Posted inଜାତୀୟ

ପ୍ରଧାନମନ୍ତ୍ରୀ-ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ଶୁଭେନ୍ଦୁ, କହିଲେ ଟିଏମ୍‌ସି ସବୁଠାରୁ ଦୁର୍ନୀତିଗ୍ରସ୍ତ ପାର୍ଟି…

ନୂଆଦିଲ୍ଲୀ,୨୦।୧୨ : ପଶ୍ଚିମବଙ୍ଗରେ ବିରୋଧୀ ଦଳର ନେତା ତଥା ଭାଜପା ବିଧାୟକ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) କୁ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ପାର୍ଟି ବୋଲି କହିଛନ୍ତି। ସେ ମଙ୍ଗଳବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଶୁଭେନ୍ଦୁ ୩୦-୩୦ ମିନିଟ ପାଇଁ ପ୍ରଧାନମନ୍ତ୍ରୀ ଏବଂ ଶାହାଙ୍କ ସହ ପୃଥକ ଭାବରେ କଥା ହୋଇଥିଲେ। ତେବେ ପ୍ରଧାନମନ୍ତ୍ରୀ ଏବଂ ଶାହାଙ୍କ ସହ ହୋଇଥିବା ବାର୍ତ୍ତାଳାପ ବିଷୟରେ ସେ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହାଁନ୍ତି।

ନ୍ୟୁଜ୍‌ ଚ୍ୟାନେଲ ସହିତ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ଶୁଭେନ୍ଦୁ କହିଛନ୍ତି ଯେ ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ। ଆମ ନେତାଙ୍କ ଦର୍ଶନ ହେଲା। ଭେଟ ହେଲା। ତେବେ ଗଣମାଧ୍ୟମ ସାମ୍ନାରେ ସବୁକିଛି କୁହାଯାଇପାରିବ ନାହିଁ। ବିରୋଧୀ ଦଳର ନେତା ହେବାର ମୋର ସାମ୍ବିଧାନିକ ଦାୟିତ୍ୱ ପୂରଣ କରିବାରେ ମମତା ବାନାର୍ଜୀଙ୍କ ପୋଲିସ ମୋତେ ଅଟକାଉଛି। ବାଗୋଡାରେ କୃଷକ ଆତ୍ମହତ୍ୟା କଲେ, ମୁଁ କୃଷକଙ୍କ ଘରକୁ ଯାଉଥିଲି, କିନ୍ତୁ ପୋଲିସ ତାଙ୍କ ଘରକୁ ଯିବା ସମୟରେ ମୋତେ ଅଟକାଇଥିଲା। ମୁଁ ଯେଉଁଆଡେ ଯାଏ ମୋତେ ଅଟକାଇ ଦିଆଯାଉଛି।

ଗତ ଦେଢ ବର୍ଷ ଧରି ମୋ ବିରୋଧରେ କ୍ରମାଗତ ଭାବେ ମାମଲା ରୁଜୁ ହୋଇଛି। ରାଜ୍ୟରେ ଭାଜପା କର୍ମୀଙ୍କୁ ଟାର୍ଗେଟ କରାଯାଉଛି। ମୋତେ ଟାର୍ଗେଟ କରି ମୋ ବିରୋଧରେ ଏଫଆଇଆର୍‌ ରୁଜୁ କରାଯାଉଛି। ପାର୍ଟି ହାଇ କମାଣ୍ଡକୁ ମୁଁ ସମ୍ପୂର୍ଣ୍ଣ ବିବରଣୀ ଦେଇଛି। ଶୁଭେନ୍ଦୁ  କହିଛନ୍ତି, ’ମୁଁ ଜଣେ ସ୍ବଚ୍ଛ ବ୍ୟକ୍ତି। ମୋ ବିରୋଧରେ ପୂର୍ବରୁ କୌ ଣସି ମାମଲା ନ ଥିଲା। ବର୍ତ୍ତମାନ ଦେଖନ୍ତୁ ମୋ ବିରୋଧରେ କେତେ ମାମଲା  ହୋଇଛି। ଏପରିକି ଟ୍ରାଫିକ ନିୟମ ଭାଙ୍ଗିବା ମାମଲା ମଧ୍ୟ ପଞ୍ଜିକୃତ ହୋଇଛି। ସେଥି ପାଇଁ ମୁଁ ୧୩ ହଜାର ଟଙ୍କା ଜରିମାନା ଜମା କରିଛି ।

ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଅଧିକାରୀ କହିଛନ୍ତି, ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ। ରାଜ୍ୟରେ କେବଳ ଖରାପ ରାଜନୀତି ଚାଲିଛି। ଏଭଳି ଅନ୍ୟ କୌଣସି ରାଜ୍ୟରେ ହେଉ ନାହିଁ। ମମତା ବାନାର୍ଜୀ ଏବଂ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏକାଠି ଦୂଷିତ ରାଜନୀତି କରୁଛନ୍ତି।

ରାଜ୍ୟରେ ହୋଇଥିବା ହିଂସା ସମ୍ପର୍କରେ ଦଳର ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ , ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ବୁକଲେଟ ପ୍ରଦାନ କରାଯାଇଛି ବୋଲି ଶୁଭେନ୍ଦୁ କହିଛନ୍ତି। ଏହି ବୁକଲେଟର ନାମ ହେଉଛି ୧୯୫୬। ସେ ନନ୍ଦିଗ୍ରାମରେ ଏହି ସଂଖ୍ୟକ ଭୋଟରେ ମମତା ବାନାର୍ଜୀଙ୍କୁ ପରାଜିତ କରିଥିଲେ। ସେ କହିଛନ୍ତି ଯେ ତାଙ୍କର ଦିଲ୍ଲୀ ଗସ୍ତ ସଫଳ ହୋଇଛି। ସେ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ମଧ୍ୟ ପାଇଛନ୍ତି। ଏହା ତାଙ୍କ ପାଇଁ ବହୁତ ଖୁସିର ବିଷୟ ।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

ବିବାହ ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କଠୁ ୬୦ ଲକ୍ଷର ଠକେଇ, ବାପାଙ୍କ ରୋଗ କଥା କହି….

​ଛତ୍ରପୁର,୨।୮(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ତଳସାହିର ଉତ୍ତମ କୁମାର ସାହୁ (୩୧)ଙ୍କୁ ଗିରଫ କରିଛି ଗଞ୍ଜାମ ସାଇବର କ୍ରାଇମ୍ ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri