ଶ୍ୟାମଳୀ ନାୟିକା

ଅଭିନେତ୍ରୀ ଝରଣା ଦାସ ପ୍ରାୟ ୪୦ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଶ୍ୟାମଳୀ ଥିବାରୁ ଚଳଚ୍ଚିତ୍ରରେ ସେ ଅଭିନୟ କରିବେ ବୋଲି କେବେ ବି ଭାବି ନ ଥିଲେ। ୧୯୬୨ରେ ସେ ‘ମଲାଜହ୍ନ’ରେ ନାୟିକା ଭାବରେ ଅଭିନୟ କରିଥିଲେ। ତେବେ ଏହା ବହୁ ବିଳମ୍ବରେ ୧୯୬୫ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ‘ସତୀ’ ଚରିତ୍ର ତାଙ୍କୁ ଅଜସ୍ର ଲୋକପ୍ରିୟତା ଆଣିଦେଇଥିଲା। ତେବେ ଏଥିପୂର୍ବରୁ ୧୯୬୩ରେ ଛାୟାବାଣୀ ପ୍ରତିଷ୍ଠାନର  ଚଳଚ୍ଚିତ୍ର ‘ଅମଡ଼ା ବାଟ’ ମୁକ୍ତିଲାଭ ଥିଲା। ଏହି ଚଳଚ୍ଚିତ୍ରରେ ମଧ୍ୟ ସେ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ତେଣୁ ‘ଅମଡ଼ାବାଟ’କୁ ଝରଣାଙ୍କ ପ୍ରଥମ ସିନେମା ବୋଲି ବିବେଚନା କରାଯାଏ। ଏହାକୁ ବାଦ୍‌ଦେଲେ  ୧୯୬୫ରେ ‘ନବଜନ୍ମ’, ୧୯୬୬ରେ ‘ଅଭିନେତ୍ରୀ’, ୧୯୭୦ରେ ‘ଅଦିନ ମେଘ’, ୧୯୭୮ରେ ‘ଶ୍ରୀଜଗନ୍ନାଥ’, ୧୯୮୧ରେ ‘ଟିକେ ହସ ଟିକେ ଲୁହ’, ୧୯୮୨ରେ ‘ହିସାବ ନିକାଶ’, ‘ଜ୍ୱାଇଁପୁଅ’, ୧୯୮୩ରେ ‘ମହାସତୀ ସାବିତ୍ରୀ’, ୧୯୮୫ରେ ‘ପୂଜାଫୁଲ’, ୧୯୮୬ରେ ‘ନିନାଦ’, ‘ହୀରାନୀଳା’, ୧୯୮୮ରେ ‘ଲାଲପାନ ବିବି’, ‘କସ୍ତୁରୀ’, ୧୯୮୯ରେ ‘ଟୋପାଏ ସିନ୍ଦୁର ଦି ପଟ ଶଙ୍ଖା’, ୧୯୯୪ରେ ‘ସୁନାଭାଉଜ’ ଭଳି ଅନେକ ଚଳଚ୍ଚିତ୍ରରେ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ୨୦୦୯ରେ ମୁକ୍ତିଲାଭ କରିଥିବା ‘ଆ ଜହ୍ନରେ ଲେଖିବା ନାଁ’ ତାଙ୍କ ଶେଷ ଚଳଚ୍ଚିତ୍ର ଥିଲା।

  • ରେଡିଓରୁ ଆରମ୍ଭ ହୋଇଥିଲା ସଫଳତାର ଯାତ୍ରା :  ‘ଆକାଶବାଣୀ’ ଝରଣାଙ୍କୁ ଦେଇଥିଲା ସ୍ବତନ୍ତ୍ର ପରିଚୟ। ରେଡିଓରେ ଗୀତ ଗାଇବା ପରେ ପରେ ନାଟକରେ ଅଭିନୟ କରି ସେ ଆଗକୁ ଆଗକୁ ବଢ଼ି ଚାଲିଥିଲେ। ‘ଆକାଶବାଣୀ’ କଟକରେ ଉପସ୍ଥାପିକା ଭାବେ କାର୍ଯ୍ୟକରୁଥିଲେ। ବେତାର ନାଟକରେ ସେ ଅଧିକ ସଂଶ୍ଳିଷ୍ଟ ଥିଲେ। ‘ଶିଶୁ ସଂସାର’ କାର୍ଯ୍ୟକ୍ରମରେ ରେବତୀର ମା’ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ଅତିମାନବ, କାଠଘୋଡ଼ା, ତଅପୋଈ, ଯାଜ୍ଞସେନୀ, ପେଟେଣ୍ଟ ମେଡିସିନ୍‌, ଶ୍ରୀମତୀ ସମାର୍ଦ୍ଦିନୀ ନାଟକ ଢେର ଲୋକପ୍ରିୟତା ସାଉଁଟିଥିଲା। ଉପସ୍ଥାପିକା ଭାବେ ତାଙ୍କର ସୁମଧୁର ସ୍ବର, ବେତାର ନାଟକ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା। ସେ ହରେକୃଷ୍ଣ ମହତାବଙ୍କ ଜୀବନୀ ଉପରେ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଆକାଶବାଣୀର ବିଭିନ୍ନ ପଦବୀରେ ରହିବା ସହ ସେ ଦୂରଦର୍ଶନରେ ଷ୍ଟେସନ୍‌ ଡାଇରେକ୍ଟର ଭାବେ ଅବସର ଗ୍ରହଣ କରିଥିଲେ।
  • ଓଲିଉଡ୍‌ର ପ୍ରଥମ ଗ୍ରାଜୁଏଟ୍‌ ଅଭିନେତ୍ରୀ : ୧୯୬୦ଦଶକରେ ଚଳଚ୍ଚିତ୍ରର ଏକ ସ୍ବର୍ଣ୍ଣିମ ଅଧ୍ୟାୟରେ ଝରଣା ଦାସ ଥିଲେ ଏକ ଅନନ୍ୟ ଫର୍ଦ୍ଦ। ତାଙ୍କ ପାଇଁ ଚଳଚ୍ଚିତ୍ରରେ ଏକ ନୂତନ ଧାରା ସୃଷ୍ଟି ହୋଇଥିଲା। ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ବେଳେ ନାଟକରେ ସେ ଅଭିନୟ ଆରମ୍ଭ କରିଥିଲେ। କିନ୍ତୁ ନୃତ୍ୟ ପ୍ରତି ତାଙ୍କର ଅହେତୁକ ଆକର୍ଷଣ ଥିଲା। ଓଡ଼ିଶୀ ନୃତ୍ୟଗୁରୁ ଦେବପ୍ରସାଦ ଦାସ ଓ କେଳୁଚରଣ ମହାପାତ୍ରଙ୍କ ପାଖରୁ ସେ ନୃତ୍ୟ ଶିକ୍ଷା କରିଥିଲେ। ବାହାରକୁ ଯାଇ ନୃତ୍ୟ ପରିବେଷଣ କରିବାକୁ ଘରେ ରାଜି ନ ହେବାରୁ ସେ ନୃତ୍ୟରୁ ନେଇଥିଲେ ବିରତି। ଏହା ପରେ ସେ ସଙ୍ଗୀତକୁ ଆପଣାଇଥିଲେ। ସ୍ନାତକ ପଢ଼ିବା ଯାଏଁ ନୃତ୍ୟ, ସଙ୍ଗୀତ, ଅଭିନୟ ଶିଖିବାରେ ପରିବାର ପକ୍ଷରୁ କୌଣସି ଅଙ୍କୁଶ ନ ଥିଲା। ମାତ୍ର ବାହାରେ ନାଚଗୀତ କରିବାକୁ ବାରଣ ଥିଲା। କଲେଜରେ ପଢ଼ୁଥିବା ସମୟରୁ ହିଁ ସେ ଆକାଶବାଣୀ ନାଟକର ଏକ ଅଂଶ ହୋଇସାରିଥିଲେ। ସ୍ନାତକ ଡିଗ୍ରୀ ହାସଲ ପରେ ସେ ଅକ୍ଷୟ ମହାନ୍ତି (କାଶ୍ୟପ)ଙ୍କ ପରାମର୍ଶରେ ଓଡ଼ିଆ ଚଳଚ୍ଚିତ୍ରରେ ପାଦ ଥାପି ହୋଇଥିଲେ ପ୍ରଥମ ଗ୍ରାଜୁଏଟ୍‌ ନାୟିକା।

Enter your email to get our daily news in your inbox.

All Right Reserved By Dharitri.Com

ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା...

ଭାଜପା,ବିଜେଡି କଳହପ୍ରିୟ: ଅଜୟ କୁମାର

କଟକ, ୨୮ା୪(ଶିଳ୍ପା ପ୍ରିୟଦର୍ଶିନୀ)ବାରବାଟୀ-କଟକ କଂଗ୍ରେସ ପକ୍ଷରୁ କଂଗ୍ରେସ ସମାବେଶ କଟକସ୍ଥିତ ଖ୍ରୀଷ୍ଟିଆନ୍‌ ପଡିଆଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ...

‘ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି’

ଭବାନୀପାଟଣା/କୋକସରା/ଗୋଲାମୁଣ୍ଡା/ କର୍ଲାମୁଣ୍ଡା,୨୮।୪(ଉତ୍ତମ କୁମାର ଦାଶ/ ଦୁଷ୍ମନ୍ତ ପଟ୍ଟଯୋଶୀ/ବଟକୃଷ୍ଣ ପଣ୍ଡା/ପ୍ରଦୀପ ସାହୁ): ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର କଳାହାଣ୍ଡି ଜିଲାର...

ପୁରୀ ସାହିଯାତରେ ପ୍ରଚାରକଲେ ନେତା

ପୁରୀ,୨୮ା୪(ଅଜିତ୍‌ ମହାନ୍ତି)ଶ୍ରୀକ୍ଷେତ୍ରରେ ସାହିଯାତକୁ ନେଇ ପୁରୀ ସହର ଏବେ ଉତ୍ସବମୁଖର। ସାହି ଯାତରେ ଶ୍ରୀକ୍ଷେତ୍ରର ପାରମ୍ପରିକ ସମରକଳା ନୃତ୍ୟ ଦେଖିବାକୁ ମଳୁଛି। ଶୁକ୍ରବାର ବାଲିସାହି ପକ୍ଷରୁ...

କଟକ: ଆସନ୍ତା କାଲି ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି

କଟକ,୨୮ା୪(କାର୍ତ୍ତିକ ସାହୁ)ଆସନ୍ତା ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ନିର୍ବାଚନ ନିମନ୍ତେ...

ବଦଳୁଛି ଟ୍ରେଣ୍ଡ୍‌, ରୋଗ କିଣୁଛି ମଣିଷ

କଟକ,୨୮।୪(ଦିବାକର ସାହୁ)ମଣିଷ ଆଧୁନିକତାର ସ୍ରୋତରେ ଆଗେଇ ଚାଲିଛି। ସମୟ ସହ ତାଳ ଦେଇ ଦିନକୁ ଦିନ ଖାଦ୍ୟପେୟ, ଚାଲିଚଳଣିରେ ପରିବର୍ତ୍ତନ କରୁଛି। ପୂର୍ବରୁ କୌଣସି ଉତ୍ସବ...

ଆଜି ଆସୁଛନ୍ତି ଜେ.ପି. ନଡ୍ଡା, ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜଙ୍ଗଲ ନିଆଁରେ ଓଡ଼ିଶା ଦେଶରେ ପ୍ରଥମ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ)ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ଜଙ୍ଗଲ ନିଆଁ ବନ ବିଭାଗକୁ ଚିନ୍ତାରେ ପକାଇଦେଇଛି। ତେବେ ବନ ବିଭାଗର ତ୍ୱରିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri