Odisha Elections 2024
Posted inଖେଳ

ପାନ ଦୋକାନ, ହୋଟେଲରେ କରିଛନ୍ତି କାମ, ଏବେ ଆଇପିଏଲ ନିଲାମୀରେ ମିଳିଛି ୫ କୋଟି, ଏହି ଟଙ୍କାରେ ସେ କ’ଣ କରିବେ କହିଲେ କ୍ରିକେଟର

ନୂଆଦିଲ୍ଲୀ,୨୮।୧୨: ଆଇପିଏଲ ନିଲାମରେ ଭାରତୀୟ ଖେଳାଳି ଶୁଭମ ଦୁବେଙ୍କ ଉପରେ ବର୍ଷା ହୋଇଛି। ରାଜସ୍ଥାନ ରୟାଲ୍ସ ଶୁଭମ ଦୁବେଙ୍କୁ ୫.୬୦ କୋଟି ଟଙ୍କାରେ କିଣିଛି। ନିକଟରେ ସୟଦ ମୁସ୍ତାକ ଅଲି ଟ୍ରଫିରେ ଶୁଭମ ୧୮୫ର ଷ୍ଟ୍ରାଇକ ରେଟ୍‌ରେ ସ୍କୋର କରିଥିଲେ, କିନ୍ତୁ ଶୁଭମଙ୍କ ପାଇଁ ଏ ପର୍ଯ୍ୟନ୍ତ ପହଞ୍ଚିବା ସହଜ ନ ଥିଲା। ଶୁଭମଙ୍କ ପିତା ଏକ ପାନ ଦୋକାନ ଚଳାଉଥିଲେ। ଏହାକୁ ନେଇ କ୍ରିକେଟର କହିଛନ୍ତି, ଆମ ପାଖରେ ଏତେ ଟଙ୍କା ନ ଥିବାରୁ ମୋ ପରିବାର ମୋ ପାଇଁ କ୍ରିକେଟ କିଟ କିଣି ପାରୁ ନ ଥିଲେ। ଏକ ପାନ ଦୋକାନ ଚଳାଇବା ବ୍ୟତୀତ ଶୁଭମଙ୍କ ପିତା ହୋଟେଲ ଏବଂ ରିଏଲ ଇଷ୍ଟେଟରେ କାମ କରିଛନ୍ତି ।

ତେବେ ବର୍ତ୍ତମାନ ଶୁଭମ ଦୁବେଙ୍କୁ ଆଇପିଏଲ ନିଲାମରେ ୫.୬୦ କୋଟ ଟଙ୍କା ମିଳିଛି। ଏତେ ଟଙ୍କା ଶୁଭମ କ’ଣ କରିବେ? ତେଣୁ ସେ କେଉଁଠାରେ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁଛନ୍ତି ଶୁଭମ ନିଜେ କହିଛନ୍ତି। ଶୁଭମ କୁହିଛନ୍ତି ଯେ ମୋର ପରିବାରର ସମର୍ଥନ ସର୍ବଦା ଥିଲା। ମୋ ଭାଇ କାମ ଜାରି ରଖିଥିଲେ, ମୋ ପରିବାର ସଦସ୍ୟ ମୋ ପଛରେ ଥିଲେ, ତେଣୁ ମୋ ଉପରେ କୌଣସି ଚାପ ନ ଥିଲା। ବର୍ତ୍ତମାନ ମୁଁ ମୋ ପରିବାରକୁ ଏକ ଭଲ ଜୀବନ ଦେବାକୁ ଚାହୁଁଛି, ତେଣୁ ମୋତେ ପ୍ରଥମେ ଭଲ ଘର କିଣିବାର ଅଛି।

ଆଇପିଏଲ ନିଲାମରେ ରାଜସ୍ଥାନ ରୟାଲ୍ସ ଶୁଭମଙ୍କୁ ମୂଳ ମୂଲ୍ୟଠାରୁ ୨୯ଗୁଣ ଅଧିକରେ କିଣିଛି। ଶୁଭମଙ୍କ ମୂଳ ମୂଲ୍ୟ ୨୦ ଲକ୍ଷ ଟଙ୍କା ଥିଲା, କିନ୍ତୁ ରାଜସ୍ଥାନ ରୟାଲ୍ସ ତାଙ୍କୁ ୫.୬୦ କୋଟିରେ କିଣିଛି। ଆଇପିଏଲ ନିଲାମରେ ଶୁଭମଙ୍କ ପାଇଁ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ ରାଜଧାନୀ ମଧ୍ୟରେ ବିଡିଂ ଯୁଦ୍ଧ ହୋଇଥିଲା। ବାସ୍ତବରେ, ଶୁଭମ ସହଜରେ ବଡ ସଟ ମାରିବା ପାଇଁ ଜଣାଶୁଣା। ବର୍ତ୍ତମାନ ପର୍ଯ୍ୟନ୍ତ ଶୁଭମ ୨୦ ଟି ଘରୋଇ ଟି -୨୦ ମ୍ୟାଚରେ ୪୮୫ ରନ ସଂଗ୍ରହ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଜିତି ପାରିବ ନାହିଁ ଟିମ୍‌ ଇଣ୍ଡିଆ…କୋହଲିଙ୍କ ନାଁ ନେଇ ଏ କ’ଣ କହିଦେଲେ…

ନୂଆଦିଲ୍ଲୀ,୧୭।୫: ଆଉ କିଛି ଦିନର ବ୍ୟବଧାନ ପରେ ଆରମ୍ଭ ହେବାକୁ ଯାଛି ଟି୨୦ ବିଶ୍ୱକପ୍‌। ଏହାକୁ ନେଇ ପ୍ରଶଂସକ ଦିନ ଗଣିବା ଆରମ୍ଭ କରିଦେଇଥିବା ବେଳେ...

ଟିମ୍‌ ଇଣ୍ଡିଆର ଆଗାମୀ ମୁଖ୍ୟ କୋଚ୍‌ ହେବେ ଗୌତମ ଗମ୍ଭୀର: ରିପୋର୍ଟ

ନୂଆଦିଲ୍ଲୀ,୧୭।୫: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀର ଏହି ପଦ...

ପଡ଼ିଆରେ ଲଢେଇ, ଡ୍ରେସିଂ ରୁମ୍‌ରେ କୋଳାକୋଳି

ନୂଆଦିଲ୍ଲୀ,୧୭।୫: ଆଇପିଏଲ ୨୦୨୪ର ୬୮ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସର ଘରୋଇ...

କୋହଲିଙ୍କ ପରି ତାଙ୍କ ଝିଅ ବି ହେବେ କ୍ରିକେଟର୍‌! ଏବେଠୁ କଲେଣି…

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୪ର ପ୍ଲେ ଅଫରେ ପହଞ୍ଚିବା ଲକ୍ଷ୍ୟରେ ରହିଛି। ଏହି ଦଳ ଆଜି ଚେନ୍ନାଇ ସୁପର...

କ୍ରିଷ୍ଟିଆନ ରୋନାଲଡୋ ସର୍ବାଧିକ ଦରମା ପ୍ରାପ୍ତ ଆଥଲେଟ୍

ନୂଆଦିଲ୍ଲୀ,୧୭ା୫: ବିଶ୍ୱର ଶ୍ରେଷ୍ଠ ଆୟ କରୁଥିବା ଖେଳାଳିଙ୍କ ତାଲିକା ଫୋର୍ବସ୍ ପକ୍ଷରୁ ପ୍ରକାଶ ପାଇଛି। ଏହି ତାଲିକାରେ ତାରକା ଫୁଟବଲର କ୍ରିଷ୍ଟିଆନ ରୋନାଲଡୋ ଶୀର୍ଷରେ ରହିଛନ୍ତି।...

ସନରାଇଜର୍ସ ହାଇଦ୍ରାବାଦକୁ ପ୍ଲେଅଫରେ ପହଞ୍ଚାଇଲା ବର୍ଷା, ଗୁଜରାଟ ଟାଇଟାନ୍ସ ବିରୋଧରେ ମ୍ୟାଚ ରଦ୍ଦ

ହାଇଦ୍ରାବାଦ,୧୬।୫: ଆଇପିଏଲ ୨୦୨୪ ର ୬୬ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଗୁଜୁରାଟ ଟାଇଟାନ୍ସକୁ ସାମ୍ନା କରିଥିଲା। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ...

ବିରାଟଙ୍କ ରିଟାୟରମେଣ୍ଟ ପ୍ଲାନକୁ ନେଇ ଖୋଲିଲା ଗୁମର

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଭଲଭାବେ ଜାଣିଛନ୍ତି ଯେ ତାଙ୍କୁ ମଧ୍ୟ ଦିନେ କ୍ରିକେଟ ରୁ ଅବସର ନେବାକୁ ପଡିବ।...

୪ ଦିନ ୫ ମ୍ୟାଚ୍‌, ରୋଚକ ସ୍ଥିତିରେ ପ୍ଲେ ଅଫ୍‌ ରେସ୍‌: କିଏ ମାରିବ ବାଜି

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ ରେ ପହଞ୍ଚିଛି। କିନ୍ତୁ ଅବଶିଷ୍ଟ ୨ ସ୍ଥାନ ପାଇଁ ୫ଟି ଦଳ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri