୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ ଗ୍ରାହକଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଡିଜିଟାଲ୍ ସଂଯୋଗୀକରଣ ପ୍ରଦାନ କରିବା ଆରମ୍ଭ କରିଛି। ଏପରିସ୍ଥଳେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ୍) ନୂତନ ଗ୍ରାହକ କେନ୍ଦ୍ରିକ ଡିଜିଟାଲ୍ ପଦକ୍ଷେପ ଉପରେ ଘୋଷଣା କରିଛି। ଏ ନେଇଁ ଶୁକ୍ରବାର ଭବାନୀପାଟଣା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବିଏସଏନଏଲ୍
ଡିଜିଏମ ପୁରୁଷୋତ୍ତମ ମାଝୀ ସୂଚନା ଦେଇଛନ୍ତି।ଆତ୍ମନିର୍ଭର ଭାରତ’ ଏବଂ ‘ଡିଜିଟାଲ୍ ଇଣ୍ଡିଆ’ର ସ୍ୱପ୍ନ ଦ୍ୱାରା ଅନୁପ୍ରାଣିତ ହୋଇ, ବିଏସଏନଏଲ୍ ସ୍ୱଦେଶୀ ଜ୍ଞାନକୌଶଳ ଏବଂ ଗ୍ରାହକ-କେନ୍ଦ୍ରିକ ନବସୃଜନ ସହାୟତାରେ ଏକ ସୁଦୃଢ଼ ତଥା ଭବିଷ୍ୟତ-ଉପଯୋଗୀ ଦୂରସଞ୍ଚାର ନେଟୱର୍କ ଗଠନ କରିବାକୁ ସଂକଳ୍ପବଦ୍ଧ ରହିଛି। କଳାହାଣ୍ଡି ଓ ନୂଆପଡା ଜିଲାରେ ପୂର୍ବରୁ ବିଏସଏନଏଲ୍ ର ୧୪୦ ଟି ଟାୱାର ଥିବାବେଳେ ପରବର୍ତ୍ତୀ ସମୟରେ ଡିଜିଟାଲ ଭାରତ ନିଧି (ଡିବିଏନ) ଯୋଜନାରେ କଳାହାଣ୍ଡି ଜିଲା ପାଇଁ ୧୦୧ ଟି ନୂଆପଡା ଜିଲା ପାଇଁ ୩୨ ଟି ଟାୱାର କାର୍ଯ୍ୟକ୍ଷମ କରାଯାଇଛି। ବର୍ତ୍ତିମାନ ନୂତନ ଭାବେ କଳାହାଣ୍ଡି ଜିଲାରେ ୩୧ଟି ଓ ନୂଆପଡା ଜିଲାରେ ଡିବିଏନ ଯୋଜନାରେ ୬ ଟି ଟାୱାର କାର୍ଯ୍ୟକ୍ଷମ ପାଇଁ ପ୍ରୟାସ ଆରମ୍ଭ ହୋଇଛି ବୋଲି କହିଛନ୍ତି। ଏହାଦ୍ବାରା ସ୍ଥାନୀୟ ଉପଭୋକ୍ତା ମାନେ ବିଏସଏନଏଲ୍ ସେବା ପାଇଁ ଉପକୃତ ହେବେ। ସେହିପରି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ୱାଧୀନତା ଦିବସ ସ୍ୱତନ୍ତ୍ର ଅଫର ଭାବେ ୧ ଟଙ୍କାରେ ସିମ ଦିଆଯିବା ସହ ଏଥିରେ ୨୪ ଦିନ ପ୍ରର୍ଯ୍ୟନ୍ତ ଦୈନିକ ୧ଜିବି ଡାଟା, ଶହେ ଏସଏମଏସ,ଅନ ଲିମିଟେଡ଼ ଭଏସ କଲ ସମେତ ୨୪ ଦିନ ଭେଳିଡିଟୀ ରହିଛି।ସେହିପରି ଫାଇବର ଅଫରରେ ମାସକୁ ୧୧୧୧ଟଙ୍କାରେ ଇଣ୍ଟରନେଟ ସ୍ପୀଡ଼ ୨ ଶହ ଏମବିପିଏସ,୫ହଜାର ଜିବି ଡାଟା ପ୍ରମୁଖ ସୁବିଧା ରହିଛି। ଏହି ଅଫର ଆସନ୍ତା ୧୨ ସେପ୍ଟେମ୍ବର ଯାଏ ରହିବ ବୋଲି ସୂଚନା ଦିଆଯାଇଛି।ଏହାର ଉଦ୍ଦେଶ୍ୟ ହେଉଛି ଗ୍ରାହକଙ୍କ ଅନୁଭୂତିକୁ ବଢ଼ାଇବା, ଡିଜିଟାଲ୍ ସେବାର ସମ୍ପ୍ରସାରଣ କରିବା ଏବଂ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଅତ୍ୟାଧୁନିକ ସଂଯୋଗୀକରଣ ତଥା ମନୋରଞ୍ଜନକୁ ସହଜଲବ୍ଧ କରାଇବା। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଏସଏନଏଲ୍ ଏଜିଏମ ବିପିନ ବିହାରୀ ପଟ୍ଟନାୟକ, ଏସଡିଇ କେ ବି ନାୟକ,ଜେଟିଓ ହିମାଂଶୁ କୁମାର ବେହେରା,ଅମ୍ରେଶ ପଣ୍ଡା ଓ ଜେଏଓ ପ୍ରମୋଦ କୁମାର କାଲୁ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?