Advertisement
Posted inଖେଳ

କାନ୍ଦିଲେ ସିରାଜ୍‌, କହିଲେ ଯଦି ଆଜି ମୋ ପିତା ଜୀବିତ ଥାନ୍ତେ…

ବ୍ରିସବେନ୍‌,୧୯।୧: ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ପାଇଁ ଇନିଂସରେ ୫ଟି ଉଇକେଟ ନେବା ପରେ ମହମ୍ମଦ ସିରାଜ ଭାବପ୍ରବଣ ହୋଇଛନ୍ତି। ନିଜ ଭାବନା ପ୍ରକାଶ କରିବା ତାଙ୍କ ପାଇଁ ସହଜ ନ ଥିଲା। ସିରାଜ ଭର୍ଚୁଆଲ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ ଗତ ଦୁଇ ମାସ ମୋ ପାଇଁ ମଧ୍ୟ କଷ୍ଟସାଧ୍ୟ ଥିଲା। ପିତାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାରରେ ମଧ୍ୟ ଯୋଗ ଦେଇ ପାରି ନ ଥିଲି, କିନ୍ତୁ ମୋ ପରିଶ୍ରମ ଶେଷରେ ଫଳପ୍ରାପ୍ତ ହୋଇଛି। ସେ କହିଥିଲେ, ମୋ ବାପା ଚାହୁଁଥିଲେ ମୋ ପୁଅ ଦେଶ ତରଫରୁ ଖେଳନ୍ତୁ ଏବଂ ସାରା ବିଶ୍ୱ ତାଙ୍କୁ ଖେଳୁଥିବାର ଦେଖିବେ। ମୁଁ ଇଚ୍ଛା କରେ ସେ ଆଜି ଦେଖିବା ପାଇଁ ଜୀବିତ ଥାନ୍ତେ କି। ତାଙ୍କ ପ୍ରାର୍ଥନାର ଫଳାଫଳ ହେଉଛି ମୁଁ ୫ଟି ଉଇକେଟ ନେଇଛି। ମୁଁ ଶବ୍ଦରେ ମୋର ଭାବନାକୁ ପ୍ରକାଶ କରିପାରିବି ନାହିଁ। ସେ କହିଥିଲେ, ଏହା ଏକ କଷ୍ଟସାଧ୍ୟ ପରିସ୍ଥିତି ଥିଲା। ଅବୁଙ୍କ ମୃତ୍ୟୁପରେ ମୋ ମା’ ସହ ଫୋନ୍‌ରେ କଥା ହେବା ପରେ ମୁଁ ଶକ୍ତି ପାଇଲି ଏବଂ ମୁଁ ତାଙ୍କ ସ୍ବପ୍ନକୁ ପୂରଣ କରିବାକୁ ଧ୍ୟାନ ଦେଲି ବୋଲି ସେ କହିଛନ୍ତି। ସିରାଜ କହିଛନ୍ତି, ଆମର ଲକ୍ଷ୍ୟ ହେଉଛି ଏହି ସିରିଜ ଜିତିବା, ବିଶେଷକରି ଏତେ ସଂଖ୍ୟକ ଖେଳାଳିଙ୍କ ଆଘାତ ସତ୍ତ୍ୱେ ଆମ ଦଳ ପ୍ରଥମ ଇନିଂସରେ ଏକ କଠୋର ଚ୍ୟାଲେଞ୍ଜ ଉପସ୍ଥାପନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ୟାଟ୍‌ ଛାଡି ବନ୍ଧୁକ ଧରିଲେ ଧୋନୀ

ରାଞ୍ଚି,୧୬।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣି କେବେ ପଡିଆକୁ ଫେରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇ ରହିଛି।...

ଏଆଇଏଫ୍‌ଏଫ୍‌ ଲାଇସେନ୍ସ ପାଇବାରେ ଓଡ଼ିଶା ଏଫ୍‌ସି ବିଫଳ

ନୂଆଦିଲ୍ଲୀ: ଠିକ୍‌ ସମୟରେ ଆବଶ୍ୟକ କାଗଜପତ୍ର ଦାଖଲ କରିପାରି ନ ଥିବାରୁ ଓଡ଼ିଶା ଏଫ୍‌ସି ସମେତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୫ଟି କ୍ଲବ ସର୍ବଭାରତୀୟ...

ଯୁବତୀଙ୍କୁ ନିଜର ଅଶ୍ଲୀଳ ଫଟୋ ପଠାଇ ଚିନ୍ତାରେ ଏହି କ୍ରିକେଟର୍‌: କ୍ରିକେଟ୍‌ରୁ ନେଲେ ବ୍ରେକ୍‌

ସିଡନୀ,୨୬।୧୧: ମାନସିକ ସ୍ବାସ୍ଥ୍ୟକୁ ଦର୍ଶାଇ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ପୂର୍ବତନ ଅଧିନାୟକ ଟିମ ପେନ କ୍ରିକେଟରୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ବିରତି ନେଇଛନ୍ତି। ସମ୍ପ୍ରତି, ଜଣେ...

ବିବିସି ପୁରସ୍କାର ଦୌଡ଼ରେ ଦୂତୀ

ନୂଆଦିଲ୍ଲୀ, ୪।୨- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ବିବିସିର ସର୍ବପ୍ରଥମ ଭାରତୀୟ ‘ସ୍ପୋଟର୍‌ସ ଓମ୍ୟାନ୍‌ ଅଫ୍‌ ଦି ଇୟର’ ପୁରସ୍କାର ଦୌଡ଼ରେ ସାମିଲ...

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର

ମୁଲତାନ,୧୦।୬: ପାକିସ୍ତାନ ଅଧିନାୟକ ବାବର ଆଜାମ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ଚମତ୍କାର ଫର୍ମ ଜାରି ରଖି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଶତକ ହାସଲ କରିଛନ୍ତି।...

ଡ୍ରେସିଂ ରୁମ୍‌ରୁ ଓହ୍ଲାଇ ଆସି ଦୀପକଙ୍କୁ ମେସେଜ ଦେଇଥିଲେ ଡ୍ରାଭିଡ୍‌

ନୂଆଦିଲ୍ଲୀ,୧୭।୭: ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌ ସିରିଜ୍‌ ବିଜୟ ସହ ଭାରତୀୟ ଦଳର କୋଚ୍‌ ଭାବେ କ୍ୟାରିୟର ଆରମ୍ଭ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ...

ଅଗଷ୍ଟରେ ଜିମ୍ବାଓ୍ବେ ଗସ୍ତ କରିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ, ୮ା୭ (ପି.ଟି.): ଅଗଷ୍ଟରେ ଭାରତୀୟ କ୍ରିକେଟ ଦଳ ଜିମ୍ବାଓ୍ବେ ଗସ୍ତରେ ଯିବ। ଏଥିଲାଗି ବିଧିବଦ୍ଧ ଭାବେ ଦିନ ଧାର୍ଯ୍ୟ କରାଯାଇ ନ ଥିଲେ ହେଁ...

ଷ୍ଟେଇନଙ୍କୁ ଟପିଲେ ଅଶ୍ୱିନ

ବେଙ୍ଗାଲୁରୁ,୧୪।୩: ଭେଟେରାନ ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ସୋମବାର ସର୍ବାଧିକ ଟେଷ୍ଟ ଉଇକେଟ ହାସଲକାରୀ ବୋଲରଙ୍କ ତାଲିକାରେ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ପେସର ଡେଲ...

Advertisement
Archives

Model This Week