SI ପରୀକ୍ଷା ମହାଘୋଟାଲା: ମୋଷ୍ଟ ୱାଣ୍ଟେଡ୍‌ ଶଙ୍କର ପୃଷ୍ଟି ଲିଙ୍କ୍‌ରେ କ୍ରାଇମବ୍ରାଞ୍ଚ ରେଡ୍‌

ଭୁବନେଶ୍ୱର,୫ା୧୦: ଓଡ଼ିଶା ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛି। ଭୁବନେଶ୍ବରର ରଘୁନାଥପୁର ଅଞ୍ଚଳରେ ଥିବା ଏକ ପରୀକ୍ଷା କେନ୍ଦ୍ରରେ କ୍ରାଇମବ୍ରାଞ୍ଚ ଟିମ୍‌ ରେଡ୍‌ କରିଛି। ଏହି ଅଭିଯାନ ମୋଷ୍ଟ ୱାଣ୍ଟେଡ୍‌ ଶଙ୍କର ପୃଷ୍ଟିଙ୍କ ସମ୍ପୃକ୍ତିକୁ ନେଇ ଚାଲିଛି, ଯିଏ ଏହି ଘୋଟାଲାରେ ଫିକ୍ସିଂରେ ଜଡ଼ିତ ଥିବା ଅଭିଯୋଗ ରହିଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ରବୀନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଏହି ରେଡ୍‌ ଜାରି ରହିଛି। ସେ କହିଛନ୍ତି ଯେ ପରୀକ୍ଷା କେନ୍ଦ୍ର ଚାଲିଥିବା ଘରର ମାଲିକଙ୍କ ପରିଚୟ ଓ ସମ୍ପୃକ୍ତି ସମ୍ପର୍କରେ ଅନୁସନ୍ଧାନ ଚାଲିଛି।

ଏହି ମାମଲାରେ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ପରୀକ୍ଷା ପରିଚାଳନାର ଦାୟିତ୍ୱ ଘରୋଇ ସଂସ୍ଥା ଆଇଟିଆଇକୁ ଦେଇଥିଲା, ଯିଏ ପୁଣି ଏହାକୁ ସିଲିକନ୍‌ ଟେକ୍‌ଲାବ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ସବ୍‌ କଣ୍ଟ୍ରାକ୍ଟ ଦେଇଥିଲା। ଏହି ଘରୋଇ ସଂସ୍ଥାକୁ ପରୀକ୍ଷା ପରିଚାଳନାର ଦାୟିତ୍ୱ ଦେବା ପଛରେ କେଉଁ ଉଦ୍ଦେଶ୍ୟ ରହିଛି ଏବଂ ଓପିଆର୍‌ବିର କେଉଁ ଅଧିକାରୀଙ୍କ ସମ୍ପୃକ୍ତି ରହିଛି, ତାହା ଏବେ ଅନୁସନ୍ଧାନର ବିଷୟ ହୋଇଛି। ଓପିଆର୍‌ବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥ ଶନିବାର ଏକ ଜରୁରୀ ବୈଠକ ଆହ୍ୱାନ କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଏହି ଘୋଟାଲାରେ ମଧ୍ୟସ୍ଥତା କରୁଥିବା ଅଭିଯୁକ୍ତ ବିଶ୍ୱରଞ୍ଜନ ବେହେରା (୨୯)ଙ୍କୁ କଟକ ବାରଙ୍ଗ ଥାନା ଅନ୍ତର୍ଗତ ବିଦ୍ୟାଧରପୁରରୁ ଗିରଫ କରାଯାଇଛି। ତାଙ୍କୁ ବ୍ରହ୍ମପୁର ଜେଏମ୍‌ଏଫ୍‌ସି (ରୁରାଲ୍‌) କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି। ବିଶ୍ୱରଞ୍ଜନ ଆଶାୟୀ ପ୍ରାର୍ଥୀଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ ଏବଂ ସେମାନଙ୍କଠାରୁ ଓରିଜିନାଲ୍‌ ଶିକ୍ଷାଗତ ପ୍ରମାଣପତ୍ର ଓ ବ୍ଲାଙ୍କ୍‌ ଚେକ୍‌ ସଂଗ୍ରହ କରିଥିବା ତଦନ୍ତରୁ ଜଣାପଡ଼ିଛି। ଏହି ମାମଲାରେ ଗିରଫଦାରି ସଂଖ୍ୟା ଏବେ ୧୧୮ରେ ପହଞ୍ଚିଛି।

ଏହି ଘୋଟାଲାକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଏହା ଏକ ଗମ୍ଭୀର ଘଟଣା ବୋଲି କହି ସେମାନେ ତଦନ୍ତରେ ଅଧିକ ସ୍ୱଚ୍ଛତା ଓ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ମାମଲାରେ ଆଗକୁ ଆହୁରି କେତେକ ବଡ଼ ଖୁଲାସା ହୋଇପାରେ ବୋଲି କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ, ସୁଶାନ୍ତ ନାଥ ଗୃହ ବିଭାଗକୁ ବଦଳି, ଜାଣନ୍ତୁ ଆଉ କାହାକୁ କେଉଁଠିକୁ

ଭୁବନେଶ୍ୱର: ରାଜ୍ୟ ପୋଲିସ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ ହୋଇଛି। ଆଇପିଏସ୍‌ ସ୍ତରରେ ଏହି ଅଦଳବଦଳରେ ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲା ଏସ୍‌ପି ପର୍ଯ୍ୟନ୍ତ ଅନେକଙ୍କୁ…

ରାଇକିଆ ବ୍ଲକ୍‌ରେ ସ୍ଥିତି ସୁଧୁରିନି, ପୁଣି ଘାରିଲା ବର୍ଷା ଭୟ

ରାଇକିଆ, ୧।୧୧ (ପ୍ରଦୀପ ବେହେରା): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ପରେ ପୁଣି ଏକ ବାତ୍ୟା ଆଶଙ୍କା ଲୋକଙ୍କ ମନରେ ଭୟ ସଞ୍ଚାର କରିଛି। ତିନି…

ମାଛ ଧରିବାକୁ ଯାଇଥିଲେ କର୍ଣ୍ଣାଟକ, ସମୁଦ୍ରରେ ଚାଲିଗଲା ଜୀବନ

ବଡ଼ଗାଁ, ୩୧/୧୦ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲାରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ବଡ଼ଗାଁ ବ୍ଲକ୍‌ ଅନ୍ତର୍ଗତ କାଦୋପଡ଼ା ଗ୍ରାମର ଜଣେ ଯୁବକଙ୍କ କର୍ଣ୍ଣାଟକ…

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ଗିରଫ

ବ୍ରହ୍ମପୁର, ୧/୧୧ (ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଡକ୍ରସ ପାଣ୍ଠିରୁ ୮.୬୩ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଜିଲାପାଳଙ୍କ…

ରାତି ଅଧରେ ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା: ପୁଅ ଗୁରୁତର,  ପଡ଼ୋଶୀ ଅଟ ଥିବା ସୂଚନା

କୋରୁକୋଣ୍ଡା, ୧/୧୧ (ଅଶୋକ କୁମାର ପରିଡ଼ା): ଘରେ ପଶି ଏକ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହ ସେମାନଙ୍କ ୧୨ ବର୍ଷୀୟ ପୁଅକୁ ମରଣାନ୍ତକ ଆକ୍ରମଣ…

ଆମେରିକା ନିକଟରେ ୭ଟି ସର୍ତ୍ତ ରଖିଲା ଇରାନ: ‘ଏଗୁଡ଼ିକ ପୂରଣ ହେଲେ, ଖୋଲିବ ରାସ୍ତା’

ତେହରାନ,୧।୧୧: ଇରାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଶେଷ ହେବାର କୌଣସି ଲକ୍ଷଣ ଦେଖାଯାଉନାହିଁ ଏବଂ ଉଭୟ ଦେଶ ମଧ୍ୟରେ ଉତ୍ତେଜନା କମିବାର ମଧ୍ୟ…

ମାଟିରେ ମିଶିଲା ଇନ୍ଦ୍ରଗଡ଼ ପଞ୍ଚାୟତ କାର୍ଯ୍ୟାଳୟ

ରାଇକିଆ, ୧/୧୧ (ପ୍ରଦୀପ ବେହେରା): ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ଇନ୍ଦ୍ରଗଡ଼ ପଞ୍ଚାୟତ ଉପରେ ଫୋକସ୍ କରିଛି କନ୍ଧମାଳ ଜିଲା ପ୍ରଶାସନ। ମାଣିକେଶ୍ୱର ପରେ ଏହି…

‘ପ୍ରତିବାଦ କରନ୍ତୁ, କିଛି କିଣାକିଣି ମଧ୍ୟ କରନ୍ତୁ, ରାଲି ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧।୧୧: କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡିଆ’ (INDIA) ମେଣ୍ଟ ଦିଲ୍ଲୀର ରାମଲୀଳା ମୈଦାନରେ ଏକ ସମାବେଶ ଆୟୋଜନ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?