ପ୍ରେମକୁ ନେଇ ଚୁପ୍‌…

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ତଥା ଚୁଲବୁଲୀ ଅଭିନେତ୍ରୀ ଭାବେ ପରିଚିତି ହାସଲ କରିଥିବା ଆଲିଆ ଭଟ୍ଟଙ୍କୁ ସୋମବାର ୨୮ ବର୍ଷ ପୂରଣ ହୋଇଛି। ୧୯୯୩ ମାର୍ଚ୍ଚ ୧୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ମାତା ସୋନୀ ରାଜଦାନ ଏବଂ ପିତା ମହେଶ ଭଟ୍ଟ ଫିଲ୍ମ ଦୁନିଆ ସହିତ ଜଡ଼ିତ ଥିବାରୁ ବଲିଉଡ୍‌କୁ ଆସିବା ତାଙ୍କ ପାଇଁ କଷ୍ଟକର ନ ଥିଲା। ୧୯୯୯ରେ ସଂଘର୍ଷ ଫିଲ୍ମରେ ଆଲିଆ ଜଣେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ତେବେ ୨୦୧୨ରେ କରନ ଜୋହର୍‌ଙ୍କ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦି ଇୟରରେ ସେ ବଲଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ୨୦୧୪ରେ ୨-ଷ୍ଟେଟସ୍‌, ହମ୍ପ୍‌ଟି ଶର୍ମା କି ଦୁହ୍ଲନିଆ, ହାଇଓ୍ବେ, ୨୦୧୬ରେ ଡିୟର ଜିନ୍ଦେଗି, ଉଡ୍‌ତା ପଞ୍ଜାବ, ୨୦୧୭ରେ ବଦ୍ରିନାଥ କି ଦୁହ୍ଲନିଆ, ୨୦୧୮ରେ ରାଜି, ୨୦୧୯ରେ ଗୁଲି ବୟ, କଳଙ୍କ, ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇୟର-୨, ୨୦୨୦ରେ ଅଂଗ୍ରେଜୀ ମିଡ଼ିୟମ୍‌, ସଡ଼କ-୨ ଆଦି ଫିଲ୍ମରେ ଅଭିନୟ କରି ନିଜ ପ୍ରତିଭାର ପରିଚୟ ଦେଇ ଦର୍ଶକଙ୍କୁ ଆକର୍ଷିତ କରି ବେଶ୍‌ ପ୍ରଶଂସା ସାଉଁଟିଥିଲେ। ଏବେ ଆଲିଆଙ୍କର ଗଙ୍ଗୁବାଈ କାଠିଆଓ୍ବାଡ଼ି, ବ୍ରହ୍ମଶାସ୍ତ୍ର ଏବଂ ତେଲୁଗୁ ଭାଷାର ଆର୍‌ଆର୍‌ଆର୍‌ ଆଦି ଫିଲ୍ମ ନିର୍ମାଣଧୀନ ଅବସ୍ଥାରେ ରହିଛି। ପୂର୍ବରୁ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ଆଲିଆଙ୍କ ସମ୍ପର୍କ ନେଇ ବେଶ ଚର୍ଚ୍ଚା ହେଉଥିଲା। ତେବେ ପରେ ଏଥିରେ ଭଟ୍ଟା ପଡ଼ିଥିଲା। ଏବେ ଆଲିଆ ଏବଂ ରଣବୀର କପୁରଙ୍କ ସମ୍ପର୍କ ନେଇ ବଲିଉଡ୍‌ରେ ଚର୍ଚ୍ଚା ହେଉଛି। ତେବେ ଆଲିଆ ଏନେଇ ମୁହଁ ନ ଖୋଲି ଚୁପ୍‌ ରହିବାକୁ ପସନ୍ଦ କରୁଛନ୍ତି। ପ୍ରଥମେ କ୍ୟାରିୟର ପରେ ଅନ୍ୟ କିଛି ବୋଲି ଆଲିଆ କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଉଠୁନି ଅଳିଆ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ସହରର ମଧ୍ୟଭାଗରେ ଅବସ୍ଥିତ ଐତିହାସିକ ପିଲ୍ଲୀ ବନ୍ଧ ପାର୍ଶ୍ୱରେ ଥିବା ଜନବସତିର ଅନ୍ତେବାସୀ ପୌରପରିଷଦ କାର୍ଯ୍ୟାଳୟରେ ଅନେକ ସମୟରେ ଅଭିଯୋଗ କରିବା ସତ୍ତ୍ୱେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?