Posted inଖେଳ

ସିଡ୍‌ନୀ କରୋନା ପ୍ରକୋପ: ସ୍ଥିତି ଉପରେ କଡ଼ା ନଜର ରଖିଛୁ: ସିଏ

ମେଲବୋର୍ନ,୧୯।୧୨(ପି.ଟି.): ସିଡ୍‌ନୀରେ କରୋନା ପ୍ରକୋପ ଜାରି ରହିଛି। ଏହାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମଧ୍ୟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ତେଣୁ ପରିସ୍ଥିତି ଉପରେ କଡ଼ା ନଜର ରଖିଛୁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ତରଫରୁ କୁହାଯାଇଛି। ତେବେ ତୃତୀୟ ଟେଷ୍ଟ କୋଭିଡ୍‌-୧୯ ଦ୍ୱାରା ପ୍ରଭାବିତ ହେବ ନାହିଁ ବୋଲି ସିଏ ତରଫରୁ ସ୍ପଷ୍ଟ କରାଯାଇଛି।
ଶୁକ୍ରବାର ସିଡ୍‌ନୀର ନର୍ଦ୍ଦର୍ନ ବିଚ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ଫଳରେ ଏଠାରେ ଅଧିକାରୀମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଜାନୁୟାରୀ ୭ରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ। ସ୍ଥିତି ନେଇ ଆମର ମେଡିକାଲ ଏକ୍ସପର୍ଟମାନେ ଏକାଧିକ ବୈଠକରେ ଆଲୋଚନା କରିଛନ୍ତି। ଏଥିପାଇଁ ଆମେ ଖେଳାଳିଙ୍କୁ ବାୟୋ ବବଲରେ ରଖିଥିଲୁ ବୋଲି ସିଏ ମଧ୍ୟବର୍ତ୍ତିକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍‌ ହୋକ୍‌ଲି କହିଛନ୍ତି। ତେବେ ଏହି ମ୍ୟାଚ ନେଇ କୌଣସି ଆଶଙ୍କା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ନିରାପତ୍ତାରେ ଯଦି ଖେଳି ସମ୍ଭବ ତା’ହେଲେ ଏହି ମ୍ୟାଚ ଆୟୋଜନରେ କୌଣସି ଅସୁବିଧା ନାହଁି ବୋଲି ସେ କହିଛନ୍ତି। ଡିସେମ୍ବର ୨୬ରୁ ଦ୍ୱିତୀୟ ଟେଷ୍ଟ ମେଲବୋର୍ନରେ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ରାଲି ଚାମ୍ପିୟନଶିପ:ଗୌରବଙ୍କ କାର୍‌ ଦୁର୍ଘଟଣାରେ ୩ ମୃତ

ବାରମେର(ରାଜସ୍ଥାନ),୨୧।୯(ପି.ଟି.)- ଏକ ଅଭାବନୀୟ ଘଟଣାକ୍ରମେରେ ଭାରତୀୟ ରାଲି ଡ୍ରାଇଭର ଗୌରବ ଗିଲ୍‌ଙ୍କ କାର୍‌ ଏକ ମୋଟରସାଇକେଲଙ୍କୁ ଧକ୍କା ଦେବା ଫଳରେ ୩ଜଣ ମୃତ୍ୟୁ ବରଣ କରିଛନ୍ତି।...

ରାଷ୍ଟ୍ରପତିଙ୍କ ସହ ରାତ୍ରଭୋଜନ କଲେ ଧୋନୀ

ରାଞ୍ଚି,୩୦।୯:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ରାତ୍ର ଭୋଜନ କରିଛନ୍ତି। ସ୍ତ୍ରୀ ସାକ୍ଷୀ ଏବଂ ଝିଅ...

କ୍ରୁନାଲ ପାଣ୍ଡ୍ୟା କରୋନା ପଜିଟିଭ୍‌: ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ସ୍ଥଗିତ

କଲମ୍ବୋ,୨୭।୭: ମଙ୍ଗଳବାର ଖେଳାଯିବାକୁ ଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି -୨୦ ମ୍ୟାଚ ସ୍ଥଗିତ ରଖାଯାଇଛି। ଭାରତୀୟ କ୍ରିକେଟର କ୍ରୁନାଲ ପାଣ୍ଡ୍ୟା କରୋନା...

ବିଶ୍ୱକପ୍‌ ସ୍ଥଗିତ ଲାଗି ବିସିସିଆଇକୁ ଦାୟୀ କଲେ ଅଖତର୍‌

କରାଚୀ, ୨୩।୭: କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ୍‌ ସ୍ଥଗିତ ହୋଇଛି। ଏହା ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ...

ଦିଆସିଲି କାଠିରେ ବର୍ଡର-ଗାଭାସ୍କର ଟ୍ରଫି

ଭୁବନେଶ୍ୱର, ୧୭।୧୨(କ୍ରୀଡ଼ା ପ୍ରତିନିଧି)- ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ କ୍ରିକେଟ ସିରିଜ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ମ୍ୟାଚ ଆଡିଲେଡରେ ଦିବାରାତ୍ର...

ରଗ୍‌ବୀ ବିଶ୍ୱକପ୍‌: କରୋନା ଭାଇରସ୍‌ ସେବାକାରୀ ଲାଗି ୨୦୨୧ମାଗଣା ଟିକେଟ

ଲଣ୍ଡନ, ୨୭ା୩ (ଏଏଫ୍‌ପି)-କରୋନା ଭାଇରସ୍‌ ବିପକ୍ଷରେ ଚାଲିଥିବା ଲଢେଇରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା କର୍ମଚାରୀଙ୍କ ପାଇଁ ୨୦୨୧ ରଗ୍‌ବୀ ବିଶ୍ୱକପ୍‌ ଦେଖିବା ଲାଗି ମାଗଣା...

ଘରକୁ ଫେରିଲେ ବିରାଟ କୋହଲି: ଏବେ ସ୍ତ୍ରୀଙ୍କ ସହ ମିଶି କରିବେ ଏହି କାମ

ଆଇପିଏଲ ୨୦୨୧ର ୧୪ତମ ସିଜନକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଆଇପିଏଲର ସ୍ଥଗିତାଦେଶ ପରେ ଖେଳାଳିମାନେ ନିଜ ନିଜ ଘରକୁ ଫେରୁଛନ୍ତି। ଏହି କ୍ରମରେ...

‘ମାତ୍ର ୩ ଟଙ୍କା ପାଇଁ ହୋଇଥିଲେ କ୍ରିକେଟର୍‌’

କ୍ରିକେଟ ଦୁନିଆର ସର୍ବଶ୍ରେଷ୍ଠ ଅଧିନାୟକଙ୍କ କଥା ଆସେ, ଅଜିତ ୱାଡେକରଙ୍କ ନାମ ନିଶ୍ଚିତ ଭାବେ ଆସେ। ବିଦେଶୀ ମାଟିରେ ଭାରତର ପ୍ରଥମ ଟେଷ୍ଟ ସିରିଜ ଜିତିଥିବା...

Advertisement
Archives

Model This Week