ନୂଆ ରୂପ ନେଉଛି ସିଲଭର ସିଟି ବୋଟ୍‌ କ୍ଲବ୍‌

କଟକ ଅଫିସ,୮ା୫: କଟକ ମାତାମଠସ୍ଥିତ ମହାନଦୀ କୂଳରେ ଥିବା ସିଲ୍‌ଭର ସିଟି ବୋଟ୍‌ କ୍ଲବ ଏବେ ନୂଆ ରୂପ ପାଇବାକୁ ଯାଉଛି। ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଏହାର ପରିସରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି। ବିଶେଷକରି ବୋଟ୍‌ କ୍ଲବ୍‌ ପରିସରରେ ୮କୋଟି ଟଙ୍କା ବ୍ୟୟରେ ଓପନ୍‌ଏୟାର ଥିଏଟର୍‌, ଗ୍ଲାସ୍‌ ଡେକ୍‌, ଗେଷ୍ଟହାଉସ୍‌, ଫାଉଣ୍ଟେନ୍‌, ପିଲାଙ୍କ ପାଇଁ ପାର୍କ, ଟଏଲେଟ୍‌ ବ୍ଲକ୍‌ ଆଦି କାମ ଜାରି ରହିଛି। ଚଳିତମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ଓଟିଡିସି ଲକ୍ଷ୍ୟ ରଖିଛି।
୨୦୨୧ ମସିହାରେ ୧.୩୫ କୋଟି ଟଙ୍କା ବ୍ୟୟରେ ଏହାର ପାର୍କ ନବୀକରଣ କରାଯାଇଥିଲା। ପର୍ଯ୍ୟଟକମାନଙ୍କୁ ମହାନଦୀରେ ଦୁଃସାହସିକ ଜଳକ୍ରୀଡ଼ା ସହ ମନୋରଞ୍ଜନର ସୁବିଧା ଯୋଗାଇ ଦେବା ନିମନ୍ତେ ଓଟିଡିସି ପକ୍ଷରୁ ଏହି ୱାଟର ସ୍ପୋର୍ଟସ ପାର୍କ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଥିଲେ। ଏଠାରେ ପର୍ଯ୍ୟଟକମାନେ ମହାନଦୀର ମନୋରମ ଦୃଶ୍ୟକୁ ଉପଭୋଗ କରିବା ନିମନ୍ତେ ଏକ ଭ୍ୟୁ ପଏଣ୍ଟ, ସେଲ୍ଫି ଜୋନ୍‌ କରାଯାଇଛି। ସେହିପରି ବିଭିନ୍ନ ୱାଟର ସ୍ପୋର୍ଟସ ଯଥା, ଜେଟ୍‌, ସ୍କିଡ୍‌ ବୋଟ୍‌, କ୍ରୁଜ ବୋଟ୍‌, ପେଡାଲ ବୋଟ୍‌, ହାଉସ ବୋଟ୍‌ ଏବଂ ଫ୍ଲୋଟିଂ କାଫେ ବ୍ୟବସ୍ଥା ହୋଇଛି। ଏତତ୍‌ବ୍ୟତୀତ ପର୍ଯ୍ୟଟକଙ୍କ ପାଇଁ ଓଟିଡିସି ପକ୍ଷରୁ ଏଠାରେ ଏକ ରେଷ୍ଟୁରାଣ୍ଟ କରାଯାଇଛି ା ବିଶେଷକରି ପର୍ଯ୍ୟଟକଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବା ପାଇଁ ନିଗମ ପକ୍ଷରୁ ଉଦ୍ୟମ ଜାରି ରହିଛି।
ଦ୍ୱିତୀୟ ପର୍ଯ୍ୟାୟରେ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାର ପରିସରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି। ଅଧିକାଂଶ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦୦ରୁ ଊର୍ଦ୍ଧ୍ୱ ଲୋକ ବସିବା ପାଇଁ ଓପନ୍‌ଏୟାର୍‌ ଥିଏଟର୍‌ ନିର୍ମାଣ କରାଯାଉଛି। ଏଠାରେ ବିଭିନ୍ନ ଉତ୍ସବ ଓ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ। ସେହିପରି ମହାନଦୀ କୂଳରେ ଏକ ଗ୍ଲାସ୍‌ ଚଲାପଥ ନିର୍ମାଣ ଚାଲିଛି। ନଦୀ ମଧ୍ୟକୁ ଲୁହାର ଏକ ତାଜା ବାହାର କରାଯାଇଛି, ଯାହାର ତଳଭାଗରେ କାଚ ପକାଯିବ। ପର୍ଯ୍ୟଟକମାନେ କାଚ ଉପରେ ଛିଡ଼ା ହୋଇ ପାଦ ତଳେ ମହାନାଦୀର ପାଣିକୁ ଦେଖି ପାରିବେ। ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ରଙ୍ଗର କାଚ ଏଥିରେ ବ୍ୟବହାର କରାଯିବ। ଶିଶୁଙ୍କ ପାଇଁ ଏକ ପାର୍କ ପ୍ରସ୍ତୁତ କରାଯାଉଛି, ସେଠାରେ ବିଭିନ୍ନ ଖେଳ ସାମଗ୍ରୀ ରଖାଯିବ। ସେହିପରି ଏହାର ପରିସରରେ ଏକ ଟଏଲେଟ୍‌ ବ୍ଲକ୍‌ ଓ ଖୋଲା ସ୍ଥାନରେ ବଗିଚା କରାଯାଇଛି। ବୋଟ୍‌ କ୍ଲବ୍‌ ପ୍ରବେଶପଥର ମୁଖ୍ୟ ଫାଟକକୁ ନୂତନ ଭାବେ ନିର୍ମାଣ କରାଯିବା ସହ ବାହାରେ ଗାଡି ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିସହ ବୋଟ୍‌ କ୍ଲବ୍‌କୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡିଥିବାରୁ ଏହାକୁ ନୂତନ ଭାବେ ନିର୍ମାଣ କରାଯାଇଛି ବୋଲି ଓଟିଡିସିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଶେଖର ସ୍ବାଇଁ ନାମକ ପର୍ଯ୍ୟଟକ କହିଛନ୍ତି, ସହରରେ ଏଭଳି ସ୍ଥାନ ଅନ୍ୟ କେଉଁଠି ନାହିଁ। ସନ୍ଧ୍ୟାରେ ଏହି ସ୍ଥାନରେ ବସିବାକୁ ଭଲ ଲାଗେ। ଏଭଳି ସ୍ଥାନ ଅନ୍ୟମାନଙ୍କୁ ନିଶ୍ଚିତ ଭାବେ ଆକୃଷ୍ଟ କରିବ। ସେହିପରି ସ୍ଥାନୀୟ ବାସିନ୍ଦା ସ୍ନେହାଶ୍ରୀ ପ୍ରିୟଦର୍ଶିନୀ କହିଛନ୍ତି, ସବୁ ବର୍ଗର ଲୋକଙ୍କ ମନୋରଞ୍ଜନ ପାଇଁ ଏହା ଉପଯୁକ୍ତ ସ୍ଥାନ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?