Posted inଖେଳ

ଫିଫା ପୁରସ୍କାର: ଲଓ୍ବୋଣ୍ଡୋସ୍କି ଶ୍ରେଷ୍ଠ ପୁରୁଷ ଖେଳାଳି

ଜେନିଭା,୧୯।୧୨(ଏପି): ତାରକା ଫୁଟବଲର ତଥା ପୋଲାଣ୍ଡ ଅଧିନାୟକ ରବର୍ଟ ଲଓ୍ବୋଣ୍ଡୋସ୍କି ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ ହୋଇଛନ୍ତି। ମତଦାନ ମାଧ୍ୟମରେ ଲିଓନେଲ ମେସି ଓ ରୋନାଲ୍ଡୋଙ୍କ ଭଳି ସୁପରଷ୍ଟାରଙ୍କୁ ପଛରେ ପକାଇ ଲଓ୍ବୋଣ୍ଡୋସ୍କି ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ତରଫରୁ ଏହି ପୁରସ୍କାର ହାସଲ କରିଛନ୍ତି। ଏହି ତାରକା ଷ୍ଟ୍ରାଇକର ୨୦୨୦ରେ ୫୫ଟି ଗୋଲ ସ୍କୋର କରି ବେୟର୍ନ ମ୍ୟୁନିକ୍‌କୁ ଏକାଧିକ ଅନ୍ତର୍ଜାତୀୟ ତଥା ଘରୋଇ ଟୁର୍ନାମେଣ୍ଟରେ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରି ଏହି ସମ୍ମାନ ହାସଲ କରିଛନ୍ତି।
ପୁରସ୍କାର ପାଇଁ ୩ ଜଣ ଖେଳାଳିଙ୍କୁ ସଂକ୍ଷିପ୍ତ ତାଲିକାରେ ସାମିଲ କରାଯାଇଥିଲା। ମେସି ଓ ରୋନାଲ୍ଡୋ ଏହି ତାଲିକାର ସାମିଲ ଥିଲେ ମଧ୍ୟ ଲଓ୍ବୋଣ୍ଡୋସ୍କି ଶୀର୍ଷରେ ରହିଥିଲେ। ପୁରସ୍କାର ଚୟନ ପାଇଁ ହୋଇଥିବା ମତଦାନରେ ବିଭିନ୍ନ ଦେଶର ଅଧିନାୟକ, କୋଚ୍‌ ଓ ବଛାଯାଇଥିବା କେତେଜଣ ଖବରଦାତା ଓ ପ୍ରଶଂସକ ସାମିଲ ଥିଲେ। ଏ ନେଇ ଜୁରିକ୍‌ରେ ଫିଫା ଏକ ଭର୍ଚ୍ଚୁଆଲ ଉତ୍ସବର ଆୟୋଜନ କରିଥିଲା। ତେବେ ଫିଫା ଅଧ୍ୟକ୍ଷ ଜିଆନି ଇନ୍‌ଫାଣ୍ଟିନୋ ମ୍ୟୁନିକ ଯାଇ ବ୍ୟକ୍ତିଗତ ଭାବେ ଟ୍ରଫି ପ୍ରଦାନ କରିଥିଲେ। ୨୦୧୮ରେ ମଧ୍ୟ ଲଓ୍ବେଣ୍ଡୋସ୍କି ଏହି ପୁରସ୍କାର ଦୌଡ଼ରେ ଥିଲେ। ତେବେ ସେତେବେଳେ କ୍ରୋଏସିଆ ଓ ରିୟଲ ମାଡ୍ରିଡ ମିଡ୍‌ଫିଲ୍ଡର ଲୁକା ମୋଡ୍ରିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ରୋନାଲ୍ଡୋ ଓ ମେସିଙ୍କ କାରଣରୁ ଗତ ୧୩ ବର୍ଷ ହେଲା ଲିଓ୍ବାଣ୍ଡୋସ୍କି ଏହି ପୁରସ୍କାର ହାସଲରୁ ବଞ୍ଚିତ ହୋଇଆସୁଥିଲେ। ମତଦାନରେ ଲଓ୍ବୋଣ୍ଡୋସ୍କି ୫୨ ଭୋଟିଂ ପଏଣ୍ଟ ପାଇଥିବା ବେଳେ ରୋନାଲ୍ଡୋ ୩୮ ପାଇ ଦ୍ୱିତୀୟ ଓ ମେସି ୩୫ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।
ଇଂଲଣ୍ଡର ଲକି ବ୍ରୋଞ୍ଜ୍‌ ମତଦାନ ମାଧ୍ୟମରେ ଶ୍ରେଷ୍ଠ ମହିଳା ଫୁଟବଲର ବିବେଚିତ ହୋଇଛନ୍ତି। ଇଂଲଣ୍ଡର ପ୍ରଥମ ଖେଳାଳିଭାବେ ବ୍ରୋଞ୍ଜ୍‌ ଫିଫାର କୌଣସି ବ୍ୟକ୍ତିଗତ ପୁରସ୍କାର ହାସଲ କରିଛନ୍ତି। ଲିୟନ କ୍ଲବ ତରଫରୁ ପ୍ରତିନିଧିତ୍ୱ କରି ସେ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ହାସଲ କରିଥିଲେ। ଏବେ ସେ ମାଞ୍ଚେଷ୍ଟର ସିଟିରେ ଯୋଗ ଦେଇଛନ୍ତି। ବ୍ରୋଞ୍ଜ୍‌ ତାଙ୍କ ଲିୟନ ଦଳୀୟ ସାଥୀ ଓ୍ବେଣ୍ଡି ରେନାର୍ଡ ଓ ପେରନାଇଲ ହାର୍ଡରଙ୍କୁ ପଛରେ ପକାଇ ଏହି ପୁରସ୍କାର ପାଇଛନ୍ତି। ବ୍ରୋଞ୍ଜ୍‌ଙ୍କୁ ୫୨ ପଏଣ୍ଟ ମିଳିଥିଲା। ସେହିପରି ହାର୍ଡର ୪୦ ପଏଣ୍ଟ ପାଇ ଦ୍ୱିତୀୟ ଓ ରେନାର୍ଡ ୩୫ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।
୨୦୦୮ରେ ରୋନାଲ୍ଡୋ ଏହି ପୁରସ୍କାର ଜିତିଥିଲେ। ତେବେ ଏହାପରଠାରୁ ସ୍ପେନ୍‌ ବାହାରୁ ଲଓ୍ବୋଣ୍ଡୋସ୍କି ପ୍ରଥମ ପୁରୁଷ ଖେଳାଳିଭାବେ ଏହି ପୁରସ୍କାର ଜିତିଛନ୍ତି। ୧୯୯୧ରେ ଫିଫା ଏହି ପୁରସ୍କାର ପ୍ରଦାନ କରିଆସୁଛି। ତେବେ ପୂର୍ବରୁ କୌଣସି ବେୟର୍ନ ଖେଳାଳି ଏହି ପୁରସ୍କାର ପାଇ ନ ଥିଲେ।
ସେହିପରି ବୋରୁସିଆ ଡର୍ଟମଣ୍ଡ ପୂର୍ବତନ କୋଚ୍‌ ଜର୍ଜେନ କ୍ଲୋପ୍‌ କ୍ରମାଗତ ଦ୍ୱିତୀୟବର୍ଷ ପାଇଁ ଶ୍ରେଷ୍ଠ କୋଚ୍‌ ବିବେଚିତ ହୋଇଛନ୍ତି। କ୍ଲୋପ୍‌ଙ୍କ ତତ୍ତ୍ୱାବଧାନରେ ଲିଭରପୁଲ ଇଂଲଣ୍ଡ ପାଇଁ ଗତ ୩୦ ବର୍ଷ ମଧ୍ୟରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ବେୟର୍ନ ମ୍ୟୁନିକ କୋଚ୍‌ ହାନ୍ସି ଫ୍ଲିକ୍‌ ମଧ୍ୟ ସମାନ ଭୋଟ ପାଇଥିଲେ। ତେବେ କ୍ଲୋପ୍‌ ଜାତୀୟ ଟିମ୍‌ କୋଚ୍‌ମାନଙ୍କ ଭୋଟ ଅଧିକ ପାଇଥିବାରୁ ଟାଇବ୍ରେକରରେ ବାଜି ମାରିଥିଲେ। ନେଦରଲାଣ୍ଡ୍ସର ସାରିନା ଓ୍ବିଗମ୍ୟାନ ଶ୍ରେଷ୍ଠ ମହିଳା କୋଚ୍‌ ବିବେଚିତ ହୋଇଛନ୍ତି। ଏହି କ୍ରମରେ ସେ ଲିୟନର ଜିନ- ଲୁକ ଭାସେଉର ଓ ଚେଲିସିର ଇମ୍ମା ହାୟେସଙ୍କୁ ପଛରେ ପକାଇଛନ୍ତି। ସାରିନାଙ୍କ ତତ୍ତ୍ୱାବଧାନରେ ନେଦରଲାଣ୍ଡ୍ସ ୨୦୧୯ ମହିଳା ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଥିଲା। ସେ ଆସନ୍ତାବର୍ଷ ଇଂଲଣ୍ଡର କୋଚ୍‌ ପଦ ସମ୍ଭାଳିବେ। ସେହିପରି କୋରିଆ ଫୁଟବଲର ତଥା ଟୋଟେନହାମ୍‌ ହଟ୍ସପୁର ତରଫରୁ ଖେଳୁଥିବା ସନ୍‌ ହେଉଙ୍ଗ-ମିନ୍‌ ଶ୍ରେଷ୍ଠ ଗୋଲ ପାଇଁ ପୁସ୍କାସ ପୁରସ୍କାର ଜିତିଛନ୍ତି।
ସେହିପରି ଶିଶୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ଅଭିଯାନ ଚଳାଇଥିବା ମାଞ୍ଚେଷ୍ଟର ୟୁନାଇଟେଡ ତଥା ଇଂଲଣ୍ଡ ଫରଓ୍ବାର୍ଡ ମାର୍କସ ରାଶଫୋର୍ଡଙ୍କୁ ଫିଫା ସ୍ବତନ୍ତ୍ର ଭାବେ ସମ୍ମାନିତ କରିଛି। ସମାଜ ମଙ୍ଗଳ କାର୍ଯ୍ୟପାଇଁ ଫିଫା ତାଙ୍କୁ ୧ଲକ୍ଷ ଆମେରିକୀୟ ଡଲାର ପ୍ରଦାନ କରିଛି। ସେହିପରି ଶ୍ରେଷ୍ଠ ଗୋଲକିପର ଭାବେ ଜର୍ମାନୀ ତଥା ବେୟର୍ନ ମ୍ୟୁନିକର ମାନୁଏଲ ନେଉର ସମ୍ମାନିତ ହୋଇଛନ୍ତି। ଫ୍ରାନ୍ସ ଓ ଲିୟନ ଗୋଲକିପର ସାରା ବୌହାଡି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ନିଜ ଫେଭରାଇଟ୍‌ ଦଳ ବ୍ରାଜିଲର ମ୍ୟାଚ ଦେଖିବା ପାଇଁ ୧୧ ଘଣ୍ଟା ଚାଲିକରି ଆସିଥିବା ମାରିଭାଲ୍ଡୋ ଫ୍ରାନ୍ସିସ୍କୋ ଡା’ ସିଲଭାଙ୍କୁ ଫ୍ୟାନ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?