ଟୁଇଟର୍‌ରେ ନଜର ଆସିଲା ଭିନ୍ନ ରଙ୍ଗର ଭେରିଫିକେଶନ ଟିକ୍‌; ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ‘ଗ୍ରେ’

ନୂଆଦିଲ୍ଲୀ,୨୦।୧୨: ଦୀର୍ଘ ସମୟ ଧରି ଟୁଇଟରକୁ ‘ନୀଳ ପକ୍ଷୀ’ ବୋଲି କୁହାଯାଉଥିଲା। କିନ୍ତୁ ନିକଟରେ ଏଲୋନ ମସ୍କଙ୍କ ପ୍ରବେଶ ପରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ସବୁକିଛି ବଦଳି ଯାଇଛି। ସମ୍ପ୍ରତି କମ୍ପାନୀ ନୂଆ ଘୋଷଣା କରିଛି। ତଦନୁଯାୟୀ ଉପଭୋକ୍ତାମାନେ ଏଣିକି ଭେରିଫିକେଶନ ଲାଗି ନୀଳ ରଙ୍ଗ ବ୍ୟତୀତ ଭିନ୍ନ ରଙ୍ଗର ଟିକ୍‌ ପାଇବେ। ଏବେଠାରୁ ତାହା ମଧ୍ୟ ଦୃଶ୍ୟମାନ ହେବା ଆରମ୍ଭ ହୋଇଛି। ଅନେକ ସରକାରୀ କର୍ମଚାରୀ ଏବଂ ଅନୁଷ୍ଠାନକୁ ବର୍ତ୍ତମାନ ଧୂସର(ଗ୍ରେ) ଟିକ୍‌ର ଭେରିଫିକେଶନ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ୱର ବହୁ ପ୍ରସିଦ୍ଧ ବ୍ୟକ୍ତିଙ୍କ ପ୍ରୋଫାଇଲରେ ଏହି ଧୂସର(ଗ୍ରେ) ଟିକ୍‌ ଦେଖିବାକୁ ମିଳୁଛି। ହେଲେ ପୂର୍ବଭଳି ନୀଳ ଟିକ୍‌ ଦେଶର ଅନ୍ୟ ବଡ ନେତା ତଥା ଅନୁଷ୍ଠାନମାନଙ୍କ ଆକାଉଣ୍ଟରେ ଦୃଶ୍ୟମାନ ହେଉଛ। ଏଥିରୁ ସ୍ପଷ୍ଟ ହୋଇଛି ଯେ ବର୍ତ୍ତମାନ ଏହି ଅପଡେଟ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇନାହିଁ। ଏଣୁ କିଛି ଦିନ ମଧ୍ୟରେ ଟୁଇଟରରେ ଅନ୍ୟ ଲୋକଙ୍କ ଭେରିଫିକେଶନ ଷ୍ଟାଟ୍‌ସ ବଦଳିବ ବୋଲି ଆଶା କରାଯାଉଛି।

-କିଏ କେଉଁ ଟିକ୍‌ ପାଇବ?
ନିକଟରେ ଟୁଇଟର ଦାୟିତ୍ୱ ଗ୍ରହଣ କରିଥିବା ଟେସଲା ଏବଂ ସ୍ପେସ ଏକ୍ସର ଏଲୋନ ମସ୍କ କହିଛନ୍ତ, ତିନୋଟି ଟିକ ବିଭିନ୍ନ ବର୍ଗ ପାଇଁ ଉପଲବ୍ଧ ହେବ। କମ୍ପାନୀଗୁଡିକୁ ଗୋଲ୍ଡେନ୍‌ ଟିକ ଦିଆଯିବ, ସରକାରଙ୍କ ପାଇଁ ଧୂସର(ଗ୍ରେ) ଟିକ୍‌ ରହିବ। ବାକି ସେହି ପୁରୁଣା ନୀଳ ଟିକ୍‌ ଅନ୍ୟ ଲୋକଙ୍କୁ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ…

କାଳବୈଶାଖୀ ତାଣ୍ଡବ: ଅନ୍ଧାରରେ ୪ଗାଁ

ଗଞ୍ଜାମ,୯।୬(ବିଦ୍ୟାଧର ସାହୁ): କାଳବୈଶାଖୀ ପ୍ରଭାବରେ ଝଡତୋଫାନ ଘଟି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଝଡ଼ତୋଫାନ ବର୍ଷା ଯୋଗୁ ଅଞ୍ଚଳର…

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri