ସିଲ୍କ ଶାଢ଼ି ଫ୍ୟାଶନ

କୁହାଯାଏ ବାର ହାତର ବିସ୍ମୟ ହେଉଛି ଶାଢ଼ି। ଆଧୁନିକ ଲାଇଫ୍‌ ଷ୍ଟାଇଲ୍‌ରେ ବି ଏହାର ସ୍ବତନ୍ତ୍ର ଚାହିଦା ରହିଛି। ଦେଶ ବିଦେଶରେ ଭାରତୀୟ ଶାଢ଼ିର ରହିଛି ନିଆରା ଷ୍ଟାଇଲ୍‌ । ତେବେ ଶାଢ଼ି ମଧ୍ୟରେ ପାଟ ବା ସିଲ୍କ ଶାଢ଼ି ସବୁଠୁ ଆକର୍ଷଣୀୟ। ଏହା ଦେଖିବାକୁ ଯେମିତି ଅନ୍ୟ ଶାଢ଼ିଠାରୁ ଭିନ୍ନ ସେମିତି ଏହାର ସଫାସୁତୁରା ଯତ୍ନ କରିବା ଶୈଳୀ ବି ନିଆରା…

ବିଶେଷ ଅବସରରେ ନାରୀମାନେ ସାଧାରଣତଃ ପିନ୍ଧନ୍ତି ପାଟ ଶାଢ଼ି। ବିବାହ, ବ୍ରତ କିମ୍ବା ଅନ୍ୟ ପାର୍ଟିରେ ଯୋଗ ଦେବାକୁ ଥିଲେ ସାଧାରଣତଃ ପାଟ ଶାଢ଼ି ହିଁ ପିନ୍ଧନ୍ତି। ପାଟଶାଢ଼ି ମହିଳାଙ୍କୁ ଅଧିକ ଆକର୍ଷଣୀୟ କରିଥାଏ। ତେଣୁ ଖାସ୍‌ ଏଥେନିକ୍‌ ଲୁକ୍‌ ଦେବା ପାଇଁ ନାରୀମାନେ ପାଟ ଶାଢ଼ି ପରିଧାନ କରିଥାନ୍ତି। ତେବେ ଫ୍ୟାଶନ୍‌ ଦୁନିଆରେ ସବୁ ବୟସର ମହିଳା ପାଟ ଶାଢ଼ି ପିନ୍ଧିପାରିବେ। ଖାଲି ନାରୀମାନେ ନୁହନ୍ତି ଆମ ଠାକୁର ବି ପିନ୍ଧନ୍ତି ପାଟ ଶାଢି। ଜଗତର ନାଥ ଜଗନ୍ନାଥଙ୍କର ପ୍ରିୟ ପରିଧାନ ହେଉଛି ଖଣ୍ଡୁଆ ପାଟ। ଓଡ଼ିଶା ଭଳି ଦେଶର ବିଭିନ୍ନ ସ୍ଥାନରେ ଠାକୁରଙ୍କୁ ସେହି ଅଞ୍ଚଳର ସ୍ବତନ୍ତ୍ର ପାଟ ଶାଢି ଅର୍ପଣ କରାଯାଇଥାଏ।
ବ୍ୟକ୍ତିତ୍ୱ ବଢ଼ାଏ: ଆଜି ବି ଫ୍ୟାଶନ୍‌ ଦୁନିଆରେ ପାଟ ଶାଢ଼ିର ସ୍ବତନ୍ତ୍ର ଚାହିଦା ରହିଛି। କାରଣ ଏହା ସବୁଠୁ ଅଧିକ ଦାମୀ ଶାଢ଼ିଭାବେ ଗଣାଯାଏ। ତେଣୁ ପାଟ ଶାଢ଼ି ପିନ୍ଧିଥିବା ମହିଳାଙ୍କୁ ବି ଫ୍ୟାଶନ ଦୁନିଆରେ ସ୍ବତନ୍ତ୍ର ଭାବରେ ଗ୍ରହଣ କରାଯାଇଥାଏ। ଏହି ଦୃଷ୍ଟିରୁ ଅନେକ ଉତ୍ସବରେ ନାରୀଟିଏ ପାଟ ଶାଢ଼ି ପିନ୍ଧି ତା’ର ବ୍ୟକ୍ତିତ୍ୱ ବଢ଼ାଇଥାଏ। ସେଥିପାଇଁ ବଲିଉଡ୍‌ର ଅଧିକାଂଶ ଅଭିନେତ୍ରୀ ବିବାହ ଭଳି ସ୍ବତନ୍ତ୍ର ଉତ୍ସବରେ ପାଟ ଶାଢ଼ି ପିନ୍ଧି ଚର୍ଚ୍ଚିତ ହୋଇଛନ୍ତି।
ସବୁବେଳେ ଫ୍ୟାଶନରେ:ଶାଢ଼ିକୁ ଅନେକ କହନ୍ତି ବାର ହାତର ବିସ୍ମୟ। ପୂର୍ବକାଳରୁ ଏହାକୁ ନାରୀମାନେ ପିନ୍ଧୁଥିଲେ ଏବଂ ଏବେ ବି ଫ୍ୟାଶନ ଜଗତରେ ଏହାର ଚାହିଦା ଆଦୌ କମ୍‌ ହୋଇନି। ଏମିତି କି ଅନେକ ଦିନର ପାଟ ଶାଢ଼ି ଆଜି ବି ଫ୍ୟାଶନ ଟ୍ରେଣ୍ଡରେ ରହିଛି। ଅବଶ୍ୟ ପାଟ ଶାଢ଼ିର ଡିଜାଇନ୍‌ରେ କିଛିଟା ପରିବର୍ତ୍ତନ ହୋଇଛି, କିନ୍ତୁ ଫ୍ୟାଶନ୍‌ ଜଗତରେ ଏହା ପ୍ରଥମ ପସନ୍ଦ ହୋଇପାରିଛି।
ଅସଲି ନକଲି: ପାଟ ଶାଢ଼ି ସାଧାରଣତଃ ବିଭିନ୍ନ ପ୍ରକାରର ରହିଛି। ଓଡ଼ିଶାର ସମ୍ବଲପୁରୀ ପାଟ, କାଞ୍ଜିବରମ, ବୋମକାଇ, ବାନ୍ଧ ଶାଢ଼ି, କୋଟପାଡ଼, ପଶାପାଲି, ଖଣ୍ଡୁଆ, ହବଶପୁରୀ ଆଦି ବିଭିନ୍ନ ପ୍ରକାରର ପାଟ ଶାଢ଼ି ସାରା ଦେଶରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। କିନ୍ତୁ ବଜାରରେ ବେଳେବେଳେ ସବୁ ପ୍ରକାର ପାଟ ଶାଢ଼ିର ନକଲି ଶାଢ଼ି କମ୍‌ ଦାମରେ ମିଳିଥାଏ। ତେଣୁ ପାଟ ଶାଢ଼ି କିଣିବା ପୂର୍ବରୁ ନକଲି ଓ ଅସଲି ପାଟ ସମ୍ପର୍କରେ ଭଲ ଭାବରେ ଜାଣି ରଖିବା ଉଚିତ୍‌। ପାଟ ଶାଢ଼ିକୁ ହାତରେ ଧରିବା ପରେ ତା’ର ଉଜ୍ଜ୍ୱଳତା, ରଙ୍ଗ ଆଉ କ୍ୱାଲିଟିର ଫରକକୁ ଜାଣିହେବ। କାରଣ ପାଟ ଶାଢ଼ିଗୁଡ଼ିକର ଏକ ସ୍ବତନ୍ତ୍ର ଡିଜାଇନ୍‌ ଓ ପ୍ୟାଟର୍ନ ରହିଥାଏ। ତେଣୁ ପାଟ ଶାଢ଼ିର, ଚମକ, ରଙ୍ଗ, କ୍ୱାଲିଟି ଓ ଓଜନ ସବୁକିଛି ଭିନ୍ନ ହୋଇଥାଏ। ଏସବୁକୁ ଲକ୍ଷ୍ୟ କରି ହଁ ଶାଢ଼ି କିଣିବା ଆବଶ୍ୟକ।
ଲୋଡ଼ା ଅଧିକ ଯତ୍ନ
ସାଧାରଣତଃ ଅନ୍ୟ ସବୁ ଶାଢି ତୁଳନାରେ ପାଟ ଶାଢ଼ିକୁ ଅଧିକ ଯତ୍ନରେ ରଖିବାକୁ ହୁଏ। ଅନ୍ୟ ଶାଢ଼ି ଭଳି ଏହାକୁ ସଫା କରାଯାଏନି କି ସବୁ ସମୟରେ ପିନ୍ଧାଯାଏନି। ସେଥିପାଇଁ ଏହାର ବିଶେଷ ଭାବରେ ଯତ୍ନ ନେବାକୁ ହୋଇଥାଏ। ପାଟ ଶାଢିକୁ ଏବେ ସମସ୍ତେ ଡ୍ରାଏ ୱାଶ୍‌ କରି ରଖୁଛନ୍ତି। ଆଗ କାଳରେ ଏହି ସୁବିଧା ନ ଥିବାରୁ ଲୋକେ ପାଟ ଶାଢ଼ିକୁ ରିଠା ଫଳରେ ସ୍ବତନ୍ତ୍ର ଭାବରେ ସଫା କରି ସୁରକ୍ଷିତ ରଖୁଥିଲେ। ଖାଲି ସେତିକି ନୁହେଁ ପାଟ ଶାଢ଼ି ବେଶି ଦିନ ରହିଲେ ଯେପରି ଖରାପ ହୋଇ ନ ଯାଏ ସେଥିପାଇଁ ଏହାକୁ ମଝିରେ ମଝିରେ ଖରାରେ ଶୁଖାଇ ରଖାଯାଏ। ଆଗକାଳର ମହିଳାମାନେ ବିଶେଷ କରି ଭାଦ୍ରବ ମାସରେ ଶାଢ଼ିକୁ ଖରା ଦେଇ ରଖନ୍ତି। ଏପରି କରିବା ଫଳରେ ଶାଢ଼ି ଅନେକ ବର୍ଷ ସୁରକ୍ଷିତ ହୋଇ ରହେ। ଆଜିକାଲି ମଧ୍ୟ ପାଟ ଶାଢିର ଯତ୍ନ ନେବା ପାଇଁ ବହୁ ପ୍ରକାରର ସୁବିଧା ଉପଲବ୍ଧ ହେଲାଣି। ଡ୍ରାଏ ୱାଶ୍‌ଠାରୁ ଆରମ୍ଭ କରି କର୍ପୂର ପକାଇ ରଖିବା ଭଳି ବିଭିନ୍ନ ଉପାୟରେ ଶାଢିକୁ ସାଇତି ଅଧିକ ଦିନ ରଖି ହେଉଛି।

 

ଏମାନେ ଯାହା କୁହନ୍ତି
ଶାଢ଼ିକୁ ଖୋଲି ପୁଣି ଭାଙ୍ଗି ରଖେ:ପାଟ ଶାଢ଼ି ପିନ୍ଧିବାର ଏକ ସ୍ବତନ୍ତ୍ର ବ୍ୟକ୍ତିତ୍ୱ ରହିଛି। ସେଥିପାଇଁ ମୁଁ ଅଧିକାଂଶ ସମୟରେ ପାଟ ଶାଢ଼ି ହିଁ ପିନ୍ଧିଥାଏ। ଏହି ଶାଢ଼ି ପିନ୍ଧିଲେ ଯେମିତି ଏକ ଭିନ୍ନ ଅନୁଭବ ହୋଇଥାଏ। ଅବଶ୍ୟ ପାଟ ଶାଢ଼ିକୁ ଥରେ କି ଦୁଇ ଥର ପିନ୍ଧି ମୁଁ ସଫା କରେନି। ଦୁଇ ଚାରି ଥର ପିନ୍ଧିବା ପରେ ଯଦି ମଇଳା ହୋଇଥାଏ ତେବେ ଡ୍ରାଏ ୱାଶ୍‌ କରିନିଏ। ଆଉ ଯଦି ବେଶି ଦିନ କୌଣସି ଶାଢ଼ି ପିନ୍ଧା ହୋଇ ନ ଥାଏ ତେବେ ତାକୁ ସେମିତି ଖାଲିରେ ଥରେ ଘରେ ପିନ୍ଧି ଦେଇ ପୁଣି ଥରେ ଭାଙ୍ଗିକି ରଖିଦିଏ। ଫଳରେ ଶାଢ଼ିର ଭାଙ୍ଗ ଅନୁସାରେ ଦାଗ ରହିବନି କି ଶାଢ଼ି ଚିରିଯିବ ନାହିଁ।
-ଶୁଭଶ୍ରୀ ଦାସ, ଅଧ୍ୟାପିକା, ମହିଳା ମହାବିଦ୍ୟାଳୟ, ଖୋର୍ଦ୍ଧା
ପ୍ରତି ୬ମାସରେ ଥରେ ଭାଙ୍ଗ ବଦଳାଇଦିଏ: ପାଟ ଆଉ ସିଲ୍କ ଶାଢ଼ି ପାଇଁ ମୋର ରହିଛି ବିଶେଷ ଅକର୍ଷଣ। ତେବେ ପାଟକୁ ଯତ୍ନରେ ସାଇତି ରଖିବା ହିଁ ସବୁଠୁ ବଡ଼ ଚିନ୍ତା। କାରଣ ଏହି ଶାଢ଼ିକୁ ସବୁବେଳେ ପିନ୍ଧି ହୁଏନି। କେବଳ ବିଶେଷ ଅବସରରେ ପିନ୍ଧିବାକୁ ଭଲ ଲାଗେ। ଅନେକ ସମୟରେ ଏହି ସବୁ ଶାଢ଼ି ରହି ରହି ଫାଟି ଯାଏ। ଏକେରେ ଏତେ ଦାମ୍‌ ପୁଣି ନିଜ ପ୍ରିୟ ଶାଢ଼ି ନଷ୍ଟ ହେଇଗଲେ ଦୁଃଖ ତ ଲାଗିବ। ମୋର କେତେଟା ଶାଢ଼ି ଏମିତି ନଷ୍ଟ ହେଇଗଲା। ତେଣୁ ଏବେ ମୁଁ ବିଶେଷ ଭାବରେ ଯତ୍ନ ନେଉଛି। ପାଟ ଓ ସିଲ୍କ ଶାଢ଼ିକୁ ପ୍ରତି ୬ ମାସରେ ଥରେ ଖୋଲି ତାର ଭାଙ୍ଗ ବଦଳାଇ ପୁଣି ଥରେ ଭାଙ୍ଗି ରଖୁଛି। ପୁରୁଣା ଭାଙ୍ଗର ଚିହ୍ନକୁ ପ୍ରେସ କରି ସମାନ କରିଦିଏ। ପାଟ ଶାଢି ରଖୁଥିବା ଥାକରେ ସୁତା କପଡ଼ାରେ ଗୁଡ଼ାଇ ଗନ୍ଧ କର୍ପୁର ନିହାତି ରଖେ। ବର୍ଷକୁ ଥରେ ଭାଦ୍ରବ ମାସରେ ପାଟ ଓ ସିଲ୍କ ଶାଢ଼ିକୁ ଖରାଦିଏ। ଏହି ଶାଢ଼ିକୁ ପଲିଥିନ୍‌ ପ୍ୟାକେଟ୍‌ ଭିତରେ ରଖିଲେ ବି ଭଲ। ଯେବେ ବି ପାଟ ଶାଢ଼ି ପିନ୍ଧି କୁଆଡେ ଯାଏ ଫେରିଲା ପରେ ତାକୁ ଖେଳାଇ ଦିଏ ଏବଂ ବେଳେବେଳେ ତାକୁ ଖରାରେ ପକାଇ ଭାଙ୍ଗି ରଖେ। ଯଦି କୌଣସି କାରଣରୁ ଶାଢିରେ ଅସନା ଲାଗିଗଲା ତାହେଲେ ଡ୍ରାଏ କ୍ଲିନ୍‌ ପୂର୍ବରୁ ଇଜି କିମ୍ବା ସାମ୍ପୁରେ ଧୋଇଦିଏ।
-ଇତିଶ୍ରୀ ସେନାପତି, ଗୃହିଣୀ, ଭୁବନେଶ୍ୱର
ବର୍ଷକୁ ଥରେ ଖରାଦିଏ: ମାଆ କହେ ଶାଢ଼ିକୁ ବର୍ଷକୁ ଥରେ ଖରାରେ ଶୁଖାଇ ରଖିବା କଥା। ସେଥିପାଇଁ ମୁଁ ପାଟ ଶାଢ଼ିକୁ ବି ବର୍ଷାଦିନେ ଥରେ ଭଲ ଖରା ହେଉଥିବା ସମୟରେ ଖୋଲି ଶୁଖାଇ ଦିଏ। କିଛି ସମୟ ଖରାରେ ଶୁଖାଇବା ପରେ ପୁଣି ଥରେ ଭାଙ୍ଗି ରଖିଦିଏ। ଆଉ ଶାଢ଼ିକୁ ତା’ ପୁରୁଣା ଭାଙ୍ଗ ଅନୁସାରେ ନ ଭାଙ୍ଗି ମୁଁ ଅନ୍ୟ ଢଙ୍ଗରେ ଭାଙ୍ଗି ରଖେ। ତେବେ ପାଟ ଶାଢି ଅଧିକ ଦିନ ଭଙ୍ଗା ହୋଇ ରହିଲେ ଚିରି ଯିବାର ଆଶଙ୍କା ଥିବାରୁ ଅତି କମରେ ବର୍ଷକୁ ଥରେ ପାଟ ଶାଢ଼ିକୁ ପିନ୍ଧିବା ପାଇଁ ମୁଁ ଚେଷ୍ଟା କରିଥାଏ।
-ଶର୍ମିଷ୍ଠା ପ୍ରିୟଦର୍ଶିନୀ ସ୍ବାଇଁ, ଗୃହିଣୀ, ଭୁବନେଶ୍ୱର
ଏବେ ଡ୍ରାଏ ୱାଶ୍‌ କରି ରଖୁଛି: ମୋର ବାହାଘର ବେଳର ସବୁ ପାଟ ଶାଢ଼ି ଏବେ ବି ସେମିତି ରହିଛି। ଅବଶ୍ୟ କେତେଗୁଡ଼ିଏ ପୁରୁଣା ଡିଜାଇନ ଭଳି ଲାଗୁଛି। କିନ୍ତୁ ସବୁ ପାଟ ଶାଢ଼ିଗୁଡ଼ିକ ସୁନ୍ଦର ଦେଖାଯାଉଛି। ଆଗରୁ ଆମେ ପାଟ ଶାଢ଼ିକୁ ରିଠା ଫଳରେ ଧୋଇ ସଙ୍ଗେ ସଙ୍ଗେ ଶୁଖାଇ ଆଇରନ୍‌ କରି ରଖୁଥିଲୁ। ଏବେ ତ ଡ୍ରାଏ ୱାଶ୍‌ କରି ସହଜରେ ରଖାଯାଉଛି। କିନ୍ତୁ ଶାଢ଼ିକୁ ବେଶି ଦିନ ଗୋଟିଏ ଭାଙ୍ଗରେ ରଖିବା ଠିକ୍‌ ନୁହେଁ। ସେଥିପାଇଁ ମୁଁ ଶାଢ଼ିକୁ ମଝିରେ ମଝିରେ ବାହାର କରି ଅଳ୍ପ ସମୟ ଖରା ଦେଇ ପୁଣି ଭାଙ୍ଗି ରଖେ। ଯତ୍ନରେ ରଖିଲେ ପାଟ ଶାଢି ସବୁ ସେମିତି ରହିଥିବ।
-ସୁରଭିବାଳା ମହାନ୍ତି, ଗୃହିଣୀ, ଆଶ୍ରା, ଧାମରା, ଭଦ୍ରକ

 


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri