ଖୋର୍ଦ୍ଧାରେ ଜାରି ରହିପାରେ ଶଟ୍‌ଡାଉନ

ଭୁବନେଶ୍ୱର,୨୯।୮(ବ୍ୟୁରୋ): ଆଉ ଗୋଟିଏ ଦିନ ରାଜ୍ୟରେ ଅଗଷ୍ଟ ମାସର କରୋନା ଗାଇଡ଼ଲାଇନ ଶେଷ ହେବ। ସେପ୍ଟେମ୍ବର ମାସରେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେବେ ତାହା ଏବେ ସମସ୍ତଙ୍କ ନଜର। ଯଦିଓ ଏବେ ସାଧାରଣ ଲୋକଙ୍କ ପାଇଁ ଯିବା ଆସିବା ଠାରୁ ଫିଲ୍ମ ହଲ୍‌, ମଲ୍‌, ମାର୍କେଟ୍‌ ସବୁ ଖୋଲଛି, ତଥାପି ନାଇଟ୍‌ କର୍ଫ୍ୟୁ ଓ ସଟ୍‌ଡାଉନ କଟକଣା ବଳବତ୍ତର ରହିଛି।

ବର୍ତ୍ତମାନ କେବଳ ଭୁବନେଶ୍ୱର, କଟକ ଓ ପୁରୀରେ ଶନିବାର ଏବଂ ରବିବାର ଶଟ୍‌ଡାଉନ୍‌ ଜାରି ରହିଛି। ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ତୃତୀୟ ଲହର ଆସିବ ବୋଲି ଆକଳନ କରାଯାଉଥିବା ବେଳେ ରାଜ୍ୟରେ ସଂକ୍ରମଣ ସଂଖ୍ୟାକୁ ଦେଖି ସରକାର ସେପ୍ଟେମ୍ବର ଗାଇଡ଼ଲାଇନ ଜାରି କରିପାରନ୍ତି ବୋଲି ଆଶା କରାଯାଉଛି।

ଅଗଷ୍ଟ ୨୦ରୁ ରାଜ୍ୟରେ ଦୈନିକ ସଂକ୍ରମଣ ଏକ ହଜାର ତଳକୁ ରହିଛି। କିନ୍ତୁ ଖୋର୍ଦ୍ଧା ଜିଲା ସକ୍ରିୟ ରୋଗୀ ସଂଖ୍ୟାରେ ଏବେ ବି ରେଡ୍‌ ଜୋନ୍‌ରେ ରହିଛି। ରାଜ୍ୟର ସର୍ବାଧିକ ଏବଂ ପ୍ରାୟ ଅଧା ସଂକ୍ରମିତ କେବଳ ଏହି ଜିଲାରେ ରହିଛନ୍ତି। ରାଜ୍ୟରେ ୭,୮୨୦ଜଣ ସକ୍ରିୟ ରୋଗୀ ଥିବା ବେଳେ କେବଳ ଖୋର୍ଦ୍ଧା ଜିଲାରେ ଅଛନ୍ତି ୩,୦୮୦ଜଣ ସକ୍ରିୟ ରୋଗୀ। ଆଉ ରାଜ୍ୟରେ ସଂକ୍ରମଣ ହାର ୧.୨୪% ଥିବା ବେଳେ ଖୋର୍ଦ୍ଧା ଜିଲାରେ ୩.୧% ରହିଛି। ତେଣୁ ଖୋର୍ଦ୍ଧା ଜିଲାରେ କଟକଣାରେ କୌଣସି ପରିବର୍ତ୍ତନ ହୋଇ ନ ପାରେ ବୋଲି ଆଶଙ୍କା କରାଯାଉଛି।

ସବୁଠାରୁ ବଡ଼ କଥା ହେଲା ଖୋର୍ଦ୍ଧା ଜିଲାରେ ଦୈନିକ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ପ୍ରାୟ ୮୫% ଆକ୍ରାନ୍ତ ରହୁଛନ୍ତି। ଭୁବନେଶ୍ୱରରେ ଲୋକେ କଟକଣା ମାନୁ ନ ଥିବାରୁ ଏବଂ ରସ୍ତାଘାଟ ଓ ବଜାରରେ ଭିଡ଼ ଜମାଉଥିବାରୁ ସଂଖ୍ୟା ଅଧିକ ରହୁଛି ବୋଲି ସ୍ବାସ୍ଥ୍ୟ ବିଭାଗ କହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟନସ୍ଥଳର ବିକାଶ

ବୌଦ୍ଧ ଜିଲା ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର। ପ୍ରାଚୀନ କୀର୍ତ୍ତିରାଜି, ଐତିହାସିକ କଳାକୃତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଏହି ଜିଲାରେ ଭରି ରହିଛି। ଏଠାରେ ଥିବା ଇକୋ...

୧୦୫ ଟଙ୍କା ପେଟ୍ରୋଲ ପାଇଁ ବନ୍ଧୁକ ଦେଖାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର,୧୨ା୩ (ବ୍ୟୁରୋ): ରାଜଧାନୀରେ କଥା କଥାକେ ଗର୍ଜୁଛି ଚୋରା ବନ୍ଧୁକ। ସାମାନ୍ୟ କଥାରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭୟଭୀତ କରୁଛନ୍ତି। ସୋମବାର ରାତିରେ ଏଭଳି ଏକ...

ଶିକ୍ଷକଙ୍କ ବଦଳି ବାତିଲ ଦାବି :ଦେଓଗାଁ ପ୍ରାଥମିକ ସ୍କୁଲରେ ତାଲା ବନ୍ଦ

କଣ୍ଟାମାଳ,୨୭।୭ (ଡି.ଏନ.ଏ) ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଦେଓଗାଁ ନୂତନ ପ୍ରକଳ୍ପ ପ୍ରାଥମିକ ସ୍କୁଲରେ ଶୁକ୍ରବାର ୧୦ଟାରେ ଅଭିଭାବକ ଓ ଛାତ୍ରୀଛାତ୍ର ତାଲା ପକାଇ ଧାରଣା...

ପୋଲିସକୁ ୪୩ ହଜାର ଟଙ୍କା ଦେଲେ ୬ଷ୍ଠ ଶ୍ରେଣୀ ଛାତ୍ର

ଭୁବନେଶ୍ୱର,୧୮।୫(ବ୍ୟୁରୋ): କରୋନା ସମୟରେ ସମ୍ମୁଖ ଯୋଦ୍ଧା ଭାବେ ଅନେକ ପୋଲିସ କର୍ମଚାରୀ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି। ଏପରି ସ୍ଥଳେ ସେମାନଙ୍କୁ ସହଯୋଗର ହାତ...

ମୋପେଡରେ ଥିଲେ ଜେଜେ ନାତି, ମାଡ଼ିଗଲା ବସ୍‌

ଶେରଗଡ଼/ହିଞ୍ଜିଳିକାଟୁ ,୯ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଥାନା ତଥା ହିଞ୍ଜିଳିକାଟୁ ବ୍ଲକ ବୁରୁପୋଡା ଭଗବତୀ ହାଇସ୍କୁଲ ନିକଟରେ ମଙ୍ଗଳବାର ଏକ ଘରୋଇ ବସ୍‌ ମୋପେଡକୁ ଧକ୍କା...

ରାଜ୍ୟବାସୀଙ୍କୁ କାମର ହିସାବ ଦେବେ ସରକାର

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ଆସନ୍ତା ମେ’ ୨୯ ତାରିଖରେ ବିଜେଡି ସରକାର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ ହେବ। ସରକାର ରାଜ୍ୟବାସୀଙ୍କୁ ନିଜ କାମର ହିସାବ ଦେବେ।...

ଗଞ୍ଜାମରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ: ୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଛତ୍ରପୁର,୧୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆଉ ଜଣେ ୫୫ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ତୋରଣରେ ‘କମିଶନରେଟ୍‌ ପୋଲିସ’

୧୯୭୮ରୁ ଆରମ୍ଭ ହୋଇଥିଲା ପୂଜା ମା’ ଦଶଭୁଜାଙ୍କ ଆବାହନ ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭିନ୍ନ ଭିନ୍ନ ତୋରଣ...

Advertisement
Archives

Model This Week