ମୁମ୍ବାଇ,୫।୪: ଟେଲି ଜଗତର ପପୁଲାର ଶୋ’ ‘ଭାବଜୀ ଘର ପେ ହୈ’ର ଫେମ୍ ଅଙ୍ଗୁରୀ ଭାବି ତଥା ଶୁଭାଙ୍ଗୀ ଅତ୍ରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ଜଣାପଡ଼ିଛି। ଗତ ୨ଦିନ ତଳେ ତାଙ୍କ ନିକଟରେ କରୋନାର କିଛି ଲକ୍ଷଣ ଦେଖାଯିବାରୁ ସେ ଆରଟି-ପିଆଆର ଟେଷ୍ଟ କରାଇଥିଲେ। ତେବେ ଯାଞ୍ଚ ରିପୋର୍ଟରେ ତାଙ୍କର ପଜିଟିଭ୍ ଆସିଥିବା ବେଳେ ଶୁଭାଙ୍ଗୀଙ୍କ ସ୍ବାମୀ ଓ ଝିଅଙ୍କ ରିପୋର୍ଟ ନେଗେଟିଭ ଆସିଛି। ସେହିପରି ପ୍ରଥମ ଇଣ୍ଡିଆନ ଆଇଡଲ ତଥା ବଲିଉଡ୍ ଗାୟକ ଅଭିଜିତ୍ ସାଓ୍ବନ୍ତ ମଧ୍ୟ କରୋନାରେ ଆକ୍ରନ୍ତ ହୋଇଛନ୍ତି। ଏନେଇ ସେ ଟୁଇଟ କରି ସମସ୍ତଙ୍କ ଜଣାଇଛନ୍ତି। ଏଥିସହ କରୋନା ନିୟମକୁ ଅବହେଳା ନ କରି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।
Posted inକରୋନା ଭାଇରସ୍, ଜାତୀୟ, ମନୋରଞ୍ଜନ