ଗାଇଲେ ଦୋଷ

ମହାରାଷ୍ଟ୍ର ସରକାର ଓ ପ୍ରଶାସନିକ ବ୍ୟବସ୍ଥାକୁ ବିରୋଧ କରି ଗୀତ ଗାଇଥିବା ରାପର ଉମେଶ ଖାଡେଙ୍କୁ ମୁମ୍ବାଇ ପୋଲିସ ଏପ୍ରିଲ ୯ରେ ଗିରଫ କରିଛି। ଅପରପକ୍ଷରେ ପୋଲିସ ତରଫରୁ କୁହାଯାଉଛି ଯେ, ଉମେଶଙ୍କୁ ଗିରଫ କରାଯାଇ ନ ଥିଲା! କିନ୍ତୁ ତାଙ୍କୁ ଥାନାକୁ ଡକାଇ ତାଙ୍କର ଗୀତ ସମ୍ପର୍କରେ ଦୀର୍ଘକାଳ ଜେରା କରାଯାଇଥିଲା। ଗଣମାଧ୍ୟମରେ ପ୍ରଚାର କରାଯାଇଛି ଯେ, ଉମେଶ ଓ ତାଙ୍କ ପୂର୍ବରୁ ରାଜ ମୁଙ୍ଗ୍‌ସେ ଉଭୟେ ସରକାରଙ୍କ ବିରୋଧରେ ଗୀତ ଗାଇ ସୋସିଆଲ ମିଡିଆରେ ପକାଇଥିଲେ। ତେବେ ଆଜିକାର ପରିସ୍ଥିତିକୁ ଦେଖିଲେ ବୁଝାପଡ଼ୁଛି ଯେ, ଏହିସବୁ ଗୀତ ସରକାରଙ୍କୁ ବିରୋଧ କରିବା ପରିବର୍ତ୍ତେ ରାଜନେତାଙ୍କୁ ବିରୋଧ କରି କରାଯାଇଥିବ। ସରକାରୀ କଳକୁ ବ୍ୟବହାର କରି ରାଜନୈତିକ ବିରୋଧୀଙ୍କୁ ଦମନ କରିବାକୁ ହେଲେ ତାଙ୍କୁ ସରକାରୀ ବିରୋଧୀ ଆଖ୍ୟା ଦେବା ଆବଶ୍ୟକ ହୋଇପଡ଼ୁଛି।
ଜନସାଧାରଣଙ୍କୁ ବୋକା ବନେଇବା ପାଇଁ ଯେଉଁଭଳି ଉଦ୍ୟମ ହେଉଛି ତାହା ଉମେଶଙ୍କ ଗୀତ ‘ଜନତା ଭୋଙ୍ଗଲି କେଲି’ର ସାରାଂଶ। ଏହା ମଧ୍ୟ ଦରଦାମ ବୃଦ୍ଧି, ରାଜନେତାଙ୍କ ଧର୍ମୀୟ ଖେଳ ତଥା ସାଧାରଣ ଜନତା ଭୋଗୁଥିବା ଦୁର୍ଦ୍ଦଶାକୁ ସୂଚିତ କରିଥିବା ପୋଲିସ କହିଛି। ତେବେ ଉକ୍ତ ଗୀତ ରାଜନେତା ଓ ସାଧାରଣ ଜନତାଙ୍କ ଭିତରେ ଉତ୍ତେଜନା ସୃଷ୍ଟି କରିପାରେ ବୋଲି ଅଭିଯୋଗ ଅଣାଯାଇ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହର ପ୍ରାରମ୍ଭରେ ଥାନେ ଜିଲାର ଅମ୍ବରନାଥ ପୋଲିସ ରାପର ରାଜ ମୁଙ୍ଗ୍‌ସେଙ୍କ ନାମରେ ଏକ ମାମଲା ଦାଏର କରିଥିଲା। ତାଙ୍କ ଗୀତରେ ମହାରାଷ୍ଟ୍ରର ଶିବସେନା-ଭାଜପା ସରକାରଙ୍କ ପ୍ରତି ଅପମାନଜନକ ଭାଷା ପ୍ରୟୋଗ କରାଯାଇଥିବା ଅଭିଯୋଗ ଆସିଥିଲା। ମହାରାଷ୍ଟ୍ରର ଏବକାର ଏହି ଦୁଇ ଘଟଣାକୁ ବାଦ୍‌ ଦେଲେ ୨୦୧୮ର ଭୀମା କୋରେଗାଁଓ ମାମଲାରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦୃଷ୍ଟିକୋଣକୁ ବିଚାରକୁ ନିଆଯାଇପାରେ। ଉକ୍ତ ଘଟଣାରେ ମାଓବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେ ୧୬ ଜଣଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ, ଲେଖକ, ସାମ୍ବାଦିକ, ଓକିଲ, ଶିକ୍ଷାବିତ୍‌ମାନେ ଗିରଫ ହୋଇଥିଲେ। ଜାମିନ ନ ପାଇ ସେମାନଙ୍କ ମଧ୍ୟରୁ ସମାଜସେବୀ ଫାଦର ଷ୍ଟାନ ସ୍ବାମୀଙ୍କର ମୃତ୍ୟୁ ଘଟିଲା। ଚାରିଜଣ ବିଭିନ୍ନ କାରଣରୁ ଜାମିନରେ ଅଛନ୍ତି ଯାହାଙ୍କ ମଧ୍ୟରେ ପ୍ରତିଷ୍ଠିତ ଲେଖକ ବରବରା ରାଓ ଅନ୍ତର୍ଭୁକ୍ତ। ଏମାନଙ୍କ ବ୍ୟତୀତ ଆଉ ସମସ୍ତେ ୫ ବର୍ଷ ହେଲା ଜେଲରେ। ଏନ୍‌ଆଇଏ ତଦନ୍ତ କଲେ ବି ଏଯାବତ୍‌ ମାମଲାର ବିଚାର ମଧ୍ୟ ଆରମ୍ଭ ହୋଇପାରିନାହିଁ। କେବଳ ମହାରାଷ୍ଟ୍ର ନୁହେଁ, ବହୁ ସମୟରେ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିବା ସାମ୍ବାଦିକ, ସମାଜସେବୀ ଓ ନେତାମାନଙ୍କ ଉପରେ ଭାରି ପଡ଼ିଛି। ଏପରିକି ଗୌତମ ନଭ୍‌ଲଖ, ସିଦ୍ଦିକ କପ୍ପାନ, ରୂପେଶ କୁମାର ସିଂ ପ୍ରମୁଖ ସାମ୍ବାଦିକମାନଙ୍କୁ ଗିରଫ କରାଯାଇ ଗଣମାଧ୍ୟମ ସ୍ବାଧୀନତାର କଣ୍ଠରୋଧ କରାଯାଉଛି। କୃଷକ ଆନ୍ଦୋଳନଠାରୁ ଆରମ୍ଭ କରି ଏନ୍‌ଆର୍‌ସି ଓ ସିଏଏ ଭଳି ଅନେକ ଆଇନକୁ ନେଇ ସ୍ବାଧୀନ ମନ୍ତବ୍ୟକୁ ରୋକିବା ପାଇଁ ବହୁ ସମୟରେ ସୋସିଆଲ ମିଡ଼ିଆ ଉପରେ କଟକଣା ଲଗାଯାଇଛି। ତେବେ ଏବେ କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତି ନିୟମାବଳୀରେ ଯେଭଳି ସଂଶୋଧନ ଆଣିଛନ୍ତି, ତାହା କ୍ଷମତାରେ ଥିବା ଦଳକୁ ସୁହାଇବ। ଭୁଲ୍‌ ବା ଭ୍ରମ ସୃଷ୍ଟିକାରୀ ଖବର ନିର୍ଦ୍ଧାରଣ କରି କାର୍ଯ୍ୟାନୁଷ୍ଠାନ ନେବାରେ ଏହି ନିୟମ କେନ୍ଦ୍ର ସରକାରଙ୍କୁ ନିରଙ୍କୁଶ କ୍ଷମତା ଦେଇଛି, ଯାହାର ପ୍ରୟୋଗ ଉପରେ ସଂଶୟ ସୃଷ୍ଟି ହେଉଛି। ଏଥିରେ ସ୍ବାଧୀନ ଓ୍ବେବ୍‌ସାଇଟ ବା ଅନ୍‌ଲାଇନ ମିଡିଆଗୁଡ଼ିକୁ ଲକ୍ଷ୍ୟ କରି ହଇରାଣ କରିବା ଲାଗି ବାଟ ପ୍ରଶସ୍ଥ କରାଯାଇଥିବା କୁହାଯାଉଛି।
ବିଗତ ବର୍ଷଗୁଡ଼ିକୁ ଲକ୍ଷ୍ୟ କଲେ ବାକ୍‌ ଓ ଅଭିବ୍ୟକ୍ତି ସ୍ବାଧୀନତାକୁ ନେଇ ଦେଶ ଭିତରେ ଯେତିକି ପ୍ରତିକ୍ରିୟା ପ୍ରକାଶ ପାଉନି ତା’ଠାରୁ ଅଧିକ ପ୍ରତିକ୍ରିୟା ପ୍ରତୀୟମାନ ହେଉଛି ଅନ୍ତର୍ଜାତୀୟ ସ୍ତରରେ। ଯେଉଁଥିପାଇଁ ନାଗରିକ ସ୍ବାଧୀନତା, ଧର୍ମୀୟ ସ୍ବାଧୀନତା, ଆଇନର ଶାସନ ଓ ବୃତ୍ତିଗତ ସ୍ବାଧୀନତା ଉପରେ ଆକଳନ କରି ସୂଚକାଙ୍କ ପ୍ରସ୍ତୁତ କରୁଥିବା ଓ୍ବାଶିଂଟନର କାଟୋ ଇନ୍‌ଷ୍ଟିଚ୍ୟୁଟ ଭାରତକୁ ବିଶ୍ୱର ମୋଟ ୧୯୫ଟି ଦେଶ ମଧ୍ୟରେ ୧୧୨ତମ ସ୍ଥାନରେ ରଖିଛି। ସମସ୍ତ ଘଟଣାକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ, ଆମର ଅଭିବ୍ୟକ୍ତି ସ୍ବାଧୀନତା ଅନେକ କ୍ଷେତ୍ରରେ କ୍ଷୁଣ୍ଣ ହେବାରେ ଲାଗିଛି। ସରକାର ବା ବ୍ୟବସ୍ଥା ବିରୋଧରେ ମୁହଁ ଖୋଲିଲେ ବିପଦ ଆସୁଛି। ମନେରଖିବାକୁ ହେବ, ବାକ୍‌ ଓ ଅଭିବ୍ୟକ୍ତି ସ୍ବାଧୀନତାକୁ ରୋକିଲେ ଗଣ ସ୍ବର ଚାପି ହୋଇଯିବ। ଏହା ଘଟିଲେ ଗଣତନ୍ତ୍ର ଧୀରେ ଧୀରେ ଏକଚ୍ଛତ୍ରବାଦ ଆଡ଼କୁ ମୁହାଁଇବା ଥୟ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?