Posted inଖେଳ

ପାନ ଦୋକାନ, ହୋଟେଲରେ କରିଛନ୍ତି କାମ, ଏବେ ଆଇପିଏଲ ନିଲାମୀରେ ମିଳିଛି ୫ କୋଟି, ଏହି ଟଙ୍କାରେ ସେ କ’ଣ କରିବେ କହିଲେ କ୍ରିକେଟର

ନୂଆଦିଲ୍ଲୀ,୨୮।୧୨: ଆଇପିଏଲ ନିଲାମରେ ଭାରତୀୟ ଖେଳାଳି ଶୁଭମ ଦୁବେଙ୍କ ଉପରେ ବର୍ଷା ହୋଇଛି। ରାଜସ୍ଥାନ ରୟାଲ୍ସ ଶୁଭମ ଦୁବେଙ୍କୁ ୫.୬୦ କୋଟି ଟଙ୍କାରେ କିଣିଛି। ନିକଟରେ ସୟଦ ମୁସ୍ତାକ ଅଲି ଟ୍ରଫିରେ ଶୁଭମ ୧୮୫ର ଷ୍ଟ୍ରାଇକ ରେଟ୍‌ରେ ସ୍କୋର କରିଥିଲେ, କିନ୍ତୁ ଶୁଭମଙ୍କ ପାଇଁ ଏ ପର୍ଯ୍ୟନ୍ତ ପହଞ୍ଚିବା ସହଜ ନ ଥିଲା। ଶୁଭମଙ୍କ ପିତା ଏକ ପାନ ଦୋକାନ ଚଳାଉଥିଲେ। ଏହାକୁ ନେଇ କ୍ରିକେଟର କହିଛନ୍ତି, ଆମ ପାଖରେ ଏତେ ଟଙ୍କା ନ ଥିବାରୁ ମୋ ପରିବାର ମୋ ପାଇଁ କ୍ରିକେଟ କିଟ କିଣି ପାରୁ ନ ଥିଲେ। ଏକ ପାନ ଦୋକାନ ଚଳାଇବା ବ୍ୟତୀତ ଶୁଭମଙ୍କ ପିତା ହୋଟେଲ ଏବଂ ରିଏଲ ଇଷ୍ଟେଟରେ କାମ କରିଛନ୍ତି ।

ତେବେ ବର୍ତ୍ତମାନ ଶୁଭମ ଦୁବେଙ୍କୁ ଆଇପିଏଲ ନିଲାମରେ ୫.୬୦ କୋଟ ଟଙ୍କା ମିଳିଛି। ଏତେ ଟଙ୍କା ଶୁଭମ କ’ଣ କରିବେ? ତେଣୁ ସେ କେଉଁଠାରେ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁଛନ୍ତି ଶୁଭମ ନିଜେ କହିଛନ୍ତି। ଶୁଭମ କୁହିଛନ୍ତି ଯେ ମୋର ପରିବାରର ସମର୍ଥନ ସର୍ବଦା ଥିଲା। ମୋ ଭାଇ କାମ ଜାରି ରଖିଥିଲେ, ମୋ ପରିବାର ସଦସ୍ୟ ମୋ ପଛରେ ଥିଲେ, ତେଣୁ ମୋ ଉପରେ କୌଣସି ଚାପ ନ ଥିଲା। ବର୍ତ୍ତମାନ ମୁଁ ମୋ ପରିବାରକୁ ଏକ ଭଲ ଜୀବନ ଦେବାକୁ ଚାହୁଁଛି, ତେଣୁ ମୋତେ ପ୍ରଥମେ ଭଲ ଘର କିଣିବାର ଅଛି।

ଆଇପିଏଲ ନିଲାମରେ ରାଜସ୍ଥାନ ରୟାଲ୍ସ ଶୁଭମଙ୍କୁ ମୂଳ ମୂଲ୍ୟଠାରୁ ୨୯ଗୁଣ ଅଧିକରେ କିଣିଛି। ଶୁଭମଙ୍କ ମୂଳ ମୂଲ୍ୟ ୨୦ ଲକ୍ଷ ଟଙ୍କା ଥିଲା, କିନ୍ତୁ ରାଜସ୍ଥାନ ରୟାଲ୍ସ ତାଙ୍କୁ ୫.୬୦ କୋଟିରେ କିଣିଛି। ଆଇପିଏଲ ନିଲାମରେ ଶୁଭମଙ୍କ ପାଇଁ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ ରାଜଧାନୀ ମଧ୍ୟରେ ବିଡିଂ ଯୁଦ୍ଧ ହୋଇଥିଲା। ବାସ୍ତବରେ, ଶୁଭମ ସହଜରେ ବଡ ସଟ ମାରିବା ପାଇଁ ଜଣାଶୁଣା। ବର୍ତ୍ତମାନ ପର୍ଯ୍ୟନ୍ତ ଶୁଭମ ୨୦ ଟି ଘରୋଇ ଟି -୨୦ ମ୍ୟାଚରେ ୪୮୫ ରନ ସଂଗ୍ରହ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?