ଚୁପ୍‌, ବିକାଶ ଚାଲିଛି

ପୁଷ୍ପାରାଣୀ ମିଶ୍ର

 

ସମ୍ପ୍ରତି ସାରା ଦେଶରେ ବିକାଶର ହାଓ୍ବା ବହୁଛି। ଏହି ବିକାଶକୁ ପ୍ରଚାର ପ୍ରସାର କରାଇ ନେତାମାନେ ଭୋଟ୍‌ ଭିକ୍ଷା କଲାବେଳେ ପ୍ରକାରାନ୍ତରେ ନିଜର ରାଜନୈତିକ ଲକ୍ଷ୍ୟ ହାସଲ କରିନେଉଥିବା ବେଳେ ତାଙ୍କର ଚେଲାଚାମଣ୍ଡାମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରାଇପାରୁଛନ୍ତି। ଆଉ ଏହି ବିକାଶର ସ୍ରୋତରୁ ବନିଶି ପକାଇ ବଡ଼ବଡ଼ିଆ ବାବୁମାନେ ବଡ଼ ବଡ଼ ମାଛ ଧରି ନେଉଛନ୍ତି ନିଜ ପ୍ରିୟଜନ ତଥା ରାଜନୈତିକ ପୃଷ୍ଠପୋଷକଙ୍କ ପ୍ରୀତ୍ୟାର୍ଥେ। ଏହି ବିକାଶର ଦ୍ୱାହିଦେଇ ବିରୋଧୀ ଦଳଙ୍କର ପ୍ରତିରୋଧ ସ୍ବରକୁ ଚାପିଦେବାରେ ସରକାରୀ ଦଳ ସମର୍ଥ ହୋଇପାରୁଛନ୍ତି। କିନ୍ତୁ ସତରେ କ’ଣ ବିକାଶ ଚାଲିଛି? ଯଦି ଚାଲିଛି ତାହା କେତେ ପରିମାଣରେ, ଆଉ ଏହି ବିକାଶର ସ୍ରୋତରେ ଉବୁଟୁବୁ ହୋଇ ବିଚରା ସାଧାରଣ ଜନତାଙ୍କର ଅକଲ ଗୁଡୁମ୍‌। ଟିକେ ନିରିଖେଇ ଦେଖିଲେ ଆମେ ଉପଲବ୍ଧ କରିପାରିବା ସରକାରୀ ଢାଞ୍ଚାରେ ବିକାଶର ଅଗ୍ରଗତିକୁ। ରାଜକୋଷରୁ ଯେତିକି ଅର୍ଥଶ୍ରାଦ୍ଧ ହେଉଛି ତା’ର ସିଂହଭାଗ ଚେଲାଚାମଣ୍ଡାଙ୍କ ତୁଷ୍ଟୀକରଣ ଆଉ ଦଳୀୟ ଚାନ୍ଦାରେ ବିନର୍ବ୍ୟୟ ହେଉଥିବାବେଳେ କିୟଦଂଶ ବିକାଶର ଧାରାକୁ ବଜାୟ ରଖିବାରେ ଖର୍ଚ୍ଚ ହେଉଛି। ଉଦାହରଣ ସ୍ବରୂପ, ଧରନ୍ତୁ କୌଣସି ଏକ ଅଗମ୍ୟ ଅଞ୍ଚଳକୁ ବିକାଶ ନଁାରେ ରାସ୍ତାଟିଏ ନିର୍ମାଣ କରାଗଲା। ପରବର୍ତ୍ତୀ ବର୍ଷ ଦେଖିବେ ସେ ରାସ୍ତାଟିକୁ ସମ୍ପୂର୍ଣ୍ଣ ଖୋଳି ତାଡ଼ି କଂକ୍ରିଟ କିମ୍ବା ପିଚୁ ଢଳେଇ କରାଯାଉଛି। ପୁଣି ବର୍ଷୁଟିଏ ନ ଯାଉଣୁ ଢଳେଇ ରାସ୍ତାରୁ ଦୁଇ ପାର୍ଶ୍ୱକୁ ଖୋଳି ପକ୍କାନାଳୀ ଜଳ ନିଷ୍କାସନ ପାଇଁ କରାଯାଉଛି। ପରବର୍ତ୍ତୀ ଆର୍ଥତ୍କ ବର୍ଷରେ ଆଉ କିଛି ଅର୍ଥ ମଞ୍ଜୁର କରାଇ ନାଳ ଉପରେ ଢାଙ୍କୁଣି ଦିଆଯାଉଛି। ତା’ପରେ ଜନସ୍ବାସ୍ଥ୍ୟ ବିଭାଗ ସେ ଢଳେଇ ରାସ୍ତାକୁ ଭାଇବ୍ରେଟର ସାହାଯ୍ୟରେ ଖୋଳି ପାଣି ପାଇପ୍‌ ବିଛାଇବା ସହିତ ସମସ୍ତଙ୍କ ଘରକୁ ଜଳ ସଂଯୋଗ କରାଉଛି। ଏତିକିରେ କଥା ସରୁନାହିଁ। ବିଦ୍ୟୁତ୍‌ ବିଭାଗ ଓ ତାର ବିଭାଗ ମଧ୍ୟ ଏହି ରାସ୍ତାକୁ ଖୋଳିପକାଇ ନିଜ ନିଜର କେବୁଲ ବିଛାଇ ଦେଉଛନ୍ତି। ଶେଷକୁ ଆସୁଛି ବର୍ଜ୍ୟବସ୍ତୁ ନିଷ୍କାସନ ବିଭାଗ। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଚାମ୍ବର ମାନ ଖୋଳି ଭୂତଳ ନାଳୀ ମାଧ୍ୟମରେ ପ୍ରତି ଘରୁ ନିଃସୃତ ହେଉଥିତ୍ବା ପାଇଖାନା ଜଳକୁ ନିଷ୍କାସିତ କରିବା ପାଇଁ ସୁବନ୍ଦୋବସ୍ତ କରାଯାଉଛି। ଫଳରେ ବର୍ଷ ବର୍ଷ ଧରି ଏପ୍ରକାରର ବିକାଶ କାର୍ଯ୍ୟ ଲାଗି ରହିଥିବାରୁ ଜନସାଧାରଣ ଗମନାଗମନରେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ସରକାରଙ୍କର ଅନେକ ଅର୍ଥ ମଧ୍ୟ ବିନର୍ବ୍ୟୟ ହେଉଛି। କିନ୍ତୁ ସମସ୍ତେ ଚୁପ୍‌ । କାରଣ ବିକାଶ ଚାଲିଛି, କେବଳ ରାସ୍ତାଘାଟ ସମ୍ପ୍ରସାରଣ ନୁହେଁ, ସୌନ୍ଦର୍ଯ୍ୟକରଣ ଆଳରେ ସରକାରୀ କୋଠାବାଡ଼ିକୁ ଧୂଳିସାତ କରି କେଉଁଠି ପ୍ରମୋଦ ଉଦ୍ୟାନ କରାଗଲାଣି ତ ପରବର୍ତ୍ତୀ ବର୍ଷ ସେ ପ୍ରମୋଦ ଉଦ୍ୟାନକୁ ଭାଙ୍ଗିରୁଜି ସେଠି ସରକାରୀ ସହାୟତା କେନ୍ଦ୍ର ମୁଣ୍ଡ ଟେକିଲାଣି। କେଉଁଠି ପୁରାତନ ଐତିହାସିକ କୀର୍ତ୍ତିରାଜି ଜାଗାରେ ପାଦଚଲା କି ସାଇକେଲ ରାସ୍ତା ହେଲାଣି। ପୁଣି କେଉଁଠି ବଡ଼ ବଡ଼ ଛାୟାପ୍ରଦ ବୃକ୍ଷକୁ ମୂଳୋପତ୍ାଟନ କରି ସର୍ବସାଧାରଣଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଗଲାଣି। ଏସବୁରେ ସରକାରୀ ଅର୍ଥ ଖର୍ଚ୍ଚ ହୋଇ ଜନସାଧାରଣଙ୍କର କେତେ ଲାଭ ଆଉ କେତେ କ୍ଷତି ହେଉଛି ତା’ର ହିସାବନିକାଶ ନା ସେମାନଙ୍କ ପାଖେ ଅଛି ନା ସରକାରଙ୍କ ପାଖରେ।
ଉନ୍ନତି ଆଳରେ ସରକାରୀ ସମ୍ପତ୍ତିକୁ ଭଙ୍ଗାରୁଜା କରି ବିକାଶର ଧାରାକୁ ବଜାୟ ରଖିବାରେ ଯେଉଁ କେତେଜଣଙ୍କ ହାତ ଚିକ୍କଣ ହୁଏ ସେମାନଙ୍କୁ ଧରିବାକୁ ଜନତାଙ୍କର ହାତ ପାଏନି, ଫଳରେ ସେମାନେ ଚୁପ୍‌ ରୁହନ୍ତି। କାରଣ ସ୍ବର ଉଠାଇଲେ ବିପଦ। ଆଉ ବିଚରା ସରକାରୀ କର୍ମଚାରୀ, ତାଙ୍କ ମୁଣ୍ଡ ଉପରେ ବିରାଟ ବୋଝ। ସୀମିତ ସମୟ ମଧ୍ୟରେ ଲକ୍ଷ୍ୟ ହାସଲ କରିବାକୁ ଉପରିସ୍ଥ ଅଧିକାରୀମାନଙ୍କ ତାଗିଦ। ଏପଟେ ଚେଲାଚାମଣ୍ଡାଙ୍କ କୋଳାହଳ। ତେଣୁ ଏତେସବୁ ଚାପର ବଶବର୍ତ୍ତୀ ହୋଇ ସେ ଜନକଲ୍ୟାଣ ପାଣ୍ଠିକୁ ଯେନତେନ ପ୍ରକାରେଣ ଖର୍ଚ୍ଚ କରି ଦେଲେ ଯାଇ ରକ୍ଷା। ଆଉ ବିନିଯୋଗ କରୁ କରୁ ଯଦି କିଛି ଫାଇଦା ହୋଇଗଲା, ତେବେ ସେ ଚୁପ୍‌ ରହିବନି କିଅଁା। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ପ୍ରତ୍ୟହ ଜନସାଧାରଣଙ୍କ କଷ୍ଟଲବ୍ଧ ଅର୍ଥରେ କୋଟି କୋଟି ଟଙ୍କାର ନିର୍ମାଣ ମାଟିରେ ମିଶୁଥିବା ଜନିତ କ୍ଷୟକ୍ଷତି ବଢ଼ି ବଢ଼ି ଚାଲୁଥିତ୍ବା ବେଳେ ସମସ୍ତେ ଚୁପ୍‌। ସ୍ଥାନୀୟ ନେତା ତଥା ରାଜନୈତିକ କର୍ମୀମାନେ ବିକାଶରେ ନିଜକୁ ସାମିଲ କରିବା ଭିତରେ ସ୍ବବିକାଶ ପାଇଁ କିଛି ସଞ୍ଚୟ କରିପାରୁଥିତ୍ବାରୁ ନୀରବ।
ଅଧସ୍ତନ କର୍ମଚାରୀଟି ତ୍ୱରିତ ଲକ୍ଷ୍ୟ ହାସଲ ନାମରେ ସ୍ଥାନୀୟ କୁଜିନେତାଙ୍କଠୁ ଆରମ୍ଭ କରି ଉପରିସ୍ଥ ହାକିମଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସି କରାଇପାରିଲେ ସିନା ପଦୋନ୍ନତିଟିଏ ଥୁଆ, ତେଣୁ ସରକାରୀ ସମ୍ପତ୍ତି ଯେତେ କ୍ଷୟକ୍ଷତି ହୋଇଯାଉ ପଛେ ବିକାଶ ଆଳରେ ସମସ୍ତେ ଚୁପ୍‌। ଆମ ପଡ଼ୋଶୀ ଚାଇନା କିମ୍ବା ଜାପାନ ପରି ଦେଶରେ ଏ ସମସ୍ୟା ନାହିଁ। ଆମ ଗଣତନ୍ତ୍ର ଶାସନରେ ସମସ୍ତେ ସ୍ବାଧୀନ କିନ୍ତୁ ଉତ୍ତରଦାୟିତ୍ୱବୋଧ କାହାର ନାହିଁ। ସମସ୍ତ ବିଭାଗର ସମନ୍ବୟରେ ତଥା ସ୍ଥାନୀୟ ଜନପ୍ରତିନିଧିଙ୍କ ସହଭାଗିତାରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଏକ ବିଧିବଦ୍ଧ ଯୋଜନା ପ୍ରସ୍ତୁତକରି ତାହାକୁ କାର୍ଯ୍ୟରେ ରୂପାନ୍ତରିତ କରାଗଲେ କ’ଣ ଏ ସମସ୍ୟା ରହନ୍ତା କି? ଆମେ ଘରଟିଏ ନିର୍ମାଣ କଲାବେଳକୁ ରାଜମିସ୍ତ୍ରିଠାରୁ ଆରମ୍ଭକରି ରଙ୍ଗମିସ୍ତ୍ରି ପର୍ଯ୍ୟନ୍ତ ସମସ୍ତଙ୍କ ସାହାଯ୍ୟ ନେଇଥାଉ, କିନ୍ତୁ ଏକ ବ୍ୟବସ୍ଥିତ ଢଙ୍ଗରେ। ଫଳରେ ଏପ୍ରକାର କ୍ଷୟକ୍ଷତି ପ୍ରାୟ ହୁଏନା। ଠିକ୍‌ ସେହିପରି ଆଗାମୀ ପଚାଶ ବର୍ଷ ପାଇଁ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଆଖି ଆଗରେ ରଖି ଯଦି ଦୂରଦୃଷ୍ଟିସମ୍ପନ୍ନ ପରିଯୋଜନାମାନ ତିଆରି କରାଯାଇ ପାରନ୍ତା, ଏହା ସରକାର ଋଣ କରି ଆଣୁଥିବା ଅର୍ଥର ଅପବ୍ୟୟକୁ ଅନେକାଂଶରେ ରୋକିପାରନ୍ତା। ଭବିଷ୍ୟତରେ ଯେଉଁ ଦଳ ସରକାରକୁ ଆସୁ ପଛେ, ସେହି ଯୋଜନାକୁ ହିଁ ପ୍ରଣୟନ କରନ୍ତା। ଏଥିପାଇଁ ଯେଉଁ ମାନସିକତା ଲୋଡ଼ା, ତାହା ଆମ ସ୍ବାଧୀନ ଭାରତର ନାଗରିକମାନଙ୍କ ପାଖରେ ଅଛି ତ?
୨୦, ଓଁକାରଭିଲ୍ଲା, ଗଣ୍ଡମୁଣ୍ଡା, ଭୁବନେଶ୍ୱର ମୋ: ୬୩୭୧୯୪୭୧୧୭


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri