ସିଂହଳୀ ନାତ

ଭାରତର ଦକ୍ଷିଣପୂର୍ବ (ପ୍ରମୁଖତଃ ତାମିଲନାଡୁ) ସମୁଦ୍ର ତଟ ଏବଂ ଶ୍ରୀଲଙ୍କାର ଉତ୍ତରାର୍ଦ୍ଧ ମଧ୍ୟରେ ଏମିତି ଏକ ସ୍ଥାନ ରହିଛି, ଯାହାକୁ ଇଂଲିଶରେ ପାକ୍‌ ଷ୍ଟ୍ରେଟ୍‌ କୁହାଯାଉଛି। ଏହାର ଓଡ଼ିଆରେ ଅର୍ଥ ହେବ ‘ପାକ ଜଳସଂଯୋଗୀ’। ଅର୍ଥାତ୍‌ ଏକ ସ୍ବଳ୍ପ ଗଭୀରତାପୂର୍ଣ୍ଣ ଜଳଡମ୍ବରୁ, ଯାହାର ସର୍ବାଧିକ ଗଭୀରତା ହେଉଛି ମାତ୍ର ୧୩ ମିଟର। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ହେଉଛି ଭାରତୀୟ,ବିଶେଷକରି ଦକ୍ଷିଣ ଭାରତୀୟ ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି। କିନ୍ତୁ ଏଇଠି ବେଶ୍‌ କିଛିଦିନ ହେଲା, ଶ୍ରୀଲଙ୍କା କେଁ ପୂରାଇ ଦେଇଛି। ବାରମ୍ବାର ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ ଗିରଫ କରି ସେମାନଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଏଥିରୁ ପାକିସ୍ତାନ ଭଳି ଶ୍ରୀଲଙ୍କା ମଧ୍ୟ ଭାରତ ପ୍ରତି କିଭଳି ଈର୍ଷାପରାୟଣତା ଅବଲମ୍ବନ କରୁଛି, ତାହା ସ୍ପଷ୍ଟ ହୋଇଛି। ଶ୍ରୀଲଙ୍କାର ନୌସେନା ଗତ ଫେବୃଆରୀ ୮ ତାରିଖ ମନ୍ନାରର ଉତ୍ତର ଦିଗକୁ ଅବୈଧ ଭାବରେ ତା’ ଉପକୂଳରେ ପଶି ମାଛ ଧରୁଥିବା ଅଭିଯୋଗ ଆଣି ତାମିଲନାଡୁ ରାମନାଥପୁରମ ଜିଲାର ୧୪ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିନେଇଛି। ଏଥିସହ ସେମାନଙ୍କର ଦୁଇଟି ମାଛଧରା ଟ୍ରଲର ମଧ୍ୟ ଜବତ କରିଛି। ଗତ ଜାନୁଆରୀ ୨୭ ତାରିଖ ମଧ୍ୟ ସିଂହଳୀ ନୌସେନା ଡେଲ୍ଫ ଦ୍ୱୀପ ନିକଟରେ ଏକ ଭାରତୀୟ ଡଙ୍ଗା ଉପରକୁ ଗୁଳିମାଡ଼ କରିଥିଲା, ଯେଉଁଥିରେ ଦୁଇଜଣ ମତ୍ସ୍ୟଜୀବୀ ଗୁରୁତର ଆହତ ହୋଇଥିଲେ। ତେବେ ଗତ ୮ ତାରିଖର ଘଟଣାକୁ ମିଶାଇ ୨୦୨୫ ବର୍ଷର ପ୍ରଥମ ଦୁଇମାସ ନ ସରୁଣୁ ଶ୍ରୀଲଙ୍କା ଦ୍ୱାରା ଭାରତୀୟ ମତ୍ସ୍ୟଜୀବୀଙ୍କ ଗିରଫ ସଂଖ୍ୟା ୭୭ ଛୁଇଁଲାଣି। ଏଇମାତ୍ର ଗତ ସପ୍ତାହରେ ଶ୍ରୀଲଙ୍କାର ଏକ କୋର୍ଟ ତାମିଲନାଡୁ ପୁଡୁଚେରୀସ୍ଥିତ କରାଇକଲର ୯ ଜଣ ମତ୍ସ୍ୟଜୀବୀଙ୍କୁ ଛାଡ଼ିଥିଲା। ମାତ୍ର ଆଉ ଜଣକୁ ୬ ମାସ ଜେଲ ଦଣ୍ଡାଦେଶ ମିଳିଥିଲା। ଖାଲି ସେତିକି ନୁହେଁ, ଅନଧିକାର ପ୍ରବେଶ ବାହାନା କରି ଶ୍ରୀଲଙ୍କା ଭାରତୀୟ ମତ୍ସ୍ୟଜୀବୀମାନଙ୍କ ଉପରେ ମନଇଚ୍ଛା ଅର୍ଥଦଣ୍ଡ ଲଗାଉଛି। ଫଳରେ ସେମାନେ ମୁକୁଳିବା ଏକରକମ ଅସମ୍ଭବ ହୋଇପଡୁଛି।
ସଂସଦରେ ଦିଆଯାଇଥିବା ତଥ୍ୟାନୁସାରେ ଗତ ଏକ ଦଶନ୍ଧିର ସରକାରୀ ନଥି କହୁଛି, ୨୦୨୪ ମସିହାରେ ଶ୍ରୀଲଙ୍କାରେ ୫୨୮ ଜଣ ମତ୍ସ୍ୟଜୀବୀ ଗିରଫ ହୋଇଛନ୍ତି। ଫଳରେ ବିଗତ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ଗିରଫ ଭାରତୀୟ ମତ୍ସ୍ୟଜୀବୀଙ୍କ ସଂଖ୍ୟା ୫୦୦ ଟପିଯାଇଛି। ଅବଶ୍ୟ ୨୦୧୪ ମସିହାରେ ଏହି ସଂଖ୍ୟା ୭୮୭ ଥିଲା। ଏଥିରୁ ଭାରତୀୟମାନଙ୍କ ପ୍ରତି ଶ୍ରୀଲଙ୍କାର ଅସୂୟା ମନୋଭାବ ସ୍ପଷ୍ଟ ବାରି ହେଉଛି। ନିଜ ଦାରିଦ୍ର୍ୟକୁ ଦୂର କରିବାକୁ ଚେଷ୍ଟା ନ କରି ଶ୍ରୀଲଙ୍କା ପଡ଼ୋଶୀ ପାକିସ୍ତାନ ଓ ବାଂଲାଦେଶ ପରି ଭାରତୀୟଙ୍କ ଉନ୍ନତି (ସେମାନଙ୍କଠାରୁ ତ ଉନ୍ନତ ନା !) ଦେଖି ଈର୍ଷାରେ ଜଳିପୋଡ଼ି ଯାଉଥିବାର ଏହା ହିଁ ପ୍ରମାଣ। ଗତ ଫେବୃଆରୀ ୩ ତାରିଖ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଲେଖିଥିବା ଏକ ପତ୍ରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ କହିଥିଲେ, ଆଜି ବି ଶ୍ରୀଲଙ୍କା କବଳରେ ୯୭ ଜଣ ଭାରତୀୟ ମତ୍ସ୍ୟଜୀବୀ ରହିଛନ୍ତି। ୨୧୬ଟି ମାଛଧରା ଡଙ୍ଗାକୁ ମଧ୍ୟ ‘ପାକ ଜଳସଂଯୋଗୀ’ ଅଞ୍ଚଳରୁ ସିଂହଳୀ ନୌସେନା ଦାଦାଗିରି କରି ଉଠାଇ ନେଇଛି। ଚିନ୍ତାଜନକ ବିଷୟ ହେଉଛି, ପୂର୍ବଭଳି ଗିରଫ ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ କେବଳ ଚେତାବନୀ କିମ୍ବା ଜରିମାନା ଆଦାୟ କରି ଛାଡ଼ିଦେବା ପରିବର୍ତ୍ତେ ଶ୍ରୀଲଙ୍କା ଆନ୍ତର୍ଜାତିକ ସାମୁଦ୍ରିକ ସୀମାରେଖା (ଆଇଏମବିଏଲ) ଉଲ୍ଲଂଘନ ଅପରାଧର ଦଫା ଲଗାଇ ସେମାନଙ୍କ ମୁକୁଳିବା ବାଟକୁ କଣ୍ଟକାକୀର୍ଣ୍ଣ କରି ପକାଇଛି। ଏହା ନିଶ୍ଚିତ ଭାବରେ ଏକ ଉତ୍ତମ ପଡ଼ୋଶୀର ଲକ୍ଷଣ ନୁହେଁ।
ଭାରତ ଏବଂ ଶ୍ରୀଲଙ୍କାର ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ‘ପାକ୍‌ ଜଳସଂଯୋଗୀ’ ଓ ଏହାକୁ ଘେରି ରହିଥିବା ଗଭୀର ଜଳରୁ ମାଛ ଧରିବାକୁ ନେଇ ସର୍ବଦା ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା ଲାଗିରହିଛି। ତେବେ ଉତ୍ତର ଶ୍ରୀଲଙ୍କାର ମତ୍ସ୍ୟଜୀବୀମାନେ ଏହାର ଏକ ସ୍ଥାୟୀ ସମାଧାନ ଚାହୁଁଥିବା ବେଳେ ତାଙ୍କ ଦେଶର ସରକାର ହୁଏତ ଅନ୍ୟ କିଛି ଚାହୁଁଛି। ସମାଧାନର ପନ୍ଥା ବାହାର କରିବାକୁ ଆଲୋଚନା ନିମନ୍ତେ ଭାରତୀୟ ମତ୍ସ୍ୟଜୀବୀମାନଙ୍କର ବାରମ୍ବାର ଅନୁରୋଧରେ ଶେଷଥର ପାଇଁ ୨୦୧୬ ନଭେମ୍ବରରେ ଏକ ବୈଠକ ହୋଇଥିଲା। ଗତ ୨୦୨୪ ଅକ୍ଟୋବରରେ କଲମ୍ବୋରେ ଆୟୋଜିତ ମିଳିତ ବୈଠକରେ ମଧ୍ୟ ଭାରତ ଏହି ପ୍ରସଙ୍ଗ ଉଠାଇଥିଲା। ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଏ ସମ୍ପର୍କରେ ଆଲୋଚନା କରି କିଛି ଗୋଟିଏ ନିଷ୍କର୍ଷରେ ପହଞ୍ଚିବାକୁ ଅନିଚ୍ଛା ପ୍ରକାଶ କରିଛି। ତେବେ ନୂଆଦିଲ୍ଲୀ ସହ କଲମ୍ବୋ ମଧ୍ୟ ଏକଥା ବୁଝିବା ଆବଶ୍ୟକ ଯେ, ପରସ୍ପର ମଧ୍ୟରେ ରାଗରୋଷର ରାଜନୀତି ଛାଡ଼ି ଏକ ନୂଆ ମାନସିକତା ଆପଣାଇବା ବର୍ତ୍ତମାନ ସମୟର ଆବଶ୍ୟକତା। ତାହା ନ କରି ଶ୍ରୀଲଙ୍କା ତା’ର ପ୍ରକୃତି ବିପରୀତ କାର୍ଯ୍ୟ କରିବା, ଏପରିକି ପାକିସ୍ତାନ, ବାଂଲାଦେଶ, ସାଉଦି ଆରବ ଏବଂ କାତାର ଭଳି ପଡ଼ୋଶୀ ରାଷ୍ଟ୍ର ଯେତେ ଭାରତୀୟ ମତ୍ସ୍ୟଜୀବୀଙ୍କୁ ବନ୍ଦୀ କରି ରଖିଛନ୍ତି, ତାହାଠାରୁ କେଇପାଦ ଆଗକୁ ଯାଇ ଏହି ସଂଖ୍ୟାକୁ ପାଞ୍ଚଶହ ପାର୍‌ କରାଇବା ବୈଦେଶିକ ନୀତି ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ଅବଶ୍ୟ ସ୍ଥାୟୀ ସମାଧାନ ନିମନ୍ତେ ବିଳମ୍ବ ହୋଇପାରେ, କିନ୍ତୁ ଦୁଇ ଦେଶର ତୁଙ୍ଗ ନେତୃତ୍ୱ ଏକ ମଧ୍ୟବର୍ତ୍ତିକାଳୀନ ସମାଧାନର ପନ୍ଥା ବାହାର ନ କଲେ, ଶ୍ରୀଲଙ୍କା ତା’ର ଆକାର ଯେଭଳି ଛୋଟ(!), ସେହିଭଳି ଭାରତ ବିରୋଧୀ ଈର୍ଷା ପାଇଁ ଏହାର ମତ୍ସ୍ୟଜୀବୀମାନଙ୍କୁ ଲଗାତର ହଇରାଣ କରିବା ଭଳି ଛୋଟ ଚିନ୍ତାକୁ ମନରୁ ପାସୋରି ପାରିବ ନାହିଁ।
ମଦରଙ୍ଗାଯୋଡ଼ି, ଯଶୀପୁର, ମୟୂରଭଞ୍ଜ, ମୋ: ୯୪୩୭୮୭୨୯୦୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?