ପୋଲିସ ଦମନଲୀଳାର ଦୁଃଖ ବଖାଣିଲେ ସିଜିମାଳି ଆଦିବାସୀ

ଭୁବନେଶ୍ୱର, ୧୧ା୪(ବନ୍ଦନା ସେଠୀ):ବେଦାନ୍ତ ପାଇଁ ରାୟଗଡ଼ା ଜିଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଲୋକଙ୍କ ଉପରେ ଚାଲିଥିବା ପୋଲିସର ଦମନଲୀଳା, ନିଷେଧାଦେଶ ଓ ଗଣତାନ୍ତ୍ରିକ ଅଧିକାର ଉଲ୍ଲଂଘନକୁ ବାମପନ୍ଥୀ ଦଳଗୁଡିକ ଦୃଢ଼ ନିନ୍ଦା କରିଛନ୍ତି। ଶୁକ୍ରବାର ୪ଟି ବାମପନ୍ଥୀ ଦଳର ମିଳିତ ଟିମ୍‌ ସିଜିମାଳି ଅଞ୍ଚଳ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିଛି। ପ୍ରତିନିଧି ଦଳରେ ଥିବା ନେତୃବୃନ୍ଦ ସ୍ଥାନୀୟ ସୁଙ୍ଗେର ଗ୍ରାମ ପଞ୍ଚାୟତର କଣ୍ଟାମାଳ ଗ୍ରାମରେ ଆଦିବାସୀ ଲୋକଙ୍କୁ ଭେଟି ପ୍ରକୃତ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ପୀଡ଼ିତ ପରିବାର ଲୋକଙ୍କ ଅଭିଯୋଗ ଶୁଣିବା ସହିତ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରି ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଗ୍ରାମବାସୀ କହିଥିଲେ, ଏପ୍ରିଲ ୭ ମଙ୍ଗଳବାର ପ୍ରାୟ ଭୋର୍‌ ୩ଟାରେ ପୋଲିସ ଦଳ କଣ୍ଟାମାଳ ଗ୍ରାମକୁ ଘେରାଉ କରିଥିଲା। ଗ୍ରାମର ବିଦ୍ୟୁତ୍‌ ଯୋଗାଣ ବନ୍ଦ କରିବା ସହ ଘରକୁ ପ୍ରବେଶ କରି ଲୁହବୁହା ଗ୍ୟାସ୍‌ ପ୍ରୟୋଗ ଓ ବ୍ଲାଙ୍କ୍‌ ଫାୟାରିଂ କରାଯାଇ ପୁରୁଷ ଓ ମହିଳାମାନଙ୍କୁ ମାଡ଼ ମରାଯାଇଥିଲା। ଏପରିକି ଲୁହବୁହା ଗ୍ୟାସ୍‌ ପ୍ରଭାବରେ ଗୃହପାଳିତ ପ୍ରାଣୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏହି ଘଟଣା ସ୍ଥାନୀୟ ବାସିନ୍ଦା ତଥା ଆଦିବାସୀ ଲୋକଙ୍କ ମଧ୍ୟରେ ଭୟ, ଆତଙ୍କ ଓ ଅସୁରକ୍ଷାର ପରିବେଶ ସୃଷ୍ଟି କରିବା ସହ ସେମାନଙ୍କ ମୌଳିକ ଅଧିକାର ଉଲ୍ଲଂଘନ ହୋଇଥିବା ବାମଦଳ ନେତାମାନେ ଅନୁଭବ କରିଥିଲେ। ସେହିପରି ସୁଙ୍ଗେର ଗ୍ରାମପଞ୍ଚାୟତରେ ଖଣି ସମ୍ପର୍କିତ ରାସ୍ତା ନିର୍ମାଣକୁ କେନ୍ଦ୍ରକରି ଭାରତୀୟ ନ୍ୟାୟ ସଂହିତାର ଧାରା ୧୬୩ ଅନୁସାରେ ନିଷେଧାଦେଶ ଜାରି କରାଯାଇଛି। ଏଥିସହ ରାସ୍ତା ନିକଟରେ ୪ଜଣଠାରୁ ଅଧିକ ଲୋକ ଏକତ୍ର ହେବାକୁ ବାରଣ କରାଯାଇଛି। ଏହି ପ୍ରକାର ନିଷେଧାଦେଶ ଆଦିବାସୀ ସମାଜର ସାମୂହିକ ଜୀବନ ଓ ଦୈନନ୍ଦିନ ଜୀବିକାକୁ ଗୁରୁତର ଭାବେ ବାଧା ପହଞ୍ଚାଉଛି ବୋଲି ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ନିଷେଧାଦେଶ ପ୍ରତ୍ୟାହାର କରିବା, ଜାଲିଆତି ଗ୍ରାମସଭା ରଦ୍ଦ କରିବା, ପ୍ରକୃତ ଗ୍ରାମସଭା ସଂଗଠିତ କରିବା, ସମ୍ମତି ବିନା ଖଣି ଓ ରାସ୍ତାକାମ ବନ୍ଦ କରିବା, ଅତିରିକ୍ତ ପୋଲିସ୍‌ ବଳ ହଟାଇ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିବା, କଣ୍ଟାମାଳ ଘଟଣାର ନିରପେକ୍ଷ ଏବଂ ଉଚ୍ଚସ୍ତରୀୟ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା, ମିଥ୍ୟା ମାମଲାରେ ଗିରଫ ସମସ୍ତ ନେତାଙ୍କୁ ନିଃସର୍ତ୍ତ ମୁକ୍ତି ଦିଆଯିବାକୁ ବାମପନ୍ଥୀ ଦଳଙ୍କ ପକ୍ଷରୁ ଜିଲା ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ଏସବୁ ଦାବି ସମ୍ବଳିତ ଏକ ସ୍ମାରକପତ୍ର ରାୟଗଡ଼ା ଜିଲାପାଳଙ୍କୁ ଦିଆଯାଇଥିବାବେଳେ ଖୁବ୍‌ଶୀଘ୍ର ରାଜ୍ୟପାଳଙ୍କୁ ସାକ୍ଷାତ୍‌କରି ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।
ପ୍ରତିନିଧି ଦଳରେ ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ ମିଶ୍ର, ସିପିଆଇ(ଏମ୍‌) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସିପିଆଇ(ଏମ୍‌-ଏଲ୍‌)-ଲିବରେଶନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସିପିଆଇର ରାଜ୍ୟ ସହସମ୍ପାଦକ ଜୟନ୍ତ ଦାସ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଦାମୋଦର ବେହେରା, ସିପିଆଇ(ଏମ୍‌) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବଦ୍ରି ନାରାୟଣ ଦାଶ, ଆଦିବାସୀ ନେତା ଚାମ୍ବୁରୁ ସୋରେନ, ସିପିଆଇ(ଏମ୍‌-ଏଲ୍‌)-ଲିବରେଶନର ରାଜ୍ୟ ନେତା ତିରୁପତି ଗମାଙ୍ଗ, ମହେନ୍ଦ୍ର ପରିଡ଼ା ପ୍ରମୁଖ ସାମିଲ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ଦ୍ୱନ୍ଦ୍ୱରେ ପଡିଲେ ଚାଇନା- ପାକିସ୍ତାନ

ନୂଆଦିଲ୍ଲୀ,୧୧।୪: ଆଧୁନିକ ଯୁଦ୍ଧରେ ଗୁପ୍ତ ପ୍ଲାଟଫର୍ମର ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି। ଉନ୍ନତ ରାଡାର ସିଷ୍ଟମ ମଧ୍ୟ ଯୁଦ୍ଧ ଖେଳରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରୁଛି। ଗୁପ୍ତ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri