Posted inଜାତୀୟ

ସିଦ୍ଦାରାମାୟା କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୯ା୫: କର୍ନାଟକ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ୫ ଦିନ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଚଳାବସ୍ଥା ଦୂର ହୋଇଛି। ବରିଷ୍ଠ କଂଗ୍ରେସ ନେତା ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀ ଏବଂ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଡି.କେ. ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବେ। ବେଙ୍ଗାଲୁରୁରେ ଉଭୟେ ଶନିବାର ଅପରାହ୍ଣ ୧୨ଟା ୩୦ରେ ଶପଥ ନେବେ ବୋଲି ଗୁରୁବାର କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟପାଳ ଥାଓ୍ବରଚନ୍ଦ ଗେହଲଟଙ୍କୁ ଏହି ବିଷୟ ଜଣାଇବା ପାଇଁ କଂଗ୍ରେସ ବିଧାୟକ ଜି. ପରମେଶ୍ୱରଙ୍କୁ ଦଳୀୟ ପ୍ରତିନିଧି ଭାବେ ପଠାଯାଇଥିଲା। ଇତିମଧ୍ୟରେ ସିଦ୍ଦାରାମାୟା ସରକାର ଗଠନ ଲାଗି ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଛନ୍ତି।
କର୍ନାଟକ ବିଧାନସଭାର ୨୨୪ ଆସନ ପାଇଁ ଗତ ୧୦ ତାରିଖରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ୧୩୫ ଆସନ ଦଖଲ କରି ଅଭୂତପୂର୍ବ ସଫଳତା ପାଇଛି। ୧୩ରେ ଫଳାଫଳ ଆସିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ହିସାବ ଛିଣ୍ଡି ନ ଥିଲା। ୭୫ ବର୍ଷୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏବଂ ଏହି ବିଜୟର ସଫଳ ବିନ୍ଧାଣି କୁହାଯାଉଥିବା ୬୧ ବର୍ଷୀୟ ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଡ଼ିବସିଥିଲେ। ଫଳରେ ଦଳୀୟ ହାଇକମାଣ୍ଡଙ୍କୁ ନିଷ୍ପତ୍ତି ନେବାରେ ବିଳମ୍ବ ହେଲା। ଦିଲ୍ଲୀରେ ଅନେକ ପର୍ଯ୍ୟାୟ ଆଲୋଚନା ଓ ବିଚାରବିମର୍ଶ ପରେ ଶେଷରେ କେନ୍ଦ୍ରୀୟ ନେତୃତ୍ୱ ଓଲର୍‌ଡ ହର୍ସ ସିଦ୍ଦାରାମାୟାଙ୍କ ଉପରେ ଅଧିକ ଭରସା କରିଛନ୍ତି। ଶିବକୁମାର ସିଦ୍ଦାରାମାୟାଙ୍କ ଡେପୁଟି ହେବେ ବୋଲି କଂଗ୍ରେସ ମୁଖ୍ୟାଳୟରେ ସାଧାରଣ ସମ୍ପାଦକ (ସଙ୍ଗଠନ) କେ.ସି. ବେଣୁଗୋପାଳ ଘୋଷଣା କରିଛନ୍ତି। ଶିବକୁମାର ଜଣେ ମାତ୍ର ଉପମୁଖ୍ୟମନ୍ତ୍ରୀ ହେବେ।ଏଥିସହ ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ପିସିସି ସଭାପତି ପଦରେ ରହିବେ।
ଏହି ଘୋଷଣା ପରେ କର୍ନାଟକର ଭବିଷ୍ୟତ ଓ ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ଦୁଇ ନେତା ମିଳିମିଶି କାର୍ଯ୍ୟ କରିବେ ବୋଲି ଶିବକୁମାର ଟୁଇଟ୍‌ କରିଛନ୍ତି। ସେହିପରି କନ୍ନାଡିଗାମାନଙ୍କ ସ୍ବାର୍ଥରକ୍ଷା ଲାଗି କଂଗ୍ରେସ ଦଳ ଏକ ପରିବାର ଭାବେ କାମ କରିବ ବୋଲି ସିଦ୍ଦାରାମାୟା କହିଛନ୍ତି। ସିଦ୍ଦାରାମାୟା ଓ ଶିବକୁମାର ଗୁରୁବାର ସକାଳେ ବେଣୁଗୋପାଳଙ୍କୁ ଭେଟିଥିଲେ। ଶୀର୍ଷ ପଦବୀ ପାଇଁ ଦୁଇନେତାଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହେବା ପରେ ଏହା ଥିଲା ଉଭୟଙ୍କ ପ୍ରଥମ ସାକ୍ଷାତ। ସେଠାରୁ ଦୁହେଁ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେଙ୍କୁ ଭେଟିବାକୁ ଯାଇଥିଲେ। ଏହା ପୂର୍ବରୁ ଖାର୍ଗେ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶିବକୁମାରଙ୍କୁ ଦୁଇଟି ଅଫର କରିଥିଲେ। ତାହା ହେଲା ଉଭୟେ ପାଳିକରି ମୁଖ୍ୟମନ୍ତ୍ରୀ ହେବେ ଏବଂ ଶିବକୁମାର ପ୍ରଥମେ ଉପମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା ସହ ପିସିସି ସଭାପତି ପଦ ନିଜ ପାଖରେ ରଖିବେ। ଏହି ଦୁଇ ପ୍ରସ୍ତାବକୁ ସେ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସିଦ୍ଦାରାମାୟା ମଧ୍ୟ ଏଥିରେ ରାଜି ହୋଇ ନ ଥିଲେ। ଶେଷରେ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କ ହସ୍ତକ୍ଷେପ ପରେ ଶିବକୁମାର ନଂ.୨ ପୋଜିଶନରେ ରହିବା ପାଇଁ ରାଜି ହୋଇଛନ୍ତି। ସେ ପୂର୍ବବତ୍‌ ପିସିସି ସଭାପତି ପଦରେ ରହିଥିବେ। ଦଳୀୟ ସ୍ବାର୍ଥ ପାଇଁ ସେ ତ୍ୟାଗ କରିବାକୁ ସହମତି ପ୍ରକାଶ କରିଥିବା କୁହାଯାଉଛି। କଂଗ୍ରେସ ଏମ୍‌ପି ତଥା ଶିବକୁମାରଙ୍କ ଭାଇ ଡି.କେ. ସୁରେଶ କହିଛନ୍ତି, ଏହି ନିଷ୍ପତ୍ତିକୁ ନେଇ ଆମେ ଖୁସି ନୋହୁଁ। ଭାଇ ଶିବକୁମାର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ।
ସିଦ୍ଦାରାମାୟା ଓ ଶିବକୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ଲାଗି କ୍ଷମତା ଭାଗବଣ୍ଟା ଉପରେ କୌଣସି ନିଷ୍ପତ୍ତି ନିଆଯାଇଥିବା ନେଇ କିଛି ସ୍ପଷ୍ଟ ହୋଇନାହିଁ। ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଉପରେ ଏହା ନିର୍ଭର କରେ ବୋଲି କୁହାଯାଉଛି। ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ଭୋକାଲିଙ୍ଗା ସମ୍ପ୍ରଦାୟ ଶିବକୁମାରଙ୍କୁ ସମର୍ଥନ କରୁଥିବାବେଳେ ସିଦ୍ଦାରାମାୟାଙ୍କ ସପକ୍ଷରେ କଂଗ୍ରେସକୁ ଭୋଟ ଦେଇଥିବା ଅହିନ୍ଦ ମଞ୍ଚ ( ସଂଖ୍ୟାଲଘୁ, ଅନ୍ୟ ପଛୁଆ ବର୍ଗ ଏବଂ ଦଳିତଙ୍କ ଏକ ପୁରୁଣା ସାମାଜିକ ସମୀକରଣ) ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

୪୨.୫% ଭାରତୀୟ ସ୍ବାସ୍ଥ୍ୟକୁ କରନ୍ତି ଅଣଦେଖା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୮ା୪(ପି.ଟି.):କାର୍ଯ୍ୟବ୍ୟସ୍ତତା କାରଣରୁ ୪୨.୫ ପ୍ରତିଶତ ଭାରତୀୟ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଥିବା ସ୍ବୀକାର କରିଛନ୍ତି। ୫୭.୮ ପ୍ରତିଶତ କହିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ’ଣ ଭଲ…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri