Posted inଖେଳ

ହଠାତ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଟିମ୍‌ ଇଣ୍ଡିଆର ଏହି ଖେଳାଳି, ବିରାଟଙ୍କ ସହ ଜିତିଥିଲେ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୮।୧୧: ବର୍ତ୍ତମାନ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ଜଣେ ଖେଳାଳି ସନ୍ନ୍ୟାସ ଘୋଷଣା କରିଛନ୍ତି। ଏହି ଖେଳାଳି ଦଳ ପାଇଁ ଅନ୍ତିମ ଅନ୍ତର୍ଜାତୀୟ ମୁକାବିଲା ୨୦୧୯ରେ ଖେଳିଥିଲେ। ସେବେଠାରୁ ଏହି ଖେଳାଳି ଟିମ୍‌ରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିଲେ। ଏବେ ସେ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ନିଜର ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି।

ଭାରତୀୟ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର ସିଦ୍ଧାର୍ଥ କୌଲ ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ ଦଳ ପାଇଁ ୩ ଦିନିକିଆ ଏବଂ ୩ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଏହାଛଡ଼ା ସେ ଆଇପିଏଲ୍‌ ମଧ୍ୟ ଖେଳିଛନ୍ତି।

ସିଦ୍ଧାର୍ଥ ଏକ ପୋଷ୍ଟ ଶେୟାର କରି କହିଛନ୍ତି,ଯେବେ ବି ପିଲା ଥିଲି ପଞ୍ଜାବ ମଇଦାନରେ ଖେଳୁଥିଲି, ସେତେବେଳେ ମୋର ଏକ ସ୍ବପ୍ନ ଥିଲା। ନିଜ ଦେଶ ପାଇଁ ଖେଳିବା। ୨୦୧୮ରେ ଭଗବାନଙ୍କ କୃପାରୁ ମୋତେ ସୁଯୋଗ ମିଳିଥିଲା। ଏବେ ସମୟ ଆସିଛି ମୁଁ ଭାରତରେ ନିଜର କ୍ୟାରିୟର ଶେଷ କରିବା ତଥା ନିଜ ସନ୍ନ୍ୟାସ ନେଇ ଘୋଷଣା କରିବା ଉଚିତ। ନିଜ କ୍ୟାରିୟରରେ ସମସ୍ତ ଉତ୍ଥାନ ପତନ ସମୟରେ ଯେଉଁ ଭଲପାଇବା ଏବଂ ସମର୍ଥନ ମିଳିଛି ସେଥିଲାଗି ଧନ୍ୟବାଦ କହିବାକୁ ଶବ୍ଦ ନାହିଁ ବୋଲି ସେ କହିଛନ୍ତି।

 

View this post on Instagram

 

A post shared by Siddharth Kaul 🧿 (@iamsidkaul)

କହିରଖୁଛୁ, ଭାରତ ୨୦୦୮ରେ କୋହଲିଙ୍କ ଅଧିନାୟକତ୍ୱରେ ଅଣ୍ଡର ୧୯ ବିଶ୍ୱକପ୍‌ ଜିତିଥିଲା। ଏଥିରେ ସିଦ୍ଧାର୍ଥ ଉକ୍ତ ଟିମ୍‌ର ଅଂଶ ଥିଲେ। ଏହାଛଡ଼ା ସେ ବରିଷ୍ଠ ଟିମ୍‌ରେ ମଧ୍ୟ କୋହଲିଙ୍କ ଅଧିନାୟକତ୍ୱରେ ଡେବ୍ୟୁ କରିଥିଲେ। ଏବେ ନିକଟରେ ସେ ରଣଜୀ ଟ୍ରଫିରେ ଖେଳୁଥିବା ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?