Posted inଜାତୀୟ

ଚାଇନା-ଅଷ୍ଟ୍ରେଲିଆ ବିବାଦ: ୪୦ ଭାରତୀୟ ନାବିକ ୪ ମାସ ଧରି ଜଳବନ୍ଦୀ

ନୂଆଦିଲ୍ଲୀ,୧୭।୧୨: ଚାଇନା ଅଷ୍ଟ୍ରେଲିଆ ମଧ୍ୟରେ ବିବାଦ ଜାରି ରହିଛି। ଏହାଯୋଗୁ ୪୦ ଭାରତୀୟ ନାବିକ ଚାଇନା ସାଗରରେ ଦୀର୍ଘ ୪ ମାସ ଧରି ଗୋଟିଏ ସ୍ଥାନରେ ଭାସମାନ ଅବସ୍ଥାରେ ଜଳବନ୍ଦୀ ହୋଇ ରହିଛନ୍ତି। ସେମାନେ ଅଗଷ୍ଟରେ ଅଷ୍ଟ୍ରେଲିଆରୁ କୋଇଲା ବୋଝେଇ କରି ଚାଇନା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ତେବେ ଚାଇନା ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣା ଯୋଗୁ ନାବିକମାନଙ୍କୁ ସମ୍ପୃକ୍ତ ଜାହାଜ କମ୍ପାନୀ ବଦଳାଇ ପାରୁ ନାହିଁ। କୂଳକୁ ଯିବାକୁ ଜାହାଜକୁ ଅନୁମତି ଦିଆଯାଉ ନାହିଁ। ଯଦି ଜାହାଜକୁ କୌଣସି ଦୂର ସ୍ଥାନକୁ ନେବାକୁ ଉଦ୍ୟମ କରାଯାଏ ତେବେ ସୀମା ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କୁ ଗିରଫ ମଧ୍ୟ କରାଯିବାର ଆଶଙ୍କା ରହିଛି। କରୋନା ସଂକ୍ରମଣ ଯୋଗୁ ଚାଇନା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିବାଦ ଦେଖାଦେଇଛି। ଏହାଯୋଗୁ ଅଯଥାରେ ଭାରତୀୟ ନାବିକ ଦଳ ହଇରାଣ ହେଉଛନ୍ତି। ଇତିମଧ୍ୟରେ ନାବିକ ଦଳ ପକ୍ଷରୁ ଘରକୁ ଫେରିବା ପାଇଁ ଭାରତ ସରକାରଙ୍କ ସହାୟାତା ଲୋଡ଼ି ଅନୁରୋଧ କରିଛନ୍ତି। ନାବିକଙ୍କ ପକ୍ଷରୁ ଗୌରବ ସିଂ ଏନେଇ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏସମ୍ପର୍କରେ ନାବିକ ଆନନ୍ଦ ଫର୍ନାଡିଜ୍‌ଙ୍କ ପିତା କହିଛନ୍ତି ଯେ, ତାଙ୍କ ପୁଅ ପ୍ରତି ୫ ମାସରେ ଘରକୁ ଫେରିଥାଏ। ସେ ଏପ୍ରିଲ୍‌ରେ ଘରକୁ ଫେରିବାର ଥିଲା। ମାତ୍ର କରୋନା ସଂକ୍ରମଣ ଯୋଗୁ ସମୟ ସୀମାକୁ ବୃଦ୍ଧି କରାଯାଇଥିଲା। ଗତ ୧୩ ମାସ ହେଲା ଆନନ୍ଦ ଘରକୁ ଫେରି ନ ଥିବା ସେ କହିଛନ୍ତି। ଚାଇନା ସରକାରଙ୍କ ନୀତି ଯୋଗୁ ଜାହାଜ ଗୋଟିଏ ସ୍ଥାନରେ ରହିଥିବା ଆନନ୍ଦଙ୍କ ପିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ମନ୍ତ୍ରୀରୁ ଇସ୍ତଫା ପରେ କ’ଣ ବନ୍ଦ ହୋଇଯିବ ଧର୍ମେନ୍ଦ୍ର ପ୍ରଧାନଙ୍କ ଦରମା? ଜଣାପଡିଲା…

ନୂଆଦିଲ୍ଲୀ,୨୫।୭: NEET-UG ୨୦୨୬ ପରୀକ୍ଷାକୁ ନେଇ ସାରା ଦେଶରେ ଦେଖାଦେଇଥିବା ବିବାଦ ଏବଂ ଛାତ୍ରମାନଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା…

କୁଆଁରମୁଣ୍ଡା-ପଦମପୁର ରାସ୍ତା ଶୋଚନୀୟ: କାଦୁଅରେ ଗଡ଼ି ଆନ୍ଦୋଳନକାରୀଙ୍କ ପ୍ରତିବାଦ

କୁଆଁରମୁଣ୍ଡା,୨୫।୭(ମହେନ୍ଦ୍ର କୁମାର ସାହୁ): କୁଆଁରମୁଣ୍ଡା-ପଦମପୁର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାରେ ବର୍ଷା ପାଣି ଜମି ଯାତାୟାତରେ ବାଧାସୃଷ୍ଟି ହୋଇଛି। ଏପରି କି…

‘ଆସିଗଲା ସରକାର ଗାଦିଚ୍ୟୁତ ହେବାର ସମୟ’, ରାହୁଲଙ୍କ ବୟାନକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କୁ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିନନ୍ଦନ ଜଣାଇଛନ୍ତି। ସେ ପ୍ରଧାନଙ୍କ ଇସ୍ତଫାକୁ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ନବୀନଙ୍କ ପୋଷ୍ଟ ଭାଇରାଲ, ଲୋକଙ୍କ ଇଚ୍ଛାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି, ଏଥିପାଇଁ ମୁଁ…

ଭୁବନେଶ୍ୱର,୨୫ା୭: ନିଟ୍‌ ପେପର ଲିକ୍‌ ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଇତିମଧ୍ୟରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ସେମାନଙ୍କର ପ୍ରତିକ୍ରିୟା ରଖୁଛନ୍ତି। ପୂର୍ବତନ…

ଗଞ୍ଜାମ ପେଲିସର ‘ଅପରେଶନ ଅନ୍ୱେଷଣ–୩’: ନିଖୋଜ ବ୍ୟକ୍ତିମାନଙ୍କୁ ବିଭିନ୍ନ ରାଜ୍ୟରୁ ….

ଛତ୍ରପୁର୨୫।୭(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ପେଲିସ ଜିଲାରେ ‘ଅପରେଶନ ଅନ୍ୱେଷଣ–୧’ ଓ ‘ଅପରେଶନ ଅନ୍ୱେଷଣ–୨’ର ବିପୁଳ ସଫଳତା ପରେ ଚଳିତ ମାସ ୧୮ ତାରିଖରୁ ୨୨ ତାରିଖ…

ହୃଦ୍‌ଘାତରେ ପ୍ରାଣ ହରାଇଲେ ବରିଷ୍ଠ ଶିକ୍ଷକ

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତର ଶିରିପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଶିକ୍ଷକ ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ପରଲୋକରେ…

କିଏ ହେବେ ପରବର୍ତ୍ତି ଶିକ୍ଷା ମନ୍ତ୍ରୀ? ସଞ୍ଜୟ ରାଉତ କଲେଣି ବଡ଼ ଦାବି

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ, ଉଦ୍ଧବ ଗୋଷ୍ଠୀର ବରିଷ୍ଠ ନେତା ସଞ୍ଜୟ ରାଉତ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମ୍ପର୍କରେ ଏକ…

ଜଣାପଡିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପଛର କାରଣ? ରାଜ୍ୟ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୫।୭: ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। NEET-UG ପରୀକ୍ଷାରେ ଅନିୟମିତତା, ପେପର ଲିକ ବିବାଦ ଏବଂ ଏହାର ପ୍ରତିବାଦରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri