ସିଂହଳୀ ନାତ

ଭାରତର ଦକ୍ଷିଣପୂର୍ବ (ପ୍ରମୁଖତଃ ତାମିଲନାଡୁ) ସମୁଦ୍ର ତଟ ଏବଂ ଶ୍ରୀଲଙ୍କାର ଉତ୍ତରାର୍ଦ୍ଧ ମଧ୍ୟରେ ଏମିତି ଏକ ସ୍ଥାନ ରହିଛି, ଯାହାକୁ ଇଂଲିଶରେ ପାକ୍‌ ଷ୍ଟ୍ରେଟ୍‌ କୁହାଯାଉଛି। ଏହାର ଓଡ଼ିଆରେ ଅର୍ଥ ହେବ ‘ପାକ ଜଳସଂଯୋଗୀ’। ଅର୍ଥାତ୍‌ ଏକ ସ୍ବଳ୍ପ ଗଭୀରତାପୂର୍ଣ୍ଣ ଜଳଡମ୍ବରୁ, ଯାହାର ସର୍ବାଧିକ ଗଭୀରତା ହେଉଛି ମାତ୍ର ୧୩ ମିଟର। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ହେଉଛି ଭାରତୀୟ,ବିଶେଷକରି ଦକ୍ଷିଣ ଭାରତୀୟ ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି। କିନ୍ତୁ ଏଇଠି ବେଶ୍‌ କିଛିଦିନ ହେଲା, ଶ୍ରୀଲଙ୍କା କେଁ ପୂରାଇ ଦେଇଛି। ବାରମ୍ବାର ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ ଗିରଫ କରି ସେମାନଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଏଥିରୁ ପାକିସ୍ତାନ ଭଳି ଶ୍ରୀଲଙ୍କା ମଧ୍ୟ ଭାରତ ପ୍ରତି କିଭଳି ଈର୍ଷାପରାୟଣତା ଅବଲମ୍ବନ କରୁଛି, ତାହା ସ୍ପଷ୍ଟ ହୋଇଛି। ଶ୍ରୀଲଙ୍କାର ନୌସେନା ଗତ ଫେବୃଆରୀ ୮ ତାରିଖ ମନ୍ନାରର ଉତ୍ତର ଦିଗକୁ ଅବୈଧ ଭାବରେ ତା’ ଉପକୂଳରେ ପଶି ମାଛ ଧରୁଥିବା ଅଭିଯୋଗ ଆଣି ତାମିଲନାଡୁ ରାମନାଥପୁରମ ଜିଲାର ୧୪ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିନେଇଛି। ଏଥିସହ ସେମାନଙ୍କର ଦୁଇଟି ମାଛଧରା ଟ୍ରଲର ମଧ୍ୟ ଜବତ କରିଛି। ଗତ ଜାନୁଆରୀ ୨୭ ତାରିଖ ମଧ୍ୟ ସିଂହଳୀ ନୌସେନା ଡେଲ୍ଫ ଦ୍ୱୀପ ନିକଟରେ ଏକ ଭାରତୀୟ ଡଙ୍ଗା ଉପରକୁ ଗୁଳିମାଡ଼ କରିଥିଲା, ଯେଉଁଥିରେ ଦୁଇଜଣ ମତ୍ସ୍ୟଜୀବୀ ଗୁରୁତର ଆହତ ହୋଇଥିଲେ। ତେବେ ଗତ ୮ ତାରିଖର ଘଟଣାକୁ ମିଶାଇ ୨୦୨୫ ବର୍ଷର ପ୍ରଥମ ଦୁଇମାସ ନ ସରୁଣୁ ଶ୍ରୀଲଙ୍କା ଦ୍ୱାରା ଭାରତୀୟ ମତ୍ସ୍ୟଜୀବୀଙ୍କ ଗିରଫ ସଂଖ୍ୟା ୭୭ ଛୁଇଁଲାଣି। ଏଇମାତ୍ର ଗତ ସପ୍ତାହରେ ଶ୍ରୀଲଙ୍କାର ଏକ କୋର୍ଟ ତାମିଲନାଡୁ ପୁଡୁଚେରୀସ୍ଥିତ କରାଇକଲର ୯ ଜଣ ମତ୍ସ୍ୟଜୀବୀଙ୍କୁ ଛାଡ଼ିଥିଲା। ମାତ୍ର ଆଉ ଜଣକୁ ୬ ମାସ ଜେଲ ଦଣ୍ଡାଦେଶ ମିଳିଥିଲା। ଖାଲି ସେତିକି ନୁହେଁ, ଅନଧିକାର ପ୍ରବେଶ ବାହାନା କରି ଶ୍ରୀଲଙ୍କା ଭାରତୀୟ ମତ୍ସ୍ୟଜୀବୀମାନଙ୍କ ଉପରେ ମନଇଚ୍ଛା ଅର୍ଥଦଣ୍ଡ ଲଗାଉଛି। ଫଳରେ ସେମାନେ ମୁକୁଳିବା ଏକରକମ ଅସମ୍ଭବ ହୋଇପଡୁଛି।
ସଂସଦରେ ଦିଆଯାଇଥିବା ତଥ୍ୟାନୁସାରେ ଗତ ଏକ ଦଶନ୍ଧିର ସରକାରୀ ନଥି କହୁଛି, ୨୦୨୪ ମସିହାରେ ଶ୍ରୀଲଙ୍କାରେ ୫୨୮ ଜଣ ମତ୍ସ୍ୟଜୀବୀ ଗିରଫ ହୋଇଛନ୍ତି। ଫଳରେ ବିଗତ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ଗିରଫ ଭାରତୀୟ ମତ୍ସ୍ୟଜୀବୀଙ୍କ ସଂଖ୍ୟା ୫୦୦ ଟପିଯାଇଛି। ଅବଶ୍ୟ ୨୦୧୪ ମସିହାରେ ଏହି ସଂଖ୍ୟା ୭୮୭ ଥିଲା। ଏଥିରୁ ଭାରତୀୟମାନଙ୍କ ପ୍ରତି ଶ୍ରୀଲଙ୍କାର ଅସୂୟା ମନୋଭାବ ସ୍ପଷ୍ଟ ବାରି ହେଉଛି। ନିଜ ଦାରିଦ୍ର୍ୟକୁ ଦୂର କରିବାକୁ ଚେଷ୍ଟା ନ କରି ଶ୍ରୀଲଙ୍କା ପଡ଼ୋଶୀ ପାକିସ୍ତାନ ଓ ବାଂଲାଦେଶ ପରି ଭାରତୀୟଙ୍କ ଉନ୍ନତି (ସେମାନଙ୍କଠାରୁ ତ ଉନ୍ନତ ନା !) ଦେଖି ଈର୍ଷାରେ ଜଳିପୋଡ଼ି ଯାଉଥିବାର ଏହା ହିଁ ପ୍ରମାଣ। ଗତ ଫେବୃଆରୀ ୩ ତାରିଖ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଲେଖିଥିବା ଏକ ପତ୍ରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ କହିଥିଲେ, ଆଜି ବି ଶ୍ରୀଲଙ୍କା କବଳରେ ୯୭ ଜଣ ଭାରତୀୟ ମତ୍ସ୍ୟଜୀବୀ ରହିଛନ୍ତି। ୨୧୬ଟି ମାଛଧରା ଡଙ୍ଗାକୁ ମଧ୍ୟ ‘ପାକ ଜଳସଂଯୋଗୀ’ ଅଞ୍ଚଳରୁ ସିଂହଳୀ ନୌସେନା ଦାଦାଗିରି କରି ଉଠାଇ ନେଇଛି। ଚିନ୍ତାଜନକ ବିଷୟ ହେଉଛି, ପୂର୍ବଭଳି ଗିରଫ ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ କେବଳ ଚେତାବନୀ କିମ୍ବା ଜରିମାନା ଆଦାୟ କରି ଛାଡ଼ିଦେବା ପରିବର୍ତ୍ତେ ଶ୍ରୀଲଙ୍କା ଆନ୍ତର୍ଜାତିକ ସାମୁଦ୍ରିକ ସୀମାରେଖା (ଆଇଏମବିଏଲ) ଉଲ୍ଲଂଘନ ଅପରାଧର ଦଫା ଲଗାଇ ସେମାନଙ୍କ ମୁକୁଳିବା ବାଟକୁ କଣ୍ଟକାକୀର୍ଣ୍ଣ କରି ପକାଇଛି। ଏହା ନିଶ୍ଚିତ ଭାବରେ ଏକ ଉତ୍ତମ ପଡ଼ୋଶୀର ଲକ୍ଷଣ ନୁହେଁ।
ଭାରତ ଏବଂ ଶ୍ରୀଲଙ୍କାର ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ‘ପାକ୍‌ ଜଳସଂଯୋଗୀ’ ଓ ଏହାକୁ ଘେରି ରହିଥିବା ଗଭୀର ଜଳରୁ ମାଛ ଧରିବାକୁ ନେଇ ସର୍ବଦା ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା ଲାଗିରହିଛି। ତେବେ ଉତ୍ତର ଶ୍ରୀଲଙ୍କାର ମତ୍ସ୍ୟଜୀବୀମାନେ ଏହାର ଏକ ସ୍ଥାୟୀ ସମାଧାନ ଚାହୁଁଥିବା ବେଳେ ତାଙ୍କ ଦେଶର ସରକାର ହୁଏତ ଅନ୍ୟ କିଛି ଚାହୁଁଛି। ସମାଧାନର ପନ୍ଥା ବାହାର କରିବାକୁ ଆଲୋଚନା ନିମନ୍ତେ ଭାରତୀୟ ମତ୍ସ୍ୟଜୀବୀମାନଙ୍କର ବାରମ୍ବାର ଅନୁରୋଧରେ ଶେଷଥର ପାଇଁ ୨୦୧୬ ନଭେମ୍ବରରେ ଏକ ବୈଠକ ହୋଇଥିଲା। ଗତ ୨୦୨୪ ଅକ୍ଟୋବରରେ କଲମ୍ବୋରେ ଆୟୋଜିତ ମିଳିତ ବୈଠକରେ ମଧ୍ୟ ଭାରତ ଏହି ପ୍ରସଙ୍ଗ ଉଠାଇଥିଲା। ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଏ ସମ୍ପର୍କରେ ଆଲୋଚନା କରି କିଛି ଗୋଟିଏ ନିଷ୍କର୍ଷରେ ପହଞ୍ଚିବାକୁ ଅନିଚ୍ଛା ପ୍ରକାଶ କରିଛି। ତେବେ ନୂଆଦିଲ୍ଲୀ ସହ କଲମ୍ବୋ ମଧ୍ୟ ଏକଥା ବୁଝିବା ଆବଶ୍ୟକ ଯେ, ପରସ୍ପର ମଧ୍ୟରେ ରାଗରୋଷର ରାଜନୀତି ଛାଡ଼ି ଏକ ନୂଆ ମାନସିକତା ଆପଣାଇବା ବର୍ତ୍ତମାନ ସମୟର ଆବଶ୍ୟକତା। ତାହା ନ କରି ଶ୍ରୀଲଙ୍କା ତା’ର ପ୍ରକୃତି ବିପରୀତ କାର୍ଯ୍ୟ କରିବା, ଏପରିକି ପାକିସ୍ତାନ, ବାଂଲାଦେଶ, ସାଉଦି ଆରବ ଏବଂ କାତାର ଭଳି ପଡ଼ୋଶୀ ରାଷ୍ଟ୍ର ଯେତେ ଭାରତୀୟ ମତ୍ସ୍ୟଜୀବୀଙ୍କୁ ବନ୍ଦୀ କରି ରଖିଛନ୍ତି, ତାହାଠାରୁ କେଇପାଦ ଆଗକୁ ଯାଇ ଏହି ସଂଖ୍ୟାକୁ ପାଞ୍ଚଶହ ପାର୍‌ କରାଇବା ବୈଦେଶିକ ନୀତି ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ଅବଶ୍ୟ ସ୍ଥାୟୀ ସମାଧାନ ନିମନ୍ତେ ବିଳମ୍ବ ହୋଇପାରେ, କିନ୍ତୁ ଦୁଇ ଦେଶର ତୁଙ୍ଗ ନେତୃତ୍ୱ ଏକ ମଧ୍ୟବର୍ତ୍ତିକାଳୀନ ସମାଧାନର ପନ୍ଥା ବାହାର ନ କଲେ, ଶ୍ରୀଲଙ୍କା ତା’ର ଆକାର ଯେଭଳି ଛୋଟ(!), ସେହିଭଳି ଭାରତ ବିରୋଧୀ ଈର୍ଷା ପାଇଁ ଏହାର ମତ୍ସ୍ୟଜୀବୀମାନଙ୍କୁ ଲଗାତର ହଇରାଣ କରିବା ଭଳି ଛୋଟ ଚିନ୍ତାକୁ ମନରୁ ପାସୋରି ପାରିବ ନାହିଁ।
ମଦରଙ୍ଗାଯୋଡ଼ି, ଯଶୀପୁର, ମୟୂରଭଞ୍ଜ, ମୋ: ୯୪୩୭୮୭୨୯୦୪


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri