Posted inଖେଳ

ରବିବାର ଭାରତ-ଇଂଲଣ୍ଡ ମହାମୁକାବିଲା: ଅଭ୍ୟାସରେ ଶର୍ଟବଲ୍‌ ଉପରେ ରହିଥିଲା ଗିଲ୍‌ଙ୍କ ଫୋକସ

ଲକ୍ଷ୍ନୌ, ୨୮।୧୦: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପରେ ଭାରତ ଆସନ୍ତା ୨୯ ତାରିଖରେ ଇଂଲଣ୍ଡକୁ ଭେଟିବ ଭାରତ। କ୍ରମାଗତ ୫ ମ୍ୟାଚ ଜିତି ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ଟିମ୍‌ ଇଣ୍ଡିଆ ପାଖାପାଖି ୧ ସପ୍ତାହ ବ୍ରେକ୍‌ ପରେ ପୁଣି ପଡ଼ିଆକୁ ଓହ୍ଲାଇବାକୁ ଯାଉଛି। ଶୁକ୍ରବାର ଲକ୍ଷ୍ନୌ ଗ୍ରାଉଣ୍ଡରେ ଅନୁଷ୍ଠିତ ଇଚ୍ଛାଧିନ ଅଭ୍ୟାସ ସେସନରେ ଭାରତର ୭ କ୍ରିକେଟର ଝାଳ ବୁହାଇଛନ୍ତିି। ଚଳିତ ସିଜନରେ ୫ ଶତକ ହାସଲ କରି ସାରିଥିବା ଶୁବମନ ଗିଲ୍‌ ଡେଙ୍ଗୁରେ ଆକ୍ରାନ୍ତ ଯୋଗୁ ଭାରତର ପ୍ରଥମ ୨ ମ୍ୟାଚ ଖେଳିପାରି ନ ଥିଲେ। ପରବର୍ତ୍ତୀ ୩ ମ୍ୟାଚ ଖେଳି ସେ ଯଥାକ୍ରମେ ୨୬, ୫୩ ଓ ୧୬ ରନ କରିବାକୁ ସକ୍ଷମ ହୋଇଛନ୍ତି।

ଚଳିତ ବର୍ଷ ଦିନିକିଆ କ୍ରିକେଟରେ ୧,୩୨୫ ରନ କରି ସାରିଥିବା ଗିଲ୍‌ ବିଶ୍ୱକପରେ ଏପର୍ଯ୍ୟନ୍ତ ସେଭଳି ପ୍ରଦର୍ଶନ ଦେଖାଇପାରି ନାହାନ୍ତି। ଭାରତ ଅପରାଜେୟ ଧାରା ବଜାୟ ରଖିବାକୁ ହେଲେ ଗିଲ୍‌ଙ୍କୁ ଶ୍ରେଷ୍ଠ ଫର୍ମକୁ ଫେରିବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ଗିଲ୍‌ ଅଭ୍ୟାସ ସମୟରେ ଶର୍ଟ ବଲ୍‌ ଉପରେ ଫୋକସ କରିଛନ୍ତି। କାରଣ ସେ ଧର୍ମଶାଳାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶର୍ଟ ବଲ୍‌କୁ ମାରିବାକୁ ଯାଇ ଆଉଟ ହୋଇଥିଲେ। ଗିଲ୍‌ଙ୍କ ବ୍ୟତୀତ ନେଟ୍ସ ସେସନରେ ଯୋଗ ଦେଇଥିବା ଅନ୍ୟ ଖେଳାଳିମାନେ ହେଲେ ଇଶାନ କିଶନ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୂଳ ଠାକୁର, ମହମ୍ମଦ ଶାମି ଓ କୁଲଦୀବ ଯାଦବ। ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ୍‌ ବୁମ୍‌ରା, ରବିଚନ୍ଦ୍ରନ ଅଶ୍ୱିନ ହୋଟେଲ ରୁମ୍‌ରେ ରହିବାକୁ ପସନ୍ଦ କରିଥିଲେ। ଭାରତୀୟ ଦଳର ରିଜର୍ଭ ଓପନର କିଶନ ବଡ଼ ହିଟ୍‌ମାନ ମାରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୫ ଉଇକେଟ ସଫଳତା ପାଇଥିବା ଶାମି ବୋଲିଂ କରିସାରିବା ପରେ କିଛି ସମୟ ପାଇଁ ବ୍ୟାଟିଂ କରିଥିଲେ। ସିରାଜ, ଠାକୁର ଓ କୁଲଦୀପ ମଧ୍ୟ ତାହା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri