିଥାଏ। ତେଣୁ ଭାରତ ୨ ପେସର ଏବଂ ୩ ସ୍ପିନରଙ୍କ ସହ ପଡ଼ିଆକୁ ଓହ୍ଲାଇବା ସମ୍ଭାବନା ରହିଛି। ଖେଳାଳିଙ୍କ ଆହତ ସମସ୍ୟା ଯୋଗୁ ଅଧିକ ବିକଳ୍ପ ନ ଥିବାରୁ ଦ୍ୱିତୀୟ ପେସ ବୋଲର ସ୍ଥାନ ପାଇଁ ନବାଗତ ମହମ୍ମଦ ସିରାଜ ଏବଂ ଭେଟେରାନ ଈଶାନ୍ତ ଶର୍ମାଙ୍କ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ହେବା ଏକପ୍ରକାର ନିଶ୍ଚିତ ହୋଇଛି। ମଙ୍ଗଳବାର ଭାରତ ଦୀର୍ଘ ସମୟ ଅଭ୍ୟାସ କରିଛି।
ଯଶପ୍ରୀତ୍‌ ବୁମ୍‌ରା ଭାରତୀୟ ପେସ୍‌ ଆକ୍ରମଣ ବିଭାଗ ନେତୃତ୍ୱ ନେବେ। ତଳିପେଟ ଓ ଜଙ୍ଘ ମଧ୍ୟଭାଗରେ ଯନ୍ତ୍ରଣା ଯୋଗୁ ସେ ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ଖେଳିପାରି ନ ଥିଲେ। ମାତ୍ର ଏବେ ସେ ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି। ତେବେ ତାଙ୍କ ପାର୍ଟନର କିଏ ହେବ ଏହା ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ବୋଲିଂ କୋଚ୍‌ ଭରତ ଅରୁଣ ଏବଂ ଅଧିନାୟକ ବିରାଟ କୋହଲି ସ୍ଥିର କରିବେ। ୩୨ ବର୍ଷୀୟ ଈଶାନ୍ତ ପାଖାପାଖି ୧ ବର୍ଷ ହେଲା ଟେଷ୍ଟ କ୍ରିକେଟରୁ ଦୂରେଇ ରହିଛନ୍ତି। ଅନ୍ୟପକ୍ଷରେ ସିରାଜ ସମ୍ପୂର୍ଣ୍ଣ ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆରେ ସେ ୩ଟି ଟେଷ୍ଟ ଖେଳି ୧୩ଟି ଉଇକେଟ ନେଇଥିଲେ। ବ୍ରିସ୍‌ବେନ୍‌ରେ ସେ ୫ ଉଇକେଟ ସଫଳତା ମଧ୍ୟ ପାଇଥିଲେ। ତେଣୁ ଅଭିଜ୍ଞ ଈଶାନ୍ତ ନା ଫର୍ମରେ ଥିବା ସିରାଜ ଚୟନ ହେଉଛନ୍ତି ତାହା ଦେଖିବାକୁ ବାକି ରହିଛି। ଆହତ ସମସ୍ୟାରୁ ମୁକୁଳିବା ପରେ ଈଶାନ୍ତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ୪ଟି ମ୍ୟାଚ ଖେଳି ମୋଟ ୧୪.୧ ଓଭର ବୋଲିଂ କରିଛନ୍ତି। ତେଣୁ ଆଗାମୀ ଦୁଇ ଦିନ ନେଟ୍ସରେ ଦୁଇ ବୋଲରଙ୍କୁ ଅନୁଧ୍ୟାନ କରିବା ପରେ ବୋଲିଂ କୋଚ୍‌ ଅରୁଣ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
ସ୍ପିନର ଚୟନ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା। ଓ୍ବାଶିଂଟନ ସୁନ୍ଦର ଚମତ୍କାର ଫର୍ମରେ ଅଛନ୍ତି। ସେ ନିଜ ପ୍ରଥମ ମ୍ୟାଚରେ ୪ ଉଇକେଟ ନେବାସହ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ବାମହାତୀ ଅର୍ଥୋଡକ୍ସ ସ୍ପିନର ଅକ୍ଷର ପଟେଲ, ସିନିୟର ଅଫ୍‌ବ୍ରେକ୍‌ ବୋଲର ରବିଚନ୍ଦ୍ରନ ଅଶ୍ୱିନ ଏବଂ ବାମହାତୀ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଚୟନ ପାଇଁ ଉପଲବ୍ଧ ହେବେ। ରବୀନ୍ଦ୍ର ଜାଡେଜା ଫିଟ୍‌ ନାହାନ୍ତି। ଦଳ ଚୟନ ସମୟରେ ଏହା ମଧ୍ୟ ନଜରରେ ରଖାଯିବ। ଅକ୍ଷର ପଟେଲ ମିଡିଲ ଅର୍ଡରରେ ଉପଯୋଗୀ ବ୍ୟାଟିଂ କରିବାର ମଧ୍ୟ ଦକ୍ଷତା ରଖିଛନ୍ତି। ତେଣୁ ଅଭିଜ୍ଞ ସ୍ପିନରଙ୍କୁ ସୁଯୋଗ ମିଳିବା ସମ୍ଭାବନା ଅଧିକ।
ବୁଧବାର ଟ୍ରେନିଂ ଆରମ୍ଭ କରିବେ ହାର୍ଦ୍ଦିକ
ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୁଧବାର ଟ୍ରେନିଂ ଆରମ୍ଭ କରିବେ। ତାଙ୍କ କ୍ୱାରାଣ୍ଟାଇନ୍‌ ଅବଧି ବୁଧବାର ସକାଳେ ଶେଷ ହେବ। ଏହାପରେ ସେ ଭାରତୀୟ ଦଳ ସହ ଯୋଗଦେବେ। ଦୀର୍ଘଦିନ ପରେ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ହାର୍ଦ୍ଦିକ କିନ୍ତୁ ପ୍ରଥମ ଟେଷ୍ଟରେ ଖେଳିବା ସମ୍ଭାବନା କ୍ଷୀଣ। ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଏବଂ ଇଂଲଣ୍ଡରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଦୃଷ୍ଟିରେ ରଖି ତାଙ୍କୁ ବୋଲିଂ ଦକ୍ଷତା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

WWEରୁ ଅବସର ନେଲେ ଜନ୍ ସିନା, ଜାରି ରହିବ ଫିଲ୍ମ କ୍ୟାରିୟର

ନୂଆଦିଲ୍ଲୀ,୧୪।୧୨: ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି WWE ରିଙ୍ଗରେ ରାଜ କରିଥିବା ଜନ୍ ସିନା ଶେଷରେ ତାଙ୍କ କ୍ୟାରିଅରକୁ ବିଦାୟ ଦେଇଛନ୍ତି । ୪୮ବର୍ଷ...

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri