ଦୃଷ୍ଟିଶକ୍ତି ବଢ଼ାଇବା ଖାଦ୍ୟ

ବର୍ତ୍ତମାନ ଅଧିକ ସମୟ ମୋବାଇଲ୍‌, ଲାପ୍‌ଟପ୍‌, କମ୍ପ୍ୟୁଟର ଆଦି ବ୍ୟବହାର କରିବା ଏବଂ ଅସନ୍ତୁଳିତ ଖାଦ୍ୟାଭ୍ୟାସ ଭଳି ବିଭିନ୍ନ କାରଣରୁ ଅଧିକାଂଶ ଯୁବପିଢ଼ିଙ୍କଠାରେ ଚକ୍ଷୁ ସମସ୍ୟା ଦେଖିବାକୁ ମିଳୁଛି। ଏମିତିରେ ନିଜ ଖାଦ୍ୟ ତାଲିକାରେ କ’ଣ ସବୁ ସାମିଲ କଲେ ଦୃଷ୍ଟିଶକ୍ତି ବୃଦ୍ଧି ହେବାରେ ସହାୟକ ହେବ, ଜାଣିରଖନ୍ତୁ ସେ ସମ୍ପର୍କରେ…

ଶାଗ: ଦୃଷ୍ଟିଶକ୍ତି ବୃଦ୍ଧି କରିବା ଲାଗି ଶାଗ ହେଉଛି ସବୁଠୁ ଭଲ ଖାଦ୍ୟ। ଏଥିରେ ଭରି ରହିଛି ପ୍ରଚୁର ପରିମାଣରେ ଭିଟାମିନ୍‌, ମିନେରାଲ୍ସ। ତେଣୁ ପ୍ରତିଦିନ ଖାଦ୍ୟ ତାଲିକାରେ ତଟକା ସବୁଜ ଶାଗକୁ ସାମିଲ କରି ଉପକୃତ ହୋଇପାରିବେ।
ସି ଫୁଡ୍‌: ସାଲମନ୍‌, ଟୁନା ଭଳି ସମୁଦ୍ର ମାଛରେ ପ୍ରଚୁର ପରିମାଣରେ ଓମେଗା-୩ ଫ୍ୟାଟି ଏସିଡ୍‌ ଭରି ରହିଛି, ଯାହାକି ଚକ୍ଷୁ ଶୁଷ୍କ ହେବା ବା ଡ୍ରାଏ ଆଇ ଏବଂ ଅନ୍ୟାନ୍ୟ ଚକ୍ଷୁ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଏହି ସି ଫୁଡ୍‌ ଖାଇବା ଦ୍ୱାରା ଗ୍ଲକୋମା ଭଳି ସମସ୍ୟାଠାରୁ ମଧ୍ୟ ଦୂରେଇ ରହିବାରେ ସାହାଯ୍ୟ କରେ।
ଛୁଇଁ: ଶିମ୍ବ, ବିନ୍ସ, ଝୁଡ଼ଙ୍ଗ, ସଜନାଛୁଇଁ ଆଦି ଭଳି ଛୁଇଁଜାତୀୟ ଖାଦ୍ୟରେ ପ୍ରୋଟିନ୍‌ ଏବଂ ଜିଙ୍କ୍‌ ପରିମାଣ ଖୁବ୍‌ ଅଧିକ, ଯାହାକି ଚକ୍ଷୁ ପାଇଁ ବେଶ୍‌ ଉପକାରୀ। ତେଣୁ ଏହାକୁ ଖାଇଲେ ଦୃଷ୍ଟିଶକ୍ତି ବୃଦ୍ଧି ହେବ।
ଅଣ୍ଡା: ଏଥିରେ ଭରିରହିଛି ପ୍ରଚୁର ପରିମାଣର ଲ୍ୟୁଟିନ୍‌, ଭିଟାମିନ୍‌ ଇ, ସି, ଯାହାକି ଚକ୍ଷୁ ସମସ୍ୟା ଦୂର କରିବା ଲାଗି ବହୁତ ଉପକାରୀ।
ମଞ୍ଜି ଓ ବାଦାମଜାତୀୟ ଖାଦ୍ୟ: ଆଖିର ମାଂସପେଶୀକୁ ସୁସ୍ଥ ଏବଂ ମଜଭୁତ ରଖିବା ଲାଗି ଭିଟାମିନ୍‌ ଇ, ସି, ଜିଙ୍କ୍‌, ଓମେଗା-୩ ଫ୍ୟାଟି ଏସିଡ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଏ ସବୁ ଭରପୂର ମାତ୍ରାରେ ରହିଛି ବିଭିନ୍ନ ମଞ୍ଜି ଏବଂ କାଜୁ, ପେସ୍ତା, ଚିନାବାଦାମ ଏବଂ ଅନ୍ୟ ବାଦାମଜାତୀୟ ଖାଦ୍ୟରେ।
ପନିପରିବା: ଗାଜର, ଫୁଲକୋବି ଏବଂ ଅନ୍ୟାନ୍ୟ ତଟକା ପନିପରିବା ଜାତୀୟ ଖାଦ୍ୟ ମଧ୍ୟ ଆପଣଙ୍କ ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୧୫ରୁ ଗ୍ରହଙ୍କ ଶୁଭ ସଂଯୋଗ, ଧନୁ-ମକର ସମେତ ୫ ରାଶିଙ୍କ ବଢିବ ବ୍ୟାଙ୍କ୍‌ ବାଲାନ୍ସ, ମାଲାମାଲ୍‌ ହେବେ…

ଆଜି ଶନିବାର ସନ୍ଧ୍ୟା ୪ଟା ୫୧ ମିନିଟ୍‌ରେ ବୁଧ ଏବଂ ଗୁରୁ (ବୃହସ୍ପତି) ଦୁଇ ଗ୍ରହ ୦ ଡିଗ୍ରୀରେ ଉପସ୍ଥିତ ରହିବେ। କର୍କଟ ରାଶିରେ ଏହି ଦୁଇ…

ସିଂହ ରାଶିରେ ଏକାଠି ହେବେ ସୂର୍ଯ୍ୟ-ବୁଧ; ଧନ ଓ ସଫଳତାରେ ମିଳିବ ବଡ଼ ଲାଭ, ଏହି ୩ ରାଶିର ଗୋଲ୍ଡେନ୍ ଟାଇମ୍ ଆରମ୍ଭ…

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହମାନଙ୍କର ଗତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହମାନଙ୍କର ରାଜକୁମାର ବୁଧ, ଆସନ୍ତା ଅଗଷ୍ଟ ୨୨ ତାରିଖରେ ସନ୍ଧ୍ୟା…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ବର୍ଷ ପରେ ବୁଧ-ମଙ୍ଗଳ ଗଠନ କରିବେ ଦଶାଙ୍କ ଯୋଗ: ମେଷ-କନ୍ୟା ସମେତ ଏହି ୫ ରାଶିଙ୍କ ସହ ଘଟିବ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୪ ଅଗଷ୍ଟ ୨୦୨୬ ଦିନ ଦ୍ୱିପ୍ରହର ୧୨ଟା ୩୭ ମିନିଟରେ ବୁଧ ଓ ମଙ୍ଗଳ ଗ୍ରହ ବର୍ଷ ପରେ ଦଶାଙ୍କ ଯୋଗ ଗଠନ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

ଅଧିକ ଲୁଣ ଖାଉଥିଲେ ସାବଧାନ! ଚେତାବନୀ ଦେଲା WHO, ପଢନ୍ତୁ ଦୌନିକ କେତେ ଖାଇବା ଉଚିତ୍‌

ନୂଆଦିଲ୍ଲୀ,୧୪।୮: ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଲୁଣ ଅତ୍ୟନ୍ତ ଜରୁରୀ। କିନ୍ତୁ ଲୁଣର ପରିମାଣ ଉପରେ ନଜର ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଆବଶ୍ୟକତାଠାରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri