Posted inଖେଳ

ଫିଫା ପୁରସ୍କାର: ଲଓ୍ବୋଣ୍ଡୋସ୍କି ଶ୍ରେଷ୍ଠ ପୁରୁଷ ଖେଳାଳି

ଜେନିଭା,୧୯।୧୨(ଏପି): ତାରକା ଫୁଟବଲର ତଥା ପୋଲାଣ୍ଡ ଅଧିନାୟକ ରବର୍ଟ ଲଓ୍ବୋଣ୍ଡୋସ୍କି ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ ହୋଇଛନ୍ତି। ମତଦାନ ମାଧ୍ୟମରେ ଲିଓନେଲ ମେସି ଓ ରୋନାଲ୍ଡୋଙ୍କ ଭଳି ସୁପରଷ୍ଟାରଙ୍କୁ ପଛରେ ପକାଇ ଲଓ୍ବୋଣ୍ଡୋସ୍କି ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ତରଫରୁ ଏହି ପୁରସ୍କାର ହାସଲ କରିଛନ୍ତି। ଏହି ତାରକା ଷ୍ଟ୍ରାଇକର ୨୦୨୦ରେ ୫୫ଟି ଗୋଲ ସ୍କୋର କରି ବେୟର୍ନ ମ୍ୟୁନିକ୍‌କୁ ଏକାଧିକ ଅନ୍ତର୍ଜାତୀୟ ତଥା ଘରୋଇ ଟୁର୍ନାମେଣ୍ଟରେ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରି ଏହି ସମ୍ମାନ ହାସଲ କରିଛନ୍ତି।
ପୁରସ୍କାର ପାଇଁ ୩ ଜଣ ଖେଳାଳିଙ୍କୁ ସଂକ୍ଷିପ୍ତ ତାଲିକାରେ ସାମିଲ କରାଯାଇଥିଲା। ମେସି ଓ ରୋନାଲ୍ଡୋ ଏହି ତାଲିକାର ସାମିଲ ଥିଲେ ମଧ୍ୟ ଲଓ୍ବୋଣ୍ଡୋସ୍କି ଶୀର୍ଷରେ ରହିଥିଲେ। ପୁରସ୍କାର ଚୟନ ପାଇଁ ହୋଇଥିବା ମତଦାନରେ ବିଭିନ୍ନ ଦେଶର ଅଧିନାୟକ, କୋଚ୍‌ ଓ ବଛାଯାଇଥିବା କେତେଜଣ ଖବରଦାତା ଓ ପ୍ରଶଂସକ ସାମିଲ ଥିଲେ। ଏ ନେଇ ଜୁରିକ୍‌ରେ ଫିଫା ଏକ ଭର୍ଚ୍ଚୁଆଲ ଉତ୍ସବର ଆୟୋଜନ କରିଥିଲା। ତେବେ ଫିଫା ଅଧ୍ୟକ୍ଷ ଜିଆନି ଇନ୍‌ଫାଣ୍ଟିନୋ ମ୍ୟୁନିକ ଯାଇ ବ୍ୟକ୍ତିଗତ ଭାବେ ଟ୍ରଫି ପ୍ରଦାନ କରିଥିଲେ। ୨୦୧୮ରେ ମଧ୍ୟ ଲଓ୍ବେଣ୍ଡୋସ୍କି ଏହି ପୁରସ୍କାର ଦୌଡ଼ରେ ଥିଲେ। ତେବେ ସେତେବେଳେ କ୍ରୋଏସିଆ ଓ ରିୟଲ ମାଡ୍ରିଡ ମିଡ୍‌ଫିଲ୍ଡର ଲୁକା ମୋଡ୍ରିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ରୋନାଲ୍ଡୋ ଓ ମେସିଙ୍କ କାରଣରୁ ଗତ ୧୩ ବର୍ଷ ହେଲା ଲିଓ୍ବାଣ୍ଡୋସ୍କି ଏହି ପୁରସ୍କାର ହାସଲରୁ ବଞ୍ଚିତ ହୋଇଆସୁଥିଲେ। ମତଦାନରେ ଲଓ୍ବୋଣ୍ଡୋସ୍କି ୫୨ ଭୋଟିଂ ପଏଣ୍ଟ ପାଇଥିବା ବେଳେ ରୋନାଲ୍ଡୋ ୩୮ ପାଇ ଦ୍ୱିତୀୟ ଓ ମେସି ୩୫ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।
ଇଂଲଣ୍ଡର ଲକି ବ୍ରୋଞ୍ଜ୍‌ ମତଦାନ ମାଧ୍ୟମରେ ଶ୍ରେଷ୍ଠ ମହିଳା ଫୁଟବଲର ବିବେଚିତ ହୋଇଛନ୍ତି। ଇଂଲଣ୍ଡର ପ୍ରଥମ ଖେଳାଳିଭାବେ ବ୍ରୋଞ୍ଜ୍‌ ଫିଫାର କୌଣସି ବ୍ୟକ୍ତିଗତ ପୁରସ୍କାର ହାସଲ କରିଛନ୍ତି। ଲିୟନ କ୍ଲବ ତରଫରୁ ପ୍ରତିନିଧିତ୍ୱ କରି ସେ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ହାସଲ କରିଥିଲେ। ଏବେ ସେ ମାଞ୍ଚେଷ୍ଟର ସିଟିରେ ଯୋଗ ଦେଇଛନ୍ତି। ବ୍ରୋଞ୍ଜ୍‌ ତାଙ୍କ ଲିୟନ ଦଳୀୟ ସାଥୀ ଓ୍ବେଣ୍ଡି ରେନାର୍ଡ ଓ ପେରନାଇଲ ହାର୍ଡରଙ୍କୁ ପଛରେ ପକାଇ ଏହି ପୁରସ୍କାର ପାଇଛନ୍ତି। ବ୍ରୋଞ୍ଜ୍‌ଙ୍କୁ ୫୨ ପଏଣ୍ଟ ମିଳିଥିଲା। ସେହିପରି ହାର୍ଡର ୪୦ ପଏଣ୍ଟ ପାଇ ଦ୍ୱିତୀୟ ଓ ରେନାର୍ଡ ୩୫ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।
୨୦୦୮ରେ ରୋନାଲ୍ଡୋ ଏହି ପୁରସ୍କାର ଜିତିଥିଲେ। ତେବେ ଏହାପରଠାରୁ ସ୍ପେନ୍‌ ବାହାରୁ ଲଓ୍ବୋଣ୍ଡୋସ୍କି ପ୍ରଥମ ପୁରୁଷ ଖେଳାଳିଭାବେ ଏହି ପୁରସ୍କାର ଜିତିଛନ୍ତି। ୧୯୯୧ରେ ଫିଫା ଏହି ପୁରସ୍କାର ପ୍ରଦାନ କରିଆସୁଛି। ତେବେ ପୂର୍ବରୁ କୌଣସି ବେୟର୍ନ ଖେଳାଳି ଏହି ପୁରସ୍କାର ପାଇ ନ ଥିଲେ।
ସେହିପରି ବୋରୁସିଆ ଡର୍ଟମଣ୍ଡ ପୂର୍ବତନ କୋଚ୍‌ ଜର୍ଜେନ କ୍ଲୋପ୍‌ କ୍ରମାଗତ ଦ୍ୱିତୀୟବର୍ଷ ପାଇଁ ଶ୍ରେଷ୍ଠ କୋଚ୍‌ ବିବେଚିତ ହୋଇଛନ୍ତି। କ୍ଲୋପ୍‌ଙ୍କ ତତ୍ତ୍ୱାବଧାନରେ ଲିଭରପୁଲ ଇଂଲଣ୍ଡ ପାଇଁ ଗତ ୩୦ ବର୍ଷ ମଧ୍ୟରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ବେୟର୍ନ ମ୍ୟୁନିକ କୋଚ୍‌ ହାନ୍ସି ଫ୍ଲିକ୍‌ ମଧ୍ୟ ସମାନ ଭୋଟ ପାଇଥିଲେ। ତେବେ କ୍ଲୋପ୍‌ ଜାତୀୟ ଟିମ୍‌ କୋଚ୍‌ମାନଙ୍କ ଭୋଟ ଅଧିକ ପାଇଥିବାରୁ ଟାଇବ୍ରେକରରେ ବାଜି ମାରିଥିଲେ। ନେଦରଲାଣ୍ଡ୍ସର ସାରିନା ଓ୍ବିଗମ୍ୟାନ ଶ୍ରେଷ୍ଠ ମହିଳା କୋଚ୍‌ ବିବେଚିତ ହୋଇଛନ୍ତି। ଏହି କ୍ରମରେ ସେ ଲିୟନର ଜିନ- ଲୁକ ଭାସେଉର ଓ ଚେଲିସିର ଇମ୍ମା ହାୟେସଙ୍କୁ ପଛରେ ପକାଇଛନ୍ତି। ସାରିନାଙ୍କ ତତ୍ତ୍ୱାବଧାନରେ ନେଦରଲାଣ୍ଡ୍ସ ୨୦୧୯ ମହିଳା ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଥିଲା। ସେ ଆସନ୍ତାବର୍ଷ ଇଂଲଣ୍ଡର କୋଚ୍‌ ପଦ ସମ୍ଭାଳିବେ। ସେହିପରି କୋରିଆ ଫୁଟବଲର ତଥା ଟୋଟେନହାମ୍‌ ହଟ୍ସପୁର ତରଫରୁ ଖେଳୁଥିବା ସନ୍‌ ହେଉଙ୍ଗ-ମିନ୍‌ ଶ୍ରେଷ୍ଠ ଗୋଲ ପାଇଁ ପୁସ୍କାସ ପୁରସ୍କାର ଜିତିଛନ୍ତି।
ସେହିପରି ଶିଶୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ଅଭିଯାନ ଚଳାଇଥିବା ମାଞ୍ଚେଷ୍ଟର ୟୁନାଇଟେଡ ତଥା ଇଂଲଣ୍ଡ ଫରଓ୍ବାର୍ଡ ମାର୍କସ ରାଶଫୋର୍ଡଙ୍କୁ ଫିଫା ସ୍ବତନ୍ତ୍ର ଭାବେ ସମ୍ମାନିତ କରିଛି। ସମାଜ ମଙ୍ଗଳ କାର୍ଯ୍ୟପାଇଁ ଫିଫା ତାଙ୍କୁ ୧ଲକ୍ଷ ଆମେରିକୀୟ ଡଲାର ପ୍ରଦାନ କରିଛି। ସେହିପରି ଶ୍ରେଷ୍ଠ ଗୋଲକିପର ଭାବେ ଜର୍ମାନୀ ତଥା ବେୟର୍ନ ମ୍ୟୁନିକର ମାନୁଏଲ ନେଉର ସମ୍ମାନିତ ହୋଇଛନ୍ତି। ଫ୍ରାନ୍ସ ଓ ଲିୟନ ଗୋଲକିପର ସାରା ବୌହାଡି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ନିଜ ଫେଭରାଇଟ୍‌ ଦଳ ବ୍ରାଜିଲର ମ୍ୟାଚ ଦେଖିବା ପାଇଁ ୧୧ ଘଣ୍ଟା ଚାଲିକରି ଆସିଥିବା ମାରିଭାଲ୍ଡୋ ଫ୍ରାନ୍ସିସ୍କୋ ଡା’ ସିଲଭାଙ୍କୁ ଫ୍ୟାନ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପରେ ୫ ମ୍ୟାଚ ହୋଇପାରେ ରୋମାଞ୍ଚକ, ତାଲିକାରେ ଭାରତ-ପାକିସ୍ତାନ ମ୍ୟାଚ ମଧ୍ୟ ସାମିଲ

ନୂଆଦିଲ୍ଲୀ,୨୮।୬: ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥିରେ ଟିମ ଇଣ୍ଡିଆର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ରହିଛି। ଏହି ମ୍ୟାଚ ଚେନ୍ନାଇରେ ୮ ଅକ୍ଟୋବରରେ...

ସୁଦିରମାନ କପ୍‌ରେ ପଦକ ଲକ୍ଷ୍ୟରେ ଭାରତ

ନାନ୍ନିଙ୍ଗ (ଚାଇନା), ୧୮।୫(ପି.ଟି.)- ଚାଇନାର ନାନ୍ନିଙ୍ଗଠାରେ ରବିବାରଠାରୁ ସୁଦିରମାନ କପ୍‌ର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଭାରତର ପି.ଭି. ସିନ୍ଧୁ, ସାଇନା ନେହ୍ବାଲ, କିଡାମ୍ବୀ...

ଗର୍ଲଫ୍ରେଣ୍ଡଙ୍କୁ ଘରୁ ଉଠାଇ ନେଇ ବିବାହ କରିଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଗାଙ୍ଗୁଲି ହେଉଛି ଭାରତୀୟ କ୍ରିକେଟ ପରିବର୍ତ୍ତନର ବଡ ଚେହେରା।...

ବିଶ୍ୱ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ

କାତାର,୨୮।୯(ପି.ଟି.)- ସ୍ଥାନୀୟ ଖଲିଫା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାରଠାରୁ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୧୭ତମ ସଂସ୍କରଣ ଆରମ୍ଭ ହୋଇଛି। ୧୦ଦିନ ଧରି ଚାଲିବାକୁ ଥିବା ଏହି ମେଗା...

୮୦ ଶତକ,୧୫୨ ଅର୍ଦ୍ଧଶତକ: ମାତ୍ର ୭ ସପ୍ତାହର ଅନ୍ତରାଷ୍ଟ୍ରୀୟ କ୍ୟାରିୟର ସତ୍ତ୍ୱେ ଏହି ଖେଳାଳି ପାଲଟିଥିଲେ ମହାନ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୨୨।୧: କ୍ରିକେଟ ଇତିହାସର ଅନେକ ଅଭିଜ୍ଞ ଖେଳାଳିଙ୍କ ମଧ୍ୟରୁ ବେରୀ ରିଚାର୍ଡସ୍‌ ଅନ୍ୟତମ। ୧୯୭୦ ମସିହା ଆଜିର ଦିନରେ ଦକ୍ଷିଣ ଆଫ୍ରିକା ପାଇଁ ବେରି ଅନ୍ତରାଷ୍ଟ୍ରୀୟ...

ଓ୍ବାଲର୍‌ଡ ମାଷ୍ଟର୍ସ ହକିରେ ଭାରତ ସାମିଲ

ନୂଆଦିଲ୍ଲୀ, ୧୨।୩- ହକି ଇଣ୍ଡିଆ ନିକଟରେ ଓ୍ବାଲର୍‌ଡ ମାଷ୍ଟର୍ସ ହକି(ଡବ୍ଲ୍ୟୁଏମଏଚ) ସହିତ ସାମିଲ ହୋଇଛି। ପୂର୍ବରୁ ଡବ୍ଲ୍ୟୁଏମଏଚ ସହ ଅନ୍ୟ ୩୮ ଜାତୀୟ ଆସୋସିଏଶନ ସାମିଲ...

ହରିୟାଣାରେ ହେବ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ

ନୂଆଦିଲ୍ଲୀ, ୨୫ା୭ (ପି.ଟି.)-୨୦୨୧ରେ ଟୋକିଓ ଅଲିମ୍ପିକ୍ସ ଶେଷ ହେବା ପରେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୪ର୍ଥ ସଂସ୍କରଣ ହରିୟାଣାରେ ହେବ। ରାଜ୍ୟ ମୁଖ୍ୟମନ୍ତ୍ରୀ ମନୋହରଲାଲ...

ସର୍ବଭାରତୀୟ ବନବିଭାଗ କ୍ରୀଡ଼ା ଉଦ୍‌ଘାଟିତ

ଭୁବନେଶ୍ୱର, ୪।୩(କ୍ରୀଡ଼ା ପ୍ରତିନିଧି)- ସର୍ବଭାରତୀୟ ବନବିଭାଗ କ୍ରୀଡ଼ା(ଏଆଇଏଫଏସଏମ)ର ୨୫ତମ ସଂସ୍କରଣ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ...

Advertisement
Archives

Model This Week