ପ୍ରେମକୁ ନେଇ ଚୁପ୍‌…

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ତଥା ଚୁଲବୁଲୀ ଅଭିନେତ୍ରୀ ଭାବେ ପରିଚିତି ହାସଲ କରିଥିବା ଆଲିଆ ଭଟ୍ଟଙ୍କୁ ସୋମବାର ୨୮ ବର୍ଷ ପୂରଣ ହୋଇଛି। ୧୯୯୩ ମାର୍ଚ୍ଚ ୧୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ମାତା ସୋନୀ ରାଜଦାନ ଏବଂ ପିତା ମହେଶ ଭଟ୍ଟ ଫିଲ୍ମ ଦୁନିଆ ସହିତ ଜଡ଼ିତ ଥିବାରୁ ବଲିଉଡ୍‌କୁ ଆସିବା ତାଙ୍କ ପାଇଁ କଷ୍ଟକର ନ ଥିଲା। ୧୯୯୯ରେ ସଂଘର୍ଷ ଫିଲ୍ମରେ ଆଲିଆ ଜଣେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ତେବେ ୨୦୧୨ରେ କରନ ଜୋହର୍‌ଙ୍କ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦି ଇୟରରେ ସେ ବଲଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ୨୦୧୪ରେ ୨-ଷ୍ଟେଟସ୍‌, ହମ୍ପ୍‌ଟି ଶର୍ମା କି ଦୁହ୍ଲନିଆ, ହାଇଓ୍ବେ, ୨୦୧୬ରେ ଡିୟର ଜିନ୍ଦେଗି, ଉଡ୍‌ତା ପଞ୍ଜାବ, ୨୦୧୭ରେ ବଦ୍ରିନାଥ କି ଦୁହ୍ଲନିଆ, ୨୦୧୮ରେ ରାଜି, ୨୦୧୯ରେ ଗୁଲି ବୟ, କଳଙ୍କ, ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇୟର-୨, ୨୦୨୦ରେ ଅଂଗ୍ରେଜୀ ମିଡ଼ିୟମ୍‌, ସଡ଼କ-୨ ଆଦି ଫିଲ୍ମରେ ଅଭିନୟ କରି ନିଜ ପ୍ରତିଭାର ପରିଚୟ ଦେଇ ଦର୍ଶକଙ୍କୁ ଆକର୍ଷିତ କରି ବେଶ୍‌ ପ୍ରଶଂସା ସାଉଁଟିଥିଲେ। ଏବେ ଆଲିଆଙ୍କର ଗଙ୍ଗୁବାଈ କାଠିଆଓ୍ବାଡ଼ି, ବ୍ରହ୍ମଶାସ୍ତ୍ର ଏବଂ ତେଲୁଗୁ ଭାଷାର ଆର୍‌ଆର୍‌ଆର୍‌ ଆଦି ଫିଲ୍ମ ନିର୍ମାଣଧୀନ ଅବସ୍ଥାରେ ରହିଛି। ପୂର୍ବରୁ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ଆଲିଆଙ୍କ ସମ୍ପର୍କ ନେଇ ବେଶ ଚର୍ଚ୍ଚା ହେଉଥିଲା। ତେବେ ପରେ ଏଥିରେ ଭଟ୍ଟା ପଡ଼ିଥିଲା। ଏବେ ଆଲିଆ ଏବଂ ରଣବୀର କପୁରଙ୍କ ସମ୍ପର୍କ ନେଇ ବଲିଉଡ୍‌ରେ ଚର୍ଚ୍ଚା ହେଉଛି। ତେବେ ଆଲିଆ ଏନେଇ ମୁହଁ ନ ଖୋଲି ଚୁପ୍‌ ରହିବାକୁ ପସନ୍ଦ କରୁଛନ୍ତି। ପ୍ରଥମେ କ୍ୟାରିୟର ପରେ ଅନ୍ୟ କିଛି ବୋଲି ଆଲିଆ କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

ସଲମାନଙ୍କୁ ଭେଟିବାକୁ ଗାଲାକ୍ସି ଆପାର୍ଟମେଣ୍ଟରେ ପହଞ୍ଚିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ

ବମ୍ବେ: ନିକଟରେ ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ଘର ଉପରେ ୨ ଜଣ ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଥିଲେ। ଏହି ଘଟଣା ଅନେକଙ୍କୁ ଚକିତ କରିଥିଲା। ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri