ସିଗ୍‌ନାଲ ଫେଲ୍‌: ଅଢ଼େଇ ଘଣ୍ଟା ଅଟକିଲା ଟ୍ରେନ୍‌

ନୟାଗଡ଼ ଅଫିସ,୧୫।୫: ସିଗ୍‌ନାଲ ଫେଲ୍‌ ଯୋଗୁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଶନିବାର ରାତିରେ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଆସୁଥିବା ମେମୁ ଟ୍ରେନ୍‌ ପ୍ରାୟ ଅଢ଼େଇ ଘଣ୍ଟା ଧରି ରାଜସୁନାଖଳା ଷ୍ଟେଶନ ଓ ବୋଲଗଡ଼ ରୋଡ ରେଳ ଷ୍ଟେଶନଠାରେ ଅଟକି ରହିଥିଲା। ସେହିପରି ନୂଆଗଁାରୁ ପୁରୀ ଆସୁଥିବା ଟ୍ରେନ୍‌ ବେଗୁନିଆ ଷ୍ଟେଶନରେ ପ୍ରାୟ ୧ ଘଣ୍ଟା ଧରି ଅଟକିଥିଲା। ସୁନାଖଳାଠାରେ ଟ୍ରେନ୍‌ ଅଟକିବା ନେଇ ଯାତ୍ରୀ ହୋହଲ୍ଲା କରିବା ସହ ପାଟିତୁଣ୍ଡ କରିଥିଲେ। ଏପରିକି ଉତ୍ତେଜନା ବଢ଼ି ଚାଲିଥିବାବେଳେ ରାଜସୁନାଖଳା ଷ୍ଟେଶନ ନିକଟରେ ଜଣେ ମହିଳା ଅଚେତ ହୋଇପଡ଼ିଥିଲେ। ଯୁକ୍ତିତର୍କ ପରେ ଅଚେତ ମହିଳାଙ୍କୁ ସୁନାଖଳା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ଅନ୍ୟପକ୍ଷେ ବୋଲଗଡ଼ ରୋଡ ରେଳ ଷ୍ଟେଶନ ସିଗ୍‌ନାଲ ଦେଉଥିବା କର୍ମଚାରୀ ଶୋଇପଡିଥିବାରୁ ଏପରି ଅବ୍ୟବସ୍ଥା ହୋଇଥିବା ଜଣାପଡ଼ିଥିଲା। ଯାତ୍ରୀମାନେ ବୋଲଗଡ଼ ରୋଡ ରେଳ ଷ୍ଟେଶନକୁ ଯାଇ କର୍ମଚାରୀଙ୍କୁ ନିଦରୁ ଉଠାଇବା ପରେ ଟ୍ରେନ୍‌ ଯାତ୍ରା ଆରମ୍ଭ କରିଥିଲା। ଯଦିଓ ଶନିବାର ରାତିରେ ଟ୍ରେନ୍‌ ଯାତ୍ରାର ଅବ୍ୟବସ୍ଥା ନେଇ ରେଳପଥ କର୍ତ୍ତୃପକ୍ଷ ନିଜର ଭୁଲ୍‌ ସ୍ବୀକାର କରିବାକୁ ରାଜି ନୁହନ୍ତି ତେବେ ସିଗ୍‌ନାଲ ନ ମିଳିବାରୁ ଯାତ୍ରୀ ହଇରାଣ ହେବା ଘଟଣାର ଠିକ୍‌ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି।
ଭୁବନେଶ୍ୱରରୁ ମେମୁ ଟ୍ରେନ୍‌ ନୟାଗଡ଼ ଅଭିମୁଖେ ଶନିବାର ରାତିରେ ଆସୁଥିଲା। ରାତି ପ୍ରାୟ ୮ଟାରେ ରାଜସୁନାଖଳା ଷ୍ଟେଶନରେ ସିଗ୍‌ନାଲ ମିଳୁନି କହି ଟ୍ରେନ୍‌ ଅଟକିଥିଲା। ରାସ୍ତା କ୍ଲିୟର ହେଲେ ଟ୍ରେନ୍‌ ଯାତ୍ରା କରିବ ବୋଲି ଯାତ୍ରୀମାନଙ୍କୁ କୁହାଯାଇଥିଲା। ପ୍ରାୟ ୧ ଘଣ୍ଟା ପରେ ଜଣେ ମହିଳା ଯାତ୍ରୀ ଟେନ୍‌ସନରେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ରେଳପଥ କ୍ଲିୟର ହେବାରୁ ପ୍ରାୟ ୯ଟା ୫୦ରେ ସୁନାଖଳା ଷ୍ଟେଶନରୁ ଟ୍ରେନ୍‌ ଛାଡ଼ିଥିଲା। ତେବେ ବୋଲଗଡ଼ ରୋଡ ରେଳ ଷ୍ଟେଶନ ପୂର୍ବରୁ ପୁଣି ଟ୍ରେନ୍‌ ଅଟକି ଥିଲା। ଲାଇନ କ୍ଲିୟର ନ ଥିବାରୁ ଟ୍ରେନ୍‌ ଅଟକିଲା ବୋଲି ପୁଣି କୁହାଗଲା। ରାଜସୁନାଖଳା ପରେ ବୋଲଗଡ଼ରେ ପୁଣି ଏକା ସମସ୍ୟା ଦେଖାଦେବାରୁ ଯାତ୍ରୀ ଉତ୍ତେଜିତ ହୋଇ ହୋହଲ୍ଲା କରିଥିଲେ। ତେବେ କେତେଜଣ ଯୁବକ ଯାତ୍ରୀ ବୋଲଗଡ଼ ରୋଡ ରେଳ ଷ୍ଟେଶନ ନିକଟକୁ ରେଳ ଲାଇନ୍‌ରେ ଚାଲି ଚାଲି ଯାଇ ପ୍ରକୃତ କାରଣ ଖୋଜିଥିଲେ। ବୋଲଗଡ଼ଠାରେ ସିଗ୍‌ନାଲ କର୍ମଚାରୀଙ୍କୁ ନିଦରୁ ଉଠାଇବା ପରେ ସିଗ୍‌ନାଲ କ୍ଲିୟର ହୋଇଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷେ ବୋଲଗଡ଼ ରୋଡ ରେଳ ଷ୍ଟେଶନ ନିୟୋଜିତ କର୍ମଚାରୀ ଯାତ୍ରୀମାନଙ୍କୁ ଖରାପ ବ୍ୟବହାର ଦେଖାଇଥିବା ଅଭିଯୋଗ ହୋଇଛି। ଏଣୁ ଯାତ୍ରୀମାନେ ଅଧିକ ହୋହଲ୍ଲା ପାଟିତୁଣ୍ଡ କରିଥିଲେ। ସୂଚନା ଅନୁସାରେ, ବୋଲଗଡ଼ଠାରେ ପୁରୁଣା ବଗି ରେଳପଥରେ ରହିଥିବା କାରଣରୁ ସିଗ୍‌ନାଲ କ୍ଲିୟର ହୋଇପାରି ନ ଥିଲା। ସୁନାଖଳାରେ ନିୟୋଜିତ ସିଗ୍‌ନାଲ କର୍ମଚାରୀ ବୋଲଗଡ଼ ରୋଡ ରେଳ ଷ୍ଟେଶନକୁ ଆସି ସିଗ୍‌ନାଲ ଦେବା ପରେ ନୟାଗଡ଼କୁ ଟ୍ରେନ୍‌ ରାତି ୧୦ଟା ୫୫ ଛାଡ଼ିଥିବା କୁହାଯାଉଛି। ନୟାଗଡ଼ରେ ଟ୍ରେନ ୮ଟା ୪୫ରେ ପହଞ୍ଚତ୍ବା ବଦଳରେ ୧୧ଟା ୫ରେ ପହଞ୍ଚତ୍ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri