ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ପିଟିଶନ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ା୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ଦିର ଚତୁଃପାର୍ଶ୍ୱରେ କରାଯାଉଥିବା ବେଆଇନ ଖନନ ଏବଂ ନିର୍ମାଣକୁ ବିରୋଧ କରି ଆଗତ ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ରାୟ ଆସିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ କରି ଦାୟର କରାଯାଇଥିବା ଦୁଇଟି ପିଟିଶନକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହି ଆଜି ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରି ଦେଇଛନ୍ତି। ଏହାସହ କୋର୍ଟର ସମୟ ନଷ୍ଟ କରିଥିବାରୁ ଉଭୟ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିମନା କରାଯାଇଛି। ବିଚାରପତି ବି.ଆର୍‌. ଗଭାଇ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୯ତାରିଖରେ ହାଇକୋର୍ଟ ଶ୍ରୀମନ୍ଦିର ଚାରିପାଖେ ହେଉଥିବା ନିର୍ମାଣକୁ ସ୍ଥଗିତ କରିବା ନେଇ ନିର୍ଦ୍ଦେଶ ଦେବାକୁ ମନା କରିଦେଇଥିଲେ। ହାଇକୋର୍ଟଙ୍କ ଉକ୍ତ ରାୟ ବିରୋଧରେ ଗତ ୨୩ ତାରିଖରେ ଅର୍ଦ୍ଧେନ୍ଦୁ ଦାସ ଏବଂ ୨୭ ତାରିଖରେ ସୁମନ୍ତ ଘଡ଼େଇ ସୁପ୍ରିମକୋର୍ଟରେ ୨ଟି ପୃଥକ୍‌ ସ୍ପେଶାଲ ଲିଭ୍‌ ପିଟିଶନ ଆବେଦନ କରିଥିଲେ। ବିଶ୍ୱପ୍ରସିଦ୍ଧ ପୁରୀ ରଥ ଯାତ୍ରା ଦେଖିବାକୁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ସେମାନଙ୍କ ନିମନ୍ତେ ଟଏଲେଟର ଆବଶ୍ୟକତା ଥିବାରୁ ଏହି ପ୍ରକଳ୍ପ କାମ ଆଗେଇ ଚାଲିଛି। ଜନସାଧାରଣଙ୍କ ସ୍ବାର୍ଥ ପାଇଁ ଏସବୁ କରାଯାଉଛି ବୋଲି କୋର୍ଟରେ ରାଜ୍ୟ ସରକାର ଯୁକ୍ତି ବାଢିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କାଲିମେଳା ପୂର୍ବତନ ତହସିଲଦାର ନିଲମ୍ବିତ

ମାଲକାନଗିରି/କାଲିମେଳା,୬ା୫: ମାଲକାନଗିରି ଜିଲା କାଲିମେଳା ବ୍ଲକରେ ହୋଇଥିବା ଜମି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୂର୍ବତନ ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କୁ ଗୁରୁବାର ଚାକିରିରୁ ନିଲମ୍ବନ...

ଭାରତ-ପାକିସ୍ତାନ ମଧ୍ୟରେ ସିଧାସଳଖ କଥାବାର୍ତ୍ତାକୁ ଆମେରିକାର ସମର୍ଥନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ଆରମ୍ଭ କରିବାକୁ ଆମେରିକା ସମର୍ଥନ କରୁଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ,...

ମନୋଜ ଜେନା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଭାଲୁ ଗିରଫ

ବ୍ରହ୍ମପୁର ଅଫିସ,୨୯ା୬: ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ତଥା ମଦ ବ୍ୟବସାୟୀ ମନୋଜ ଜେନାଙ୍କୁ ଗୁଳିକରି ହତ୍ୟା ଘଟଣାରେ ବ୍ରହ୍ମପୁର ପୋଲିସ ଶୁକ୍ରବାର ମୁଖ୍ୟ...

ଲକ୍‌ଡାଉନ ବୃଦ୍ଧି ପାଇଁ ବିଶେଷଜ୍ଞଙ୍କ ପରାମର୍ଶ

ଭୁବନେଶ୍ୱର, ୩୦।୫(ବ୍ୟୁରୋ): ଏବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଲକ୍‌ଡାଉନ୍‌ ଯୋଗୁ ସଂକ୍ରମଣ ଅଧିକ ହେଲା ନାହିଁ। ତେଣୁ ଆଉ କିଛିଦିନ ଲକ୍‌ଡାଉନ୍‌ କରିବା...

ଭାଜପା ନେତାଙ୍କ ହତ୍ୟା ଘଟଣା: ସ୍ବତନ୍ତ୍ର ଟିମ୍‌ ଗଠନ

ଚେନ୍ନାଇ,୨୫।୫: ଚେନ୍ନାଇର ଭାଜପା ନେତା ବାଲଚନ୍ଦ୍ରଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ୩ ଜଣ ଦୁର୍ବୃତ୍ତ ହତ୍ୟା କରିଛନ୍ତି। ସେ ଚେନ୍ନାଇ ଭାଜପା ସେଣ୍ଟ୍ରାଲ ଅନୁସୂଚିତ ଜାତି ଓ...

ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତର ହେବେ ଉଠା ଦୋକାନୀ

ଜଟଣୀ,୨୫ା୩(ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ଲକ୍‌ଡାଉନ୍‌ ଘୋଷଣା କାର୍ଯ୍ୟକାରିତା ନେଇ ଜିଲାପାଳ ସିତାଂଶୁ କୁମାର ରାଉତ ମଙ୍ଗଳବାର ଜଟଣୀର ବିଭିନ୍ନ ସ୍ଥାନ ବୁଲି...

ଲେଫ୍ଟନାଣ୍ଟ ଜେନେରାଲ ବିଏସ୍‌ ରାଜୁ ହେଲେ ସ୍ଥଳସେନା ଉପମୁଖ୍ୟ

ନୂଆଦିଲ୍ଲୀ,୨୯।୪: ଲେଫ୍ଟନାଣ୍ଟ ଜେନେରାଲ ବିଏସ ରାଜୁଙ୍କୁ ସ୍ଥଳସେନାର ଉପ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସେ ମେ’ ୧ରୁ ଦାୟିତ୍ୱ ନେବେ। ଶୁକ୍ରବାର ତାଙ୍କ ନିଯୁକ୍ତି...

ସ୍ତ୍ରୀଙ୍କୁ ଗିରଫ ପରେ ଭିଜିଲାନ୍ସ ଅଫିସ୍‌ରେ ହାଜର ହେଲେ ମାହାଙ୍ଗା ଆଇଆଇସି

ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କ ଗିରଫ ଘଟଣାରେ ମାହାଙ୍ଗା ଆଇଆଇସି ଭିଜିଲାନ୍ସ ଅଫିସ୍‌ରେ ହାଜର ହୋଇଛନ୍ତି। ଭିଜିଲାନ୍ସ ନିର୍ଦ୍ଦେଶରେ ସେ ଭୁବନେଶ୍ୱର ଭିଜିଲାନ୍ସ...

Advertisement
Archives

Model This Week