Posted inଫୁରସତ

ଶ୍ୟାମ ପ୍ରକାଶଙ୍କ ନିଆରା ରୁଚି

ଶ୍ୟାମ ପ୍ରକାଶ ସେନାପତି। ଜନ୍ମ ୭ ଜୁଲାଇ ୧୯୭୦ମସିହାରେ। ପିତା-ଡାକ୍ତର ବଂଶୀଧର ସେନାପତି, ମା’ ବିଷ୍ଣୁପ୍ରିୟା ସେନାପତି, ଘର ପୁରୀ ବଡ଼ଦାଣ୍ଡ ସେନାପତି ଭବନ। ସ୍କୁଲ ବୟସରୁ ଶ୍ୟାମପ୍ରକାଶ ଏଯାଏ ସାଇତି ରଖିଛନ୍ତି ଅନେକ ସେଲିବ୍ରିଟି, ରାଜନେତା, କବି, ଲେଖକ ଆଦି ଯଶ୍ୱସୀ ବ୍ୟକ୍ତିଙ୍କ ବିରଳ ଫଟୋ। ପୁଣି ଦେଶ ବିଦେଶର ପ୍ରଚଳିତ ଅନେକ ନୋଟ ଓ ମୁଦ୍ରା ମଧ୍ୟ। ଭାରତ ସରକାରଙ୍କ ସଙ୍ଗୀତ ନାଟକ ବିଭାଗ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଦ୍ୱାରା ସଂଯୋଜକଭାବେ ଓଡ଼ିଶା ଓ ଓଡ଼ିଶା ବାହାରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଶ୍ୟାମପ୍ରକାଶଙ୍କର ଲେଖାଲେଖିରେ ରହିଛି ବେଶ୍‌ ରୁଚି। ଅନେକ ପତ୍ରପତ୍ରିକାରେ ତାଙ୍କର ବହୁ ଲେଖା ପ୍ରକାଶିତ ହେବା ସହ ତାଙ୍କର ଅନେକ କବିତା ସଂକଳନ ମଧ୍ୟ ପ୍ରକାଶ ପାଇଛି। ରାଜ୍ୟସ୍ତରୀୟ ଶିଶୁସାହିତ୍ୟ ପୁରସ୍କାର (୧୯୮୩), ଇନ୍ଦିରା ଯୁବ ମେମୋରିଆଲ ସାଂସ୍କୃତିକ ସେବା ସଂସଦ ପୁରସ୍କାର, ଶ୍ରୀକ୍ଷେତ୍ର ସମ୍ମାନ, ନାଗପୁରରୁ ସଂସ୍କାର ଭାରତୀ ସମ୍ମାନ, ନୀଳଚକ୍ର ସେବା ସାଂସ୍କୃତିକ ଅନୁଷ୍ଠାନରୁ ଯୁବପ୍ରତିଭା ସମ୍ମାନ, କୋଣାର୍କ ସାହିତ୍ୟ ଉତ୍ସବ ସଂଗଠନ ସମ୍ମାନ, ବରଗଡ଼ ଧନୁଯାତ୍ରା ମହୋତ୍ସବ କମିଟି ସମ୍ମାନ, କଲିକତାଠାରେ ଆୟୋଜିତ ଆନ୍ତଃ ରାଜ୍ୟ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଆଦିରୁ ମିଳିଛି ତାଙ୍କୁ ବହୁ ପୁରସ୍କାର ଓ ସମ୍ମାନ। ପୁରୀରେ ହେଉଥିବା ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନା କରିବାର ଦାୟିତ୍ୱ ବି ସେ ନେଇଥାନ୍ତି। ତେବେ ପୁରୀକୁ ଯେବେ ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ଆସନ୍ତି ସେମାନଙ୍କ ସହିତ ଫଟୋଉଠାଇବା ସହ ତାହାକୁ ସାଇତି ରଖିବାରେ ସେ ପାଆନ୍ତି ଅପାର ଆନନ୍ଦ। ଯେଉଁମାନଙ୍କ ଭିତରେ ପୁରୀ ଗଜପତି, ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କଠାରୁ ଆରମ୍ଭ କରି ଅମିତାଭ ବଚ୍ଚନ, ରାଜେଶ ଖାନ୍ନା, ବାବା ରାମଦେବ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରି ଶତାଧିକ ବିଶିଷ୍ଟ ବ୍ୟକ୍ତିବିଶେଷ ରହିଛନ୍ତି। କେବଳ ସେତିକି ନୁହେଁ ବିଭିନ୍ନ ସୁରକ୍ଷା କାର୍ଯ୍ୟପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ସମେତ ବିଭିନ୍ନ ଅନୁଷ୍ଠାନରୁ ତାଙ୍କୁ ମିଳିଛି ଶତାଧିକ ପୁରସ୍କାର ଓ ସମ୍ମାନ; ଯେଉଁଥିରେ ରଘୁରାଜପୁର ବସନ୍ତ ଉତ୍ସବ ସମ୍ମାନ, ରାଜ୍ୟପାଳଙ୍କଠାରୁ ଯୁବପ୍ରତିଭା ପୁରସ୍କାର ହେଉଛି ଅନ୍ୟତମ। ଏବେ ସେ ପୁରୀର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ଜଣେ ଆଗଧାଡ଼ିର କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରୁଛନ୍ତି।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri