Posted inଜାତୀୟ

ନିଜ ସହଯୋଗୀଙ୍କୁ ଗୁଳି କଲେ ପୋଲିସ ଯବାନ: ୩ମୃତ

ନୂଆଦିଲ୍ଲୀ,୧୮।୭: ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସିକ୍କିମ ପୋଲିସର ଜଣେ ଯବାନ ନିଜର ୩ସହଯୋଗୀଙ୍କ ଉପରେ ଗୁଳି ଚଳାଇଥିବା ଜଣାପଡ଼ିଛି। ଏହି ଘଟଣାରେ ୩ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣକ ହସ୍ପିଟାଲରେ ଯିବା ସମୟରେ ହିଁ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଏହି ଘଟଣା ରୋହିଣୀ ସ୍ଥିତ ହାଇଦରପୁର ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟର ଘଟିଛି। ଏହି ସମସ୍ତ ଯବାନ ଉକ୍ତ ପ୍ଲାଣ୍ଟରେ ମୁତୟନ ଥିଲେ। ସୋମବାର ଦ୍ୱିପ୍ରହର ୩ଟାରେ ଅଭିଯୁକ୍ତ ଲାନ୍ସ ନାୟକ ପ୍ରବୀଣ ରାୟ ଏବଂ ପିଣ୍ଟୋ ନାମଗୟାଲ ଭୁଟିଆ, ଧନହାଙ୍ଗ ସୁବ୍ବା ଓ ଇନ୍ଦ୍ର ଲାଲ ଛେତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ପ୍ରବୀଣ ରାୟ ଉତ୍ତ୍ୟକ୍ତ ହୋଇପଡ଼ି ୩ସହଯୋଗୀଙ୍କ ଉପରେ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ପିଣ୍ଟୋ ଓ ଇନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଧନହାଙ୍ଗଙ୍କୁ ଗୁରୁତର ଅବସ୍ଥାରେ ବାବା ସାହେବ ଆମ୍ବେଦକର ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଅଭିଯୁକ୍ତ ଯବାନ ପ୍ରବୀଣ ରାୟଙ୍କୁ ପୋଲିସ ଗିରଫ କରିଛି। ତେବେ ନିଜ ଭିତରେ ହୋଇଥିବା ଝଗଡ଼ାରୁ ଏହି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି। ନିକଟରେ ଜମ୍ମୁ-କଶ୍ମୀରରେ ମଧ୍ୟ ସମାନ ଘଟଣା ଘଟିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

Chanakya Niti: କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି କି? ମାନନ୍ତୁ ଏହି ୪ କଥା, ସୁଖରେ କଟିବ ଜୀବନ

ଆଜିର ଦ୍ରୁତ ଗତିଶୀଳ ଜୀବନରେ ଛୋଟ ଛୋଟ ଜିନିଷ ମଧ୍ୟ ପ୍ରାୟତଃ ମାନସିକ ଚାପ ସୃଷ୍ଟି କରୁଛି। କେତେବେଳେ ଅତୀତର ଭୁଲ ଆମକୁ ହଇରାଣ କରେ, ତ…

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

ଆସିଲା କଡ଼ା ନିୟମ: ସୋସିଆଲ ମିଡିଆକୁ ମନଇଚ୍ଛା କରିପାରିବେନି ବ୍ୟବହାର, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୧ା୧୦: ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ ଆଣିଛି ନ୍ୟାଶନାଲ ମେଡିକାଲ କମିଶନ(NMC)। ଏନ୍‌ଏମ୍‌ସି ଦ୍ୱାରା ଜାରି ହୋଇଥିବା କଡ଼ା ନିୟମ ଅନୁଯାୟୀ, ଦେଶର ଡାକ୍ତର…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

‘ନା ବାରିକେଡ ଲଗାଇପାରିବେ, ନା ଇଣ୍ଟରନେଟ ବନ୍ଦ କରିପାରିବେ’: CJP ବିକ୍ଷୋଭ ମାମଲାରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟରେ ଆଜି CJP ବିକ୍ଷୋଭ (ପ୍ରୋଟେଷ୍ଟ) ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି ହୋଇଛି, ଯେଉଁଥିରେ ବିକ୍ଷୋଭ କାରଣରୁ ମେଟ୍ରୋ ଏବଂ ଟ୍ରେନ ସେବା ବନ୍ଦ ରଖିବା ନିର୍ଦ୍ଦେଶକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?