ଖୋର୍ଦ୍ଧାରେ ଜାରି ରହିପାରେ ଶଟ୍‌ଡାଉନ

ଭୁବନେଶ୍ୱର,୨୯।୮(ବ୍ୟୁରୋ): ଆଉ ଗୋଟିଏ ଦିନ ରାଜ୍ୟରେ ଅଗଷ୍ଟ ମାସର କରୋନା ଗାଇଡ଼ଲାଇନ ଶେଷ ହେବ। ସେପ୍ଟେମ୍ବର ମାସରେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେବେ ତାହା ଏବେ ସମସ୍ତଙ୍କ ନଜର। ଯଦିଓ ଏବେ ସାଧାରଣ ଲୋକଙ୍କ ପାଇଁ ଯିବା ଆସିବା ଠାରୁ ଫିଲ୍ମ ହଲ୍‌, ମଲ୍‌, ମାର୍କେଟ୍‌ ସବୁ ଖୋଲଛି, ତଥାପି ନାଇଟ୍‌ କର୍ଫ୍ୟୁ ଓ ସଟ୍‌ଡାଉନ କଟକଣା ବଳବତ୍ତର ରହିଛି।

ବର୍ତ୍ତମାନ କେବଳ ଭୁବନେଶ୍ୱର, କଟକ ଓ ପୁରୀରେ ଶନିବାର ଏବଂ ରବିବାର ଶଟ୍‌ଡାଉନ୍‌ ଜାରି ରହିଛି। ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ତୃତୀୟ ଲହର ଆସିବ ବୋଲି ଆକଳନ କରାଯାଉଥିବା ବେଳେ ରାଜ୍ୟରେ ସଂକ୍ରମଣ ସଂଖ୍ୟାକୁ ଦେଖି ସରକାର ସେପ୍ଟେମ୍ବର ଗାଇଡ଼ଲାଇନ ଜାରି କରିପାରନ୍ତି ବୋଲି ଆଶା କରାଯାଉଛି।

ଅଗଷ୍ଟ ୨୦ରୁ ରାଜ୍ୟରେ ଦୈନିକ ସଂକ୍ରମଣ ଏକ ହଜାର ତଳକୁ ରହିଛି। କିନ୍ତୁ ଖୋର୍ଦ୍ଧା ଜିଲା ସକ୍ରିୟ ରୋଗୀ ସଂଖ୍ୟାରେ ଏବେ ବି ରେଡ୍‌ ଜୋନ୍‌ରେ ରହିଛି। ରାଜ୍ୟର ସର୍ବାଧିକ ଏବଂ ପ୍ରାୟ ଅଧା ସଂକ୍ରମିତ କେବଳ ଏହି ଜିଲାରେ ରହିଛନ୍ତି। ରାଜ୍ୟରେ ୭,୮୨୦ଜଣ ସକ୍ରିୟ ରୋଗୀ ଥିବା ବେଳେ କେବଳ ଖୋର୍ଦ୍ଧା ଜିଲାରେ ଅଛନ୍ତି ୩,୦୮୦ଜଣ ସକ୍ରିୟ ରୋଗୀ। ଆଉ ରାଜ୍ୟରେ ସଂକ୍ରମଣ ହାର ୧.୨୪% ଥିବା ବେଳେ ଖୋର୍ଦ୍ଧା ଜିଲାରେ ୩.୧% ରହିଛି। ତେଣୁ ଖୋର୍ଦ୍ଧା ଜିଲାରେ କଟକଣାରେ କୌଣସି ପରିବର୍ତ୍ତନ ହୋଇ ନ ପାରେ ବୋଲି ଆଶଙ୍କା କରାଯାଉଛି।

ସବୁଠାରୁ ବଡ଼ କଥା ହେଲା ଖୋର୍ଦ୍ଧା ଜିଲାରେ ଦୈନିକ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ପ୍ରାୟ ୮୫% ଆକ୍ରାନ୍ତ ରହୁଛନ୍ତି। ଭୁବନେଶ୍ୱରରେ ଲୋକେ କଟକଣା ମାନୁ ନ ଥିବାରୁ ଏବଂ ରସ୍ତାଘାଟ ଓ ବଜାରରେ ଭିଡ଼ ଜମାଉଥିବାରୁ ସଂଖ୍ୟା ଅଧିକ ରହୁଛି ବୋଲି ସ୍ବାସ୍ଥ୍ୟ ବିଭାଗ କହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri