Posted inଫୁରସତ

ଶଙ୍ଖର ମହତ୍ତ୍ୱ

ବିଷ୍ଣୁ ପୂରାଣ ଅନୁଯାୟୀ, ଯେହେତୁ ମାତା ଲକ୍ଷ୍ମୀ ହେଉଛନ୍ତି ସମୁଦ୍ରରାଜଙ୍କର କନ୍ୟା, ତେଣୁ ଶଙ୍ଖର ମାହାତ୍ମ୍ୟତା ସହିତ ମହାଲକ୍ଷ୍ମୀଙ୍କର ମଧ୍ୟ ସାମଞ୍ଜସ୍ୟ ରହିଛି। ତେଣୁ କୁହାଯାଏ, ଯେଉଁଠାରେ ଶଙ୍ଖ ରହିଥାଏ ସେଠାରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ବି ଶଙ୍ଖକୁ ପୂଜାସ୍ଥଳୀରେ ରଖିଲେ କିମ୍ବା ଏହାକୁ ନିୟମିତ ବଜାଇଲେ ଶତ୍ରୁ ନାଶ ହେବା ଓ ସୌଭାଗ୍ୟ ପ୍ରାପ୍ତ ହେବା ସହିତ ପିତୃପୁରୁଷ ଶାନ୍ତି ପାଇଥାନ୍ତି ବୋଲି ବିଶ୍ୱାସ କରାଯାଏ। ସେହିପରି ଘରର କୌଣସି ଦିଗରେ ଯଦି କିଛି ବାସ୍ତୁଦୋଷ ରହିଥାଏ, ତା’ହେଲେ ସେହି ସ୍ଥାନରେ ଶଙ୍ଖଟିଏ ରଖିଲେ ବାସ୍ତୁଦୋଷ ଦୂର ହେବା ସହ ଘରେ ସୁଖଶାନ୍ତି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି। ଶଙ୍ଖ ମଧ୍ୟରେ ଜଳ ଭର୍ତ୍ତି କରି ତାହାକୁ ଘରର ଐଶାନ୍ୟ କୋଣରେ ରଖିଲେ ପରିବାର ଲୋକଙ୍କ ମଧ୍ୟରେ ସମ୍ପର୍କ ଦୃଢିଭୂତ ହୁଏ ବୋଲି ମାନ୍ୟତା ଅଛି। ଅନ୍ୟପକ୍ଷେ, ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ଶଙ୍ଖର କିଛିଟା ବିଶେଷ ମହତ୍ତ୍ୱ ରହିଛି। ମାନ୍ୟତା ଅଛି କି, ଶଙ୍ଖ ଧ୍ୱନି ବାତାବରଣକୁ ଶୁଦ୍ଧ କରିଥାଏ। କୁହାଯାଏ, ଏହାର ଧ୍ୱନି ଯେତେ ଦୂର ପର୍ଯ୍ୟନ୍ତ ଶୁଭାଯାଏ, ସେତେ ଦୂର ପର୍ଯ୍ୟନ୍ତ ଅଦୃଶ୍ୟ ଭାବେ ରହିଥିବା ସମସ୍ତ ଜୀବାଣୁ ଆପେ ଆପେ ନଷ୍ଟ ହୋଇଯାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri