Posted inଖେଳ

ICC ଟି-୨୦ ରାଙ୍କିଂରେ ବଡ଼ ଅଦଳବଦଳ: ନମନ ଧୀରଙ୍କୁ ପଛରେ ପକାଇ ଏହି ସ୍ଥାନକୁ ଉଠିଲେ ବୈଭବ, ତାଲିକା ଦେଖିଲେ…

ନୂଆଦିଲ୍ଲୀ, ୨୮।୧୦: ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି। ଏଠାରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ୩ଟି ମ୍ୟାଚ ଜିତି ଟିମ ଇଣ୍ଡିଆ ସିରିଜରେ ଅପରାଜେୟ ଅଗ୍ରଣୀ ହାସଲ କରିଛି। ଅକ୍ଟୋବର ୨୭ରେ ଖେଳାଯାଇଥିବା ସିରିଜର ତୃତୀୟ ମ୍ୟାଚରେ ଭାରତୀୟ ଦଳ ୧୯୯ ରନର ଟାର୍ଗେଟକୁ ମାତ୍ର ୧୩.୨ ଓଭରରେ ୪ ଉଇକେଟ୍‌ ହରାଇ ହାସଲ କରିଥିଲା। ଏହି ମ୍ୟାଚରେ ଓପନିଂ ବ୍ୟାଟର ଅଭିଷେକ ଶର୍ମା ଶତକୀୟ ଇନିଂସ ଖେଳିଥିବା ବେଳେ ତାଙ୍କ ସହ ପାଳି ଆରମ୍ଭ କରିଥିବା ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ।

ବୈଭବ ମାତ୍ର ୧୯ଟି ବଲ୍ରେ ୪ଟି ଚୌକା ଓ ୪ଟି ଛକା ସହ ୪୫ ରନର ଧମାକାଦାର ଇନିଂସ ଖେଳିଥିଲେ। ଏହି ପ୍ରଦର୍ଶନ ବଳରେ ସେ ଆଇସିସି ପକ୍ଷରୁ ଅକ୍ଟୋବର ୨୮ରେ ଜାରି ହୋଇଥିବା ସଦ୍ୟତମ ଟି-୨୦ ବ୍ୟାଟିଂ ରାଙ୍କିଂର ଟପ-୫୦ ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଇଶାନ କିଶନ ଆହତ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଥିଲା। ସେହି ମ୍ୟାଚରେ ସେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିଲେ ମଧ୍ୟ ବ୍ୟାଟରେବିଶେଷ କମାଲ ଦେଖାଇପାରି ନଥିଲେ। କିନ୍ତୁ ତୃତୀୟ ଟି-୨୦ ମ୍ୟାଚରେ ତାଙ୍କୁ ଓପନିଂ କରିବାର ସୁଯୋଗ ମିଳିଥିଲା। ଏଠାରେ ସେ ଅଭିଷେକ ଶର୍ମାଙ୍କ ସହ ମିଶି ଭାରତୀୟ ଦଳକୁ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଉଇକେଟ୍‌ ପାଇଁ ୧୩୩ ରନର ଭାଗୀଦାରି କରିଥିଲେ, ଯାହା ମ୍ୟାଚକୁ ସମ୍ପୂର୍ଣ୍ଣ ଭାବେ ଏକପାଖିଆ କରିଦେଇଥିଲା।

ମାତ୍ର ୧୫ ବର୍ଷ ବୟସରେ ବୈଭବ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ତୃତୀୟ ମ୍ୟାଚରେ ଖେଳିଥିବା ୪୫ ରନର ଇନିଂସ ଯୋଗୁ ସେ ଆଇସିସିର ସଦ୍ୟତମ ଟି-୨୦ ବ୍ୟାଟିଂ ରାଙ୍କିଂରେ ୯ଟି ସ୍ଥାନ ଉପରକୁ ଉଠି ୪୫ତମ ସ୍ଥାନରେ ପହଞ୍ଚିଛନ୍ତି। ଯଦି ସିରିଜର ବାକି ଦୁଇଟି ମ୍ୟାଚରେ ମଧ୍ୟ ସେ ନିଜ ବ୍ୟାଟରେ କମାଲ ଦେଖାଇବାରେ ସଫଳ ହୁଅନ୍ତି, ତେବେ ତାଙ୍କ ରାଙ୍କିଂରେ ଆହୁରି ଉନ୍ନତି ହୋଇପାରେ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚରେ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଅଲ୍ରାଉଣ୍ଡର ନମନ ଧୀର ମଧ୍ୟ ଆଇସିସି ଟି-୨୦ ରାଙ୍କିଂରେ ବଡ଼ ଉନ୍ନତି କରିଛନ୍ତି। ସେ ମୋଟ ୩୨୦ଟି ସ୍ଥାନ ଉପରକୁ ଉଠିଛନ୍ତି।

ତେବେ ଟପ-୧୦୦ ଖେଳାଳିଙ୍କ ତାଲିକାରେ ସାମିଲ ହେବା ପାଇଁ ତାଙ୍କୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ବର୍ତ୍ତମାନ ସେ ଟି-୨୦ ବ୍ୟାଟିଂ ରାଙ୍କିଂରେ ୫୦୪ତମ ସ୍ଥାନରେ ଥିବା ବେଳେ ଅଲ୍ରାଉଣ୍ଡର ରାଙ୍କିଂରେ ୨୮୮ତମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ମଙ୍ଗଳଙ୍କ ଚଳନ: ନଭେମ୍ବରରୁ କେବଳ ଏହି ୩ ରାଶିଙ୍କ ଜୀବନରେ ଆସିବ ବଡ଼ ଝଡ଼! ସମ୍ଭାଳିକି ରୁହନ୍ତୁ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୨ ନଭେମ୍ବର ୨୦୨୬ରେ ମଙ୍ଗଳ ଗ୍ରହ କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ମଙ୍ଗଳଙ୍କ ଏହି ଗୋଚରର ପ୍ରଭାବ ସମସ୍ତ…

ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ବିଜୟ ଅମୃତ କୁଲାଙ୍ଗେ, ୬ ବର୍ଷର ସମ୍ପର୍କକୁ ମନେ ପକାଇ…

ପୁରୁଷୋତ୍ତମପୁର,୨୮ା୧୦(ସବିତା ମିଶ୍ର): ଗଞ୍ଜାମ ମାଟି ସହ ପୁଣି ଯୋଡ଼ିହେଲା ପୁରୁଣା ସମ୍ପର୍କ। ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିଥିବା ବରିଷ୍ଠ ଆଇଏଏସ୍‌…

ବକ୍ରୀ ହେବେ ବୁଧ : ୩ ରାଶିଙ୍କ ଅଧୁରା ସ୍ବପ୍ନ ହେବ ପୂରଣ, ଭାଗ୍ୟରେ ଲାଗିବ ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୪ ଅକ୍ଟୋବର ୨୦୨୬ରେ ବୁଧ ତୁଳା ରାଶିରେ ବକ୍ରୀ ହୋଇଛନ୍ତି। ବୁଧଙ୍କ ଏହି ଚଳନର ପ୍ରଭାବ ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ…

୪ ବର୍ଷ ପରେ କମ୍‌ବ୍ୟାକ, ଏବେ ଶେଷ ହୋଇଯିବ କ୍ୟାରିୟର? ଭୁବନେଶ୍ୱରଙ୍କୁ ନେଇ ସାଂଘାତିକ ବୟାନ କଲେ…

ନୂଆଦିଲ୍ଲୀ, ୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ୩ଟି ଟି-୨୦ ମ୍ୟାଚ ଭୁବନେଶ୍ୱର କୁମାରଙ୍କ ପାଇଁ ଭଲ ରହିନାହିଁ। ଆଇପିଏଲ ଏବଂ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା: ମିଳିବନି ବର୍ଦ୍ଧିତ ପେନଶନ

ନୂଆଦିଲ୍ଲୀ,୨୮।୧୦: ଅବସର ପରେ ପ୍ରତି ମାସରେ ମିଳୁଥିବା ପେନସନ ହିଁ ଲୋକଙ୍କ ଖର୍ଚ୍ଚ ତୁଲାଇବାରେ ସାହାଯ୍ୟ କରିଥାଏ। ଏହି ପେନସନ ବଳରେ ହିଁ ଲୋକେ ନିଜ ଦୈନନ୍ଦିନ…

ଦ୍ରୁତଗାମୀ ଟ୍ରେନ ଦୁର୍ଘଟଣା; ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି

ମାଡ୍ରିଡ,୨୮।୧୦: ସ୍ପେନର କେନ୍ଦ୍ରୀୟ ଅଞ୍ଚଳ ଟୋଲେଡୋରେ ଦୁଇଟି ଦ୍ରୁତଗାମୀ ଟ୍ରେନ ମଧ୍ୟରେ ଏକ ଭୟଙ୍କର ଧକ୍କା ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ପ୍ରାୟ ୪୬ ଜଣଙ୍କର…

କେଉଁ ଧନ ପାଖରେ ସ୍ଥାୟୀ ହୋଇ ରହେ, ଆଉ କେଉଁ ଧନ ରହେ ନାହିଁ, ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ…

ମହାନ ରାଜନେତା, ଅର୍ଥନୀତିଜ୍ଞ ଏବଂ ଜଣେ ଦକ୍ଷ ରଣନୀତିଜ୍ଞ ଭାବରେ ଜଣାଶୁଣା ଆଚାର୍ଯ୍ୟ ଚାଣକ୍ୟ କହିଥିଲେ ଯେ, ଜୀବନରେ ସଫଳତା ହାସଲ କରିବା ପାଇଁ ଯୁବାବସ୍ଥା ଏକ…

ଜେଜେ ମା’ଙ୍କ ଶବ ସତ୍କାର କରି ତୁଠରେ ଗାଧୋଉଥିବାବେଳେ ଚାଲିଗଲା ନାତିଙ୍କ ଜୀବନ, ଲୁହରେ ଭିଜିଲା ପୂରା ଗାଁ

ଜଗନ୍ନାଥପ୍ରସାଦ,୨୮ା୧୦(ବିଭୁ ପ୍ରସାଦ ପଟ୍ଟନାୟକ): ଜେଜେ ମା’ଙ୍କ ମୃତ୍ୟୁ ପରେ ଶବ ସତ୍କାର ସାରି ତୁଠରେ ଗାଧୋଉଥିବା ସମୟରେ ପୋଖରୀରେ ବୁଡ଼ି ନାତିଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?