କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି କି ପ୍ରଯୋଜକଙ୍କ ଫୋନ୍‌ କଲ୍‌ ମଧ୍ୟ ରିସିଭ୍‌ କରୁନାହାନ୍ତି। ତେଣୁ ପୂର୍ୱରୁ ଅକ୍ଷୟଙ୍କ ସହ ନୂଆ ସିନେମା ପାଇଁ ଚୁକ୍ତି କରିଥିବା ମେକର୍ସ ଏବେ ହତାଶ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ ‘ଦୃଶ୍ୟମ୍‌ ୩’ର ପ୍ରଯୋଜନା କରୁଥିବା ପାନୋରାମା ଷ୍ଟୁଡିଓ ପ୍ରଡ୍ୟୁସର କୁମାର ମଙ୍ଗତ ପାଠକ୍‌ ଅକ୍ଷୟଙ୍କୁ ଆଇନର କାଠଗଡ଼ାକୁ ଟାଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ପ୍ରଥମେ ‘ଛାବା’ ଆଉ ଏବେ ‘ଧୁରନ୍ଧର’। ଲଗାତର ୨ଟି ହିଟ୍‌ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟୁଥିବା ବଲିଉଡ୍‌ ଅଭିନେତା ଅକ୍ଷୟ ଖାନ୍ନାଙ୍କୁ ଆଉ ଦୃଶ୍ୟମ୍‌ ସିକ୍ୱେଲର ତୃତୀୟ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ ନାହିଁ। ବିଶେଷକରି ‘ଧୁରନ୍ଧର’ର ବକ୍ସ ଅଫିସ କଲେକ୍ସନ ୧୦୦ କୋଟି ଟଙ୍କା ପାର୍‌ କରିବା ପରେ ଅକ୍ଷୟ ଆଉ ଲୋ ବଜେଟ୍‌ରେ କାମ ନ କରିବାକୁ ପଣ କରିଛନ୍ତି। ତେଣୁ ‘ଦୃଶ୍ୟମ୍‌ ୩’ ପାଇଁ ନିଜ ପ୍ରାଇସ୍‌ ପ୍ରାୟ ୩ ଗୁଣା ଅର୍ଥାତ୍‌ ୨୧ କୋଟି ଟଙ୍କାକୁ ବଢ଼ାଇ ଦେଇଛନ୍ତି। ଏନେଇ ସହପ୍ରଯୋଜକ କୁମାର ମଙ୍ଗତ କହିଛନ୍ତି, ‘ଦୃଶ୍ୟମ୍‌ ୩’ର ପୋଲିସ ଆଇଜି ତରୁଣ ଅହଲାଓ୍ୱତ୍‌ ଚରିତ୍ରରେ ଅକ୍ଷୟ ଆଉ ନିଜ ଚନ୍ଦାପଣ ଦେଖାଇବାକୁ ଚାହୁଁନାହାନ୍ତି। ହେୟାର ଷ୍ଟାଇଲ୍‌କୁ ନେଇ ଏପରି ମତଭେଦ ରହିଛି। ଅଜୟ ଦେବଗନ୍‌ଙ୍କ ଅଭିନୀତ ନୂଆ ଫିଲ୍ମର ରିଲିଜ୍‌ ଡେଟ୍‌ ଘୋଷଣା ପରଠୁ ଅକ୍ଷୟ ଆଉ ତାଙ୍କ ଫୋନ୍‌ କଲ୍‌ ଉଠାଉନାହାନ୍ତି। ଅକ୍ଷୟ ଚୁକ୍ତି ଖିଲାପ କରିଥିବାରୁ ତାଙ୍କୁ ଲିଗାଲ ନୋଟିସ ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କୁମାର ମଙ୍ଗତ ମିଡିଆକୁ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଡିସେମ୍ୱର ୫ରେ ମୁକ୍ତିଲାଭ କରିଥିବା ଆଦିତ୍ୟ ଧରଙ୍କ ‘ଧୁରନ୍ଧର’ରେ ରଣବୀର ସିଂ, ସଞ୍ଜୟ ଦତ୍ତ, ଆର୍‌. ମାଧବନ୍‌ ଓ ଅର୍ଜୁନ ରାମପାଲଙ୍କ ଭଳି ଷ୍ଟାରଙ୍କ ଚମକ ଅକ୍ଷୟ ଖାନ୍ନାଙ୍କ ଅଭିନୟ ଆଗରେ ଫିକା ପଡ଼ିଯାଇଛି। ପାକିସ୍ତାନର କରାଚୀସ୍ଥିତ ଲ୍ୟାରିରେ ଆପରାଧିକ ନେଟ୍‌ଓ୍ୱର୍କକୁ ନେଇ ଏହି ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ଏଥିରେ ରହମାନ ଡକୈତ ଭୂମିକାରେ ନିଖୁଣ ଅଭିନୟ ପରେ ଅକ୍ଷୟଙ୍କ ଡିମାଣ୍ଡ ବଢ଼ିଯାଇଛି। ଧୁରନ୍ଧର ନିର୍ମାତା ୨୦୨୬ ମାର୍ଚ୍ଚରେ ଏହାର ସିକ୍ୱେଲ ଆଣିବା ନେଇ ଘୋଷଣା କରିସାରିଥିବାବେଳେ ‘ଡକାୟତ’ ଅକ୍ଷୟ ଖାନ୍ନାଙ୍କ ମନୋପଲିକୁ ଆଦରି ନେଇଛନ୍ତି ଦର୍ଶକେ। କିନ୍ତୁ ପ୍ରଡ୍ୟୁସର୍ସ ଏହାକୁ ଗ୍ରହଣ କରିପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?