Posted inଖେଳ

୪ ବର୍ଷ ପରେ କମ୍‌ବ୍ୟାକ, ଏବେ ଶେଷ ହୋଇଯିବ କ୍ୟାରିୟର? ଭୁବନେଶ୍ୱରଙ୍କୁ ନେଇ ସାଂଘାତିକ ବୟାନ କଲେ…

ନୂଆଦିଲ୍ଲୀ, ୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ୩ଟି ଟି-୨୦ ମ୍ୟାଚ ଭୁବନେଶ୍ୱର କୁମାରଙ୍କ ପାଇଁ ଭଲ ରହିନାହିଁ। ଆଇପିଏଲ ଏବଂ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ୪ ବର୍ଷ ପରେ ସେ ଜାତୀୟ ଦଳକୁ ଫେରିଥିଲେ। ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଥିଲା। କାରଣ, ଭଲ ପ୍ରଦର୍ଶନ କରି ସେ ୨୦୨୭ ବିଶ୍ୱକପ ଦଳରେ ସ୍ଥାନ ପାଇବା ପାଇଁ ମଧ୍ୟ ଦାବିଦାର ହୋଇପାରିଥାନ୍ତେ। ତେବେ ଏପର୍ଯ୍ୟନ୍ତ ତାଙ୍କ ପ୍ରଦର୍ଶନ ଦେଖିବା ପରେ ଏହା କଷ୍ଟକର ମନେ ହେଉଛି। ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ତାଙ୍କ ପ୍ରଦର୍ଶନକୁ ନେଇ ମତ ରଖି କହିଛନ୍ତି ଯେ, ଏହା ଭୁବନେଶ୍ୱରଙ୍କ ପ୍ରତ୍ୟାବର୍ତ୍ତନ ସିରିଜ ହୋଇଥିବା ବେଳେ ଶେଷ ସିରିଜ ମଧ୍ୟ ହୋଇପାରେ।

ଆକାଶ ଚୋପ୍ରାଙ୍କ ମତ ଜାଣିବା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ଏହି ସିରିଜରେ ଭୁବନେଶ୍ୱରଙ୍କ ପ୍ରଦର୍ଶନ ଉପରେ ନଜର ପକାଇବା। ପ୍ରଥମ ୩ଟି ଟି-୨୦ ମ୍ୟାଚରେ ସେ ମାତ୍ର ଗୋଟିଏ ଉଇକେଟ୍‌ ନେଇପାରିଛନ୍ତି। ଏହା ସହିତ ତିନୋଟି ଯାକ ମ୍ୟାଚରେ ତାଙ୍କ ଇକୋନୋମି ରେଟ ୧୦ରୁ ଅଧିକ ରହିଛି। ପ୍ରଥମ ମ୍ୟାଚରେ ସେ ୪୯ ରନ, ଦ୍ୱିତୀୟ ମ୍ୟାଚରେ ୫୦ ରନ ଏବଂ ତୃତୀୟ ମ୍ୟାଚରେ ୪୦ ରନ ବ୍ୟୟ କରିଛନ୍ତି। ଭୁବନେଶ୍ୱରଙ୍କ ପ୍ରଦର୍ଶନ ଉପରେ ନିଜ ୟୁଟ୍ୟୁବ ଚ୍ୟାନେଲରେ ମତ ରଖି ଆକାଶ ଚୋପ୍ରା କହିଛନ୍ତି, ଆମ ସମସ୍ତଙ୍କର ଆଶା ଥିଲା ଯେ ଟି-୨୦ ତାଙ୍କ ପାଇଁ ଏକ ଆରମ୍ଭ ମାତ୍ର। ୨୦୨୭ ବିଶ୍ୱକପ ପାଇଁ ପ୍ରସ୍ତୁତି କରାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚରେ ଯାହା ଦେଖିବାକୁ ମିଳିଛି, ତାହା ଆଦୌ ଖୁସି ଦେବା ଭଳି ନୁହେଁ। ଏପର୍ଯ୍ୟନ୍ତ ଖେଳାଯାଇଥିବା ୩ଟି ମ୍ୟାଚରେ ସେ ବହୁତ ରନ ବ୍ୟୟ କରିଛନ୍ତି।

ପୂର୍ବତନ କ୍ରିକେଟର ଭୁବନେଶ୍ୱରଙ୍କ ବୋଲିଂରେ ଥିବା ତ୍ରୁଟି ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି, ସେ ଗୋଟିଏ ଭୁଲ କରୁଛନ୍ତି, ତାହା ହେଉଛି ବହୁତ କମ ଲେନ୍ଥରେ ବୋଲିଂ କରୁଛନ୍ତି। ତାଙ୍କ ବୋଲିଂର ଗତି ମଧ୍ୟ କମ। ସେ ସର୍ବାଧିକ ୧୩୨ କିମି ପ୍ରତି ଘଣ୍ଟା ବେଗରେ ବୋଲିଂ କରୁଛନ୍ତି। ତେଣୁ ସେ ବୋଧହୁଏ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନାହାନ୍ତି। ଶ୍ରେୟସ ଆୟର ମଧ୍ୟ ତାଙ୍କୁ ଏପରି ବ୍ୟବହାର କରୁଛନ୍ତି ଯେ ୧୬ତମ ଓଭର ସୁଦ୍ଧା ତାଙ୍କର ସମସ୍ତ ଓଭର ଶେଷ କରାଇ ଦେଉଛନ୍ତି। ଏଥିରୁ ଲାଗୁଛି ଯେ ସେ ଖେଳୁଛନ୍ତି, କିନ୍ତୁ ତାଙ୍କଠାରୁ ଯେଉଁ ଆଶା ରଖାଯାଇଥିଲା, ସେଭଳି ପ୍ରଦର୍ଶନ କରିପାରିନାହାନ୍ତି।

ଭୁବନେଶ୍ୱର କୁମାରଙ୍କ ପାଇଁ ଏହି ସିରିଜ ଶେଷ ସୁଯୋଗ ହୋଇପାରେ ବୋଲି ଆକାଶ ଚୋପ୍ରା ଆଶଙ୍କା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆଗାମୀ ଦୁଇଟି ମ୍ୟାଚ ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ହୋଇପାରେ ଟିମ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ ଯେ ଆମେ ତାଙ୍କୁ ନ୍ୟୁଜିଲାଣ୍ଡରେ ପ୍ରତ୍ୟାବର୍ତ୍ତନର ସୁଯୋଗ ଦେଇଥିଲୁ। କିନ୍ତୁ ୫ଟି ମ୍ୟାଚ୍ରେ ମଧ୍ୟ ଯଦି ସେ ନିଜ ସ୍ଥାନ ପକ୍କା କରିପାରିଲେ ନାହିଁ, ତେବେ ଏହି ପ୍ରତ୍ୟାବର୍ତ୍ତନ ସିରିଜ ତାଙ୍କର ଶେଷ ସିରିଜ ମଧ୍ୟ ହୋଇପାରେ। କାରଣ କ୍ରିକେଟ୍ରେ ଏହିଭଳି ହୋଇଥାଏ। ଏଭଳି ପରିସ୍ଥିତିରେ ଯୁବ ବୋଲରଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଏ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ମଙ୍ଗଳଙ୍କ ଚଳନ: ନଭେମ୍ବରରୁ କେବଳ ଏହି ୩ ରାଶିଙ୍କ ଜୀବନରେ ଆସିବ ବଡ଼ ଝଡ଼! ସମ୍ଭାଳିକି ରୁହନ୍ତୁ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୨ ନଭେମ୍ବର ୨୦୨୬ରେ ମଙ୍ଗଳ ଗ୍ରହ କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ମଙ୍ଗଳଙ୍କ ଏହି ଗୋଚରର ପ୍ରଭାବ ସମସ୍ତ…

ICC ଟି-୨୦ ରାଙ୍କିଂରେ ବଡ଼ ଅଦଳବଦଳ: ନମନ ଧୀରଙ୍କୁ ପଛରେ ପକାଇ ଏହି ସ୍ଥାନକୁ ଉଠିଲେ ବୈଭବ, ତାଲିକା ଦେଖିଲେ…

ନୂଆଦିଲ୍ଲୀ, ୨୮।୧୦: ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି। ଏଠାରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ୩ଟି ମ୍ୟାଚ ଜିତି ଟିମ…

ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ବିଜୟ ଅମୃତ କୁଲାଙ୍ଗେ, ୬ ବର୍ଷର ସମ୍ପର୍କକୁ ମନେ ପକାଇ…

ପୁରୁଷୋତ୍ତମପୁର,୨୮ା୧୦(ସବିତା ମିଶ୍ର): ଗଞ୍ଜାମ ମାଟି ସହ ପୁଣି ଯୋଡ଼ିହେଲା ପୁରୁଣା ସମ୍ପର୍କ। ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିଥିବା ବରିଷ୍ଠ ଆଇଏଏସ୍‌…

ବକ୍ରୀ ହେବେ ବୁଧ : ୩ ରାଶିଙ୍କ ଅଧୁରା ସ୍ବପ୍ନ ହେବ ପୂରଣ, ଭାଗ୍ୟରେ ଲାଗିବ ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୪ ଅକ୍ଟୋବର ୨୦୨୬ରେ ବୁଧ ତୁଳା ରାଶିରେ ବକ୍ରୀ ହୋଇଛନ୍ତି। ବୁଧଙ୍କ ଏହି ଚଳନର ପ୍ରଭାବ ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା: ମିଳିବନି ବର୍ଦ୍ଧିତ ପେନଶନ

ନୂଆଦିଲ୍ଲୀ,୨୮।୧୦: ଅବସର ପରେ ପ୍ରତି ମାସରେ ମିଳୁଥିବା ପେନସନ ହିଁ ଲୋକଙ୍କ ଖର୍ଚ୍ଚ ତୁଲାଇବାରେ ସାହାଯ୍ୟ କରିଥାଏ। ଏହି ପେନସନ ବଳରେ ହିଁ ଲୋକେ ନିଜ ଦୈନନ୍ଦିନ…

ଦ୍ରୁତଗାମୀ ଟ୍ରେନ ଦୁର୍ଘଟଣା; ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି

ମାଡ୍ରିଡ,୨୮।୧୦: ସ୍ପେନର କେନ୍ଦ୍ରୀୟ ଅଞ୍ଚଳ ଟୋଲେଡୋରେ ଦୁଇଟି ଦ୍ରୁତଗାମୀ ଟ୍ରେନ ମଧ୍ୟରେ ଏକ ଭୟଙ୍କର ଧକ୍କା ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ପ୍ରାୟ ୪୬ ଜଣଙ୍କର…

କେଉଁ ଧନ ପାଖରେ ସ୍ଥାୟୀ ହୋଇ ରହେ, ଆଉ କେଉଁ ଧନ ରହେ ନାହିଁ, ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ…

ମହାନ ରାଜନେତା, ଅର୍ଥନୀତିଜ୍ଞ ଏବଂ ଜଣେ ଦକ୍ଷ ରଣନୀତିଜ୍ଞ ଭାବରେ ଜଣାଶୁଣା ଆଚାର୍ଯ୍ୟ ଚାଣକ୍ୟ କହିଥିଲେ ଯେ, ଜୀବନରେ ସଫଳତା ହାସଲ କରିବା ପାଇଁ ଯୁବାବସ୍ଥା ଏକ…

ଜେଜେ ମା’ଙ୍କ ଶବ ସତ୍କାର କରି ତୁଠରେ ଗାଧୋଉଥିବାବେଳେ ଚାଲିଗଲା ନାତିଙ୍କ ଜୀବନ, ଲୁହରେ ଭିଜିଲା ପୂରା ଗାଁ

ଜଗନ୍ନାଥପ୍ରସାଦ,୨୮ା୧୦(ବିଭୁ ପ୍ରସାଦ ପଟ୍ଟନାୟକ): ଜେଜେ ମା’ଙ୍କ ମୃତ୍ୟୁ ପରେ ଶବ ସତ୍କାର ସାରି ତୁଠରେ ଗାଧୋଉଥିବା ସମୟରେ ପୋଖରୀରେ ବୁଡ଼ି ନାତିଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?