ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ବିଜୟ ଅମୃତ କୁଲାଙ୍ଗେ, ୬ ବର୍ଷର ସମ୍ପର୍କକୁ ମନେ ପକାଇ…

ପୁରୁଷୋତ୍ତମପୁର,୨୮ା୧୦(ସବିତା ମିଶ୍ର): ଗଞ୍ଜାମ ମାଟି ସହ ପୁଣି ଯୋଡ଼ିହେଲା ପୁରୁଣା ସମ୍ପର୍କ। ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିଥିବା ବରିଷ୍ଠ ଆଇଏଏସ୍‌ ଅଧିକାରୀ ବିଜୟ ଅମୃତ କୁଲାଙ୍ଗେ ବୁଧବାର ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହ ଦକ୍ଷିଣାଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ତାଙ୍କର ଏହି ଗସ୍ତ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିବା ସହ ଜିଲାବାସୀଙ୍କ ମନରେ ବିକାଶର ନୂଆ ଆଶା ସଞ୍ଚାର କରିଛି। ମନ୍ଦିର ପରିସର ବୁଲି ଦେଖିବା ସହ ଏହାର ଉନ୍ନୟନ ଓ ଭବିଷ୍ୟତ ବିକାଶ ସମ୍ପର୍କରେ ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର ନିର୍ବାହୀ ଅଧିକାରୀ ବିନୋଦ କୁମାର ବେହେରାଙ୍କ ସହ ଆଲୋଚନା କରିଥିଲେ। କୁଲାଙ୍ଗେ ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଗଞ୍ଜାମରେ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଭାବେ କାର୍ଯ୍ୟ କରିବା ପରେ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଜିଲାପାଳ ଦାୟିତ୍ୱ ତୁଲାଇଥିଲେ। ଏହି ୬ ବର୍ଷ ମଧ୍ୟରେ ଜିଲାର ବିକାଶମୂଳକ କାର୍ଯ୍ୟ ସହ କରୋନା ମହାମାରୀ ମୁକାବିଲାରେ ତାଙ୍କର ଭୂମିକା ଲୋକଙ୍କ ମନରେ ସ୍ମରଣୀୟ ହୋଇ ରହିଛି। ବିଶେଷକରି ମା’ ତାରାତାରିଣୀଙ୍କ ନୂତନ ମନ୍ଦିରର ପ୍ରତିଷ୍ଠାକୁ ନେଇ ତାଙ୍କର ଅବଦାନ ଅଞ୍ଚଳବାସୀଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ନେଇଛି। ୨୦୧୦ରେ ନୂତନ ମନ୍ଦିର ନିର୍ମାଣ ପରେ ପ୍ରତିଷ୍ଠା କାର୍ଯ୍ୟ ହୋଇପାରି ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। କୁଲାଙ୍ଗେଙ୍କ ଉଦ୍ୟମରେ ୨୦୨୨ ମେ’ ୧୫ ତାରିଖରେ ମନ୍ଦିରର ପ୍ରତିଷ୍ଠା ହୋଇଥିଲା। ଦୀର୍ଘ ଛଅ ବର୍ଷର ସମ୍ପର୍କ ଓ ସ୍ମୃତିକୁ ମନେପକାଇ ଗଞ୍ଜାମବାସୀ ତାଙ୍କର ପୁନର୍ବାର ଆଗମନକୁ ନେଇ ଖୁସି ପ୍ରକାଶ କରିଛନ୍ତି। ତାଙ୍କ ନୂତନ ଦାୟିତ୍ୱରେ ଦକ୍ଷିଣାଞ୍ଚଳର ବିକାଶ ଆହୁରି ତ୍ୱରାନ୍ବିତ ହେବ ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି।

ଏହି ଗସ୍ତ ସମୟରେ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲାପାଳ ଡ. ଶିବାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀ, ଦେବାଶିଷ ମହାପାତ୍ର, ମନ୍ଦିର ଉନ୍ନୟନ ପରିଷଦର ସମ୍ପାଦକ ପ୍ରମୋଦ ପଣ୍ଡା ଓ ସେବାୟତ ବାପୁଜୀ ରଣାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ମଙ୍ଗଳଙ୍କ ଚଳନ: ନଭେମ୍ବରରୁ କେବଳ ଏହି ୩ ରାଶିଙ୍କ ଜୀବନରେ ଆସିବ ବଡ଼ ଝଡ଼! ସମ୍ଭାଳିକି ରୁହନ୍ତୁ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୨ ନଭେମ୍ବର ୨୦୨୬ରେ ମଙ୍ଗଳ ଗ୍ରହ କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ମଙ୍ଗଳଙ୍କ ଏହି ଗୋଚରର ପ୍ରଭାବ ସମସ୍ତ…

ICC ଟି-୨୦ ରାଙ୍କିଂରେ ବଡ଼ ଅଦଳବଦଳ: ନମନ ଧୀରଙ୍କୁ ପଛରେ ପକାଇ ଏହି ସ୍ଥାନକୁ ଉଠିଲେ ବୈଭବ, ତାଲିକା ଦେଖିଲେ…

ନୂଆଦିଲ୍ଲୀ, ୨୮।୧୦: ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି। ଏଠାରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ୩ଟି ମ୍ୟାଚ ଜିତି ଟିମ…

ବକ୍ରୀ ହେବେ ବୁଧ : ୩ ରାଶିଙ୍କ ଅଧୁରା ସ୍ବପ୍ନ ହେବ ପୂରଣ, ଭାଗ୍ୟରେ ଲାଗିବ ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୪ ଅକ୍ଟୋବର ୨୦୨୬ରେ ବୁଧ ତୁଳା ରାଶିରେ ବକ୍ରୀ ହୋଇଛନ୍ତି। ବୁଧଙ୍କ ଏହି ଚଳନର ପ୍ରଭାବ ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ…

୪ ବର୍ଷ ପରେ କମ୍‌ବ୍ୟାକ, ଏବେ ଶେଷ ହୋଇଯିବ କ୍ୟାରିୟର? ଭୁବନେଶ୍ୱରଙ୍କୁ ନେଇ ସାଂଘାତିକ ବୟାନ କଲେ…

ନୂଆଦିଲ୍ଲୀ, ୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ୩ଟି ଟି-୨୦ ମ୍ୟାଚ ଭୁବନେଶ୍ୱର କୁମାରଙ୍କ ପାଇଁ ଭଲ ରହିନାହିଁ। ଆଇପିଏଲ ଏବଂ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା: ମିଳିବନି ବର୍ଦ୍ଧିତ ପେନଶନ

ନୂଆଦିଲ୍ଲୀ,୨୮।୧୦: ଅବସର ପରେ ପ୍ରତି ମାସରେ ମିଳୁଥିବା ପେନସନ ହିଁ ଲୋକଙ୍କ ଖର୍ଚ୍ଚ ତୁଲାଇବାରେ ସାହାଯ୍ୟ କରିଥାଏ। ଏହି ପେନସନ ବଳରେ ହିଁ ଲୋକେ ନିଜ ଦୈନନ୍ଦିନ…

ଦ୍ରୁତଗାମୀ ଟ୍ରେନ ଦୁର୍ଘଟଣା; ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି

ମାଡ୍ରିଡ,୨୮।୧୦: ସ୍ପେନର କେନ୍ଦ୍ରୀୟ ଅଞ୍ଚଳ ଟୋଲେଡୋରେ ଦୁଇଟି ଦ୍ରୁତଗାମୀ ଟ୍ରେନ ମଧ୍ୟରେ ଏକ ଭୟଙ୍କର ଧକ୍କା ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ପ୍ରାୟ ୪୬ ଜଣଙ୍କର…

କେଉଁ ଧନ ପାଖରେ ସ୍ଥାୟୀ ହୋଇ ରହେ, ଆଉ କେଉଁ ଧନ ରହେ ନାହିଁ, ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ…

ମହାନ ରାଜନେତା, ଅର୍ଥନୀତିଜ୍ଞ ଏବଂ ଜଣେ ଦକ୍ଷ ରଣନୀତିଜ୍ଞ ଭାବରେ ଜଣାଶୁଣା ଆଚାର୍ଯ୍ୟ ଚାଣକ୍ୟ କହିଥିଲେ ଯେ, ଜୀବନରେ ସଫଳତା ହାସଲ କରିବା ପାଇଁ ଯୁବାବସ୍ଥା ଏକ…

ଜେଜେ ମା’ଙ୍କ ଶବ ସତ୍କାର କରି ତୁଠରେ ଗାଧୋଉଥିବାବେଳେ ଚାଲିଗଲା ନାତିଙ୍କ ଜୀବନ, ଲୁହରେ ଭିଜିଲା ପୂରା ଗାଁ

ଜଗନ୍ନାଥପ୍ରସାଦ,୨୮ା୧୦(ବିଭୁ ପ୍ରସାଦ ପଟ୍ଟନାୟକ): ଜେଜେ ମା’ଙ୍କ ମୃତ୍ୟୁ ପରେ ଶବ ସତ୍କାର ସାରି ତୁଠରେ ଗାଧୋଉଥିବା ସମୟରେ ପୋଖରୀରେ ବୁଡ଼ି ନାତିଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?