ଟୁଇଟର୍‌ରେ ନଜର ଆସିଲା ଭିନ୍ନ ରଙ୍ଗର ଭେରିଫିକେଶନ ଟିକ୍‌; ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ‘ଗ୍ରେ’

ନୂଆଦିଲ୍ଲୀ,୨୦।୧୨: ଦୀର୍ଘ ସମୟ ଧରି ଟୁଇଟରକୁ ‘ନୀଳ ପକ୍ଷୀ’ ବୋଲି କୁହାଯାଉଥିଲା। କିନ୍ତୁ ନିକଟରେ ଏଲୋନ ମସ୍କଙ୍କ ପ୍ରବେଶ ପରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ସବୁକିଛି ବଦଳି ଯାଇଛି। ସମ୍ପ୍ରତି କମ୍ପାନୀ ନୂଆ ଘୋଷଣା କରିଛି। ତଦନୁଯାୟୀ ଉପଭୋକ୍ତାମାନେ ଏଣିକି ଭେରିଫିକେଶନ ଲାଗି ନୀଳ ରଙ୍ଗ ବ୍ୟତୀତ ଭିନ୍ନ ରଙ୍ଗର ଟିକ୍‌ ପାଇବେ। ଏବେଠାରୁ ତାହା ମଧ୍ୟ ଦୃଶ୍ୟମାନ ହେବା ଆରମ୍ଭ ହୋଇଛି। ଅନେକ ସରକାରୀ କର୍ମଚାରୀ ଏବଂ ଅନୁଷ୍ଠାନକୁ ବର୍ତ୍ତମାନ ଧୂସର(ଗ୍ରେ) ଟିକ୍‌ର ଭେରିଫିକେଶନ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ୱର ବହୁ ପ୍ରସିଦ୍ଧ ବ୍ୟକ୍ତିଙ୍କ ପ୍ରୋଫାଇଲରେ ଏହି ଧୂସର(ଗ୍ରେ) ଟିକ୍‌ ଦେଖିବାକୁ ମିଳୁଛି। ହେଲେ ପୂର୍ବଭଳି ନୀଳ ଟିକ୍‌ ଦେଶର ଅନ୍ୟ ବଡ ନେତା ତଥା ଅନୁଷ୍ଠାନମାନଙ୍କ ଆକାଉଣ୍ଟରେ ଦୃଶ୍ୟମାନ ହେଉଛ। ଏଥିରୁ ସ୍ପଷ୍ଟ ହୋଇଛି ଯେ ବର୍ତ୍ତମାନ ଏହି ଅପଡେଟ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇନାହିଁ। ଏଣୁ କିଛି ଦିନ ମଧ୍ୟରେ ଟୁଇଟରରେ ଅନ୍ୟ ଲୋକଙ୍କ ଭେରିଫିକେଶନ ଷ୍ଟାଟ୍‌ସ ବଦଳିବ ବୋଲି ଆଶା କରାଯାଉଛି।

-କିଏ କେଉଁ ଟିକ୍‌ ପାଇବ?
ନିକଟରେ ଟୁଇଟର ଦାୟିତ୍ୱ ଗ୍ରହଣ କରିଥିବା ଟେସଲା ଏବଂ ସ୍ପେସ ଏକ୍ସର ଏଲୋନ ମସ୍କ କହିଛନ୍ତ, ତିନୋଟି ଟିକ ବିଭିନ୍ନ ବର୍ଗ ପାଇଁ ଉପଲବ୍ଧ ହେବ। କମ୍ପାନୀଗୁଡିକୁ ଗୋଲ୍ଡେନ୍‌ ଟିକ ଦିଆଯିବ, ସରକାରଙ୍କ ପାଇଁ ଧୂସର(ଗ୍ରେ) ଟିକ୍‌ ରହିବ। ବାକି ସେହି ପୁରୁଣା ନୀଳ ଟିକ୍‌ ଅନ୍ୟ ଲୋକଙ୍କୁ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri