ଗାଇଲେ ଦୋଷ

ମହାରାଷ୍ଟ୍ର ସରକାର ଓ ପ୍ରଶାସନିକ ବ୍ୟବସ୍ଥାକୁ ବିରୋଧ କରି ଗୀତ ଗାଇଥିବା ରାପର ଉମେଶ ଖାଡେଙ୍କୁ ମୁମ୍ବାଇ ପୋଲିସ ଏପ୍ରିଲ ୯ରେ ଗିରଫ କରିଛି। ଅପରପକ୍ଷରେ ପୋଲିସ ତରଫରୁ କୁହାଯାଉଛି ଯେ, ଉମେଶଙ୍କୁ ଗିରଫ କରାଯାଇ ନ ଥିଲା! କିନ୍ତୁ ତାଙ୍କୁ ଥାନାକୁ ଡକାଇ ତାଙ୍କର ଗୀତ ସମ୍ପର୍କରେ ଦୀର୍ଘକାଳ ଜେରା କରାଯାଇଥିଲା। ଗଣମାଧ୍ୟମରେ ପ୍ରଚାର କରାଯାଇଛି ଯେ, ଉମେଶ ଓ ତାଙ୍କ ପୂର୍ବରୁ ରାଜ ମୁଙ୍ଗ୍‌ସେ ଉଭୟେ ସରକାରଙ୍କ ବିରୋଧରେ ଗୀତ ଗାଇ ସୋସିଆଲ ମିଡିଆରେ ପକାଇଥିଲେ। ତେବେ ଆଜିକାର ପରିସ୍ଥିତିକୁ ଦେଖିଲେ ବୁଝାପଡ଼ୁଛି ଯେ, ଏହିସବୁ ଗୀତ ସରକାରଙ୍କୁ ବିରୋଧ କରିବା ପରିବର୍ତ୍ତେ ରାଜନେତାଙ୍କୁ ବିରୋଧ କରି କରାଯାଇଥିବ। ସରକାରୀ କଳକୁ ବ୍ୟବହାର କରି ରାଜନୈତିକ ବିରୋଧୀଙ୍କୁ ଦମନ କରିବାକୁ ହେଲେ ତାଙ୍କୁ ସରକାରୀ ବିରୋଧୀ ଆଖ୍ୟା ଦେବା ଆବଶ୍ୟକ ହୋଇପଡ଼ୁଛି।
ଜନସାଧାରଣଙ୍କୁ ବୋକା ବନେଇବା ପାଇଁ ଯେଉଁଭଳି ଉଦ୍ୟମ ହେଉଛି ତାହା ଉମେଶଙ୍କ ଗୀତ ‘ଜନତା ଭୋଙ୍ଗଲି କେଲି’ର ସାରାଂଶ। ଏହା ମଧ୍ୟ ଦରଦାମ ବୃଦ୍ଧି, ରାଜନେତାଙ୍କ ଧର୍ମୀୟ ଖେଳ ତଥା ସାଧାରଣ ଜନତା ଭୋଗୁଥିବା ଦୁର୍ଦ୍ଦଶାକୁ ସୂଚିତ କରିଥିବା ପୋଲିସ କହିଛି। ତେବେ ଉକ୍ତ ଗୀତ ରାଜନେତା ଓ ସାଧାରଣ ଜନତାଙ୍କ ଭିତରେ ଉତ୍ତେଜନା ସୃଷ୍ଟି କରିପାରେ ବୋଲି ଅଭିଯୋଗ ଅଣାଯାଇ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହର ପ୍ରାରମ୍ଭରେ ଥାନେ ଜିଲାର ଅମ୍ବରନାଥ ପୋଲିସ ରାପର ରାଜ ମୁଙ୍ଗ୍‌ସେଙ୍କ ନାମରେ ଏକ ମାମଲା ଦାଏର କରିଥିଲା। ତାଙ୍କ ଗୀତରେ ମହାରାଷ୍ଟ୍ରର ଶିବସେନା-ଭାଜପା ସରକାରଙ୍କ ପ୍ରତି ଅପମାନଜନକ ଭାଷା ପ୍ରୟୋଗ କରାଯାଇଥିବା ଅଭିଯୋଗ ଆସିଥିଲା। ମହାରାଷ୍ଟ୍ରର ଏବକାର ଏହି ଦୁଇ ଘଟଣାକୁ ବାଦ୍‌ ଦେଲେ ୨୦୧୮ର ଭୀମା କୋରେଗାଁଓ ମାମଲାରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦୃଷ୍ଟିକୋଣକୁ ବିଚାରକୁ ନିଆଯାଇପାରେ। ଉକ୍ତ ଘଟଣାରେ ମାଓବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେ ୧୬ ଜଣଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ, ଲେଖକ, ସାମ୍ବାଦିକ, ଓକିଲ, ଶିକ୍ଷାବିତ୍‌ମାନେ ଗିରଫ ହୋଇଥିଲେ। ଜାମିନ ନ ପାଇ ସେମାନଙ୍କ ମଧ୍ୟରୁ ସମାଜସେବୀ ଫାଦର ଷ୍ଟାନ ସ୍ବାମୀଙ୍କର ମୃତ୍ୟୁ ଘଟିଲା। ଚାରିଜଣ ବିଭିନ୍ନ କାରଣରୁ ଜାମିନରେ ଅଛନ୍ତି ଯାହାଙ୍କ ମଧ୍ୟରେ ପ୍ରତିଷ୍ଠିତ ଲେଖକ ବରବରା ରାଓ ଅନ୍ତର୍ଭୁକ୍ତ। ଏମାନଙ୍କ ବ୍ୟତୀତ ଆଉ ସମସ୍ତେ ୫ ବର୍ଷ ହେଲା ଜେଲରେ। ଏନ୍‌ଆଇଏ ତଦନ୍ତ କଲେ ବି ଏଯାବତ୍‌ ମାମଲାର ବିଚାର ମଧ୍ୟ ଆରମ୍ଭ ହୋଇପାରିନାହିଁ। କେବଳ ମହାରାଷ୍ଟ୍ର ନୁହେଁ, ବହୁ ସମୟରେ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିବା ସାମ୍ବାଦିକ, ସମାଜସେବୀ ଓ ନେତାମାନଙ୍କ ଉପରେ ଭାରି ପଡ଼ିଛି। ଏପରିକି ଗୌତମ ନଭ୍‌ଲଖ, ସିଦ୍ଦିକ କପ୍ପାନ, ରୂପେଶ କୁମାର ସିଂ ପ୍ରମୁଖ ସାମ୍ବାଦିକମାନଙ୍କୁ ଗିରଫ କରାଯାଇ ଗଣମାଧ୍ୟମ ସ୍ବାଧୀନତାର କଣ୍ଠରୋଧ କରାଯାଉଛି। କୃଷକ ଆନ୍ଦୋଳନଠାରୁ ଆରମ୍ଭ କରି ଏନ୍‌ଆର୍‌ସି ଓ ସିଏଏ ଭଳି ଅନେକ ଆଇନକୁ ନେଇ ସ୍ବାଧୀନ ମନ୍ତବ୍ୟକୁ ରୋକିବା ପାଇଁ ବହୁ ସମୟରେ ସୋସିଆଲ ମିଡ଼ିଆ ଉପରେ କଟକଣା ଲଗାଯାଇଛି। ତେବେ ଏବେ କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତି ନିୟମାବଳୀରେ ଯେଭଳି ସଂଶୋଧନ ଆଣିଛନ୍ତି, ତାହା କ୍ଷମତାରେ ଥିବା ଦଳକୁ ସୁହାଇବ। ଭୁଲ୍‌ ବା ଭ୍ରମ ସୃଷ୍ଟିକାରୀ ଖବର ନିର୍ଦ୍ଧାରଣ କରି କାର୍ଯ୍ୟାନୁଷ୍ଠାନ ନେବାରେ ଏହି ନିୟମ କେନ୍ଦ୍ର ସରକାରଙ୍କୁ ନିରଙ୍କୁଶ କ୍ଷମତା ଦେଇଛି, ଯାହାର ପ୍ରୟୋଗ ଉପରେ ସଂଶୟ ସୃଷ୍ଟି ହେଉଛି। ଏଥିରେ ସ୍ବାଧୀନ ଓ୍ବେବ୍‌ସାଇଟ ବା ଅନ୍‌ଲାଇନ ମିଡିଆଗୁଡ଼ିକୁ ଲକ୍ଷ୍ୟ କରି ହଇରାଣ କରିବା ଲାଗି ବାଟ ପ୍ରଶସ୍ଥ କରାଯାଇଥିବା କୁହାଯାଉଛି।
ବିଗତ ବର୍ଷଗୁଡ଼ିକୁ ଲକ୍ଷ୍ୟ କଲେ ବାକ୍‌ ଓ ଅଭିବ୍ୟକ୍ତି ସ୍ବାଧୀନତାକୁ ନେଇ ଦେଶ ଭିତରେ ଯେତିକି ପ୍ରତିକ୍ରିୟା ପ୍ରକାଶ ପାଉନି ତା’ଠାରୁ ଅଧିକ ପ୍ରତିକ୍ରିୟା ପ୍ରତୀୟମାନ ହେଉଛି ଅନ୍ତର୍ଜାତୀୟ ସ୍ତରରେ। ଯେଉଁଥିପାଇଁ ନାଗରିକ ସ୍ବାଧୀନତା, ଧର୍ମୀୟ ସ୍ବାଧୀନତା, ଆଇନର ଶାସନ ଓ ବୃତ୍ତିଗତ ସ୍ବାଧୀନତା ଉପରେ ଆକଳନ କରି ସୂଚକାଙ୍କ ପ୍ରସ୍ତୁତ କରୁଥିବା ଓ୍ବାଶିଂଟନର କାଟୋ ଇନ୍‌ଷ୍ଟିଚ୍ୟୁଟ ଭାରତକୁ ବିଶ୍ୱର ମୋଟ ୧୯୫ଟି ଦେଶ ମଧ୍ୟରେ ୧୧୨ତମ ସ୍ଥାନରେ ରଖିଛି। ସମସ୍ତ ଘଟଣାକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ, ଆମର ଅଭିବ୍ୟକ୍ତି ସ୍ବାଧୀନତା ଅନେକ କ୍ଷେତ୍ରରେ କ୍ଷୁଣ୍ଣ ହେବାରେ ଲାଗିଛି। ସରକାର ବା ବ୍ୟବସ୍ଥା ବିରୋଧରେ ମୁହଁ ଖୋଲିଲେ ବିପଦ ଆସୁଛି। ମନେରଖିବାକୁ ହେବ, ବାକ୍‌ ଓ ଅଭିବ୍ୟକ୍ତି ସ୍ବାଧୀନତାକୁ ରୋକିଲେ ଗଣ ସ୍ବର ଚାପି ହୋଇଯିବ। ଏହା ଘଟିଲେ ଗଣତନ୍ତ୍ର ଧୀରେ ଧୀରେ ଏକଚ୍ଛତ୍ରବାଦ ଆଡ଼କୁ ମୁହାଁଇବା ଥୟ।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri